ପୁରୁଣା ଫୋଟକୁ ବର୍ତ୍ତମାନ କୋରୋନା ସମୟର କହି ଭାଇରାଲ କରାଯାଉଛି।

False Social

କୋରୋନା ମହାମାରିର ଦ୍ୱିତିୟ ଚରଣ ଚାଲୁଥିବା ବୋଳେ ଦେଶରେ ଏହାର ପ୍ରଭାବ ବିଢ଼ିବାରେ ଲାଗିଛି। ଏଥିମଧ୍ୟରେ କୁମ୍ଭମେଳାରେ ଜନ ଦହଳିକୁ ନେଇ ମଧ୍ୟ ଅନେକ ଫଟୋ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ କୁମ୍ଭମେଳାରେ ନାଗା ସାଧୁ ସ୍ନାନ କରୁଥିବାର ଫଟୋ କିଛି ଭାଇରାଲ ହେଉଛି। ଯାହାକୁ ଫେସବୁକ ୟୁଜର ବର୍ତ୍ତମାନର କହି ଭାଇରାଲ କରୁଛନ୍ତି। 

16 ଏପ୍ରିଲରେ Bhabani Prasad Das ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ନାଗା ସାଧୁଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଦାବି କରାଯାଇଛି ଯେ, କୁମ୍ଭ ମେଳାରେ ନାଗା ସାଧୁଙ୍କ ଏହି ଭିଡ଼ ବର୍ତ୍ତମାନ ସମୟର ଅଟେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅଧିକ କମେଣ୍ଟ ଏବଂ ଲାଇକ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।  ଏହା ଛଡ଼ା ଭାଇରାଲ ଫଟୋ ପାଣ ଟୋକା ନାମକ ଜଣେ ଫେସବୁକ ୟୁଜର ମଧ୍ୟ ପୋଷ୍ଟ କରିଛନ୍ତି। ଏଠାରେ Archive ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- TwitterArchive

ସେହିପରି 8ଏପ୍ରିଲରେ Parwez Alam Khan ନାମକ ଜଣେ ଫେସବୁକ ୟୁଜର କୁମ୍ଭମେଳାର ଅନ୍ୟ ଏକ ଫଟୋ ପୋଷ୍ଟ କରିଛନ୍ତି। ଏବଂ ଫଟୋକୁ ବର୍ତ୍ତମାନର କହି ଭାଇରାଲ କରାଯାଉଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 6ଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-  Facebook । Archive

ତେବେ କଣ କୁମ୍ଭମେଳାର ଭାଇରାଲ ଫଟୋ ବର୍ତ୍ତମାନ କୋରୋନା ସମୟର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ପ୍ରଥମ ଫଟୋ-

ଅନୁସନ୍ଧାନ ଆମ୍ଭେର ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆଣକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଭାଇରାଲ ଫଟୋ ଆମକୁ jay tindall ପେଜରେ ମିଳିଲା। ଯେଉଁଥିରେ ଫଟୋ 2013ରେ ପୋଷ୍ଟ ହେଇଥିବାର ସ୍ପଷ୍ଟ ହେଉଛି। ଏଥିରେ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋର ବର୍ତ୍ତମାନ କୁମ୍ଭ ମେଳା ସହ କୌଣସି ଲିଙ୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- jay tindallArchive

ଦ୍ୱିତିୟ ଫଟୋ-

ଏହା ପରେ ଆମେ ଦ୍ୱିତିୟ ଫଟୋକୁ ଗୁଗଲରେ ପକାଇ ରିଭର୍ସ ଇମେଜ କରିଲୁ।  indian govt scheme ପେଜରେ ଆମକୁ ଫଟୋ ମିଳିଲା। ଯାହାକି 9 ଫେବୃଆରି 2019ରେ ପୋଷ୍ଟ କରାଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋର ବର୍ତ୍ତମାନ କୁମ୍ଭ ମେଳା ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- indian govt schemeArchive

ତୃତିୟ ଫଟୋ-

ତୃତିୟ ଫଟୋକୁ ମଧ୍ୟ ଗୁଗୁଲରେ ପକାଇ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ dailyo ପେଜରେ ଭାଇରାଲ ଫଟୋର ଲିଙ୍କ ମିଳିଲା। ଯାହାକି  ଏପ୍ରିଲ 2019ରେ ପୋଷ୍ଟ କରାଯାଇଛି। ଭାଇରାଲ ଫଟୋର ବର୍ତ୍ତମାନ କୁମ୍ଭ ମେଳା ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- dailyo।  Archive

ଚତୁର୍ଥ ଫଟୋ-

ତୃତିୟ ଫଟୋକୁ ମଧ୍ୟ ଗୁଗୁଲରେ ପକାଇ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ indianexpress ପେଜରେ ଭାଇରାଲ ଫଟୋର ଲିଙ୍କ ମିଳିଲା। ଯାହାକି  24 ଡିସେମ୍ବର 2018ରେ ପୋଷ୍ଟ କରାଯାଇଛି। ଭାଇରାଲ ଫଟୋର ବର୍ତ୍ତମାନ କୁମ୍ଭ ମେଳା ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- indianexpressArchive

ଶେଷକଥା-

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, କୁମ୍ଭ ମେଳାର ପୁରୁଣା ଫଟୋକୁ ବର୍ତ୍ତମାନ କୋରୋନା ସମୟର କହି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Avatar

Title:ପୁରୁଣା ଫୋଟକୁ ବର୍ତ୍ତମାନ କୋରୋନା ସମୟର କହି ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *