
ସୋସିଆଲ ମିଡ଼ିଆରେ କୋରୋନାକୁ ନେଇ କେତେକ ଭିଡ଼ିଓ ଏବଂ ତଥ୍ୟ ଭାଇରାଲ କରାଯାଉଛି। ଭାଇରାଲ ଭିଡିଓ ଦ୍ୱାରା ଲୋକ ଅଧିକରୁ ଅଧିକ ଡରିବାରେ ଲାଗିଛନ୍ତି। କିଛି ଦିନ ପୂର୍ବରୁ Kumar Rajeebନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଧଳା ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ରାସ୍ତା କଡ଼ରେ ପଡ଼ିଥିବାର ଦଖା ଯାଉଛି। ଏହି ଭିଡିଓ ଯୁବକ ଜଣକ ଷ୍ଟ୍ରେଚର ଉପରେ ପଡ଼ି ରହିଛନ୍ତି। କିଛି ମେଡିକାଲ କର୍ମଚାର ଆସି ବ୍ୟକ୍ତିକୁ ଆମ୍ବୁଲାନ୍ସରେ ଭର୍ତି କରୁଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ. ଭାଇରାଲ ଭିଡ଼ିଓରେ ରାସ୍ତା କଡ଼ରେ ପଡ଼ିଥିବା ବ୍ୟକ୍ତି ଜଣକ କୋରୋନା ସଂକ୍ରମଣରେ ପିଡ଼ିତ ଅଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରି ଲୋକଙ୍କ ମଧ୍ୟରେ ଭୟ ବ୍ୟାପୁଛି। ତଳେ ଭିଡିଓର ଲିଙ୍କ ଦେଖନ୍ତୁ।
ଏଠାରେ ଭିଡ଼ିଓର Archive ଲିଙ୍କ ଦେଖନ୍ତୁ। ତେବେ କଣ ଭାଇରାଲ ଭିଡିଓରେ ରାସ୍ତା କଡ଼ରେ ପଡ଼ିଥିବା ବ୍ୟକ୍ତି କୋରୋନା ସଂକ୍ରମଣ ରୋଗୀ ଅଟନ୍ତି।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡ଼ିଓକୁ ଇନବିଡ଼ରେ ପକାଇ ଫୋଟୋରେ ଭାଙ୍ଗିଲୁ। ଏହା ପରେ ଫୋଟୋକୁ ରିଭର୍ସ ଇମେଜ କରିଲୁ। ରିଭର୍ସ ଇମେଜରେ ଆମକୁ କିଛି ୟୁଟ୍ୟୁବ ଲିଙ୍କ ମିଳିଲା। 28 ମାର୍ଚ୍ଚରେ Dark Secrets ନାମକ ୟୁଟ୍ୟୁବ ଚ୍ୟାନେଲରେ ଭିଡିଓଟି ପୋଷ୍ଟ କରିଯାଇଥିଲା। ଏହା ପରେ ଆମେ ଗୁଗୁଲରେ କି ୱାର୍ଡ ସହ ସର୍ଚ କରିବାରୁ ଆମକୁ 1 ଏପ୍ରିଲରେ my music my choice ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ପୋଷ୍ଟ ହୋଇଥିବାର ମିଳିଲା। ପୋଷ୍ଟରେ ଲେଖା ଯାଇଛି ଯେ, Corona patient in surat navagam dindoli. ଭାଇରାଲ ଭିଡିଓରେ ଥିବା ନର୍ସ ଆମକୁ ମିଳିଥିବା ଭିଡିଓରେ ଦେଖା ଯାଇଥିବା ଏକ ଅଟନ୍ତି। ଦୁଇଟି ଯାକ ଭିଡିଓରେ ଥିବା ନର୍ସର ଡ୍ରେସ ସମାନ ଅଟେ। ଏଥିରୁ ସ୍ପଷ୍ଟ ଦେଉଛି ଯେ, ଭାଇରାଲ ଭିଡିଓ ସୁରତର ଡିନ୍ଡୋଲି (dindoli) ଅଞ୍ଚଳର ଅଟେ।

ଏହା ପରେ ଆମେ ଗୁଗୁଲରେ Corona patient in surat navagam dindoli(સુરત નવાગામ ડિંડોલીમાં કોરોના દર્દી) ଲେଖି ସର୍ଚ କରିଲୁ। ସର୍ଚ୍ଚରେ ଆମକୁ 28 ମାର୍ଚ୍ଚରେ ABP Gujratiରେ ପ୍ରକାଶିତ ହୋଇଥିବା ଭାଇରାଲ ଭିଡ଼ିଓ ସମ୍ପର୍କରେ ସୂଚନା ମିଳିଲା। ଖବର ଅନୁସାରେ ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି କରୋନା ରୋଗୀ ନୁହଁନ୍ତି ବରଂ ମାନସିକ ସ୍ତରରେ ଅସୁସ୍ଥ ହୋଇପଡିଛନ୍ତି। ଯୁବକ ଜଣକ ବର୍ତ୍ତମାନ ଏକ ସିଭିଲ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କର କୌଣସି କରୋନା ସଂକ୍ରମଣର ପ୍ରଭାବ ନାହିଁ ବୋଲି ଗୁଜରାତର ଆରୋଗ୍ୟ ଅଧିକାରି ତଥ୍ୟ ଦେଇଛନ୍ତି। ସେ ସୂଚନା ଦେଇଛନ୍ତି ଯେ, ଯୁବକ ମାନସିକ ସ୍ତରରେ ଅସ୍ଥିର ଏବଂ ମିଥ୍ୟା ନାଟକ କରି ଲୋକଙ୍କୁ ଭୟଭୀତ କରିଛନ୍ତି। ସମ୍ପ୍ରତି ଏହି ବ୍ୟକ୍ତିଙ୍କୁ ମ୍ୟୁନିସିପାଲିଟି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତଳେ ଲିଙ୍କ ଦେଖନ୍ତୁ।
Trisul news ପେଜରେ ମଧ୍ୟ ଆମକୁ ଭାଇରାଲ ଭିଡ଼ିଓ ସମ୍ପର୍କରେ ସୂଚନା ମିଳିଲା। ଖବର ଅନୁସାରେ ଭାଇରାଲ ଭିଡ଼ିଓରେଥିବା ବ୍ୟକ୍ତିର ମାନସିକ ସନ୍ତୁଳନ ଖରାପ ଅଟେ। କୋରୋନା ଭୟରେ ବୟକ୍ତି ଜଣକ କୋରୋନା ଆକ୍ରାନ୍ତରେ ପିଡ଼ିତ ହେବା ପରି ବ୍ୟବହାର କରିଥିଲେ। ବ୍ୟକ୍ତିର ଏପରି ବ୍ୟବହାର ପାଇଁ ସେହି ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଥିଲା। ପରେ କିଛି ଡାକ୍ତର କର୍ମି ଏବଂ ପୋଲିସ ଆସି ଘଟଣା ସ୍ଥଳରୁ ବ୍ୟକ୍ତିକୁ ନେଇ ଏକ ସ୍ଥାନିୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ଏଠାରେ ଲିଙ୍କ ଦେଖନ୍ତୁ-Trisul news
ଏହା ଛଡ଼ା ଭାଇରାଲ ଭିଡିଓ ଆମକୁ VTV Gujratiରେ ମଧ୍ୟ ପାଇଲୁ। ସର୍ଚରୁ ସ୍ପଷ୍ଟ ହେଲା ଯେ, ଭାଇରାଲ ଭିଡିଓରେ ଥିବା ବ୍ୟକ୍ତିର ମାନସିକ ସନ୍ତୁଳନ ଠିକ ନାହିଁ। ଭିଡ଼ିଓରେ ଥିବା ବ୍ୟକ୍ତି ଜଣକ କୋରୋନା ସଂକ୍ରମଣରେ ପିଡ଼ିତ ହୋଇ ନାହାନ୍ତି।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଭିଡ଼ିଓରେ ଥିବା ବ୍ୟକ୍ତି କୋରୋନା ସଂକ୍ରଣରେ ପିଡ଼ିତ ନୁହଁନ୍ତି। ବ୍ୟକ୍ତି ଜଣକ ମାନସିକ ସ୍ତରରେ ଅସ୍ଥିର ଥିବାରୁ ଏପରି ବ୍ୟବହାର କରୁଛନ୍ତି। ପରେ ଡାକ୍ତର ଏବଂ ପୋଲିସ କର୍ମି ବ୍ୟକ୍ତିକୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରିଥିଲେ।

Title:ଗୁଜୁରାଟର ମାନସିକ ରୋଗୀର ଭିଡିଓକୁ କରୋନା ରୋଗୀ ଭାବରେ ଭାଇରାଲ ହେଉଛି।
Fact Check By: Saritadevi SamalResult: False