
ଶନିବାର ଦିନ ପାକିସ୍ତାନର କରାଚିରେ ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ 14 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଖବର ଅନୁଯାୟୀ, କରାଚିର ଶେରଶାହା ଅଞ୍ଚଳର ପାରାଚା ଛକ ନିକଟରେ ଥିବା ଏକ ଘରୋଇ ବ୍ୟାଙ୍କ ତଳେ ଥିବା ଏକ ଡ୍ରେନରେ ଏହି ବିସ୍ଫୋରଣ ଘଟିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ପୁରୁଣା ବୋଲି ସ୍ପଷ୍ଟ ହେଲା।
18 ଡିସେମ୍ବରରେ Satish Kumar Nanda ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ପାକିସ୍ଥାନର କରାଚିର ଶେର୍ସା ଅଞ୍ଚଳରେ ବିସ୍ଫୋରଣ। କରାଚୀ ବ୍ଲାଷ୍ଟ – ବାର ମୃତ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ସେୟାର କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ଫଟୋ କରାଚିରୋ ହେଇଥିବା ବିସ୍ଫୋରଣର ଦୃଶ୍ୟ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଫଟୋ-1
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। Reuters ପେଜରେ ଭାଇରାଲ ଫଟୋ ପାଇଲୁ। ଯାହାକି 10 ଜାନୁଆରି 2013ରେ ପୋଷ୍ଟ କରାଯାଇଛି। ଖବର ଅନୁସାରେ ଭାଇରାଲ ଫଟୋ କ୍ୱେଟାର ବାଚା ଖାନ୍ ଚକ୍ ମାର୍କେଟରେ ଏହି ଘଟଣା ଘଟିଛି। ଏହି ବୋମାଟି ପାର୍କିଂ ଫ୍ରଣ୍ଟିଅର୍ କର୍ପସ ଗାଡି ନିକଟରେ ଲଗାଯାଇଥିଲା ଏବଂ ଏଥିରେ ଜଣେ ସୈନିକ ଏବଂ ଶିଶୁ ସମେତ ଅତି କମରେ 12 ଜଣଙ୍କର ମୃତ୍ୟୁ ଘଟିଥିଲା। 60 ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଫଟୋ alamy. ଷ୍ଟକ୍ ଇମେଜ୍ ସାଇଟ୍ ଦ୍ୱାରା ମଧ୍ୟ ପ୍ରକାଶିତ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Reuters । alamy.
ଫଟୋ-2
ଦ୍ୱିତିୟ ଫଟୋ ଆମକୁ NBC News ପେଜରେ ମିଳିଲା। ଯାହାକି 2005ରେ ପ୍ରକାଶିତ କରାଯାଇଛି। ଯେଉଁଥିରେ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋର ବର୍ତ୍ତମାନ କରାଚି ବ୍ଲାଷ୍ଟ ସହ କୌଣସି ସମ୍ପର୍କ ନାହିଁ। ରିପୋର୍ଟ ଅନୁଯାୟୀ, ଫଟୋଟି 15 ନଭେମ୍ବର 2005 ରେ କରାଚିର ଏକ KFC ରେଷ୍ଟୁରାଣ୍ଟ ବାହାରେ ଘଟିଥିବା ଏକ କାର୍ ବୋମା ବିସ୍ଫୋରଣର ଅଟେ। ଏହି ବିସ୍ଫୋରଣରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- NBC News ।
ଫଟୋ-3
ଏହାପରେ ଆମେ ଭାଇରାଲ ହେଉଥିବା ତୃତିୟ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ଫଟୋରେ ଜଣେ ବ୍ୟକ୍ତି ବିସ୍ଫୋରଣ ସ୍ଥାନରୁ ଏକ ଶିଶୁକୁ ନେଇଥିବାର ଦେଖାଯାଉଥିବା ଦୃଶ୍ୟ ଆମକୁ apimages ଦ୍ୱାରା ସେପ୍ଟେମ୍ବର 2013ରେ ପ୍ରକାଶିତ ହୋଇଥିବାର ପାଇଲୁ। ଖବର ଅନୁଯାୟୀ, 29 ସେପ୍ଟେମ୍ବର 2013 ରେ ପାକିସ୍ଥାନର ପେଶୱାରରେ ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ପଥର ଫିଙ୍ଗିଥିବା ଏକ କାର୍ ବିସ୍ଫୋରଣର ଘଟଣାର ଏହି ଫଟୋ ଅଟେ। ଅଧିକ ସୂତନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- apimages
ଫଟୋ-4
ଏହା ପରେ ଚତୁର୍ଥ ଫଟୋ ଆମକୁ apimages ପେଜରେ ମିଳିଲା। ଯାହାକି 25 ଏପ୍ରିଲ୍ 2014ରେ ପୋଷ୍ଟ କରାଯାଇଛି। ଖବର ଅନୁସାରେ 2014ରେ କରାଚିର କ୍ଲିଫଟନ୍ ପଡ଼ିଆରେ ବୋମା ବିସ୍ଫୋରଣ ହୋଇଥିଲା। ଭାଇରାଲ ଫଟୋ ର ବର୍ତ୍ତମାନ କରାଚିରେ ହୋଇଥିବା ବିସ୍ଫୋଟଣର ଦୃଶ୍ୟ ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- apimages
ଶେଷକଥା-
ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, କରାଚି ବିସ୍ଫୋରଣ ଦୃଶ୍ୟ ଦାବିରେ ଭାଇରାଲ ହେଉଥିବା ଫଟୋ ପୁରୁଣା ଏବଂ ଅଲଗା ଅଲଗା ଜାଗାର ଅଟେ।

Title:ପୁରୁଣା ଫଟୋକୁ କରାଚିର ଶେର୍ ଶାହା ବିସ୍ଫୋରଣର ଦୃଶ୍ୟ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False
