
ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ଗାଡିରେ ଭାରତୀୟ ପତାକା ପ୍ରଦର୍ଶନକୁ ବିରୋଧ କରୁଥିବା ଜଣେ ମୁସଲମାନ ବ୍ୟକ୍ତିଙ୍କୁ ଦେଖାଯାଉଛନ୍ତି। ଏହି ଭିଡିଓରେ ଜଣେ ମୁସଲମାନ ବ୍ୟକ୍ତି ହିନ୍ଦୁ ଯୁବକମାନଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳୁଛି ଯେ ଆପଣ ମୋ ଗାଡ଼ିରେ ଜାତୀୟ ପତାକା ଲଗାଅ ନାହିଁ। ଏହାର ମୁଁ ବିରୋଧ କରୁଛି।
Purna Chandra Mishra ନାମକ ଜଣେ ବ୍ୟକ୍ତି ଭାଇରାଲ ଭିଡ଼ିଓ ପୋଷ୍ଟ କରି ଲେଖିଛନ୍ତି ଯେ, ହିନ୍ଦୁସ୍ତାନ୍ ଜିନ୍ଦାବାଦ୍ ଏ ହାରାମିକୁ ଦେଖନ୍ତୁମୋଗଲ୍ ବିଜା ମାନେ ସ୍ୱଧିନତା ପାଇଁ ବଳିଦାନ ଦେଇଥିଲେ, ମୋର୍ କାହିଁକି ବିଶ୍ୱାସ ହେଉନି ଆଉ, ଆପଣ ମାନଙ୍କର,ଏଥିପାଇଁ ଏ ଘୁଷୁରୀ ଙ୍କର ଗାଡ଼ିରେ ତ୍ରିରଙ୍ଗା ଲାଗିଲେ, ଫାଟୁଛି,ଏମାନଙ୍କର ଗୋଟିଏ ଲକ୍ଷ୍ୟ।
ଅନୁସନ୍ଧାନ ପୂର୍ବରପ ପୋଷ୍ଟକୁ ଅନକେ ଲାଇକ ଏବଂ କମେଣ୍ଟ ମିଳିବା ସହିତ ଅନେକ ଭ୍ୟୁ ମଧ୍ୟ ମିଳିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁଣ ଆମେ ଅନୁସନ୍ଧାନ କରିଲୂୁ. ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଭାଇରାଲ ଭିଡିଓକୁ ଭଲରେ ଦିଖାଲ ପରେ ଭିଡିଓର 2:08 ସେକେଣ୍ଡରେ ସ୍କ୍ରିନ୍ ତଳେ ଏକ ଦାବିଦାର ଲେଖା ଯାଇଥିବାର ଦେଖାଯାଉଛି। ଯେଉଁଥିରେ ଲେଖାଯାଇଛି ଯେ, “ଏହି ଭିଡିଓ ଏକ ସମ୍ପୂର୍ଣ୍ଣ କାଳ୍ପନିକ, ଭିଡିଓରେ ଥିବା ସମସ୍ତ ଘଟଣା ସ୍କ୍ରିପ୍ଟ କରାଯାଇଛି ଏବଂ କେବଳ ସଚେତନତା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଏହା କୌଣସି ପ୍ରକାରର କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରେ ନାହିଁ କିମ୍ବା କୌଣସି ପ୍ରକାରର ରୀତିନୀତିକୁ ବଦନାମ କରେ ନାହିଁ। ପ୍ରକୃତ ବ୍ୟକ୍ତିବିଶେଷ, ଜୀବନ୍ତ କିମ୍ବା ମୃତ କିମ୍ବା ପ୍ରକୃତ ଘଟଣାଗୁଡ଼ିକ ସହିତ ଯେକୌଣସି ସମାନତା କେବଳ ସମକକ୍ଷ ଅଟେ। ନିମ୍ନରେ ସ୍କରିନସଟ ଦେକନ୍ତୁ।

ଭାଇରାଲ ଫୋଟୋକୁ ରିଭର୍ସ ଇମେଜ କରିବା ପରେ ଭିଡିଓ ଆମକୁ 14 ଅଗଷ୍ଟ 2022 ରେ ଅପଲୋଡ୍ ହୋଇଥିବା ୟୁଟ୍ୟୁବ ଚାୟନେଲରେ ପାଇଲୁ। ଭିଡିଓରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ, ଏହା ଏକ ସ୍କ୍ରିପ୍ଟିଡ୍ ଭିଡିଓ ଅଟେ। ଏହି ଚ୍ୟାନଲେ ରେ ସମ୍ପୂର୍ଣ୍ଣ ଭିଡିଓ ଦେଖି ପାରିବେ।
ଭିଡିଓର ଶେଷରେ, ଯେତେବେଳେ ଗାଡିରେ ପତାକା ଦେଖାଇବା ଉଚିତ ନୁହେଁ ବୋଲି ପଚରାଗଲା, ମୁସଲମାନ ବ୍ୟକ୍ତି ବ୍ୟାଖ୍ୟା କରନ୍ତି, “ଯେତେବେଳେ ଗାଡିରେ ପତାକା ଲଗାଯାଏ, ସେତେବେଳେ ପତକା ପଡି ଯିବାର ସମ୍ଭାବନା ଅଧିକ ଥାଏ। ଏବଂ ଲୋକମାନେ ତା ଉପରେ ଚାଲନ୍ତି ଯାହା ଏକ ଅପମାନଜନକ ବିଷୟ। ତେଣୁ ଗାଡିରେ ଜାତୀୟ ପତାକା ଲଗାଯିବା ଉଚିତ ନୁହେଁ।
ଶେଷକଥା–
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ ସ୍କ୍ରିପ୍ଟିଡ୍ ଅଟେ। ଭିଡିଓରେ ମୁସ୍ଲିମ ବ୍ୟକ୍ତି ଜଣକ ଜାତିୟ ପତକାକୁ ଅସମ୍ମାନ କରୁ ନାହାନ୍ତି । ସେ ତ୍ରିରଙ୍ଗାକୁ ଏଠି ସେଠି ନ ଲଗାଈ ସମ୍ମାନର ସହ ସୁରକ୍ଷିତ ଜାଗାର ଲଗାଇବା ପାଇଁ କହୁଛନ୍ତି।

Title:କ’ଣ ମୁସ୍ଲିମ ବ୍ୟକ୍ତି ତ୍ରିରଙ୍ଗାକୁ ଅସମ୍ମାନ କରୁଛନ୍ତି? ଭାଇରାଲ ଭିଡିଓ ସ୍କ୍ରିପଟେଡ . .
Fact Check By: Saritadevi SamalResult: False
