କ’ଣ ବିରାଟ କୋହଲି ନିଜ ମୋବାଇଲ୍ ରେ ରାହୁଲ ଗାନ୍ଧୀଙ୍କର ଭାଷଣ ଭିଡିଓ ଦେଖୁଛନ୍ତି? ଜାଣନ୍ତୁ ସତ୍ୟତା। 

Altered Political

ନିକଟରେ ବିରାଟ କୋହଲିଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫୋଟୋରେ କୋହଲି ଆରସିବି ଜର୍ସିରେ ଏକ ଚେୟାରରେ ବସି ମୋବାଇଲ୍ ସ୍କ୍ରିନକୁ ଦେଖିଥିବାର ନଜର ଆସିଛନ୍ତି। ତାଙ୍କ ମୋବାଇଲ୍ ସ୍କ୍ରିନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଫୋଟୋ ଦେଖିବାକୁ ମିଳିଛି। ରାହୁଲ ଗାନ୍ଧୀଙ୍କ ସାମ୍ବାଦିକ ସମ୍ମିଳନୀ ଦେଖୁଥିବାର ଦାବି କରି ବିରାଟ କୋହଲିଙ୍କର ଏହି ଫଟୋ ସେୟାର କରା ଯାଉଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ଏଡିଟେଡ୍ ଫୋଟୋ ଅଟେ। ପ୍ରକୃତ ଫୋଟୋରେ  ବିରାଟ କୋହଲି ରାହୁଲ ଗାନ୍ଧୀଙ୍କ ଭାଷଣ ଭିଡିଓ ଦେଖୁ ନାହାଁନ୍ତି। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ବିରାଟ କୋହଲିଙ୍କର ସମାନ ଫୋଟୋ ଅନେକ ସୋସିଆଲ ମିଡିଆ ଏକାଉଣ୍ଟ (ଫେସବୁକ, ଇଂଷ୍ଟାଗ୍ରାମ୍, ଟୁଇଟର) ରେ ପୋଷ୍ଟ ହେଇଥିବା ମିଳିଲା। ଏହି ଅମସ୍ତ ପୋଷ୍ଟରେ ଉଲ୍ଲେଖ କର ଯାଇଛି ଯେ ‘ଜିଓ କମ୍ପାନୀର ଏକ ବିଜ୍ଞାପନ ଶୁଟିଙ୍ଗ ସମୟରେ ବିରାଟ କୋହଲି ଆରମ କରୁଛନ୍ତି

https://www.facebook.com/permalink.php?story_fbid=pfbid02MaLgKCbWziQ8tYkvo8esW27L9u8AKMrznSUG7SppYPukZsx1rFrDwBQs7e9gj9gRl&id=100064244426971

Archive

ଉପରୋକ୍ତ ଫୋଟୋରେ ଆମେ ଦେଖିବାକୁ ପାଇଲୁ ଯେ ବିରାଟ କୋହଲିଙ୍କର ମୋବାଇଲରେ ରାହୁଲ ଗାନ୍ଧୀଙ୍କର ଫୋଟୋ ନାହିଁ। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ବିରାଟ କୋହଲି ରାହୁଲ ଗାନ୍ଧୀଙ୍କର ସାମ୍ବାଦିକ ସମ୍ମିଳନୀ ଦେଖୁ ନାହଁନ୍ତି। ନିମ୍ନରେ ଆପଣ ମାନେ ଭାଇରାଲ ଏବଂ ପ୍ରକୃତ ଫୋଟୋ ମଧ୍ୟରେ ତୁଳନା ଏଖି ପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଏହା ଏକ ଏଡିଟେଡ୍ ଫୋଟୋ ଅଟେ। ପ୍ରକୃତ ଫୋଟୋରେ  ବିରାଟ କୋହଲି ରାହୁଲ ଗାନ୍ଧୀଙ୍କ ଭାଷଣ ଭିଡିଓ ଦେଖୁ ନାହାଁନ୍ତି। 

Avatar

Title:କ’ଣ ବିରାଟ କୋହଲି ନିଜ ମୋବାଇଲ୍ ରେ ରାହୁଲ ଗାନ୍ଧୀଙ୍କର ଭାଷଣ ଭିଡିଓ ଦେଖୁଛନ୍ତି? ଜାଣନ୍ତୁ ସତ୍ୟତା।

Fact Check By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *