ଗୁଜୁରାଟର ୨୦୨୨ ଏକଜିଟ୍ ପୋଲରେ ଆମ୍ ଆଦମମି ପାର୍ଟି ଅଗ୍ରଣୀ ପ୍ରଦର୍ଶନ କରୁଥିବାର ମିଥ୍ୟା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

False Political

ଗୁଜୁରାଟ ନିର୍ବାଚନ ପାଖେଇ ଆସୁଥିବାରୁ ସୋସିଆଲ ମିଡିଆ ଏହା ସହ ଜଡିତ ଅନେକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଗତ ମାସରେ ଦିଲ୍ଲୀ ସିଏମ ଏବଂ ଏଏପି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ ଯୋଗାଯୋଗ କରିଥିଲେ।

ଏହି ସନ୍ଦର୍ଭରେ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ଇଣ୍ଡିଆ ଟିଭି ସମ୍ପାଦକ ରଜତ ଶର୍ମା ଗୁଜୁରାଟର ୨୦୨୨ ନିର୍ବାଚନର ଏକଜିଟ୍ ପୋଲ୍ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ଆମ୍ ଆଦମି ପାର୍ଟି ୧୪୨ ସିଟ୍ ସହିତ ପ୍ରଥମ ସ୍ଥାନରେ ଅଛି। 

ଫୋଟୋ ଭାଇରାଲ କରି ଦାବି କରା ଯାଇଛି ଯେ ଗୁଜୁରାଟ ନିର୍ବାଚନରେ ଆମ୍ ଆଦମି ପାର୍ଟି ଅଗ୍ରଣୀ ପ୍ରଦର୍ଶନ କରିଛି। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଫ୍ୟାକ୍ଟ କ୍ରିଷେଣ୍ଡୋ ଗୁଜରାଟ ଦଳ ସହିତ ଯୋଗାଯୋଗ କରି ଗୁଜୁରାଟ ନିର୍ବାଚନ ତାରିଖ ବିଷୟରେ ସୂଚନା ଏକତ୍ର କରିଲୁ। ସୂଚନା ଅନୁଯାୟୀ ଗୁଜୁରାଟ ନିର୍ବାଚନ ଆୟୋଗ ବର୍ତ୍ତମାନ ସୁଧା ନିର୍ବାଚନ ତାରିଖ ପ୍ରକାଶିତ କରି ନାହାଁନ୍ତି। 

ଆମେ ଆମ ପାଠକ ମାନଙ୍କୁ ଜଣାଇ ଦେବା ପାଇଁ ଚାହୁଁଛୁ ଯେ ନିର୍ବାଚନର ଏକଜିଟ୍ ପୋଲ୍ ନିର୍ବାଚନ ଶେଷ ହେବା ପରେ ସମ୍ଭବ ଅଟେ। ଭୋଟ୍ ଦେବା ପରେ ଭୋଟର୍ସ ମାନଙ୍କ ମଧ୍ୟରେ ଛୋଟ ଆକାରରେ ଏକ ଅନୁସନ୍ଧାନ କରା ଯାଏ ଏବଂ ଏହା ପରେ ଅନୁମାନ କରା ଯାଏ ଯେ ନିର୍ଭାଚନରେ କେଉଁ ରାଜନୈତିକ ଦଳର ଜିତିବା ସମ୍ଭାବନା ରହିଛି। 

୨୦୨୨ ରେ ଗୁଜୁରାଟ ନିର୍ବାଚନ ଆରମ୍ଭ ହୋଇ ନାହିଁ। ସେଥିପାଇଁ ଏହି ସମୟରେ ଏକଜିଟ୍ ପୋଲ୍ ଅନୁମାନ କରିବା ସମ୍ଭବ ନୁହେଁ।  

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ୩୦ ଅଗଷ୍ଟ ୨୦୨୨ ରେ ଜନସତ୍ତା ପତ୍ରିକା ନିଜ ୱେବସାଇଟରେ ଗୁଜୁରାଟ ନିର୍ବାଚନର ଫଳାଫଳର ଏକ ଅନୁମାନ ପ୍ରକାଶିତ କରିଛି। ରିପୋର୍ଟ ଅନୁଯାୟୀ ଏକ ଅନୁସନ୍ଧାନ ପରେ ଏହା କାହା ଯାଇ ପାରିବ ଯେ ଗୁଜୁରାଟରେ ବିଜେପି ନିଜ ସରକାର ବନାଇବାର ସମ୍ଭାବନା ରହିଛି। 

ରିପୋର୍ଟରେ କୁହା ଯାଇଛି ଯେ ଯଦି ଆଜି ନିର୍ବାଚନ ହୁଏ, ତେବେ ଇଟିଜି ଏବଂ ଟାଇମ୍ସ ନାଓ ନବଭାରତର ଅନୁସନ୍ଧାନ ଅନୁଯାୟୀ ବିଜେପି କୁ ୧୧୫-୧୨୫ ସିଟ୍, କଂଗ୍ରେସ କୁ ୩୯-୪୪ ସିଟ୍, ଆମ୍ ଆଦମି ପାର୍ଟିକୁ ୧୩-୧୮ ସିଟ୍ ଏବଂ ଅନ୍ୟ ଦଳକୁ ୨-୪ ସିଟ୍ ମିଳିବାର ସମ୍ଭାବନା ରହିଛି। 

Jansatta | Archive

ଏହା ବାବଦ ଆମକୁ ଆଉ କୌଣସି ଏପରି ରିପୋର୍ଟ ମିଳିଲା ନାହିଁ ଯେଉଁଥିରେ ଦର୍ଶାଅ ଯାଇଛି ଯେ ଗୁଜୁରାଟ ନିର୍ବାଚନରେ ଆପ୍ ପାର୍ଟି ଅଗ୍ରଣୀ ସ୍ଥାନରେ ରହିଛି। 

ଏହା ପରେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଇଣ୍ଡିଆ ଟିଭି ସମ୍ପାଦକ ରଜତ ଶର୍ମା ସମାନ ପୋଷାକ ପିନ୍ଧି ଏକ ଭିଡିଓ ପ୍ରସ୍ତୁତ କରୁଥିବା ମିଳିଲା। ୨୭ ଅଗଷ୍ଟ ୨୦୨୨ ର ଏହି ଭିଡିଓରେ ରଜତ ଶର୍ମା ପୂର୍ବତନ କଂଗ୍ରେସ ନେତା ଗୁଲାମ୍ ନବ୍ୟ ଆଜାଦ୍ ଦଳ ଛାଡିବା ନେଇ ଚର୍ଚ୍ଚା କରୁଛନ୍ତି। ଏହି ଭିଡିଓ ପ୍ରାୟ ୧୨ ଘଣ୍ଟା ସମୟର ଅଟେ। କିନ୍ତୁ ଆମକୁ ଏହି ଭିଡିଓରେ କେଉଁଠାରେ ମଧ୍ୟ ଗୁଜୁରାଟ ନିର୍ବାଚନରେ ଆମ୍ ଆଦମି ପାର୍ଟି ଅଗ୍ରଣୀ କରୁଥିବା ଖବର ମିଳିଲା ନାହିଁ। 

ନିମ୍ନରେ ଆପଣ ମାନେ ଭାଇରାଲ ଫୋଟୋ ଏବଂ ଉପରୋକ୍ତ ଭିଡିଓରୁ ନିଆ ଯାଇଥିବା ସ୍କ୍ରିନଶଟ୍ ମଧ୍ୟରେ ସମାନତା ଦେଖି ପାରିବେ। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଗୁଜୁରାଟର ୨୦୨୨ ଏକଜିଟ୍ ପୋଲରେ ଆମ୍ ଆଦମମି ପାର୍ଟି ଅଗ୍ରଣୀ ପ୍ରଦର୍ଶନ କରୁଥିବାର ମିଥ୍ୟା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗୁଜୁରାଟ ନିର୍ବାଚନର ଏକଜିଟ୍ ପୋଲ୍ ଘୋଷଣା କରା ଯାଇ ନାହିଁ। 

Avatar

Title:ଗୁଜୁରାଟର ୨୦୨୨ ଏକଜିଟ୍ ପୋଲରେ ଆମ୍ ଆଦମମି ପାର୍ଟି ଅଗ୍ରଣୀ ପ୍ରଦର୍ଶନ କରୁଥିବାର ମିଥ୍ୟା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Fact Check By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *