ପ୍ରଧାନମନ୍ତ୍ରୀ ମୋଦି ଟ୍ୟାକ୍ସିରେ ପୋପ୍ ଫ୍ରାନାନ୍ସିସ୍ ପରିଦର୍ଶନ କରିଥିଲେ ? ଜାଣନ୍ତୁ ସତ୍ୟତା।

Altered Social

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ଏକ ଟ୍ୟାକ୍ସିରେ ପୋପ୍ ଫ୍ରାନାନ୍ସିସ୍ ପରିଦର୍ଶନ କରିଥିଲେ ବୋଲି  ପୋଷ୍ଟରେ ସେୟାର କରାଯାଉଛି।  ଜି -20 ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋମରେ ଥିଲେ, 30 ଅକ୍ଟୋବର 2021 ରେ ଭାଟିକାନରେ ସେ ପୋପ୍ ଫ୍ରାନ୍ସିସଙ୍କୁ ଭେଟିଥିଲେ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

31 ଅକ୍ଟୋବରରେ Rahul Rock ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଥିଲେ। ପୋଷ୍ଟରେ ଲେଖାଯାଇଛି ଯେ, ଇଟାଲୀ ଵାଲା ଶେଷରେ ମାନ୍ୟବର ଙ୍କୁ taxi ରେ ବସେଇ ସ୍ୱାଗତ କଲେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Face book । Archive

ତେବେ କଣ ଭାଇରାଲ ଫଟୋରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୟାକ୍ସିରେ ପୋପ୍ ଫ୍ରାନାନ୍ସିସ୍ ପରିଦର୍ଶନ କରିଥିଲେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଭାଇରାଲ ଫଟୋ ଆମକୁ  ANI ଦ୍ୱାରା ଟ୍ୱିଟ୍ ହୋଇଥିବା ପୋଷ୍ଟରେ ମିଳିଲା।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୋପ୍ ଫ୍ରାନ୍ସିସଙ୍କ ସହ ହୋଇଥିବା ବୈଠକର ଫଟୋ ଗୁଡ଼ିକ କ୍ଲିକ୍ କରାଯାଇଛି। ସେମାନଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ANI ଦ୍ୱାରା ଅପଲୋଡ୍ ହୋଇଥିବା ଏକ ଭିଡିଓ ମଧ୍ୟ ଅଛି, ଯେଉଁଠାରେ ସ୍ପଷ୍ଟ ହୋଲା ଯେ, ଭାଇରାଲ ଫଟୋକୁ ଏଡ଼ିଟ୍ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ପ୍ରତିଛବିରେ ଥିବା ଟ୍ୟାକ୍ସି ନାମପ୍ଲେଟ୍ ANI ଦ୍ୱାରା ମୂଳ ପ୍ରତିଛବି ଉପରେ ଏଡିଟେ ହୋଇଥିବାର ସ୍ପଷ୍ଟ ଦେଖାଯାଉଛି। ଭାଇରାଲ ଫଟୋ ଏବଂ ଆମକୁ ମିଳିଥିବା ଫଟୋ ଏଡିଟ୍ ହୋଇଥିବାର ଦେଖାଯାଉଛି। ଦୁଇଟି ଫଟୋକୁ ଆମେ ବିଶ୍ଲେଷଣ କରିଲୁ। ତଳେ ଫଟୋର ବିଶ୍ଲେଷଣ ଦେଖନ୍ତୁ।

ଶେଷକଥା

ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ପ୍ରଧାନମନ୍ତ୍ରୀ ମୋଦି ଟ୍ୟାକ୍ସିରେ ପୋପ୍ ଫ୍ରାନାନ୍ସିସ୍ ପରିଦର୍ଶନ କରିଥିବା ଫଟୋ ଏଡିଟ୍ କରି ଭାଇରାଲ କରାଯାଉଛି।

Avatar

Title:ପ୍ରଧାନମନ୍ତ୍ରୀ ମୋଦି ଟ୍ୟାକ୍ସିରେ ପୋପ୍ ଫ୍ରାନାନ୍ସିସ୍ ପରିଦର୍ଶନ କରିଥିଲେ ? ଜାଣନ୍ତୁ ସତ୍ୟତା।

Fact Check By: Saritadevi Samal 

Result: Altered

Leave a Reply

Your email address will not be published. Required fields are marked *