
ବଂଗୋପ ସାଗରରେ ଲଘୁଚାପ ନେଇ ଦେଶର ପୂର୍ବ ସମୁଦ୍ର କୁଳ ଅଞ୍ଚଳ ପ୍ରବଳ ବର୍ଷାର ସାମନା କରୁଛି। ଏହା ମଧ୍ୟରୁ ଛେନାଇର ନାମ ମଧ୍ୟ ଆସିଛି। ବର୍ଷା କାରଣରୁ ସହରରେ ଅନେକ ସ୍ଥାନରେ ପାଣି ଜମି ରହିଥିବାରୁ ସ୍ଥାନୀୟ ଲୋକଙ୍କୁ କଠିନ ପରିସ୍ଥିତିର ସାମନା କରିବାକୁ ପଡୁଛି। ଏହା ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ପୋଷ୍ଟ ଦେଖିବାକୁ ମିଳିଛି।
ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଏକ ବିମାନ ବନ୍ଦରରେ ପାଣି ଜମି ରହିଛି। ଭିଡିଓ ପୋଷ୍ଟ କରି ଓଡ଼ିଆ କାର୍ଟୁନ୍ ନାମକ ଏକ ଫେସବୁକ ଏକାଉଣ୍ଟରେ ଦାବି କରା ଯାଇଛି ଯେ ଏହି ଭିଡିଓ ଚେନ୍ନାଇ ବିମାନ ବନ୍ଦରରେ ଭିଡିଓ ଅଟେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଇନଭିଡ ୱି ଭେରୀଫାଏ ଏକ୍ସଟେନସନ୍ ଟୁଲ୍ ସାହାଯ୍ୟତାଏ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୦ ସେପ୍ଟେମ୍ବର ୨୦୧୭ ମସିହାରେ ସମାନ ଭିଡିଓ ଟୁଇଟରରେ ଜଣେ ବ୍ୟକ୍ତିଙ୍କ ଦ୍ଵାରା ଟୁଇଟ କରା ଯାଇଥିବା ପାଇଲୁ। ଏହି ଟୁଇଟରେ ସେ କହିଛନ୍ତି ଯେ ଏହି ଭିଡିଓଟି ମୁମ୍ବଇ ବିମାନ ବନ୍ଦରର ଦୃଶ୍ୟ ଅଟେ।
ଭିଡିଓଟି ୨୦୧୭ ମସିହାରେ ପୋଷ୍ଟ ହେଇଥିବାରୁ ଏହା ସ୍ପଷ୍ଟ ହେଉଛି ଯେ ଏହା କର୍ତ୍ତମାନ ଚେନ୍ନାଇରେ ବର୍ଷା ଏବଂ ବନ୍ୟା ସ୍ଥିତିକୁ ଦର୍ଶାଉ ନାହିଁ।
ତେବେ ଏହି ଭିଡିଓ କ’ଣ ପ୍ରକୃତରେ ମୁମ୍ବଇ ବିମାନ ବନ୍ଦରର ଦୃଶ୍ୟ?
ସମାନ ଭିଡିଓର ଏକ ଫୋଟୋ ୪ ବର୍ଷ ପୂର୍ବରୁ ୯ ଜାନୁଆରୀ ୨୦୧୭ ମସିହାରେ ଫ୍ରାନ୍ସ ଟିଭି ନାମକ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ୱେବସାଇଟ ଅନୁଯାୟୀ ଲିଡିଆ ବାତ୍ୟା ସମୟରେ ହେଇଥିବା ପ୍ରବଳ ବର୍ଷା କାରଣରୁ ମେକ୍ସିକୋ ଦେଶ ପ୍ରଭାବିତ ହେଇଥିଲା। ବନ୍ୟା ଯୋଗୁଁ ମେକ୍ସିକୋ ସିଟି ବିମାନ ବନ୍ଦରକୁ ସାମୟିକ ଭାବେ ବନ୍ଦ କରିବାକୁ ପଡିଥିଲା।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର ଚେନ୍ନାଇ ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଭିଡିଓ ୨୦୧୭ ମସିହାରେ ମେକ୍ସିକୋରେ ବନ୍ୟା ପରିସ୍ଥିତିର ଭିଡିଓ ଅଟେ।

Title:କ’ଣ ଭିଡିଓରେ ଥିବା ଦୃଶ୍ୟ ପ୍ରବଳ ବର୍ଷାରେ ପ୍ରଭାବିତ ହେଇଥିବା ଚେନ୍ନାଇ ବିମାନ ବନ୍ଦରର ଅଟେ?
Fact Check By: Siddharth SahuResult: False
