
ଗଣେଶ ପୂଜା ପାଇଁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଦାବି ଭାଇରାଲ ହେବାରେ ଲାଗିଛି, ଏଥିମଧ୍ୟରୁ କେତେକ ଦାବି ହିନ୍ଦୁ-ମୁସଲମାନ ବିବାଦ ସହ ସାମ୍ପ୍ରଦାୟିକତା ସହ ଜଡିତ ହୋଇ ସାମ୍ପ୍ରଦାୟିକ ସମ୍ପର୍କକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଭାଇରାଲ କରାଯିବାରେ ଲାଗିଛି। ଏପରି ଏକ ଭିଡିଓ ଭାଇରାଲ ହେଉଛି। ଯୋଉଁଥିରେ ଦାବି କରାଯାଉଛି ଯେ, ହାଇଦ୍ରାବାଦରେ ଗଣେଷ ମୁର୍ତ୍ତି ନେଲାବେଳେ ମୁସଲିମମାନେ ଆକ୍ରମଣ କରିଲେ।
ଭିଡିଓରେ କିଛି ଲୋକ କିଛି ଲୋକଙ୍କୁ ମାଡ ମାରୁଥିବାର ଦେଖିବାକୁ ମିଳୁଛି ଏବଂ ଜଣେ ପୋଲିସ କର୍ମଚାରୀ ଏହି ଲୋକଙ୍କୁ ପୃଥକ କରୁଛନ୍ତି। PurnaChandra Mishra ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ 24 ଅଗଷ୍ଟରେ ଭାଇରାଲ ଭିଡିଓ ଏହି ଦାବି ସହ ସେୟାର କରିଥିଲେ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ହାଇଦ୍ରାବାଦରେ ଗଣେଷ ମୂର୍ତ୍ତି ନେଲାବେଳେ ମୁସଲିମମାନଙ୍କ ଆକ୍ରମଣ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ 1000ରୁ ଅଧିକ ଲୋକ ଦେଖିସାରିଛନ୍ତି। ତଳେ ଭିଡିଓ ଏବଂ ଦାବି ଦେଖନ୍ତୁ।
ଭାଇରାଲ ଭିଡିଓରେ ଗଣେଶ ମୂର୍ତ୍ତି ନେଲାବେଳେ ମୁସ୍ଲିମମାନେ ଆକ୍ରମଣ କରିଥିଲେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନୃ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଭଲଭାବେ ଦେଖିଲୁ। ଯେଉଁଥିରେ ଏକ ଗାଡ଼ି ମଧ୍ୟ ଦଖିବାକୁ ପାଇଲୁ। ଗାଡ଼ିକୁ ଅତି ନିକଟରୁ ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଏହି ଗାଡ଼ି ଆନ୍ଦ୍ରପ୍ରଦେଶର ଅଟେ। ଛିଡ଼ା ହୋଇଥିବା ଗାଡ଼ିର ନମ୍ବର ପ୍ଲେଟରେ AP ଲେଖା ହୋଇଥିବାର ଦେଖା ଯାଉଛି। ଯାହାକି ଘଟଣା ଆନ୍ଦ୍ରପ୍ରଦେଶର ହୋଇଥିବାର ଜଣା ପଡ଼ୁଛି। ତଳେ ଫୋଟୋ ଦେଖନ୍ତୁ।

ଏହା ପରେ ଆମେ ଭାଇରାଲ ଭିଡିଓର ଏକ ଖବର the newsminute ପେଜରେ ପାଇଲୁ। ଏହି ଖବର 23 ଅଗଷ୍ଟ 2020ରେ ପ୍ରକାଶିତ ହୋଇଛି। ଖବର ଅନୁସାରେ ଭାଇରାଲ ଭିଡିଓ ହାଇଦ୍ରାବାଦର ଲାଲ ଦରୱାଜ ଅଞ୍ଚଳର ଅଟେ। ଯେଉଁଥିରେ ଗୋଟେ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ଗଣେଶ ମୁର୍ତ୍ତି କିଏ ସ୍ଥାପନା କରିବ ସେ ନେଇ ଝଗଡ଼ା ହୋଇଥିଲା। ଘଟଣାରେ ସାମିଲ ହୋଇଥିବା ଲୋକ ଗୋଟେ ହି ଧର୍ମର ଅଟନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- the newsminute । Archive
ପରେ ଭାଇରାଲ ଭିଡିଓ ସମ୍ପର୍କରେ ଫ୍ୟାକ୍ଟକ୍ରିସେଣ୍ଡୋ ମୁଘଲପୁରା ପୋଲିସ ଷ୍ଟେସନର ଏସଏଚଓ ରବିସ କୁମାର ସହ ସମ୍ପର୍କ କରିଥିଲେ। ଯେଉଁଥିରେ ସେ କହିଛନ୍ତି ଯେ, ଏହି ଘଟଣା ଆମ ଅଞ୍ଚଳର ଏବଂ ଏହି ଘଟଣା ସମୟରେ ଆମ ଟିମ ଘଟଣାସ୍ଥଳରେ ଉପସ୍ଥିତ ଥିଲେ, ଏହି ଘଟଣା ପାରସ୍ପରିକ ଝଗଡା ସହ ଜଡିତ ଥିଲା ଏବଂ ଭିଡିଓରେ ଦେଖାଯାଇଥିବା ଲୋକମାନେ ଗୋଟେ ହିନ୍ଦୁ ପରିବାର ଅଟନ୍ତି। ଆମେ ଆପଣଙ୍କ ମାଧ୍ୟମରେ ଏହା ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ସୋସିଆଲ ମିଡିଆରେ ଏହି ଭିଡିଓରେ ଦିଆଯାଇଥିବା ଦାବିଗୁଡିକ ସମ୍ପୂର୍ଣ୍ଣ ଭୁଲ୍ ଅଟେ। ଏବଂ ଆମେ ସମସ୍ତଙ୍କୁ ନିବେଦନ କରୁଛୁ, ଏହି ନକଲି ଦାବିକୁ ବିଶ୍ୱାସ କରନ୍ତୁ ନାହିଁ।
ତାଙ୍କ ଅନୁଯାୟୀ, 22 ଅଗଷ୍ଟ 2020ରେ “ମୁରଲିଧର ନାମକ ଜଣେ ବ୍ୟକ୍ତି ବହୁ ବର୍ଷ ଧରି ଘର ବାହାରେ ସର୍ବସାଧାରଣ ଗଣପତି ପ୍ରତିଷ୍ଠା କରୁଥିଲେ। ଚଳିତ ବର୍ଷ ମୁରଲୀଧର ତାଙ୍କୁ ଫାଟକ ବାହାରେ ପୂଜା କରିବାକୁ ମନା କରିଦେଇଥିଲେ ଯାହା ଦ୍ୱାରା ଲୋକଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା। ଏହି ଲୋକମାନେ ହିନ୍ଦୁ ସମ୍ପ୍ରଦାୟର ଥିଲେ ଏବଂ ସମାନ ପରିବାରର ଅଟନ୍ତି। ଏମାନେ ସମସ୍ତେ ପରସ୍ପରର ଦୂର ସମ୍ପର୍କୀୟ ଅଟନ୍ତି।
ଭିଡିଓରେ ଦେଖାଯାଇଥିବା ଭଙ୍ଗା ଗଣେଶ ଜୀଙ୍କର ମୁର୍ତ୍ତି ପ୍ରକୃତରେ ଆଗରୁ ଭାଙ୍ଗିଥିଲା। ଏହି ପ୍ରତିମାକୁ ଟ୍ରକରେ ଆଣିବାବେଳେ ମୂର୍ତ୍ତିର ହାତ ନଷ୍ଟ ହୋଇଯାଇଥିଲା, କେହି ଏହାକୁ ଜବରଦସ୍ତ ଭାଙ୍ଗି ନାହାଁନ୍ତି। ଏହି ଘଟଣା ସହିତ କୌଣସି ସମ୍ପ୍ରଦାୟର ବିବାଦର ସମ୍ପର୍କ ନାହିଁ ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଭିଡିଓରେ ଗଣେଶ ମୂର୍ତ୍ତି ନେଲାବେଳେ ମୁସ୍ଲିମମାନେ ଆକ୍ରମଣ କରିଥିବା ଦାବି ମିଥ୍ୟା ଅଟେ। ଭିଡିଓରେ ଗୋଟେହି ହିନ୍ଦୁ ପରିବାରର ସଦସ୍ୟମାନେ ଗଣେଷ ମୁର୍ତ୍ତି ସ୍ଥାପନା ନେଇ ଝଗଡ଼ା କରୁଛନ୍ତି।

Title:ହାଇଦ୍ରାବାଦରେ ଗଣେଶ ପ୍ରତିମୂର୍ତ୍ତି ସ୍ଥାପନା ନେଇ ହୋଇଥିବା ଝଗଡ଼ାକୁ ମିଥ୍ୟା ସାମ୍ପ୍ରଦାୟିକ ରୂପଦେଇ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False