କ’ଣ ଭାଇରାଲ ଭିଡିଓରେ ଚୀନ୍ ଏବଂ ଭାରତ ବର୍ଡରରେ ସହିଦ ହୋଇଥିବା ଜବାନଙ୍କୁ ନିଆଯାଉଛି ?

False Social

ଚାଇନା ଏବଂ ଭାରତ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାରତର 20 ଜବାନ ସହିଦ ହୋଇଛନ୍ତି। ଏହାକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଏବଂ ଫୋଟୋ ଭାଇରାଲ ହେବାରେ ଲାଗିଛି। ସହିଦଙ୍କ ଶ୍ରଦ୍ଧାଞ୍ଜଳି ଭିଡ଼ିଓ ହେଉ କିମ୍ବା ତାଙ୍କ ଫୋଟୋକୁ ସୋସିଆଲ ମିଡ଼ିଆରେ ଦୁଃଖ ସହ ସେୟାର କରାଯାଉଛି। ଏଥି ମଧ୍ୟରେ Awareness odisha ନାମକ  ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡ଼ିଓଔ ସେୟାର କରିଛନ୍ତି। ଏବଂ ଦାବି କରିଛନ୍ତି, ଚାଇନା ଏବଂ ଭାରତ ବର୍ଡରେ ସହିଦ ହୋଇଥିବା ଜବାନଙ୍କ ଶବକୁ ନିଆ ଯାଉଛି। ଭିଡ଼ିଓରେ ସହିଦଙ୍କ ଶବକୁ ଅନ୍ୟ ଜବାନମାନେ ବକ୍ସରେ ନେଉଥିବାର ଦେଖା ଯାଉଛନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଚୀନ ସେନା ସହ ଲଢେଇ କରି ଆମର 20 ଜଣ ଯବାନ ସହିଦ ହେଇଗଲେ। ଦେଶର ସମସ୍ତଙ୍କ ମନରେ ଆଜି ଶୋକର ଛାୟା ଖେଳି ଯାଇଛି, ସହିଦ ହୋଇଥିଵା ଆମର ବୀର ଯବାନ ମାନଙ୍କୁ Awareness Odisha ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି। 

ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 582 ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ 53 ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। ତଳେ ପୋଷ୍ଟ ଦେଖନ୍ତୁ।

ଏଠାରେ ପୋଷ୍ଟର Archive ଲିଙ୍କ ଦେଖନ୍ତୁ। ତେବେ କଣ ଭାଇରାଲ ଭିଡିଓରେ ଚୀନ୍ ଏବଂ ଭାରତ ବର୍ଡରରେ ସହିଦ ହୋଇଥିବା ଜବାନଙ୍କୁ ନିଆଯାଉଛି। ପାଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ଦେଖନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଦେଖିଲୁ ଯେ କୋରୋନା ସଂକ୍ରମଣ ସମୟରେ  ଭାଇରାଲ ଭିଡ଼ିଓରେ କୌଣସି ଜବାନ କିମ୍ବା ଆଖପାଖରେ ଖିବା ଲୋକ ମାସ୍କ ପିନ୍ଧି ନାହାନ୍ତି। ଯେଉଁଥିରୁ ଜାଣିବାକୁ ପାଇଲୁ ଯେ, ଭାଇରାଲ ଭିଡିଓ ବର୍ତ୍ତମାନର ହୋଇ ନଥାଇପାରେ। 

ଭାଇରଲ ଭିଡ଼ିଓକୁ ଇନବିଡରେ ପକାଇ ଫୋଟୋରେ ଭାଙ୍ଗିଲୁ। ଏହା ପରେ yandex ବ୍ୟବହାର କରି ଆମେ ଭାଇରାଲ ଭିଡ଼ିଓ ସମ୍ପର୍କରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଭାଇରାଲ ଭିଡ଼ିଓ ଏକ you tube ଲିଙ୍କ ପାଇଲୁ। ଯେଉଁଥିରେ ଆମେ ଜାଣିବାକୁ ପାଇଲୁ ଯେ, ଭାଇରାଲ ଭିଡ଼ିଓ 29 ଡିସେମ୍ବର 2019ରୁ ୟୁଟ୍ୟୁବରେ ଅଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡ଼ିଓ ଚାଇନା ବର୍ଡରରେ ସହିଦ ହୋଇଥିବା ଜବାନଙ୍କ ଶବକୁ ନିଆ ଯାଉଥିବାର ନୁହେଁ। ତଳେ ଭିଡିଓର ଲିଙ୍କ୍ ଦେଖନ୍ତୁ।

ଏଠାରେ you tube ଲିଙ୍କ ଦେଖନ୍ତୁ।

ଭିଡିଓ ସମ୍ପର୍କରେ ଆମେ ଅଧିକ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଅନ୍ୟ ଏକ You tube ଚ୍ୟାନେଲରେ ଭାଇରାଲ ଭିଡିଓ ମିଳିଲା। ଯାହାକି 16 ଫେବୃଆରି 2019ରେ ପୋଷ୍ଟ କରାଯାଇଥିଲା। ଏଥିରେ ଲେଖା ଯାଇଛି ଯେ, ପୁଲୱାମା ଆତଙ୍କରେ ସହିଦ ହୋଇଥିବା ଜବାନଙ୍କ ସବକୁ ନିଆ ଯାଉଛି। ଏଥିରୁ ଆମେ ସ୍ପଷ୍ଟ ହୋଲୁ ଯେ, ଭାଇରାଲ ଭିଡ଼ିଓ 2019ର ଅଟେ। ଭିଡ଼ିଓର ଚୀନ୍ ଏବଂ ଭାରତ ବର୍ଡରରେ ସହିଦ ହୋଇଥିବା ଦବାନଙ୍କ ସହ କୌଣସି ସମ୍ପର୍କ ନାହିଁ। ଭାଇରାଲ ଭିଡ଼ିଓ ଫେବୃଆରି 2019ରୁ ସୋସିଆଲ ମିଡ଼ିଆରେ ଅଛି। ଅଧିକ ସୂଚନା ପାଇଁ ତଳେ ଭିଡ଼ିଓ ଦେଖନ୍ତୁ। 

ଏଠାରେ You tube ଲିଙ୍କ ଦେଖନ୍ତୁ।  

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଚୀନ୍ ଏବଂ ଭାରତ ବର୍ଡରରେ ସହିଦ ହୋଇଥିବା 20 ଜବାନଙ୍କ ଶବକୁ ନିଆଯାଉଥିବା ଦାବିରେ ଭାଇରାଲ କରାଯାଉଥିବା ଭିଡିଓ 2019 ମସିହାର ଅଟେ। ଭାଇରାଲ ଭିଡିଓର ଚୀନ୍ ହିଂସାକାଣ୍ଡରେ ସହିଦ ହୋଇଥିବା 20 ଜବାନଙ୍କ ସହ କୌଣସି ସମ୍ପର୍କ ନାହିଁ।

Avatar

Title:କ’ଣ ଭାଇରାଲ ଭିଡିଓରେ ଚୀନ୍ ଏବଂ ଭାରତ ବର୍ଡରରେ ସହିଦ ହୋଇଥିବା ଜବାନଙ୍କୁ ନିଆଯାଉଛି ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *