ନା, ପିଏମ ମୋଦୀ କ୍ୟାମେରା ଲେନ୍ସ କ୍ୟାପ ଅପସାରଣ ନକରି ଫଟୋ କ୍ଲିକ୍ କରୁନାହାଁନ୍ତି!

Altered Political

୧୭ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଥିବା ବେଳେ କିଛି ଉପଭୋକ୍ତା ଏକ ବିଭ୍ରାନ୍ତିକର ଦାବି ସହିତ ପ୍ରଧାନମନ୍ତ୍ରୀଙ୍କ ଫୋଟୋ ସେୟାର କରିଛନ୍ତି।

ଫୋଟୋରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତି ମୋଦୀ କ୍ୟାମେରାର ଲେସ୍ନ ନ କାଢି ଫୋଟୋ କ୍ଲିକ୍ କରୁଛନ୍ତି। 

କିଛି ଉପଭୋକ୍ତା ଏହି ସୁଯୋଗ ନେଇ ପିଏମ ମୋଦୀଙ୍କୁ ଏପରି ନିର୍ବୋଧ ଭୁଲ ପାଇଁ ସମାଲୋଚନା କରିଥିବା ସମୟରେ କିଛି ଲୋକେ ଏହି ଫୋଟୋକୁ ଏକ ବ୍ୟଙ୍ଗ ଭାବରେ ଅଂଶୀଦାର କରିଛନ୍ତି |

ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ମୋଦୀଙ୍କୁ ପରିହାସ କରି କହୁଛନ୍ତି ଯେ ଗତ ୭୦ ବର୍ଷ ମଧ୍ୟରେ କେହି ଏହିପରି ଫଟୋଗ୍ରାଫ କ୍ଲିକ୍ କରିନାହାଁନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ପାଇଲା ଯେ ଏହା ଏକ ଏଡିଟ୍ ହୋଇଥିବା ଫୋଟୋ ଅଟେ। ଅସଲି ଇମେଜରେ ମୋଦୀଜି ଫୋଟୋ ନେଲା ବେଳେ କ୍ୟାମେରାରେ ଲେନ୍ସ ଲାଗିନଥିଲା। 

Facebook | Archive

ସମାନ ଫୋଟୋ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। 

https://twitter.com/apnarajeevnigam/status/1571188249913081857

Archive

ଆମ ଅନୁସନ୍ଧାନ: 

ବିଭିନ୍ନ ମୁଖ୍ୟଶବ୍ଦ ଏବଂ ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରି ଆମେ ଅନୁସନ୍ଧାନ ଆରମ୍ଭ କରିଲୁ। ଫଳାଫଳ ଆମକୁ 17 ସେପ୍ଟେମ୍ବର 2022 ରେ ଫ୍ରି ପ୍ରେସ ଜର୍ଣ୍ଣାଲ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ମିଳିଲା।

ରିପୋର୍ଟ ଅନୁଯାୟୀ, ଏହି ଫୋଟୋ ପ୍ରଥମେ ଟିଏମସି ସାଂସଦ ଜବାହର ସିର୍କାର ସେୟାର କରିଥିଲେ କିନ୍ତୁ ପରେ ସେ ଏହି ପୋଷ୍ଟକୁ ଡିଲିଟ କରିଥିଲେ। ଏହାର ଜବାବରେ ବିଜେପି ଜବାହର ସିର୍କାରଙ୍କ ଉପରେ ଅଭିଯୋଗ ଲଗାଇ କହିଥିଲେ ଯେ ସେ ଫୋଟୋ ସେୟାର କରି ନକଲି ପ୍ରଚାର ଭାଇରାଲ କରିବା ଉଦ୍ୟମ କରିଛନ୍ତି।

Archive

ଆମେ ଏସିଟିପି ନ୍ୟୁଜ୍ ହିନ୍ଦୀ ୱେବସାଇଟରେ ଭାଇରାଲ୍ ଇମେଜ୍ ପାଇଲୁ | ତେବେ, ଏହି ପ୍ରତିଛବିରେ, ଆମେ ସ୍ପଷ୍ଟ ଭାବରେ ଦେଖିପାରୁଛୁ ଯେ କ୍ୟାମେରା ବ୍ୟବହାର କରିବା ସମୟରେ ପିଏମ ମୋଦୀ କ୍ୟାମେରା ଲେନ୍ସ କ୍ୟାପ ହଟାଇ ଦେଇଥିଲେ। ଆମେ ଜାଣିଲୁ ଯେ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିବା ପୂର୍ବରୁ ଭାଇରାଲ୍ ଇମେଜ୍ ଏଡିଟ୍ କରା ଯାଇଛି।

ନିମ୍ନରେ ଆପଣ ଭାଇରାଲ୍ ଏବଂ ମୂଳ ପ୍ରତିଛବି ମଧ୍ୟରେ ତୁଳନା ଦେଖିପାରିବେ |

୧୭ ସେପ୍ଟେମ୍ବର ୨୦୨୨ ରେ, ହିନ୍ଦୁସ୍ତାନ ଟାଇମ୍ସ ୟୁଟ୍ୟୁବରେ ଏକ ଭିଡିଓ ଅପଲୋଡ୍ କରିଥିଲା ଯେଉଁଥିରେ ପିଏମ ମୋଦୀ କ୍ୟାମେରା ଲେନ୍ସ କ୍ୟାପ ବିନା ଚିତାଙ୍କ ଫୋଟୋ ଉଠାଉଥିବା ଦେଖିବାକୁ ମିଳିଛି। ଭିଡିଓ ସହିତ କ୍ୟାପସନରେ ଲେଖା ଯାଇଛି, “ପିଏମ ମୋଦୀ ତାଙ୍କ ଜନ୍ମଦିନରେ ଚିତାକୁ ଜଙ୍ଗଲରେ ଛାଡିଛନ୍ତି; ଏହା ଭାରତ ପାଇଁ ଏକ ଐତିହାସିକ ଦିନ।

ରିପୋର୍ଟରେ କୁହାଯାଇଛି ଯେ ଚିତା ବିଲୁପ୍ତ ହେବାକୁ ଯାଉଛନ୍ତି ଏବଂ 74 ବର୍ଷ ପରେ ଶେଷରେ ଭାରତ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଏହି ଚିତାମାନଙ୍କୁ ମୁକ୍ତ କରିଥିଲେ। ନାମିବିଆରୁ ଭାରତକୁ ଆଣିଥିବା ଆଠଟି ଚିତା ମଧ୍ୟରୁ ୫ ଜଣ ମହିଳା ଏବଂ ୩ ଜଣ ପୁରୁଷ।

ଦି ଟେଲିଗ୍ରାଫ୍ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ସେ ନାମିବିଆରୁ ଆଣିଥିବା ଚିତାଙ୍କର ଫଟୋ ଉଠାଉଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନାମିବିଆରୁ ଚିତାଙ୍କ ଆଗମନ ଭାରତର ନୂତନ ଭବିଷ୍ୟତକୁ ମଜବୁତ କରିବ।

ଶେଷକଥା:

ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲେ ଯେ ଭାଇରାଲ୍ ଫୋଟୋକୁ ଏଡିଟ୍ କରା ଯାଇଛି| ମୂଳ ଫୋଟୋରେ ପିଏମ ମୋଦୀ କ୍ୟାମେରା ଲେନ୍ସ କ୍ୟାପ ବିନା ଭାରତକୁ ଆଣିଥିବା ଚିତାଙ୍କ ଫଟୋ କ୍ଲିକ୍ କରୁଥିଲେ। ଭାଇରାଲ୍ ଇମେଜ୍ ମିଥ୍ୟା ଅଟେ ଏବଂ ଏଡିଟ୍ କରି ଦର୍ଶାଅ ଯାଇଛି ଯେ ପିଏମ୍ ମୋଦୀ କ୍ୟାମେରା ଲେନ୍ସ କ୍ୟାପ୍ ସହିତ ଫଟୋଗ୍ରାଫ୍ କ୍ଲିକ୍ କରୁଛନ୍ତି।

Avatar

Title:ନା, ପିଏମ ମୋଦୀ କ୍ୟାମେରା ଲେନ୍ସ କ୍ୟାପ ଅପସାରଣ ନକରି ଫଟୋ କ୍ଲିକ୍ କରୁନାହାଁନ୍ତି!

Fact Check By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *