କ’ଣ ବିଶ୍ଵରେ ପ୍ରତ୍ଯେକ ୧୦୦ ବର୍ଷରେ ମାହାମାରୀ ହୁଏ? କେତେ ସତ୍ୟ ଏହି ଭିଡିଓ? ଆସନ୍ତୁ ଜାଣିବା।

Misleading Social
image.jpg

ବିଶ୍ଵରେ କୋରୋନା ଭାଇରସ ବ୍ୟାପିବା ପରେ ଏହି ବିଷୟ ନେଇ ପ୍ରତ୍ଯେକ ଦିନ କିଛି ନା କିଛି ଖବର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହା ମଧ୍ୟରୁ କିଛି ସତ୍ୟ ତ କିଛି ମିଥ୍ୟା ଖବର ଥାଏ। ଏହି ସମୟରେ ଯେତେ ବେଳେ ସାରା ବିଶ୍ଵ ଏହି ରୋଗଠାରୁ ଉଦ୍ଧାର ପାଇବା ଆସା ନେଇ ବସିଛି, ସେହି ସମୟରେ କିଛି  ଏପରି ପୋଷ୍ଟ ଏବଂ ଭିଡିଓ ସାମନାକୁ ଆସୁଛି ଯେଉଁଟା ଲୋକଙ୍କୁ ବିଭ୍ରାନ୍ତ କରୁଛି ଓ ମନ ରେ ଭୟ ମଧ୍ୟ ଆଣୁଛି। ୩୧ ମେ ରେ ଜେନ ଫେସବୁକ ୟୁଜର “ଓଡ଼ିଶା ଗାଁ ଝବାର” ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ପ୍ରତ୍ଯେକ ୧୦୦ ବର୍ଷରେ ମାହାମାରୀ ଦୁନିୟାରେ ବ୍ୟାପୀ ଥାଏ। ଏହି ଭିଡିଓରେ ୧୭୨୦, ୧୮୨୦, ୧୯୨୦ ଏବଂ ବର୍ତମାନ ୨୦୨୦ ମସିହାରେ ମଧ୍ୟ ମାହାମାରୀ ହେଇଛି। 

Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ଆମେ ଗୁଗୁଲରେ ଯାଇ ମୁଖ୍ୟ ଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟ କରା ଯାଇ ଥିବା ଭିଡିଓରେ ଅନେକ ତଥ୍ୟ କୁ ଅଣଦେଖା କରା ଯାଇଅଛି। ଭିଡିଓଅନୁସାରେ ମାହାମାରୀ ୧୭୨୦ ମସିହାରୁ ଆରମ୍ଭ ହେଇଛି କିନ୍ତୁ ଆମ ଅନୁସନ୍ଧାନରେ ଆମେ ଜାଣିବାକୁ ପାଇଲୁ ଯେ ମାହାମାଋ ବର୍ଷ ବର୍ଷ ଧରି ଚାଲି ଆସିଛି। ୧୩୪୭ ମସିହାରୁ ୧୩୫୧ ମସିହାରେ ହେଇ ଥିବା ବୁବୋନିକ ମାହାମାରୀ ବିଷୟରେ ଆମକୁ ବ୍ରିଟାନିକା ଏନସାଇକ୍ଳୋପେଡିଆ ରୁ ମିଳିଲା। ୧୭୨୦ ମସିହାରେ ହେଇଥିବା ମାହାମାରି ବିଷୟରେ ଆମକୁ ଏଡ୍ୱାର୍ଡ ୱୋର୍ଥ ସଙ୍ଘରାଳୟର ଗୋଟିଏ ଅନୁଛେଦରୁ ମିଳିଲା। 

britanica.jpg

Britannica Encyclopedia | Archive

ପୋଷ୍ଟ ହେଇଥିବା ଭିଡିଓ ରେ ୧୮୨୦ ମସିହାରେ ହେଇଥିବା କଲେରା ମାହାମାରୀ ବିଷୟରେ କହିଛି। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କହିବା ଅନୁଯାୟୀ ୧୯ ଶତାବ୍ଦୀରେ ପ୍ରଥମ ଥର କଲେରା ମାହାମାରୀ ଦୁନିୟା ରେ ବ୍ୟାପୀ ଥିଲା। ୧୯୭୧ ମସିହା ତକ କଲେରା ମାହାମାରୀ ୬ ଥର ଦେଖିବାକୁ ମିଳିଛି। 

WHO on cholera.jpg

WHO | Archive

ତୃତୀୟ ଭିଡିଓରେ ୧୯୨୦ ମସିହାରେ ସ୍ପେନିଶ ଫ୍ଲୁ ନାମକ ମାହାମାରୀ ବିଷୟରେ କହିଛି। ଏହି ଭିଡିଓରେ କହିଛି ଯେ ମାହାମାରୀ ୧୯୧୮ ମସିହାରେ ଆରମ୍ଭ ହେଇଥିଲା କିନ୍ତୁ ୧୯୨୦ ମସିହାରେ ବହୁତ ବ୍ୟାପୀ ଥିଲା। ଯଦି ୧୯୧୮ ମସିହାରେ ମାହାମାରୀ ହେଇଥିଲା ତ ଏହା ପ୍ରତ୍ଯେକ ୧୦୦ ବର୍ଷରେ ମାହାମାରୀ ହେବା କଥା କୁ ଖଣ୍ଡନ କରୁଛି। ଶିଡିସି ମଧ୍ୟ ନିଜ ୱେବସାଇଟରେ ଏହି ମାହାମାରୀ ବିଷୟରେ କହିକ୍ଘି। 

cdc sspanish flu.jpg

CDC | Archive

ଏହା ପରେ ଆମେ ଦେଖିବା କୁ ପାଇଲୁ ଯେ ଏହି ଭିଡିଓରେ ୧୯୨୦ ମସିହାରୁ ନେଇ ୨୦୨୦ ମସିହା ମଧ୍ୟ ରେ ହେଇଥିବା ଅନେକ ମାହାମାରୀ କୁ ଅଣଦେଖା କରା ଯାଇ ଅଛି। ସିଡ଼ିସି ନିଜ ଗୋଟିଏ ରିପୋର୍ଟରେ ୧୯୧୮ ମସିହାରୁ ନେଇ ୨୦୧୧ ମସିହା ମଧ୍ୟରେ ହେଇଥିବା ମାହାମାରୀ ବିଷୟରେ କହିଛି। 

4 pandemic cdc.jpg

CDC 

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟକରା ଯାଇଥିବା ଭିଡିଓରେ ୧୭୨୦ ମସିହା ରୁ ନେଇ ୨୦୨୦ ମସିହା ତକ ହେଇଥିବା ଅନେକ ମାହାମାରୀ କୁ ଅଣଦେଖା କରି ବିଭ୍ରାନ୍ତ ସୃଷ୍ଟି କରା ଯାଇଅଛି। ୧୭୨୦ ମଶିହା ଏବଂ ଏହା ପୂର୍ବରୁ ମଧ୍ୟ ଅନେକ ମାହାମାରୀ ହେଇଛି ଏବଂ ଏହି ମାହାମାରୀ ମଧ୍ୟରେ କୌଣସି ପୁନରାବୃତ୍ତି ନମୁନା ଦେଖିବା କୁ ମିଳି ନାହିଁ।

Avatar

Title:କ’ଣ ବିଶ୍ଵରେ ପ୍ରତ୍ଯେକ ୧୦୦ ବର୍ଷରେ ମାହାମାରୀ ହୁଏ? କେତେ ସତ୍ୟ ଏହି ଭିଡିଓ? ଆସନ୍ତୁ ଜାଣିବା।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *