
ଆପଣ ରାସ୍ତାରେ ଗାଡି ତ ବହୁତ ଦେଖି ଥିବେ, କିନ୍ତୁ କେବେ ଏମିତି ପରିସ୍ଥିତିର ସାମ୍ନା କରିଛନ୍ତି କି?ରାସ୍ତାରେ ଏପରି ହଜାର ହଜାର ଗାଡ଼ି ଅଟକି ରହିଥିବାର ଦେଖିଛନ୍ତି କି? ଆମେ କିଛି ସମୟ ବା କିଛି ଘଣ୍ଟା ବିଷୟରେ କହୁ ନାହୁଁ। ଆମେ ଆଜି ଏହା ବତାଇବା ପାଇଁ ଯାଉଛୁ ଯେ ଏମିତି କେଉଁ ଘଟଣା ପାଇଁ ଏହି ସହରର ରାସ୍ତା ଅପରେ ଗାଡି ଜମା ହେଇଗଲା ଓ ଏହି ସହର ର ନାମ କଣ।
ମାର୍ଚ ୨୦୧୯ ରେ ଜଣେ ଯୁବତୀ ଷେୟାର ଚାଟ ମାଧ୍ୟମରେ ଗୋଟିଏ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁ ଥିରେ ଏହା ଦାବି କରା ଯାଇଅଛି ଯେ ଯେବେ ଜର୍ମାନୀ ରେ ସରକାର ପେଟ୍ରୋଲ ଦାମ ବଢେଇଲେ, ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ସମସ୍ତ ଲୋକେ ନିଜ ନିଜ ଗାଡ଼ିକୁ ରାସ୍ତାରେ ଥୋଇ ଚାଲିଗଲେ। ୧୦ ଲକ୍ଷରୁ ବି ଅଧିକ ଗାଡ଼ି ରାସ୍ତାରେ ଥିବା ଦେଖି ସରକାର ବାଧ୍ୟହୋଇ ପେଟ୍ରୋଲ ଦାମ କମ କରିଥିଲେ।
୧୦ ସେପ୍ଟେମ୍ବର ୨୦୧୮ ରେ ଅନୁଶ୍ରୀ ଅୱଧୀୟା ନିଜ ଫେସବୁକର ଗୋଟିଏ ପୋଷ୍ଟରେ ଏହା ଦାବି କରିଛନ୍ତି ଯେ ଜର୍ମାନୀର ଲୋକ ମାନେ ପେଟ୍ରୋଲ ଦର ବଢି ଜୀବା କଥା କୁ ନେଇ ଧାରଣା ଦେବା ପାଇଁ ନିଜ ନିଜ ଗାଡିକୁ ରାସ୍ତାରେ ଛାଡି ଚାଲିଗଲେ। ଏହି ଘଟଣା ଜର୍ମାନୀର ସରକାରକୁ ପେଟ୍ରୋଲର ଦର କମ କରିବା ପାଇଁ ବାଧ୍ୟ କରିଲା। ଏହି ପୋଷ୍ଟରେ ସେ ଏହି ଧରଣାର ଭାରତରେ ପେଟ୍ରୋଲ ଦର ବଢିବା ବିରୁଦ୍ଧରେ କରା ଯାଇ ଥିବା ବିରୋଧ ସହିତ ତୁଳଣା କରିଛନ୍ତି। ସେ ଏହା କହିଛନ୍ତି ଯେ ଭାରତର ଲୋକେ ସ୍କୁଲ, କଲେଜ, ଅଫିସ ବନ୍ଦ କରି ବା ଗାଡ଼ି ଜଳାଇ ବିରୋଧ କରନ୍ତି। ସେଥିପାଇଁ ଶିଷ୍ଠ ଲୋକଙ୍କ ପରି କିଛି ନୂଆ ଭାବେ ବିରୋଧ କରିବା ଓପାଏ ଖୋଜା ହେବା ଦରକାର।
ଆମ ଅନୁସନ୍ଧାନ:
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଗୁଗୁଲରେ ଯାଇ “ଜର୍ମାନୀ ପେଟ୍ରୋଲ ଷ୍ଟ୍ରାଇକ” ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ କିଛି ତଥ୍ୟ ସାମନାକୁ ଆସିଲୁ।
୨୪ ଅଗସ୍ତ ୨୦୧୦ ରେ ଫକ୍ସ ନ୍ୟୁଜର ପାତ୍ରୀକରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଲେଖା ଯାଇଅଛି ଯେ ରାସ୍ତା ଘାଟ କାମ ଚାଲିଥିବା ପାଇଁ ଏହି ଟ୍ରାଫିକ ଜାମ ହେଇଥିଲା। ଏହି ଜାମ ୬୦ ମିଲ ବା ୧୦୦ କି.ମି ଲମ୍ବା ହେଇଥିଲା। ଏହି ଜାମଟି ବେଇଜିଙ୍ଗ-ତିବତ ହାଇୱେ ରେ ହେଇଥିଲା। ଏହି ହାଇୱେଟି ବେଇଜିଙ୍ଗ କୁ ମଙ୍ଗୋଲିଅ ସହିତ ଯୁଡେ। ଟ୍ରାଫିକ ଜାମର ପ୍ରକୃତ କାରଣ ଏହା ଯେ ଦେଶର ଆର୍ଥିକ ବୃଦ୍ଧି ପାଇଁ ଏହି ହାଇୱେ ପାଖରେ ଗୋଟିଏ କୋଇଲା ଖଦାନ ଖୋଲା ଯାଇଥିଲା। ଏହି ଟ୍ରାଫିକ ଜାମ ୧୪ ଅଗସ୍ତ ୨୦୧୦ ରୁ ଆରମ୍ଭ ହୋଇଥିଲା। ଚୀନର ମିଡିଆ ରିପୋର୍ଟରଙ୍କ କହିବ ଅନୁସାରେ ଏହି ସମସ୍ୟାର ମାଭ ଉଠାଇ କେତେ ଲୋକ ଗୋଟିଏ ପାଣି ବୋତଲକୁ $୧.୫୦ ରେ ବିକୁ ଥିଲେ।
୧୯ ନଭେମ୍ବର ୨୦୧୭ ରେ ଏସିଆ ୱାନ ପତ୍ରିକାରେ ଏହା ଲେଖା ଯାଇ ଥିଲା ଯେ ଜର୍ମାନୀରେ ପେଟ୍ରୋଲ ଦର ବିରୋଧରେ ଲୋକ ମାନେ ଗାଡ଼ିକୁ ରାସ୍ତାରେ ରଖି ଚାଲିଯାଇଥିବା କଥା ଏକ ମିଥ୍ୟା। ଏହି ଘଟଣାଟି ବେଇଜିଙ୍ଗ – ହାଙ୍ଗକଙ୍ଗ ହାଇୱେ ରେ ଘଟିଥିଲା। ଏହି ବିଷୟରେ ବିସ୍ତାରରେ ପଢିବା ପାଇଁ ଏହି ଲିଙ୍କକୁ ଯାଅନ୍ତୁ।
https://www.asiaone.com/world/mass-desertion-cars-germany-actually-traffic-jam-china
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଚୀନ ଦେଶରେ ଘଟିଥିବା ଏହି ଟ୍ରାଫିକ ଜାମ ଘଟଣାଟି କୁ ଜର୍ମାନୀର ପେଟ୍ରୋଲ ଦର ବଢିବା ବିରୋଧରେ ଘଟି ଥିବା ସ୍ଟ୍ରାଇକ ଭାବେ ଭାଇରାଲ କରାଯାଉଅଛି। ଏହି ପୋଷ୍ଟର ଜର୍ମାନୀ ବା କୌଣସି ବିଦ୍ରୋହ ସହିତ କିଛି ସମ୍ବନ୍ଧ ନାହିଁ। ଏହା ଚୀନରେ ହେଇଥିବା ଟ୍ରାଫିକ ଜାମର ଫୋଟୋ।

Title:କ’ଣ ପେଟ୍ରୋଲ ଦାମ ବଢିଲା ପରେ ଜର୍ମାନୀର ଲୋକେ ନିଜ କାର ରାସ୍ତାରେ ଛାଡ଼ି ଚାଲିଗଲେ? କ’ଣ ଏତେ ଗାଡି ରାସ୍ତାରେ ଦେଖି ଜର୍ମାନୀର ସରକାର ପେଟ୍ରୋଲ ଦାମ କମ କରି ଦେଇଥିଲା?
Fact Check By: Siddharth SahuResult: False