
ଆଫଗାନିସ୍ତାନରେ ତାଲିବାନ ହିଂସା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ 31 ଅଗଷ୍ଟରେ ଆମେରିକା ଆଫଗାନିସ୍ତାନରୁ ନିଜ ଆର୍ମି ଆଣିସାରିଲା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚାର ବିଷୟ ବନିଛି। ସୋସିଆଲ ମିଡିଆରେ ଆଜତକ ନ୍ୟୁଜ କ୍ୟାପ୍ସନରେ ଲେଖାଯାଇଛି ଯେ, ଆମେରିକା ତାଲିବାନ ଡରରୁ ପଳାଇଲା କିନ୍ତୁ ଭାରତ ଏବେ ଆଫଗାନିସ୍ତାନକୁ ସମ୍ଭାଳିବ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
4 ସେପ୍ଟେମ୍ବରରେ Kedar Ch Rout ନାମକ ଜଣେ ଟ୍ୱିଟର ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଆମେରିକା ତାଲିବାନ ଡରରୁ ପଳାଇଲା କିନ୍ତୁ ଭାରତ ଏବେ ଆଫଗାନିସ୍ତାନକୁ ସମ୍ଭାଳିବ। ପୋଷ୍ଟର ଶଇର୍ଷକରେ ଲେଖାଯାଇଛି- ଥାଲିବାନ୍ ତାଲିବାନ୍ ଭାଇ ଭାଇ …ମୁଁ ଏମାନଙ୍କୁ ଏତିକି ପଚାରିବାକୁ ଚାହୁଁଛି ଏମାନେ ବ୍ରେକିଂ ନିୟୁଜ ଚଳାଇବା ପୂର୍ବରୁ କେଉଁ “କ୍ୟାପସୁଲ” ଖାଆନ୍ତି ?*ନିର୍ଲଜତା ବି ଏମାନଙ୍କ ପାଖରେ ମୁହଁ ଲୁଚାଇବ । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ଲାଇକ ଏବଂ ସେୟାର ମଧ୍ୟ କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ତେବେ କଣ ଆଜତକ ନ୍ୟୁଜ ଚ୍ୟାନେଲରେ ଆମେରିକା ତାଲିବାନ ଡରରୁ ପଳାଇଲା କିନ୍ତୁ ଭାରତ ଏବେ ଆଫଗାନିସ୍ତାନକୁ ସମ୍ଭାଳିବ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। AJTAK ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ ପାଇଲୁ। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଆଜତକ ନାମରେ ଭାଇରାଲ ହେଉଥିବା ପୋଷ୍ଟ ମିଥ୍ୟା ଅଟେ। ପୋଷ୍ଟକୁ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ପୋଷ୍ଟରେ ଲେଖାଯାଇଛି- ଭାଇରାଲ ସ୍କ୍ରିନସର୍ଟ ମିଥ୍ୟା ଅଟେ। ଆଜତକ ଏପରି କୌଣସି ଖବର ଚଳାଇ ନାହିଁ। ପ୍ରକୃତରେ Z to A Technica ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଭିଡିଓର ଥମ୍ବନେଲ ଅଟେ। ଅଧିକ ସୂଚନା ପାଇଁ ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଆମେ Z to A Technica ୟୁଟ୍ୟୁବ ଚ୍ୟାନଲରେ ଭାଇରାଲ ପୋଷ୍ଟର ଲିଙ୍କ ଖୋଜିଲୁ।
1 ସେପ୍ଟେମ୍ବର 2021 ରେ Z to A Technical ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ପୋଷ୍ଟର କଭର ଫଟୋ ପାଇଲୁ। ଆମକୁ ମିଳିଥିବା କଭର ପୋଷ୍ଟ ଏବଂ ଭାଇରାଲ ପୋଷ୍ଟ ପ୍ରାୟ ସମାନ ଅଟେ। ପୋଷ୍ଟର ଶୀର୍ଷକ ଥିଲା “ଆମେରିକା ପଳାଇଲା, ବର୍ତ୍ତମାନ ଆଫଗାନିସ୍ତାନରେ ଭାରତ ଶାସନ କରିବ”। ଭାଇରାଲ୍ ହେଉଥିବା ଗ୍ରାଫିକ୍ସ ସହିତ ୟୁଟ୍ୟୁବ ଶିର୍ଷକରେ ଲେଖାଯାଇଥିବା ବାକ୍ୟ ମେଳ ଖାଉଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଆଜତକ ନାମରେ ଭାଇରାଲ ହେଉଥିବା ପୋଷ୍ଟ ଏଡିଟ୍ କରାଯାଇ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Title:ଏଡିଟ୍ ପୋଷ୍ଟକୁ ଆଜତକ ନ୍ୟୁଜ କ୍ୟାପ୍ସନ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False
