
ଜାତୀୟ ନିର୍ବାଚନ ପ୍ରକ୍ରିୟା ୧୯ ଏପ୍ରିଲରୁ ଆରମ୍ଭ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ରାଉଣ୍ଡ ମତଦାନ ଶେଷ ହୋଇଛି। ମେ ୭ ରେ ୧୨ ଟି ରାଜ୍ୟରେ ମୋଟ ୯୪ ଟି ଲୋକସଭା ଆସନରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଅନୁଷ୍ଠିତ ହେବ। ଏହି ସମୟରେ ରାଜନୈତିକ ଦଳ ଅଧିକାଂଶ ଆସନ ପାଇଁ ନିଜସ୍ୱ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶର ୮୦ ଟି ଆସନରେ କଂଗ୍ରେସ-ସମାଜବାଦି ପାର୍ଟି ମିଳିତ ମଞ୍ଚ ଲଢୁଛି। ଏହି ୮୦ ଟି ଆସନ ମଧ୍ୟରୁ କଂଗ୍ରେସ ୧୭ ଟି ଆସନ ଏବଂ ସମାଜବାଦୀ ପାର୍ଟି ଅବଶିଷ୍ଟ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ।
ଏହି ପ୍ରସଙ୍ଗରେ ଅଲ ଇଣ୍ଡିଆ କଂଗ୍ରେସ କମିଟି ନାମରେ ଏକ ପ୍ରେସ୍ ବିଜ୍ଞପ୍ତି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ପ୍ରିୟଙ୍କା ଗାନ୍ଧୀଙ୍କୁ ରାଏବରେଲି ଲୋକସଭା ଆସନ ପାଇଁ ପ୍ରାର୍ଥୀନୀ ଏବଂ ଆମେଥୀ ପାଇଁ ରାହୁଲ ଗାନ୍ଧୀଙ୍କୁ ପ୍ରାର୍ଥୀ କରାଯାଇଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଉତ୍ତରପ୍ରଦେଶର ଏହି ଦୁଇଟି ଲୋକସଭା ଆସନ ରାଜନୈତିକ କାରଣରୁ ବହୁତ ଚର୍ଚ୍ଚିତ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆମେଥୀ ଆସନରୁ ଜିତିଥିଲେ, ପରେ ସୋନିଆ ଗାନ୍ଧୀ ମଧ୍ୟ ଜିତି ଲୋକସଭାର ସଦସ୍ୟ ହୋଇଥିଲେ। ଏହି ଆସନରେ ରାହୁଲ ଗାନ୍ଧୀ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ନେତା ସ୍ମୃତି ଇରାନୀଙ୍କୁ ହରାଇଥିଲେ। ଅନ୍ୟପକ୍ଷରେ ସୋନିଆ ଗାନ୍ଧୀ ଇନ୍ଦିରା ଗାନ୍ଧୀଙ୍କ ସହ ରାଏବରେଲି ଆସନରୁ ଜିତିଥିଲେ।
ଯଦି ଏହି ଲୋକପ୍ରିୟ ଆସନରେ କଂଗ୍ରେସ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥାନ୍ତା, ତେବେ ଏହା ହେଡଲାଇନ୍ ନ୍ୟୁଜ୍ ରିପୋର୍ଟରେ ସ୍ଥାନ ପାଇଥାନ୍ତା। କିନ୍ତୁ ଏହା ନେଇ ଗଣମାଧ୍ୟମରେ କୌଣସି ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା ନାହିଁ।
ଭାଇରାଲ ଦାବି ଜଡିତ ଆମକୁ କଂଗ୍ରେସର ସୋସିଆଲ ମିଡିଆ ଏକାଉଣ୍ଟ ଏବଂ ତାଙ୍କର ୱେବସାଇଟରେ କୌଣସି ବିଜ୍ଞପ୍ତି ମିଳିଲା ନାହିଁ।
ଭାଇରାଲ ବିଜ୍ଞପ୍ତି ୩୦ ଏପ୍ରିଲରେ ସୋସିଆଲ ମିଡିଆରେ ପୋଷ୍ଟ ହେଇଥିଲା। କଂଗ୍ରେସର ୱେବସାଇଟରେ ୩୦ ଏପ୍ରିଲ୍ ରେ ୩ ଟି ପ୍ରେସ୍ ବିଜ୍ଞପ୍ତି ଜାରି କରା ଯାଇଥିଲା। ସେଥିମଧ୍ୟରୁ କେବଳ ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ବିଷୟରେ ଥିଲା। ଜାରି ହୋଇଥିବା ବିଜ୍ଞପ୍ତିରେ କେବଳ ୩ ଟି ରାଜ୍ୟ (ହରିୟାଣା, ହିମାଚଳ ପ୍ରଦେଶ ଏବଂ ମହାରାଷ୍ଟ୍ର) ର ୪ ଟି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କର ନାମ ତାଲିକା ଦିଆ ଯାଇଛି। ଏଥିରେ ଉତ୍ତରପ୍ରଦେଶ ନିର୍ବାଚନ ମଣ୍ଡଳୀର କୌଣସି ତାଲିକା ଦିଆ ଯାଇ ନାହିଁ।

ସିଦ୍ଧାନ୍ତ:
ଉପରୋକ୍ତ ତଥ୍ୟରୁ ପ୍ରମାଣିତ ହେଲା ଯେ ଉତ୍ତରପ୍ରଦେଶର ଆମେଠି ଏବଂ ରାଏବରେଲୀ ନିର୍ବାଚନମଣ୍ଡଳୀର କଂଗ୍ରେସ ଦଳ ପ୍ରାର୍ଥୀ ନାମର ଘୋଷଣା କରା ଯାଇ ନାହିଁ। ଭାଇରାଲ ହେଉଥିବା ବିଜ୍ଞପ୍ତି ନକଲି ଅଟେ।

Title:ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ ଆମେଠି ଓ ରାଏବରେଲିରେ ନିର୍ବାଚନ ପ୍ରାର୍ଥୀ/ପ୍ରାର୍ଥୀନୀ ବୋଲି ଦାବି କରୁଥିବା କଂଗ୍ରେସ ଦଳର ଭାଇରାଲ ପ୍ରେସ୍ ବିଜ୍ଞପ୍ତି ମିଥ୍ୟା ଅଟେ।
Fact Check By: Siddharth SahuResult: Misleading
