
କୋରୋନାକୁ ନେଇ ନିଜାମୁଦ୍ଦିନ ମସଜିଦ ରେ 2000 ମୁସ୍ଲିମ ନମାଜ ପଢ଼ିଲାପରେ ଦେଶରେ କୋରୋନାକୁ ନେଇ ଆତଙ୍କ ବଢ଼ିବାରେ ଲାଗିଛି। କୋରୋନା ପାଇଁ ସରକରା ଟିଭି ଏବଂ ଅନ୍ୟାନ୍ୟ ମାଧ୍ୟମରେ ସମାଜିକ ଦୁରତା ବନାଇ ରଖିବା ପାଇଁ ଲୋକଙ୍କୁ ଅନୁରୋଧ କରିବା ସତ୍ୱେ କିଛି ଲୋକ ଏହି ନିୟମକୁ ମାନୁ ନାହାନ୍ତି। ଏହା ଦ୍ୱାରା ଦେଶରେ କୋରୋନାର ଆତଙ୍କ ବଢ଼ିବାରେ ଲାଗିଛି। ନିଜାମୁଦ୍ଦିନ ମସଜିଦରୁ ମୁସ୍ଲିମମାନଙ୍କୁ କାଢ଼ିବା ପରେ ମୁସ୍ଲିମମାନେ କେଉଁଠ୍ରେ ଅଛନ୍ତି ଏବଂ କୋରୋନାରେ ସଂକ୍ରମଣ ହୋଇଛନ୍ତି ନା ନାହିଁ ତାହା ଜାଞ୍ଚ କରିବା ପାଇଁ ଭାରତ ସରକାର ଚେଷ୍ଟା ଚଲାଇଛି। ଏଥି ମଧ୍ୟରେ 1 ଏପ୍ରିଲରେ Motilal panda ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭାଇରାଲ ଭିଡିଓରେ ଏକ ମସଜିଦରେ ମୁସ୍ଲିମମାନେ ବସି ଛିଙ୍କୁଥିବାର ଦେଖା ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ମୁସ୍ଲିମମାନେ ଜାଣିଶୁଣି ଛିଙ୍କି କୋରୋନା ଭାଇରସକୁ ଅଧିକ କ୍ରିୟାଶୀଳ କରୁଛନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, କରୋନା ଭାଇରସ୍ କୁ ଅଧିକ କ୍ରିୟାଶୀଳ କରିବା ପାଇଁ ମୁଲ୍ଲା ମାନଙ୍କ ଦ୍ଵାରା ପରିବେଷିତ ଛିଙ୍କ କାର୍ଯ୍ୟକ୍ରମ…ବୋଧହୁଏ ଏମାନେ ସମସ୍ତେ ମୃତ୍ୟୁର ନିକଟବର୍ତ୍ତୀ ହୋଇ ସାରିଛନ୍ତି। #ଏମାନଙ୍କ ପାଇଁ ଟିକିଏ ଅଧିକ ପରିମାଣରେ laughing gas ର ଆବଶ୍ୟକତା ରହିଛି…ଛିଙ୍କିବା ପରେପରେ ଏକହୋଇ ସମସ୍ତେ ହସିହସି ମରି ପାରନ୍ତେ…। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 625 ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ 215 ଲାଇକ ଏବଂ 87 କମେଣ୍ଟ ମଧ୍ୟ ମିଳିଛି। ପୋଷ୍ଚର ଲିଙ୍କ ତଳେ ଦେଖନ୍ତୁ।
ତେବେ କ’ଣ ଭାଇରାଲ ଭିଡିଓରେ ମୁସ୍ଲିମମାନେ ମସଜିଦରେ ଏକାଠି ହୋଇ ଜାଣି ଜାଣି ଛିଙ୍କି କୋରୋନା ସଂକ୍ରମଣକୁ ବଢ଼ାଉଛନ୍ତି? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଇମେଜରେ ଭାଙ୍ଗିଲୁ। ଏହା ପରେ ଫୋଟୋ ମଧ୍ୟରୁ କିଛି ଫୋଟୋକୁ ଗୁଗୁରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ବିଭିନ୍ନ ଫେସବୁକ୍ ପେଜରେ ଏହି ଭିଡିଓ ସେୟାର କରୁଥିବା ରିଭର୍ସ ଇମେଜ୍ ଦେଖିବାକୁ ମିଳିଥିଲା। 11 ଫେବୃଆରୀରେ Sufi peoples doing strenge rituals ପେଜରେ ଏକ ଭାଇରାଲ ଭିଡିଓ ଅପଲୋଡ ହୋଇଥିବାର ପାଇଲୁ। ଯେଉଁଥିରେ ଲୋକମାନଙ୍କ ଅଜବ ପ୍ରକାରର ପ୍ରତିକ୍ରିୟା କରୁଥିଲେ। ଏହି ଭିଡିଓଟି ମାର୍ଚ୍ଚ 17 ରେ ମାଲେସିଆ ଭାଷା Dzikir Made in ASWAJA ଫେସବୁକ ପେଜ ଦ୍ୱାରା ସେୟାର କରାଯାଇଥିଲା।
ଅନେକେ ଏହି ଭିଡିଓକୁ ସୁଫି ପରମ୍ପରା ସହିତ ଯୋଡିଛନ୍ତି। ଏହା ପରେ ଆମେ Dzikr ଶବ୍ଦର ଅର୍ଥ ଗୁଗୁଲରେ ଖୋଜିଲୁ। Dzikr ଶବ୍ଦ ପାଇବା ପରେ ଜାଣିବାକୁ ପାଇଲୁ ଯେ, ମାଲେସିଆରେ ଏହି ଶବ୍ଦର ଇଂରାଜୀ ବନାନ Dhikr । ଉଇକିପିଡ଼ିଆରେ ଥିବା ସୂଚନା ଅନୁଯାୟୀ ଏହି ଶବ୍ଦଟି Zikr,Thikr ଏବଂ Zekr ମଧ୍ୟ ବନାନ କରାଯାଇଛି। ଏହି ଶବ୍ଦର ଅର୍ଥ ହେଉଛି ଇଶ୍ବରଙ୍କୁ ସ୍ମରଣ କରିବା, ଇଶ୍ବରଙ୍କ ନାମ ଜପ କରିବା। ସୁଫି ଧର୍ମରେ ଏଭଳି ପ୍ରାର୍ଥନାକୁ ଗୁରୁତ୍ୱ ଦିଆଯାଇଛି।

ଏଠାରେ ଲିଙ୍କ ଦେଖନ୍ତୁ-wikipidia
ଏହା ଉପରେ ଅଧିକ ଅନୁସନ୍ଧାନ ପୁସ୍ତକ ‘ଏକ ସଂସ୍କୃତିର ସୁଫିଜିମ୍ – ନାକଶବାଣ୍ଡିସ୍ ଅଫ୍ ଅସ୍ମାନୀ ଜଗତ, 1450-1700’ ପେଜର ପୁସ୍ତକରୁ ମିଳିଲା। କୁହାଯାଏ ଯେ ସୁଫି ଧର୍ମରେ ଦୁଇ ପ୍ରକାରର Dhikr (Zikr) ଅଛି। ଗୋଟିଏ ହେଉଛି ମନରେ ଭଗବାନଙ୍କୁ ମନେ ରଖିବା ଏବଂ ଅନ୍ୟଟି ହେଉଛି ଇଶ୍ବରଙ୍କ ନାମ ଉଚ୍ଚାରଣ କରିବା। ଏହି ଦ୍ୱିତୀୟ ରୂପରେ, ଇଶ୍ବରଙ୍କ ନାମର ଜପ ଏକ ଗଳାରେ କାଠ କାଟିବା ପରି ଶୁଣାଯାଏ।
ଉପରୋକ୍ତ ଭାଇରାଲ୍ ଭିଡିଓରେ ଭକ୍ତମାନେ ସମାନ ଭାବରେ ଜପ କରୁଥିବା ଦେଖାଯାଇଛି।

ଏଠାରେ ଲିଙ୍କ ଦେଖନ୍ତୁ- A culture of sufism
ସୁଫି ବୋଡିଜ୍ – ଧର୍ମ ଏବଂ ସୋସାଇଟି ଇନ୍ ମଧ୍ୟଯୁଗୀୟ ଇସଲାମ ପୁସ୍ତକ ଏହି Vocal Dhikr (Zikr) କରିବା ପାଇଁ ଏକ ବିସ୍ତୃତ ପଦ୍ଧତି ପ୍ରଦାନ କରିଥାଏ। ତଦନୁସାରେ, ଜୋରରେ ବସିବା ପରେ, ଆପଣ ପ୍ରଥମେ ବମ୍ବି ପର୍ଯ୍ୟନ୍ତ ପଢ଼ିବେ ଏବଂ ତା’ପରେ ପୁଣି ବସିବାକୁ ଉଠନ୍ତି। ତା’ପରେ ବାମକୁ ଡାହାଣକୁ ବୁଲନ୍ତି। ଏହାକୁ ବାରମ୍ବାର କରିଥାନ୍ତି। ଗୋଟିଏ ନିଶ୍ୱାସରେ ଭଗବାନଙ୍କ ନାମ ନେବା ବେଳେ ଏହା ପାଟି କରିବା ପରି ଶୁଣାଯାଏ।

ଏଠାରେ ଲିଙ୍କ ଦେଖନ୍ତୁ- Sufi Bodies
ସେପିଆନ୍ ୱେବସାଇଟରେ ଏକ ଆର୍ଟିକିଲରେ ଦର୍ଶାଯାଇଛି ଯେ ସୁଫି ସମ୍ପ୍ରଦାୟର ଲୋକମାନେ ଏକାଠି ହୋଇ ପ୍ରାର୍ଥନା କରନ୍ତି। ପ୍ରାରମ୍ଭରେ, ଜପ ଧୀରେ ଧୀରେ ଆରମ୍ଭ ହୁଏ। ତା’ପରେ, ଏକ ନିର୍ଦ୍ଦିଷ୍ଟ ବେଗରେ, ଶକ୍ତି ବୃଦ୍ଧି ହୁଏ ଏବଂ ନିଶ୍ୱାସରୁ ଏକ ନିର୍ଦ୍ଦିଷ୍ଟ ଧ୍ୱନି ଆସେ। ଏହି ଉପାୟରେ ପ୍ରାର୍ଥନା ଅଭ୍ୟାସ ଆବଶ୍ୟକ କରେ। ଏହା ମଧ୍ୟ ପ୍ରସ୍ତୁତି ଆବଶ୍ୟକ କରେ। ଏହା କରିବା ଇଶ୍ବରଙ୍କଠାରୁ ଏକ ଉପହାର ଭାବରେ ବିବେଚନା କରାଯାଏ।

ଏଠାରେ ଲିଙ୍କ ଦେଖନ୍ତୁ- Sapnies
ଏହା ପରେ ଆମେ ଜାକିର କିପରି ହୁଏ ତାହାର ଭିଡିଓ ସର୍ଚ କରିଲୁ। ସର୍ଚରେ ଆମକୁ History line ଏକ ୟୁଟ୍ୟୁବ ଚ୍ୟାନେଲରେ ଜାକିର ଏକ ଭିଡିଓ ମିଳିଲା। ଯେଉଁଥିରେ ଭାଇରାଲ ଭିଡିଓରେ ଥିବା ମୁସ୍ଲିମ ଯେପରି ହେଉଥିଲେ, ଆମକୁ ମିଳିଥିବା ଜାକିର ଭିଡିଓରେ ମଧ୍ୟ ମୁସ୍ଲିମମାନେ ମଧ୍ୟ ଠିକ ସେହି ପରି ହେଉଛନ୍ତି। ତଳେ ଭିଡିଓ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, କରୋନାଭାଇରସ୍ ବିସ୍ତାର ପାଇଁ ଉଦ୍ଦେଶ୍ୟମୂଳକ ଭାବରେ ମୁସଲମାନମାନେ ଛିଙ୍କୁଥିବା ଭିଡିଓ ମିଥ୍ୟା ଅଟେ। ଭାଇରାଲ ଭିଡିଓ ଏକ ଜାକିର ଅର୍ଥାତ୍ ସୁଫିର ଅଟେ। ଯେଉଁଥିରେ ମୁସ୍ଲିମ ଧର୍ମର ଲୋକମାନେ ନିଜ ଶିରିରର ଗତିବିଧି ଏବଂ ନିଶ୍ୱାସ ପ୍ରଶ୍ୱାସ ଜୋର ଜୋର ନେବା ସହ ଛିଙ୍କିବା ଦ୍ୱାରା ଭାଗବାନକୁ ସ୍ମରଣ କରନ୍ତି। ଭାଇରାଲ ଭିଡିଓ 29 ଜାନୁଆରିର ଅଟେ। ଯେବେ କୋରୋନା ଭାଇରସ ସଂକ୍ରମଣ ପିଡ଼ିତ ଭାରତରେ ଚିହ୍ନଟ କରାଯାଇନଥିଲା। ଭାରତରେ ପ୍ରଥମ କୋରୋନା ସଂକ୍ରମଣ ପିଡ଼ିତ 30 ଜାନୁଆରିରେ ଚିହ୍ନଟ କରାଯାଇଥିଲା। ଭାଇରାଲ ଭିଡିଓର କୋରୋନା ସହ କୌଣସି ସମ୍ପର୍କ ନାହିଁ।

Title:ଜାକିର ଅର୍ଥାତ୍ ସୁଫି ଭିଡିଓକୁ ମୁସ୍ଲିମମାନେ ଜାଣିଶୁଣି ଛିଙ୍କି କୋରୋନା ସଂକ୍ରମଣକୁ ଅଧିକ କ୍ରିୟାଶୀଳ କରିବା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False