
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ନୀଳକମଳ କମ୍ପାନୀର ଗୋଟିଏ ଡଷ୍ଟବିନ୍ ରେ ପାକିସ୍ତାନ ମୁର୍ଦାବାଦ ଲେଖା ହୋଇଥିବା ଏକ ଷ୍ଟିକର ଲାଗିଛି। ପୋଷ୍ଟ ଦାବି ଅନୁଯାୟୀ ନୀଳକମଳ କମ୍ପାନୀ ପାକିସ୍ତାନ ମୁର୍ଦାବାଦ ଲେଖା ହୋଇଥିବା ଏହି ଡଷ୍ଟବିନ୍ ଉତ୍ପାଦନ କରୁଛି।
ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସତ୍ୟ ଜାଣିବାକୁ ଚେଷ୍ଟା କରିଲୁ। ସର୍ଚ କରିଲା ପରେ ଆମକୁ ୨୨ ଫେବ୍ରୁଆରି ୨୦୧୯ ରେ ଭାଇରାଲ ହେଇଥିବା ସମାନ ଫୋଟୋ ଉଦୟପୁର ଟାଇମ୍ସ ପତ୍ରିକାର ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ଏହି ୱେବସାଇଟ ଅନୁଯାୟୀ ଉଦୟପୁର ରେଳବାଇ ଅଧିକାରୀ ମାନେ ଷ୍ଟେସନ୍ ଡଷ୍ଟବିନ୍ ରେ ପାକିସ୍ତାନ ମୁର୍ଦାବାଦ ଷ୍ଟିକର ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ଏହି ଷ୍ଟିକର କିଏ ଏବଂ କେଉଁପରି ଲଗାଇଛି ସେ ବିଷୟରେ କୌଣସି ସୂଚନା ମିଳି ନାହିଁ। ୧୨ ଟି ଡଷ୍ଟବିନ୍ ମଧ୍ୟରୁ ୧୦ଟି ଡଷ୍ଟବିନ୍ ରେ ଏହି ପରି ଷ୍ଟିକର ଲାଗିଥିବା ମିଳିଥିଲା।

ଏହା ପରେ ଆମେ ଟୁଇଟରରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଫଳାଫଳରେ ଆମକୁ ୨ ସେପ୍ଟେମ୍ବରରେ ନୀଳକମଳ କମ୍ପାନୀ ଦ୍ଵାରା ପୋଷ୍ଟ କରା ଯାଇଥିବା ଏକ ଟୁଇଟ ମିଳିଲା। ଏହି ଟୁଇଟ ରେ ନୀଳକମଳ ସ୍ପଷ୍ଟ କରିଛି ଯେ “ଏକ ଦେଶକୁ ବଦନାମ କରି ଆମର କମ୍ପାନୀର ଟ୍ରେଡମାର୍କ ଥିବା ଗୋଟିଏ ଉତ୍ପାଦର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆମେ ସମସ୍ତଙ୍କୁ ଜଣାଇ ଦେବା ପାଇଁ ଚାହୁଁଛୁ ଯେ ଭାଇରାଲ ଫୋଟୋ ଆମ ଦ୍ଵାରା ସୃଷ୍ଟି କରା ଯାଇ ନାହିଁ ଏବଂ ଆମେ ଏହି ପରି ବ୍ୟବହାରକୁ ପ୍ରୋତ୍ସାହନ କରୁ ନାହୁଁ। ସେଥିପାଇଁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ ଏହି ଫୋଟୋକୁ ସେୟାର କରନ୍ତୁ ନାହିଁ।”
Beware of Fake News! #fakenews #fakenewsalert pic.twitter.com/YufvsGpo19
— Nilkamal Ltd. (@nilkamal_ltd) September 2, 2021
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଫୋଟୋର ନୀଳକମଳ କମ୍ପାନୀ ସହିତ କୌଣସି ସମ୍ବନ୍ଧ ନାହିଁ। ଜଣେ ଅଜ୍ଞାନ୍ତ ବ୍ୟକ୍ତି ଉଦୟପୁର ରେଳବାଇ ଷ୍ଟେସନ୍ ରେ ୧୦ ଟି ଡଷ୍ଟବିନ୍ ରେ ପାକିସ୍ତାନ ମୁର୍ଦାବାଦର ଷ୍ଟିକର ଲଗାଇଥିଲା।

Title:କ’ଣ ନୀଳକମଳ କମ୍ପାନୀ “ପାକିସ୍ତାନ ମୁର୍ଦାବାଦ” ଷ୍ଟିକର ଲଗେଇ ନିଜ ଡଷ୍ଟବିନ୍ ଉତ୍ପାଦନ କରୁଛି?
Fact Check By: Siddharth SahuResult: False
