
ଅଗଷ୍ଟ 15 ଅର୍ଥାତ୍ ସ୍ୱାଧୀନତା ଦିବସ, ଦେଶ ସ୍ୱାଧୀନ ହେଲା ପରଠାରୁ ଏହି ଦୀନକୁ ସମସ୍ତେ ଗର୍ବର ସହ ମନାଇଥାନ୍ତି। 15 ଅଗଷ୍ଟରେ ମଧ୍ୟ ସୋସିଆଲ ମିଡିଆରେ ସ୍ୱାଧୀନତା ଦିବସ ନେଇ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଥିଲା। ସେଥି ମଧ୍ୟରୁ ଏକ ଫୋଟୋ ଭାଇରାଲ ହେଉଥିଲା ଲାଲ ଚୈକର । 15 ଅଗଷ୍ଟେରେ Bjp Namo Odisah ଜଣେ ଫେସବୁକ ଯୁଜର ତାଙ୍କ ଆକାଉଣ୍ଟରେ ଏହି ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲାଲ ଚୌକରେ ଭାରତ ତ୍ରିରଙ୍ଗା ଉଡୁଥିବାର ଦେଖା ଯାଉଛି। ଖବରରେ ଦାବି କରାଯାଇଛି ଯେ, ଲାଲ ଚୌକରେ ଯେ କେବେ ପାକିସ୍ତାନ ପତକା ଉଡୁଥିଲା , ଅଗଷ୍ଟ 15ରେ ଭାରତୀୟ ପତାକା ଉଡାଗଲା।
ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଲାଲ ଚୌକ ,ଶ୍ରୀନଗର ଯେଉଁଠି ଆତଙ୍କବାଦୀଙ୍କ ଗଡ଼ ଥିଲା ,ଆଜି ସେଠି ତ୍ରିରଙ୍ଗା ଉଡୁଛି ଗର୍ବରେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 19ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ଫୋଟୋରେ ଲାଲ ଚୈକଠାରେ ଅଗଷ୍ଟ 15 ଦିନ ଭାରତୀୟ ତ୍ରୀରଙ୍ଗା ଲଗାଯାଉଥିଲା। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 25 ଜୁଲାଇ 2010ରେ Mubasshir ପେଜରେ ପ୍ରକାଶିତ ହୋଇଥିଲା ଖବର ପେଜରେ ଭାଇରାଲ ଫୋଟୋ ପାଇଲୁ। ଯେଉଁଥିରେ ଭାଇରାଲ ଫୋଟୋ ସହ ସମ୍ପର୍ଣ୍ଣ ମେଳ ଖାଉଛି। କିନ୍ତୁ ପେଜରେ ମିଳିଥିବା ଫୋଟୋରେ ଭାରତର ତ୍ରୀରଙ୍ଗା ପତାକା ଲାଗିଥିବାର ଦେଖା ଯାଉ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Mubasshir। Archive
Humnews ପେଜରେ ମଧ୍ୟ ଭାଇରାଲ ଫୋଟୋ ପାଇଲୁ, ଯାହାକି ପୁରୁଣା ଅଟେ। ଏହି ପେଜରେ ମିଳିଥିବା ଫୋଟୋରେ ମଧ୍ୟ ଭାରତୀୟ ତ୍ରୀରଙ୍ଗା ଉଡୁଥିବାର ଦେଖା ଯାଉ ନାହିଁ। ଭାଇରାଲ ଫୋଟୋକୁ ଏଡିଟ୍ କରି ପୋଷ୍ଚ କରିଥିବାର ଜଣା ପଢୁଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Humnews । Archive
ଏହା ପରେ ଭାଇରାଲ ଫୋଟୋ ଏବଂ ଆମକୁ ମିଳିଥିବା ଫୋଟୋକୁ ବିଶ୍ଳେଷଣ କରିଲୁ। ଯେଉଁଥିରେ ସ୍ପଷ୍ଟ ହେଲୁ ଯେ, ପ୍ରକୃତ ଫୋଟୋରେ ଭାରତର ତ୍ରୀରଙ୍ଗା ଲଗାଇ ଏଡିଟ୍ କରାଯାଇଛି। ଭାଇରାଲ ଫୋଟୋରେ ଥିବା ଲୋକ ଏବଂ ପ୍ରକୃତ ଫୋଟୋରେଥିବା ଲୋକ ସମାନ ଅଟନ୍ତି। ଆଖ ପାଖ ସମସ୍ତ ଦୃଶ୍ୟ ମଧ୍ୟ ସମାନ ଅଟେ। ତଳେ ବିଶ୍ଳେଷଣ ଦେଖନ୍ତୁ ।

ଏହା ପରେ ଆମେ ଏବେର ଲାଲ ଚୌକ ଫୋଟୋ ଗୁଗୁଲରେ ଖୋଜିଲୁ। ଯେଉଁଥିରେ ଆମେ ସ୍ପଷ୍ଟ ହେଲୁ ଯେ, ପୁରୁଣା ଲାଲ ଚୌକ ଏବେକାର ଲାଲ ଚୌକଠାରୁ ଭିନ୍ନ ଅଟେ। ତଳେ ଫୋଟୋ ଦେଖନ୍ତୁ।

ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଲାଲ ଚୌକଠାରେ ଭାରତୀୟ ତ୍ରୀରଙ୍ଗା ଲାଗିଥିବା ନେଇ ଭାଇରାଲ ଫୋଟୋ ଏଡିଟ୍ କରାଯାଇଛି। ଏହା ସହ ଭାଇରାଲ ଫୋଟୋ 10 ବର୍ଷ ପୁରୁଣା ଅଟେ।

Title:ଏଡିଟ୍ ଫୋଟୋକୁ ଶ୍ରୀନଗ ଲାଲ ଚୌକଠାରେ ଭାରତୀୟ ତ୍ରୀରଙ୍ଗା ଲଗାଯାଇଥିବା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False