କ’ଣ ଫୋଟୋରେ ଥିବା ବ୍ୟକ୍ତି ହିଜବୁଲ୍ ଆତଙ୍କବାଦୀ ସଂଗଠନର କମାଣ୍ଡର ମେହରାଜୁଦ୍ଦିନ ହଲବାଇ? ଜାଣନ୍ତୁ ସତ୍ୟ।

False Social Terrorism

ବୁଧବାର ଉତ୍ତର କାଶ୍ମୀରର ହ୍ୟାଣ୍ଡୱାରା ଠାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ହିଜବୁଲ୍ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ଜଣେ କମାଣ୍ଡର ମେହରାଜୁଦ୍ଦିନ ହାଲୱାଇଙ୍କ ମୃତ୍ୟୁ ଘଟିଛି। ଭାରତୀୟ ସୁରକ୍ଷା ବାହିନୀ ଦୀର୍ଘ ଦିନ ଧରି ମେହରାଜୁଦ୍ଦିନ ହାଲୱାଇଙ୍କୁ ଖୋଜୁଥିଲେ। ସେ ୨୦୧୨ ମସିହାରୁ ଉତ୍ତର କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ କରିଆସୁଥିଲେ। କେବଳ ସେତିକି ନୁହେଁ, ସେ ସୁରକ୍ଷା ବାହିନୀର ମୋଷ୍ଟ ୱାଣ୍ଟେଡ ତାଲିକାରେ ଚତୁର୍ଥ ସ୍ଥାନରେ ରହିଥିଲେ। 

ବର୍ତ୍ତମାନ ହାତରେ ବନ୍ଧୁକ ଥିବା ଜଣେ ବ୍ୟକ୍ତିଙ୍କର ଫୋଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଫୋଟୋରେ ଦେଖାଯାଇଥିବା ବ୍ୟକ୍ତି ହେଉଛନ୍ତି ହିଜବୁଲ୍ ମୁଜାହିଦ୍ଦିନ କମାଣ୍ଡର ମେହରାଜୁଦ୍ଦିନ ହାଲୱାଇ। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନରେ ଏହି ଦାବି ଭୁଲ ପ୍ରମାଣ ହୋଇଛି। 

କ’ଣ ଦାବି ଏହି ପୋଷ୍ଟର?

fb.jpg

Facebook | Archive | Argus | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟରେ ଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରି ଦେଖିଲୁ। ସର୍ଚ କରିଲା ପରେ ଆମେ ଅନେକ ଫଳାଫଳ ପାଇଲୁ। ୧୭ ସେପ୍ଟେମ୍ବର୨୦୧୫ ମସିହାରେ ବିବିସି ୱେବସାଇଟରେ ଭାଇରାଲ ଫୋଟୋ ପ୍ରକାଶିତ ହୋଇଥିବା ପାଇଲୁ। ଏହି ୱେବସାଇଟ ଅନୁଯାୟୀ ଭାଇରାଲ ଫୋଟୋରେ ଥିବା ବ୍ୟକ୍ତି ହିଜବୁଲ୍ ମୁଜାହିଦ୍ଦିନ କମାଣ୍ଡର ମେହରାଜୁଦ୍ଦିନ ନୁହନ୍ତି, ଏହା ହେଉଛନ୍ତି ଆତଙ୍କବାଦୀ ଓମାର ହୁସେନ। ଓମାର ହୁସେନ ବ୍ରିଟେନ୍ ଦେଶର ବାସିନ୍ଦା ଥିଲେ। ସେ ସେଠାରେ ଏକ ଦୋକାନ ବଜାରରେ ପ୍ରହରୀ ଭାବରେ କାମ କରୁଥିଲେ ଏବଂ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ। ଓମାର ହୁସେନ ସୋସିଆଲ ମିଡିଆ ମାଧ୍ୟମରେ ଜିହାଦକୁ ପ୍ରୋତ୍ସାହିତ କରୁଥିଲେ ଏବଂ ଇସଲାମିକ ଷ୍ଟେଟର ପ୍ରମୁଖ ସମର୍ଥକ ଥିଲେ। 

https://lh3.googleusercontent.com/xs6VMj-E-QGcgkBL2ALBJ_Csv6ks7_ap3CU3a2Xv6qQRFYj0-eCIgxIPzW897Qy-perwww2K8vuul4_iXczvWUTvkmNPPNhmP_3n4Qe5wUGqKc5UqnLsBQDETEuunDrSrvZVUp8

BBC | Archive

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମେ ଗୋଟିଏ ୱେବସାଇଟ ପାଇଲୁ ଯେଉଁଥିରେ ଓମାର ହହୁସେନଙ୍କ ବିଷୟରେ କୁହା ଯାଇଅଛି। ଏହି ୱେବସାଇଟ ଅନୁଯାୟୀ ଓମାର ହୁସେନ ଜଣେ ବ୍ରିଟିଶ ଜନ୍ମିତ ଜିହାଡି ଯିଏ ଆଇଏସଆଇଏସ ସହିତ ମାନବିକ ମିଶାଣ ପାଇଁ ଶିରିଆ ଯାଇଥିଲେ। ଜାନୁଆରୀ ୨୦୧୪ ମସିହାରେ ଶିରିଆ ପହଞ୍ଚିବା ପରଠାରୁ ହୁସେନ ସୋସିଆଲ ମିଡିଆରେ ବାରମ୍ବାର ବ୍ରିଟେନ ଉପରେ ଆକ୍ରମଣର ଧମକ ଦେଉଥିଲେ। 

WS.jpg

Website | Archive

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ଯୁକ୍ତରାଷ୍ଟ୍ର ୱେବସାଇଟରେ ଓମାର ହୁସେନଙ୍କ ବିଷୟରେ ସୂଚନା ମିଳିଲା। ଓମାର ଅଲି ହୁସେନ ୨୮ ସେପ୍ଟେମ୍ବର ୨୦୧୫ ମସିହାରେ ୨୧୬୧ (୨୦୧୪) ର ଅନୁଛେଦ ୨ ଏବଂ ୪ ଅନୁଯାୟୀ  ଅଳ-କାଇଦା ସହିତ ଜଡିତ ହୋଇ ତାଲିକାଭୁକ୍ତ ହୋଇଥିଲେ। ୨୦୧୪ ମସିହାରେ ସେ ଶିରିଆ ଯାଇଥିଲେ। ସେ ଅନଲାଇନ ମାଧ୍ୟମରେ ଲୋକଙ୍କୁ ଆଇଏସଆଇଏଲ ରେ ନିଯୁକ୍ତି କରୁଥିଲେ। ଅନଲାଇନ ଉପସ୍ଥିତି ବ୍ୟବହାର କରି ଦାବି କରୁଥିଲେ ଯେ ଯେଉଁମାନେ ପ୍ରକୃତରରେ ପୁରସ୍କାର ଅମଳ କରିବାକୁ ଚାହାନ୍ତି ସେମାନଙ୍କ ପାଇଁ ଏକ ସୁନ୍ଦର ଚାକିରି ଅଛି। 

UN.jpg

United Nations | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଫୋଟୋ ମେହରାଜୁଦ୍ଦିନ ହାଲୱାଇଙ୍କର ନୁହେଁ। ଏହା ଶିରିଆ ଆତଙ୍କବାଦୀ ଓମାର ଅଲି ହୁସେନଙ୍କ ଫୋଟୋ ଅଟେ ଯାହାର ଭାରତ ସହିତ କୌଣସି ସମ୍ବନ୍ଧ ନାହିଁ।

Avatar

Title:କ’ଣ ଫୋଟୋରେ ଥିବା ବ୍ୟକ୍ତି ହିଜବୁଲ୍ ଆତଙ୍କବାଦୀ ସଂଗଠନର କମାଣ୍ଡର ମେହରାଜୁଦ୍ଦିନ ହଲବାଇ?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *