
୩୧ ଜୁଲାଇ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଗ୍ରୁପରେ ଗୋଟିଏ ଫୋଟୋ ପୋସ୍ତ କରି ଦାବି କରିଛନ୍ତି ଯେ କୋରୋନା ସମୟରେ ଉତ୍ତରପ୍ରଦେଶର ମୁଜାଫରନଗର ସ୍ତିତ ଗର୍ଗ ହସ୍ପିଟାଲର ଡାକ୍ତର ମାନେ ଗୋଟିଏ କୋରୋନା ରୋଗୀର କିଡନୀ କାଢି ବିକ୍ରି କରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ହାତରେ ଧାରା ପଡ଼ିଥିଲେ।

ଏହି ପୋଷ୍ଟ ଟୁଇଟରରେ ମଧ୍ୟ ଭାଇରାଲ ହେଇଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାରେ ପ୍ରଥମେ ଆମେ ଏହି ଭିଡିଓ ବିଷୟରେ ୟୁଟ୍ୟୁବରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୮ ଜୁନ ୨୦୧୮ ମସିହାରେ ଇଣ୍ଡିଆ ଟୁଡେ ଦ୍ଵାରା ପ୍ରସାରିତ କରା ଯାଇଥିବା ଗୋଟିଏ ଭିଡିଓ ମିଳିଲା। ଏହି ଭିଡିଓରେ କୁହା ଯାଇଅଛି ଯେ ପୋଲିସ ଲୋକଙ୍କୁ ବୁଯାଉଛି ଯେ ପ୍ରଥମେ ରୋଗୀକୁ ଗୋଟିଏ ଭଲ ଡାକ୍ତର ପାଖକୁ ନେଇ ଯାଞ୍ଚ କରା ଯାଉ। ମୁଜାଫରନଗର ସ୍ତିତ ଗର୍ଗ ହସ୍ପିଟାଲ ଉପର ରୋଗୀର ପରିବାର ଲୋକେ ଅଭିଯୋଗ ଲଗାଇଛନ୍ତି ଯେ ଡାଃ ବିଭୁ ଗର୍ଗ ରୋଗୀର କିଡନୀ ବାହାର କରି ଦେଇଛନ୍ତି। ଲୋକେ ଏହି ହସ୍ପିଟାଲ ଉପରେ କିଡନୀ ରାକେଟ୍ ରେ ଯୋଗ ଦେବା ଅଭିଯୋଗ ମଧ୍ୟ ଲଗେଇଛନ୍ତି। ଡାଃ ବିଭୁ ଗର୍ଗ କହିଛନ୍ତି ଯେ ରୋଗୀର ଚିକିତ୍ସା ପାଇଁ କିଦେୟ ବାହାର କରିବା ଆବଶ୍ୟକ ଥିଲା। ଏହି ଘଟଣା ପରେ ପୋଲିସ ହସିପତାଳର ଅପରେଷଣ ଥିଏଟର ସିଲ କରି ଦେଇଥିଲା।
୨୪ ଜୁନ ୨୦୧୮ ମସିହାରେ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ କୁହା ଯାଇଅଛି ଯେ ମୁଜାଫରନଗର ର ମିରାପୁର ନାମକ ଅଞ୍ଚଳର ଇକ୍ବାଳ ନାମକ ଜଣେ ବାସିନ୍ଦାଙ୍କର କିଡନୀରେ ପଥରି ହେଇଥିଲା। ସେ ଏହାର ଚିକିତ୍ସା ପାଇଁ ଗର୍ଗ ହସ୍ପିଟାଲ ଆସିଥିଲେ। ହସ୍ପିଟାଲରେ ବିଭୁ ଗର୍ଗ ନାମକ ଜଣେ ଡାକ୍ତର ଇକ୍ବାଳଙ୍କର ଅପରେସନ୍ କରିଥିଲେ। ଏହା ପରେ ରୋଗୀଙ୍କ ପରିବାର ଲୋକେ ଡାକ୍ତରଙ୍କ ଉପରେ କିଡନୀ ଚୋରୀ କରିବାର ଅଭିଯୋଗ ଲଗାଇ ଥିଲେ। ପୋଲିସ ପାଖରେ ମାମଲା ରୁଜୁ କରା ହେଲା ପରେ ଗର୍ଗ ହସ୍ପିଟଲ କୁ ସିଲ୍ କରା ଯାଇଥିଲା।

ଫେକ୍ଟ କୃସେଣ୍ଡୋ ହିନ୍ଦୀ ଟିମ୍ ମୁଜାଫରନଗର ଏସ.ପି ଅଭିଷେକ ଯାଦବ ସହିତ ଫୋନରେ ସମ୍ପର୍କ କରିଲେ। ଏସ.ପି ଅଭିଷେକ ଯାଦବ କହିଲେ, “ ଏହି ପୋଷ୍ଟର କୋରୋନା ଭାଇରସ ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଘଟନା ୨୦୧୮ ମସିହାର ଅଟେ ଆଉ ବର୍ତମାନ ସମୟରେ ମଜାଫରନଗରରେ ଏପରି କୌଣସି ଘଟନା ସାମନା କୁ ଆସି ନାହିଁ। ପୁରୁଣା ଖବରକୁ କୋରୋନା ସମ୍ବନ୍ଧିତ ଖବର କହି ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରା ଯାଉଅଛି। ସେ ଲୋକଙ୍କୁ ଏହା ମଧ୍ୟ ଅନୁରୋଧ କରିଛନ୍ତି ଯେ ଏପରି ଭ୍ରମିତ ପୋଷ୍ଟରେ ବିଶ୍ଵାସ କରିବା ପୂର୍ବରୁ ଏହାର ସତ୍ୟତା ଜାଣିବା ନିଅନ୍ତୁ।“
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟ କରା ଯାଇଥିବା ଦାବିର କୋରୋନା ସହିତ କୌଣସି ସମ୍ବନ୍ଧ ନାହିଁ। ଏହା ୨୦୧୮ ମସିହାର ପୁରୁଣା ଘଟଣା ଅଟେ। ମ୍ଯାଫରନଗର ଏସ.ପି ଅଭିସ୍ଜେକ ଯାଦବ ଏହି କଥା ସ୍ପଷ୍ଟ କରିଛନ୍ତି।

Title:କ’ଣ ଉତ୍ତରପ୍ରଦେଶ ସ୍ଥିତ ଗର୍ଗ ହସ୍ପିଟାଲରେ କୋରୋନା ରୋଗୀଙ୍କର କିଡନୀ ବିକ୍ରି କରୁଛନ୍ତି ଡାକ୍ତର ମାନେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False