5 ବର୍ଷ ୟମନର ପୁରୁଣା ଫଟୋକୁ ବର୍ତ୍ତମାନ ଆଫଗାନିସ୍ତାନର କାବୁଲ ବିମାନରେ କଡ଼ା ସୁରକ୍ଷା ଯାଞ୍ଚ ଚାଲିଥିବା ଦାବିରେ ଭାଇରାଲ।

False International

ସୋସିଆଲ ମିଡିଆରେ ଆଫଗାନିସ୍ତାନ ହିଂସାର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲିଗିଛି। ଏଥିମ୍ୟରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ କିଛି ସୈନିକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାରେ ଲାଗିଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଆଫଗାନିସ୍ତାନର କାବୁଲ ବିମାନରେ କଡ଼ା ସୁରକ୍ଷା ଯାଞ୍ଚ ଚାଲିଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଉଥିବା ଦାବି ମିଥ୍ୟା ଅଟେ। 

19 ଅଗଷ୍ଟରେ ShivYogi AB Mohanty ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଥିଲେ। ଏବଂ ଦାବି କରିଛନ୍ତି ଆଫଗାନିସ୍ତାନର କାବୁଲ ବିମାନରେ କଡ଼ା ସୁରକ୍ଷା ଯାଞ୍ଚ ଚାଲିଛି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି – ଆଫଗାନିସ୍ତାନ ର କାବୁଲ୍ ବିମାନ ରେ କଡ଼ା security check ହେଉଛି ।  ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ଆସିଛି।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ତେବେ କଣ ଭାଇରାଲ ଫଟୋ ଆଫଗାନିସ୍ତାନର କାବୁଲ ବିମାନରେ କଡ଼ା ସୁରକ୍ଷା ଯାଞ୍ଚର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମେ ଭାଇରାଲ ଫଟୋକୁ ନେଇ କିଛି ଲିଙ୍କ ମିଳିଲା। yemenfelix1 ନାମକ ଏଟ ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଫଟୋ ପାଇଲୁ। ଯାହାକି 1 ଜୁଲାଇ 2015ରେ ପୋଷ୍ଟ ହେଇଥିବାର ଦେଖାଯାଉଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋର ବର୍ତ୍ତମାନ ତାଲିବାନ ହିଂସା ସହ କୌଣସି ସମ୍ପର୍କ ନାହିଁ। ପ୍ରୋଫାଇଲରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ହ୍ୟାଣ୍ଡେଲଟି ସିବିଏସ୍ଇ ନ୍ୟୁଜ୍ ଉତ୍ପାଦକଙ୍କର ଅଟେ।  ସେ ଏହି ଚିତ୍ରକୁ ନିଜ ପ୍ରୋଫାଇଲରୁ 1 ଜୁଲାଇ 2015 ରେ ସେୟାର କରି ଫଟୋ ୟମେନ ବୋଲି ପୋଷ୍ଟ କରିଥିଲେ, ଯେଉଁଠାରେ ହୁତି ବିଦ୍ରୋହୀମାନେ ଏକ ରାଲିରେ ଯୋଗ ଦେଉଥିବା ଲୋକଙ୍କ ଉପରେ ସୁରକ୍ଷା ଯାଞ୍ଚ କରୁଥିଲେ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଛୁରୀ, ଖଣ୍ଡା ଏବଂ ମେସିନ୍ ଦିଆଯାଇଥିଲା। ଏପରିକି ବନ୍ଧୁକ ନେବାକୁ ମଧ୍ୟ ଅନୁମତି ଦିଆଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

cherifamir ପେଜରେ ଭାଇରାଲ ଫଟୋ ପୋଷ୍ଟ ହୋଇଥିବାର ପାଇଲୁ। ଖବର ଅନୁସାରେ ଭାଇରାଲ ଫଟୋ ୟାମେନର ଅଟେ। ଶୁକ୍ରବାର ପ୍ରାର୍ଥନା ପୂର୍ବରୁ ଏହି ସୁରକ୍ଷା ଯାଞ୍ଚ କରାଯାଉଥିବାର ସ୍ପଷ୍ଟ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- cherifamir । Archive

ଏହା ପରେ ଆମକୁ ମିଳିଥିବା ଖବରକୁ ନେଇ ଆମେ ଅଧିକ ସର୍ଚ୍ଚ କରିଲୁ। 16 ଜୁନ୍ 2015 ରେ CBS Evening News ଯାଞ୍ଚ ହୋଇଥିବା ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଏକ ଭିଡିଓ ବୁଲେଟିନ୍ ପାଇଲୁ, ଯେଉଁଥିରେ ଭାଇରାଲ୍ ଇମେଜ୍ 1.22 ମିନିଟର ଫ୍ରେମରେ ଦେଖାଯାଇପାରେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଆଫଗାନିସ୍ତାନର କାବୁଲ ବିମାନରେ କଡ଼ା ସୁରକ୍ଷା ଯାଞ୍ଚ ଚାଲିଥିବା ଦାବିରେ ଭାଇରାଲ ଫଟୋ 5 ବର୍ଷ ପୁରୁଣା । 

Avatar

Title:5 ବର୍ଷ ୟମନର ପୁରୁଣା ଫଟୋକୁ ବର୍ତ୍ତମାନ ଆଫଗାନିସ୍ତାନର କାବୁଲ ବିମାନରେ କଡ଼ା ସୁରକ୍ଷା ଯାଞ୍ଚ ଚାଲିଥିବା ଦାବିରେ ଭାଇରାଲ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *