କ’ଣ ପୁରୀର ଶ୍ରୀ ଜଗନାଥ ମନ୍ଦିର ର ପତିତପାବନ ରେ ଗତ କାଲୀ ନିୟା ଲାଗି ଯାଇଥିଲା? କ’ଣ ଏହି ଘଟଣାର ଶଟିତ? ପଢନ୍ତୁ।

False Social

୧୨ ଘଣ୍ଟା ପୂର୍ବରୁ, ୨୦ ମାର୍ଚରେ ପିଣ୍ଟୁ ପ୍ରଧାନ ନାମକ ଜଣେ ଫେସବୁକ ୟୁଜର ବୋରୀଗୁମା ବ୍ରେକିଙ୍ଗ ନ୍ୟୁଜ ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓ ଓଡିଶା ଖବର ପେଜରେ ମଧ୍ୟ ପୋସ୍ତ କରା ଯାଇଅଛି। ଏହି ଭିଡିଓରେ ଏହା କୁହା ଯାଇଅଛି ଯେ ପୁରୀ ଶ୍ରୀ ମନ୍ଦିର ର ପତିତପାବନ ବାନା ନିୟାରେ ଜଳି ଗଲା। ଏହି ପତିତପାବନ ବାନା ନୀଳ ଚକ୍ର ତଳେ ବନ୍ଧା ହେଇଥିଲା। କିନ୍ତୁ ଉପରେ ଥିବା ବାନାକୁ କୌଣସି କ୍ଷତି ପହଞ୍ଚି ନାହିଁ। ସନ୍ଧ୍ୟା ବେଳେ ପବନ ବହିବା କାରଣରୁ ଏହି ବାନାରେ ନିୟା ଲାଗିଥିବା କଥା କୁହା ଯାଇଅଛି। ମହାଦୀପ ଉଠିଲା ବେଳେ ବାନାରେ ନିୟା ଲାଗି ଥିଲା ବୋଲି ଦାବି କରା ଯାଉଅଛି। ଗୁରୁବାଦିନ ଏହି ଘଟଣା ଘଟି ଥିବାର ସୂଚନା ମିଳିଥିଲାଯେ ନୀଳ ଚକ୍ର ତଳେ ଥିବା ମାନସିକ ବାନାରେ ନିୟା ଲାଗିଥିଲା। ହାଲୁକା ବର୍ଷା ହେବା ସତେ ପବନ ବହୁଥିଲା ଓ ସେହି ସମୟରେ ପତିତପାବନ ବାନା ନିୟାରେ ଲାଗି ଜଳି ଯାଇଥିଲା। ନିୟା ଲାଗିବା ଦେଖି ତଳେ ଛିଡା ହୋଇଥିବା ଭକ୍ତ ଏବଂ ସେବକ ମାନେ ବିଚଳିତ ହେଇ ଯାଇଥିଲେ। ଶ୍ରୀ ମନ୍ଦିର ଇତିହାରେ ଏହାଗୋଟିଏ ବିରଳ ଘଟଣା ବୋଲି କୁହା ଯାଉଅଛି। ମନ୍ଦିର ର ବାରିଷ୍ଟ ସେବକ ଏହାକୁ ଅଶୁଭ ସଂକେତ ବୋଲି କହିଛନ୍ତି। ସମସ୍ତ ଲୋକ ସୁରକ୍ଷିତ ଥିବାରୁ ଭଗବାନଙ୍କ ପୂଜାରେ କୌଣସି ବାଧା ସୃଷ୍ଟି ହେଇ ନାହିଁ। 

Facebook Link

ଏହି ଖବର ଯାଜପୁର ଓଡ଼ିଶା ନାମକ ଫେସବୁକ ପେଜରେ ମଧ୍ୟ ଭାଇରାଲ କରା ଯାଇଅଛି ଏବଂ ଫୋକସ ପ୍ଲସ ସାଇଟରେ ମଧ୍ୟ ଏହା ବିଷୟରେ କୁହା ଯାଇଅଛି। 

jajpur odisha.jpg

Facebook | Archive

focus plus.jpg

Focus Plus | Archive

ଆସନ୍ତୁ ଜାଣିବା ସତ୍ୟ କ’ଣ:

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ପୁରୀ ହ୍ରୀ ମନ୍ଦିରରେ ଫୋନ ଲଗାଇ କଥା ହେଳୁ। ଶ୍ରୀ ମନ୍ଦିର ଅଫିସ ଅଧ୍ୟକ୍ଷ ସହିତ କଥା ହେଲା ସମୟରେ ସେ ଏହା କହିଲେ ଯେ ପ୍ରତ୍ଯେକ ଏକାଦସିରେ ମନ୍ଦିର ଉପରକୁ ମହାଦୀପ ଉଠେ। ସେଇଠି ଉପରେ ପତାକା ଥାଏ ଏବଂ ଏହା ପାଖରେ ଗୋଟେ ମାଳ ମଧ୍ୟ ଥାଏ। ପବନ ହେବା ଯୋଗୁ ସେହି ମାଳରେ ନିଯା ଲାଗି ଥିଲା। ତାଙ୍କ କହିବା ଅନୁସାରେ ମନ୍ଦିରକୁ କୌଣସି କ୍ଷତି ହେଇ ନାହିଁ। ବର୍ଷା ହେଉଥିବା ଯୋଗୁ ନିୟାରେ ପାଣି ପଡିଲେ ବେଳେ ଏତେ ଧୂଆଁ ଉଠିବା ଦେଖିବାକୁ ମିଳି ଥିଲା। ମନ୍ଦିର ଉପରେ ଯେଉଁ ପତାକା ଲାଗିଛି ତାକୁ ପତିତପାବନ କୁହା ଯାଏ ଓ ସେଥିରେ ନିୟା ଲାଗି ନାହିଁ ବୋଲି ମନ୍ଦିର ଅଫିସ ଅଧ୍ୟକ୍ଷ ଆମକୁ କହିଲେ। ଏହି ଘଟଣାରେ ମନ୍ଦିର ଏବଂ ଭକ୍ତ ମାନଙ୍କୁ କୌଣସି କ୍ଷତି ହେଇ ନାହିଁ ଓ ଯେଉଁ ପରି ପୂଜା ଚାଲିଥିଲା ସେହି ପରି ଚାଲୁଅଛି। ସେ ଏହା ମଧ୍ୟ କହିଲେ ଯେ କୋରୋନା ବ୍ୟାପିବାରୁ ସରକାରଙ୍କ ପକ୍ଷରୁ କାଲୀ ମନ୍ଦିର ବନ୍ଦ ରଖିବା ପାଇଁ ଅନୁରୋଧ ଆସିଛି। 

ଏହା ପରେ ଆମେ ଏହି ବିଷୟ ନେଇ ୟୁଟ୍ୟୁବରେ ମଧ୍ୟ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୦ ମାର୍ଚରେ କନକ ନ୍ୟୁଜ ଦ୍ଵାରା ତାଙ୍କର ପ୍ରକାଶିତ ଖବର ମିଳିଲା। ଏହି ଭିଡିଓରେ ଏହା କୁହା ଯାଇଅଛି ଯେ ପତିତପାବନରେ ନିୟା ଲାଗି ନାହିଁ। ସତ୍ୟ ଘଟଣା ଏହା ଯେ ପବନରେ ମହାଦୀପର ବାଇତା ଉଡି ମାହାଦୀପରେ ଲାଗି ନିୟା ଧରି ଥିଲା। ଏହାକୁ ଦେଖି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଇଥିଲା। ଏହି ଏକାଦସି ଦିନ ପତିତପାବନରେ ନିୟା ଲାଗି ନଥିବା କଥା ସ୍ପଷ୍ଟ କରିଛନ୍ତି ଚୁନେରା ସେବାୟତ ଡଃ ସାରଦ ଚନ୍ଦ୍ର ମୋହାନ୍ତି। ସେ ଏହା କହିଛନ୍ତି ଯେ ଏକାଦସୀରେ ସନ୍ଧ୍ୟା ୭.୪୦ ସମୟରେ ଜଗତର କଲ୍ୟାଣ ପାଇଁ ମହାଦୀପ ଉଠି ଥିଲା। ପବନ ହେବାରୁ ମହାଦୀପର ଆଳିତା ପବନରେ ଉଡି ଥିଲା ଯାହାକୁ ନେଇ ଲୋକଙ୍କ ମନରେ ସନ୍ଦେହ ହେଇଥିଲା ଯେ ନୀଳ ଚକ୍ର ବାନାରେ ନିୟା ଲାଗିଛି। 

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଚୁନେରା ସେବାୟତ ଏବଂ ମନ୍ଦିର ଅଫିସ ଅଧ୍ୟକ୍ଷ ଏହା କହିଛନ୍ତି ଯେ ଶ୍ରୀ ମନ୍ଦିରରେ ଥିବା ପତିତପାବନରେ ନିୟା ଲାଗି ନାହିଁ। ଏକାଦାସୀ ଥିବାରୁ ମାହାଦୀପକୁ ମନ୍ଦିର ଉପରେ ରକ୍ଷା ଯାଇଥିଲା। ପବନ ହେବା ଯୋଗୁ ମାହାଦୀପ ସଳିତା ଉଡି ମନ୍ଦିର ଦେଉଳରେ ପଡିଥିଲା। ଭିଡିଓରେ କରା ଯାଇଥିବା ଦାବି ଯେ ସପୁରି ଶ୍ରୀ ମନ୍ଦିର ର ପତିତପାବନରେ ନିୟା ଲାଗିବା କଥା ସମ୍ପୂର୍ଣ ଭାବେ ମିଥ୍ୟା।  

Avatar

Title:କ’ଣ ପୁରୀର ଶ୍ରୀ ଜଗନାଥ ମନ୍ଦିର ର ପତିତପାବନ ରେ ଗତ କାଲୀ ନିୟା ଲାଗି ଯାଇଥିଲା? କ’ଣ ଏହି ଘଟଣାର ଶଟିତ? ପଢନ୍ତୁ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *