
ବର୍ତମାନ ସୋସିଆଲ ମିଡିଆରେ ଏକ ବିରାଟ ଅଗ୍ନିକାଣ୍ଡ ଏବଂ ଧୂଆଁର ଭିଡିଓ ଭାଇରାଲ ହୋଇଛି। ଭିଡିଓଟିକୁ ସେୟାର କରି ୟୁଜର୍ସମାନେ ଦାବି କରିଛନ୍ତି ଯେ ଭିଡିଓଟି ଅପରେସନ୍ ସିନ୍ଦୂର ସମୟରେ ଭାରତୀୟ ସେନା ଦ୍ୱାରା କରାଚି ଉପରେ ହୋଇଥିବା ଆକ୍ରମଣକୁ ଦର୍ଶାଉଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପାକିସ୍ତାନର ସାଦିକାବାଦରେ ଘଟିଥିବା ଅଗ୍ନିକାଣ୍ଡର ପୁରୁଣା ଭିଡିଓକୁ କରାଚି ସହର ଉପରେ ଭାରତର ଆକ୍ରମଣ ଦାବି ସହିତ ସେୟାର କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ବଦଲାପୁର ପାର୍ଟ-2 – ଗତକାଲି ରାତିରେ ଜମ୍ମୁ, ଶ୍ରୀନଗର, ଅବନ୍ତିପୁରା, ପଠାନକୋଟ, ଭଟିଣ୍ଡା, ଜଳନ୍ଧର, ଲୁଧିୟାନା, କପୁରତାଲା, ଅମୃତସର, ଚଣ୍ଡୀଗଡ, ଯେସଲମେର, ଭୁଜ ଉପରେ ପାକିସ୍ତାନ ମିସାଇଲ ଆକ୍ରମଣ କରିଥିଲା କିନ୍ତୁ ଆମର air defence system ସମସ୍ତ ମିସାଇଲ କୁ ନଷ୍ଟ କରି ଦେଇଥିଲା। ଆଜି ପାକିସ୍ତାନ ର ନଅଟି ସହର ଉପରେ ଦ୍ରୋଣ ଆକ୍ରମଣ। ପାକିସ୍ତାନର air defence system କୁ ଭାରତ ସମୂଳେ ନଷ୍ଟ କଲା।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୨୯ ମାର୍ଚ୍ଚ ୨୦୨୫ ରେ ଏକ ୟୁଟ୍ୟୁବ ଚ୍ୟାନାଲ ରେ ଅପ୍ଲୋଡ ହେଇଥିବା ମିଳିଲା। ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଭାଇରାଲ ଭିଡିଓ ଅପରେସନ୍ ସିନ୍ଦୁର ପୂର୍ବରୁ ଉପଲବ୍ଧ ଅଛି।
ଭିଡିଓର କ୍ୟାପସନରେ ଲେଖାଯାଇଛି, “ସାଦିକାବାଦ ଲାଣ୍ଡା ବଜାରରେ ଅଗ୍ନିକାଣ୍ଡ ଘଟିଛି।”
ରିପୋର୍ଟ ଅନୁଯାୟୀ, “ସାଦିକାବାଦର ଲାଣ୍ଡା ବଜାରରେ ଅଗ୍ନିକାଣ୍ଡ ଘଟି ଅନେକ ଦୋକାନ ନଷ୍ଟ ହୋଇଠିଲା ଏବଂ ବହୁ ଆର୍ଥିକ କ୍ଷତି ଘଟିଲା। ଅଗ୍ନିକାଣ୍ଡର ସଠିକ୍ କାରଣ ବର୍ତ୍ତମାନ ଅସ୍ପଷ୍ଟ। କୌଣସି ଆହତ କିମ୍ବା ମୃତାହତଙ୍କ ରିପୋର୍ଟ ମିଳିନାହିଁ। କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରୁଛନ୍ତି ଏବଂ ସ୍ଥାନୀୟ ଅଧିକାରୀମାନେ ପ୍ରଭାବିତ ଦୋକାନୀମାନଙ୍କୁ ସମର୍ଥନ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।”
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ଭାଇରାଲ ଦାବି ମିଥ୍ୟା ବୋଲି ପ୍ରମାଣିତ ହେଇଛି। ପାକିସ୍ତାନର ସାଦିକାବାଦରେ ଘଟିଥିବା ଅଗ୍ନିକାଣ୍ଡର ପୁରୁଣା ଭିଡିଓକୁ କରାଚି ସହର ଉପରେ ଭାରତର ଆକ୍ରମଣ ଦାବି ସହିତ ସେୟାର କରା ଯାଉଛି।

Title:ପାକିସ୍ତାନର ସାଦିକାବାଦରେ ଘଟିଥିବା ଅଗ୍ନିକାଣ୍ଡର ପୁରୁଣା ଭିଡିଓକୁ କରାଚି ସହର ଉପରେ ଭାରତର ଆକ୍ରମଣ ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: False
