
ରାମ ମନ୍ଦିର ଭପମି ପୂଜନ ପରେ ଏବେ କୋର୍ଟ ମସଜିଦ ପାଇଁ ଦେଇଥିବା 5 ଏକର ଜମି ସମ୍ପର୍କରେ ସୋସିଆଲ ମିଡିଆରେ ଆଲୋଚନା ଲାଗି ରହିଛି। ସୋସିଆଲ ମିଡିଆରେ ଦାବି କରାଯାଇଛି ଯେ, କୋର୍ଟ ଦେଇଥିବା 5 ଏକର ଜମିରେ ମସଜିଦ ବ୍ୟତୀତ ବାବ୍ରୀ- ହସ୍ପିଟାଲ ନିର୍ମାଣ କରାଯିବ।
7 ଅଗଷ୍ଟରେ Soumya Ranjan Dash ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ପୋଷ୍ଟ କରି ଦାବି କରିଛନ୍ତି ଯେ, କୋର୍ଟ ଦେଇଥିବା 5 ଏକର ଜମିରେ ମସଜିଦ ବ୍ୟତୀତ ବାବ୍ରି- ହସ୍ପିଟାଲ ନିର୍ମାଣ କରାଯିବ। ଯାହା AIIMS ସହିତ ସମାନ ମାଗଣା ସମୁବିଧା ଦେବ। ମାଷ୍ଟର ଷ୍ଟ୍ରୋକ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ 291 କମେଣ୍ଟ ଏବଂ 320 ଲାଇକ ମିଳି ସାରିଛି। ଏହା ଛଡ଼ା Shrinibasa Khamari ନାମକ ଜଣେ ଫେସବୁକ ୟୁଜର ମିଧ୍ୟ ପୋଷ୍ଟ କରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ବାବ୍ରି ମସଜିଦ ପାଇଁ କୋର୍ଟ ଦେଇଥିବା 5 ଏକର ଜମିରେ ବାବ୍ରି ହସ୍ପିଟାଲ ନିର୍ମାଣ କରାଯିବ ? ଏହାର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଖବରକୁ ଗୁଗୁଲରେ ସର୍ଚ୍ଚ କରିଲୁ। ଆମକୁ 3 ଅଗଷ୍ଟରେ Ajtak ପେଜରେ ପ୍ରକାଶିତ ହୋଇଥିବା ଏକ ଖବର ପାଇଲୁ। ଖବର ଅନୁସାରେ ମସଜିଦ ପାଇଁ ସ୍ଥାପିତ ଟ୍ରଷ୍ଟ ଇଣ୍ଡୋ-ଇସଲାମିକ ସାଂସ୍କୃତିକ ଫାଉଣ୍ଡେସନର ସଚିବ ଅଥାର ହୁସେନ୍ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମସଜିଦ ବାବର ନାମରେ ରଖାଯିବ ନାହିଁ।
ଅଥର ହୁସେନ୍ କହିଛନ୍ତି ଯେ ବର୍ତ୍ତମାନ ଟ୍ରଷ୍ଟର ବୈଠକ ଡକାଯିବ ଏବଂ ସ୍ଥିର 5 ଏକର ଜମିରେ ମସଜିଦ ନିର୍ମାଣ ସହିତ ଡାକ୍ତରଖାନା, ବିଦ୍ୟାଳୟ ଏବଂ ଅନୁସନ୍ଧାନ କେନ୍ଦ୍ର ସ୍ଥାପନ କରାଯିବା ନେଇ ଆଲୋଚନା କରାଯିବ। ତେବେ ଏହା ଟ୍ରଷ୍ଟର ପରବର୍ତ୍ତୀ ବୈଠକରେ ଆଲୋଚନା କରାଯିବା ବୋଲି ସେ କହିଛନ୍ତି। ଅଧିକ ସୂଚନା ପାଇଁ ତଳେ ପୋଷ୍ଟ ଦେଖନ୍ତୁ ।

ଏଠାରେ ଲିଙ୍କ ଦେଖନ୍ତୁ- Ajtak । archive
ଏହା ପେର Office of Dr Anand raiର ଏକ ଟ୍ୱିଟର ଆକାଉଣ୍ଟ ପାଇଲୁ। ଯେଉଁଥିରେ ଏକ ପ୍ରେସ ରିଲିଜ ପୋଷ୍ଟ କରିଛନ୍ତି। ଏବଂ ସ୍ପଷ୍ଟ କରିଛନ୍ତି ଯେ, ବାବ୍ରି ମସଜିଦ ପାଇଁ କୋର୍ଟ ଦେଇଥିବା 5 ଏକର ଜମିରେ ବାବ୍ରି ହସ୍ପିଟାଲ ନିର୍ମାଣ କରାଯିବା ଦାବି ମିଥ୍ୟା ଅଟେ। ଏବଂ ପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ ଯେ, 5 ଏକର ଜମିରେ କଣ ନିର୍ମାଣ କରାଯିବ। ଭାଇରାଲ ଖବର ମିଥ୍ୟା ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
29 ଜୁଲାଇରେ New Indian express ପ୍ରକାଶିତ ହୋଇଥିବା ଖବର ଅନୁସରେ ଉତ୍ତର ପ୍ରଦେଶ ସରକାର 5 ଏକର ଜମିରେ ମସଜିଦ ନିର୍ମାଣ ପାଇଁ ସୁନ୍ନି ୱାକଫ ବୋର୍ଡକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ଏକ ଟିମ ପ୍ରସ୍ତୁତ କରାଯିବ। ଏବଂ ପରେ ଏହା ନିର୍ଣ୍ଣୟ ନିଆ ଯିବ ଯେ, 5 ଏକର ଜମିରେ କମ ନିର୍ମାଣ କରାଯିବ।
ଫ୍ୟାକ୍ଟ କ୍ରେସେଣ୍ଡୋ ଉତ୍ତରପ୍ରଦେଶର ୱାକଫ ବୋର୍ଡ (ସୁନ୍ନି) ଙ୍କ ସହ ସମ୍ପର୍କ କରିଥିଲେ। ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୟଦ ମହମ୍ମଦ ଶୋବ ଆମକୁ ସ୍ପଷ୍ଟ କରିଛନ୍ତି ଯେ ସୋସିଆଲ ମିଡିଆରେ ଭାଇରାଲ ପୋଷ୍ଟଗୁଡିକ ସମ୍ପୂର୍ଣ୍ଣ ମିଥ୍ୟା ଅଟେ। 5 ଏକର ଜମିରେ ବାବ୍ରି ହୋପସିଟାଲ ଭାବରେ ଡାକ୍ତରଖାନା ପ୍ରସ୍ତାବ ଦିଆଯାଇଛି। ଏହି ଦୁର୍ଭାଗ୍ୟଜନକ ବିଷୟବସ୍ତୁ ଉପରେ ଆମେ ଲକ୍ଷ୍ନଉ କମିଶନରଙ୍କ ନିକଟରେ ଏକ ଅଭିଯୋଗ ପଞ୍ଜିକରଣ କରିଛୁ ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ବାବ୍ରି ମସଜିଦ ପାଇଁ କୋର୍ଟ ଦେଇଥିବା 5 ଏକର ଜମିରେ ବାବ୍ରି ହସ୍ପିଟାଲ ନିର୍ମାଣ କରାଯିବା ଦାବି ମିଥ୍ୟା ଅଟେ। ଏବେ ପର୍ଯ୍ୟନ୍ତ ଏହା ସ୍ପଷ୍ଟ କରାଯାଇ ନାହିଁ ଯେ, 5 ଏକର ଜମିରେ କଣ ନିର୍ମାଣ କରାଯିବ।

Title:ମସଜିଦ ପାଇଁ କୋର୍ଟ ଦେଇଥିବା 5 ଏକର ଜମିରେ ବାବ୍ରି ହସ୍ପିଟାଲ ନିର୍ମାଣ କରାଯିବ ?
Fact Check By: Saritadevi SamalResult: False