
ଅନେକ ଦିନ ଧରି ଉତ୍ତରପ୍ରଦେଶର ଉତ୍ତରକାଶୀର ଏକ ସୁଡଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହେଇଥିବା ଶ୍ରମିକଙ୍କ ଜୀବନ ଉପରେ କୌଣସି ବିପଦ ମଧ୍ୟ ଆସି ନାହିଁ। ଭାରତୀୟ ସେନା ଏବଂ ଜାତୀୟ / ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳଙ୍କ ସାହସିକତା ପାଇଁ ଏହି ଉଦ୍ଧାର କାର୍ଯ୍ୟ ସଫଳ ହେଇଛି।
ଏହି ପ୍ରସଙ୍ଗରେ କିଛି ଲୋକ ଭାରତ ଜାତୀୟ ପତାକା ଧରି ଛିଡା ହୋଇଥିବା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ଫୋଟୋ ସୁଡଙ୍ଗରୁ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଉଦ୍ଧାରକାରୀଙ୍କର ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋକୁ ଏଆଇ ବ୍ୟବହାର କରି ସୃଷ୍ଟି କରା ଯାଇଛି। ଏହା ପ୍ରକୃତ ଫୋଟୋ ନୁହେଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ଜଣେ ଫେସବୁକ ବ୍ୟବହାରକାରୀ କହିଛନ୍ତି, “ଉତ୍ତରାଖଣ୍ଡ ଟନେଲ ରେ ଫସିଥିବା ୪୧ ଜଣଶ୍ରମିକଙ୍କୁ ଉଦ୍ଧାର କରିଥିବା ଉଦ୍ଧାରକାରୀ ମାନଙ୍କୁ ଓଡ଼ିଶା ପରିବହନ ଚାଳକ ସଂଘ କୃତଜ୍ଞତା ଜ୍ଞାପନ କରୁଛି“

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ଭାଇରାଲ ଫୋଟୋକୁ ଗଭୀରତା ସହିତ ଦେଖିଲୁ। ଆମେ ଜାଣିବାକୁ ପାଇଲୁ ଯେ ଫୋଟୋରେ କିଛି ଲୋକଙ୍କ ହାତରେ ୬ ଟି ଆଙ୍ଗୁଠି ଅଛି ତ କିଛି ଲୋକଙ୍କ ହାତ ଆଙ୍ଗୁଠି ଦଉଡ଼ିରେ ଗଣ୍ଠି ପଡିଥିବା ପରି ଦେଖା ଯାଉଛି।

ଆମେ ପାଠକ ମାନଙ୍କୁ ଜଣାଇ ଦେବା ପାଇଁ ଚାହୁଁଛୁ ଯେ ଏଆଇ ଦ୍ଵାରା ସୃଷ୍ଟି କରା ଯାଇଥିବା ଫୋଟୋ ଗୁଡିକରେ ଏପରି ଅନେକ ତ୍ରୁଟି ଦେଖା ଯାଇଥାଏ।
ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ୨୮ ନଭେମ୍ବରର ଗୋଟିଏ ଟୁଇଟ ମିଳିଲା। ତାହା ଆପଣ ମାନେ ନିମ୍ନରେ ଦେଖି ପାରିବେ।
ଯିଏ ଏଆଇ ବ୍ୟବହାର କରି ଏହି ସୃଷ୍ଟି କରିଛନ୍ତି ସେ ନିଜ ଟୁଇଟର ହେଣ୍ଡେଲରେ ଟୁଇଟ କରି ତାହା ଯାନଇଛନ୍ତି ଯେ ଏହା ପ୍ରକୃତ ଫୋଟୋ ନୁହେଁ। ନିମ୍ନରେ ଆପଣ ମାନେ ତାଙ୍କ ଟୁଇଟ ଦେକି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋକୁ ଏଆଇ (AI) ଦ୍ଵାରା ସୃଷ୍ଟି କରା ଯାଇଛି। ଏହା ଶ୍ରମିକଙ୍କୁ ଉଦ୍ଧାର କରିଥିବା ଦଳର ପ୍ରକୃତ ଫୋଟୋ ନୁହେଁ।

Title:କ’ଣ ଏହା ଉତ୍ତରାଖଣ୍ଡର ଉତ୍ତରକାଶୀର ସୁଡଙ୍ଗରୁ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିଥିବା ଦଳର ଫୋଟ ଅଟେ? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Misleading
