କ’ଣ ଏହି ଫୋଟୋ ଚୀନ ସହିତ ଯୁଧ୍ୟରେ ଆହତ ହେଇଥିବା ଜବାନ ସୁରେନ୍ଦ୍ର ସିଂହଙ୍କର? ଜାଣନ୍ତୁ ସତ୍ୟ।

False Social

୨୦ ଜୁନ ରେ ଜଣେ ଫକେବୂ ୟୁଜର ଅଭିଭକ୍ତା କୋରାପୁଟ ସମାଚାର ନାମକ ଫେସବୁକ ପେଜରେ ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଏହି ଫୋଟୋ ଭାରତ ଯବାନ ସୁରେନ୍ଦ୍ର ସିଂହଙ୍କର। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ତାଙ୍କ ପତ୍ନୀ କହିଛନ୍ତି ଯେ “ଆମର ଥିଲେ ୩୦୦-୪୦୦ ସୈନିକ। ହଠାତ ଚାଇନାର ୨୦୦୦-୨୫୦୦ ସୈନିକ ହାତରେ ରଡ,ପଥର,ଲୁହା କଣ୍ଟାଯୁକ୍ତ ବାଡି ନେଈ ମାଡିଆସିଲେ। ତଥାପି ବି ଆମେ ଖାଲି ହାତରେ ଲଢିଲୁ। ଜଣେ ଜଣେ ସୈନିକ,ଦଶ ଦଶ ଜଣ ଚାଇନା ସୈନିକ ଉପରେ ଭାରି ପଡିଲୁ। ତଥାପି ବି ଆମର ୨୦ଜଣ ଜବାନଙ୍କୁ ରକ୍ଷା କରିପାରିଲୁନି”।

screenshot-www.facebook.com-2020.06.21-04_03_39.jpg

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟରେ ଥିବା ଏହି ସୈନ୍ୟ ଜବାନଙ୍କ ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ଫୋଟୋ ବିଷୟରେ କିଛି ତଥ୍ୟ ମିଳିଲା। ୪ ବର୍ଷ ପୂର୍ବରୁ ଏହି ଫୋଟୋ ଗୋଟିଏ ୱେବସାଇଟରେ ପ୍ରକାଶିତ ହେଇଥିବା ଦେଖିବା କୁ ମିଳିଛି। ୨୨ ମେ ୨୦୧୬ ମସିହାରେ ମାଈ ସେଗେରା ନାମକ ବ୍ଲଗରେ ଏହି  ଫୋଟୋ ପ୍ରକାଶିତ କରି କୁହା ଯାଇଅଛି ଯେ ଏହା ଗୋଟିଏ ମିଲିଟାରୀ ଟ୍ରେନିଙ୍ଗ ସମୟରେ ହେଇଥିବା କ୍ଷତର ଫୋଟୋ ଅଟେ। 

mysegera.jpg

Mysegera | Archive

ଏହି ଫୋଟୋ ଆଉ ଗୋଟିଏ ବିଦେଶର ଅନୁଛେଦରେ ୪ ବର୍ଷ ପୂର୍ବରୁ ପ୍ରକାଶିତ ହେଇ ଥିବା ଜଣା ପଡ଼ିଛି। ଏହି ଅନୁଛେଦରେ ମଧ୍ୟ ଲେଖା ଯାଇଅଛି ଯେ ସେନାରେ ଭର୍ତି ହେବା ପୂର୍ବରୁ ଜବାନ ମାନଙ୍କୁ ଏପରି ଟ୍ରେନିଙ୍ଗ ଦିଆ ଯାଏ। ଏହି ଟ୍ରେନିଙ୍ଗ ମାଧ୍ୟମରେ ତାଙ୍କ ଶକ୍ତିର ପରୀକ୍ଷା କରା ଯାଏ। ଅନେକ ନିର୍ଯାତନା ସହିଲା ପରେ ମଧ୍ୟ ଦେଶର ଗୁପ୍ତ ସୂଚନା ଶତ୍ରୁ ଯେପରି ଏହି ଜବାନ ମାନେ ନ ଦିଅନ୍ତୁ ସେଥି ପାଇଁ ଏପରି ଟ୍ରେନିଙ୍ଗ ଦିଆ ହୁଏ। 

xyz.jpg

Saudeekhao | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଜାଣିବା କୁ ପାଇଲୁ ଯେ ଏହି ଫୋଟୋରେ ଥିବା ବ୍ୟକ୍ତି ଭାରତ ସେନା ଜବାନ ସୁରେନ୍ଦ୍ର ସିଂହ ନୁହନ୍ତି। ଏହି ଫୋଟୋ ଇଣ୍ଟର୍ନେଟରେ ୨୦୧୬ ମସିହାରେ ପ୍ରକାଶିତ ହେଇଥିଲା। ପ୍ରମାଣ ଯାଞ୍ଚ ରୁ ସନ୍ଦେହ କରୁଛୁ  ଯେ ଏହା ଥାଇଲ୍ୟାଣ୍ଡ ଦେଶର ଫୋଟୋ ଅଟେ। ଏହି ଫୋଟୋର ଭାରତ ଏବଂ ଚୀନ ମଧ୍ୟରେ ସୀମାରେ ଚାଲୁ ଥିବା ଯୁଧ୍ୟ ସହିତ କୌଣସି ସମ୍ବନ୍ଧ ନାହିଁ।

Avatar

Title:କ’ଣ ଏହି ଫୋଟୋ ଚୀନ ସହିତ ଯୁଧ୍ୟରେ ଆହତ ହେଇଥିବା ଜବାନ ସୁରେନ୍ଦ୍ର ସିଂହଙ୍କର? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *