
ଦିଲ୍ଲୀ ସୀମାରେ ବର୍ତ୍ତମାନ ସୁଧା କୃଷକ ମାନେ କେନ୍ଦ୍ର ଏବଂ ତିନୋଟି କୃଷି ଆଇନ ବିରୁଦ୍ଧରେ ଆଡୋଳନ ଜାରି ରଖିଛନ୍ତି। ଗତ ବର୍ଷ ନଭେମ୍ବର ୨୫ ରେ ଏହି ପ୍ରତିବାଦ ଆରମ୍ଭ ହୋଇଥିଲା, ଯେତେବେଳେ ପଞ୍ଜାବ ଏବଂ ହରିୟାଣାର ହଜାର-ହଜାର କୃଷକ ରାଜଧାନୀ ଅଭିମୁଖ ହୋଇ ‘ଦିଲ୍ଲୀ ଚଳୋ’ ଅଭିଯାନ କରିଥିଲେ ଏବଂ ବିଧାନସଭାର ସମ୍ପୂର୍ଣ ରଦ୍ଦ କରିବାକୁ ଦାବି କରିଥିଲେ।
ଏହି ଆନ୍ଦୋଳନ ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ମିଥ୍ୟା ଦାବି ସହିତ ଭାଇରାଲ ହେଇଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ମଧ୍ୟ ଏହା ନେଇ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ପକେଟରେ କଣ୍ଡମ ପ୍ଯାକେଟ ଥିବା ଦେଖିବାକୁ ମିଳିଛି। ପୋଷ୍ଟର ଦାବି ଅନୁଯାୟୀ କୃଷକ ଆନ୍ଦୋଳନ ସମୟରେ ଏହି ବ୍ୟକ୍ତି ନିଜ ପକେଟରେ କଣ୍ଡମ ରଖିଛନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟର ଦାବିକୁ ସମ୍ପୂର୍ଣ ଭାବରେ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଫଳାଫଳରେ ଆମକୁ ସମାନ ଫୋଟୋ ଆମକୁ ୧୮ ଅଗଷ୍ଟ ୨୦୧୮ ମସିହାରେ ଦି ଟ୍ରାଇବ୍ୟୁନ୍ ପତ୍ରିକାର ୱେବସାଇଟରେ ପ୍ରକାଶିତ ହୋଇଥିବା ମିଳିଲା। ଏହି ପତ୍ରିକା ଅନୁଯାୟୀ ଏକ ଭିଡିଓ କ୍ଲିପ୍ ପରେ ପୂର୍ବତନ ଅକାଳୀ ଦଳ ନେତା ସୁଚା ସିଂହ ଳାଙ୍ଗାହଙ୍କୁ ଶିଖ ସମ୍ପ୍ରଦାୟରୁ ଅଲଗା କରା ଯାଇଥିଲା। ଏହି ଭିଡିଓରେ ସେ ଜଣେ ମହିଳାଙ୍କ ସହ ଦେଖା ଯାଇଥିଲେ। ୨୯ ସେପ୍ଟେମ୍ବରରେ ୨୦୧୭ ମସିହାରେ ଆଇପିସି ଧାରା ୩୭୬, ୪୨୦, ୩୮୪ ଏବଂ ୫୦୬ ଅନ୍ତର୍ଗତ ଦୁଷ୍କର୍ମ, ପ୍ରତାରଣା ଏବଂ ଅପରାଧିକ ଷଡଯନ୍ତ୍ର ଅଭିଯୋଗ କରା ଯାଇଥିଲା।
ଏହି ୱେବସାଇଟରେ ପ୍ରକାଶିତ ହୋଇଥିବା ଫୋଟୋରେ ତାଙ୍କ ପକେଟରେ କୌଣସି କଣ୍ଡମ ପ୍ଯାକେଟ ନାହିଁ। ଅସଲି ଫୋଟୋକୁ ନେଇ ଏଡିଟ୍ କରି ଗୁଜବ ସୃଷ୍ଟି କରା ଯାଇଅଛି ଏବଂ ଏହି ଫୋଟୋ ୨୦୧୮ ମସିହାରୁ ଇଣ୍ଟର୍ନେଟରେ ଉପଲବ୍ଧ ଥିବାରୁ ଏହାର କୃଷକ ଆନ୍ଦୋଳନ ସହିତ ସମ୍ବନ୍ଧ ଥିବା ସମ୍ଭବ ନୁହେଁ।

ନିମ୍ନରେ ଆପଣ ଅସଲି ଏବଂ ନକଲି ଫୋଟୋର ତୁଳନା ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଫୋଟୋ ୨୦୧୮ ମସିହାରୁ ଇଣ୍ଟର୍ନେଟରେ ଉପଲବ୍ଧ ଅଛି ଏବଂ ଅସଲି ଫୋଟୋରେ ଏହି ବ୍ୟକ୍ତିଙ୍କର ପକେଟରେ କୌଣସି କଣ୍ଡମ ପ୍ଯାକେଟ ନାହିଁ। ତେଣୁ ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟ ମିଥ୍ୟା ଗେଇଥିବା ପ୍ରମାଣିତ ହୋଇଛି।
ଏହି ପରି ସମାନ ଫ୍ୟାକ୍ଟ ଚେକ୍ ବିଷୟରେ ପଢିବା ପାଇଁ ନିମ୍ନରେ ଥିବା ଲିଙ୍କ୍ କୁ କ୍ଲିକ୍ କରନ୍ତୁ।

Title:କ’ଣ କୃଷକ ଆନ୍ଦୋଳନ ସମୟରେ ଏହି ବ୍ୟକ୍ତିଙ୍କର ସାର୍ଟରେ କଣ୍ଡମ ପ୍ଯାକେଟ ଅଛି କି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Altered
