କ’ଣ ରାମେଶ୍ୱରମ ମନ୍ଦିରର 1212ଟି ସ୍ତମ୍ବ ଗୋଟିଏ ବିନ୍ଦୁରେ ଜାଇ ମିଶୁଛନ୍ତି?

False Social

20 ଫେବୃଆରିରେ Sameekhya Champati  ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସ୍ତମ୍ବଗୁଡ଼ାକ ଗୋଟେ ବିନ୍ଦୁରେ ଜାଇ ମିଶୁଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ରାମେଶ୍ୱରମ ମନ୍ଦିରର 1212ଟି ସ୍ତମ୍ବ ଗୋଟିଏ ବିନ୍ଦୁରେ ଜାଇ ମିଶୁଛନ୍ତି। ପୋଷ୍ଟରେ ଲାଖାଯାଇଛି 1740 ମସିହାରେ ବନା ଯାଇଥିବା ଏହି ରାମେଶ୍ୱରମ ମନ୍ଦିରର ସବୁ ସ୍ତମ୍ବକୁ ଗୋଟିଏ ବିନ୍ଦୁରେ ମିଶାଉଥିବା ତଥ୍ୟ ଆଶ୍ଚର୍ଯ୍ୟଜନକ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।  

ଏଠାରେ ଲିଙ୍କ ଦେଖନ୍ତୁ-FacebookArchive

ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ରିଭର୍ସ ଇମେଜ କରିଲୁ।  ରିଭର୍ସ ଇମେଜରେ ଆମକୁ କୌଣସି ତଥ୍ୟ ମିଳିଲା ନାହିଁ। ଏହା ପରେ ଆମେ ରାମେଶ୍ୱରମ ମନ୍ଦିରରେ 1212 ସ୍ତମ୍ବ ଗୋଟେ ବିନ୍ଦୁରେ ମିଶୁଛନ୍ତି ନା ନାହିଁ ତାହା ଜାଣିବା ପାଇଁ ଗୁଗୁଲରେ ସର୍ଚ କରିଲୁ। ସର୍ଚରେ ଆମକୁ Rameswaram ମନ୍ଦିରର ପେଜ ମିଳିଲା। ଯେଉଁଥିରେ ମନ୍ଦିରର ଆକୃତି ଏବଂ ଗଠନ ବିଷୟରେ ଲେଖା ଯାଇଥିଲା। ପେଜରେ ରାମେଶ୍ୱରମ ମନ୍ଦିରରେ 1212 ସ୍ତମ୍ବ ଥିବା କଥା ଲେଖା ଯାଇଛି।

ଏଠାରେ ଲିଙ୍କ ଦେଖନ୍ତୁ-RameswaramArchive

କିନ୍ତୁ ମନ୍ଦିରରେଥିବା ସ୍ତମ୍ବ ଭାଇରାଲ ହେଉଥିବା ଫୋର ସ୍ତମ୍ବଠାରୁ ଭନ୍ନ ଅଟେ। ରାମେଶ୍ୱରମ ପେଜରେଥିବା ସ୍ତମ୍ବ ଅତି ସୁନ୍ଦର ଏବଂ କଳାକୃତି ହୋଇଥିବାର ଦେଖା ଯାଉଛି। କିନ୍ତୁ ଭାଇରାଲ ଫୋଟୋରେଥିବା ସ୍ତମ୍ବ ସାଧାସିଧା ଅଟେ। ତଳେ ଫୋଟୋ ଦେଖନ୍ତୁ।

ଏହା ଛଡ଼ା ଆମେ ଭାଇରାଲ ଫୋଟୋକୁ ଭଲରେ ଦେଖିଲୁ ଏବଂ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫୋଟୋକୁ ଫୋଟୋସୋପରେ ଏଡିଟ୍ କରାଯାଇଛି। ଭାଇରାଲ ଫୋଟୋର ବାମ ପାର୍ଶ୍ୱରେଥିବା ସବୁ ସ୍ତମ୍ବରେ ଏକା ପ୍ରକାରର ଦାଗ ଦେଖିବାକୁ ମିଳୁଛି। ଏହା ଛଡ଼ା ସବୁ ସ୍ତମ୍ବ ଗୋଟେ ବୋଲି ଜଣା ପଢ଼ୁଛି। ତଳେ ବିଶ୍ଲେଷଣ ଦେଖନ୍ତୁ।

ଏହା ପରେ ଆମକୁ ଏକ ଅନୁଚ୍ଛେଦ ମିଳିଲା,ଯାହାକି 2017ରେ SMHoaxSlayer ପେଜରେ ପ୍ରକାଶିତ କରାଯାଇଛି। ପେଜରେ ସ୍ପଷ୍ଟ କରାଯାଇଛି ଯେ, ଭାଇରାଲ ଫୋଟୋ Hoshang Shah Tombର ଅଟେ। ଏହା ପରେ ଆମେ ଗୁଗୁଲରେ ଏହି ସମ୍ପର୍କରେ ସର୍ଚ କରିଲୁ। ସର୍ଚରେ ଆମକୁ ଏହି ଫୋଟୋ ଗୁଗୁଲ ଲୋକେଶନରେ ମିଳିଲା। ଏଥିରୁ ଆମେ ସ୍ପଷ୍ଟ ହେଲୁ ଯେ Hoshang Shah Tombରେ କେବଳ 81ଟି ସ୍ତମ୍ବ ଅଛି। ଏହା ଛଡ଼ା Hoshang Shah Tombର ଅଧିକ ଫୋଟୋ Getty Imageରେ ଦିଖି ପାରିବେ। ତେଳେ Hoshang Shah Tombର କିଛି ସ୍ତମ୍ବର  ଫୋଟୋ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Getty Image

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ପୋଷ୍ଟରେ  ରାମେଶ୍ୱରମ ମନ୍ଦିରର 1212ଟି ସ୍ତମ୍ବ ଗୋଟିଏ ବିନ୍ଦୁରେ ଜାଇ ମିଶୁଥିବା  ଦାବି ମିଥ୍ୟା ଅଟେ। ଭାଇରାଲ ଫୋଟୋ ଫୋଟୋସୋପରେ ଏଡିଟ୍ କରାଯାଇଛି। 

Avatar

Title:କ’ଣ ରାମେଶ୍ୱରମ ମନ୍ଦିରର 1212ଟି ସ୍ତମ୍ବ ଗୋଟିଏ ବିନ୍ଦୁରେ ଜାଇ ମିଶୁଛନ୍ତି?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *