କ’ଣ ପୂର୍ବତନ କ୍ରିକେଟ୍ ଖେଳାଳି ଏବଂ ବିଜେପି ସାଂସଦ ଗୌତମ ଗମ୍ଭୀର ‘ଭାରତ ତେରେ ତୁକଡେ ହୋଙ୍ଗେ’ ନାରା ଦେଉଥିବା ଦର୍ଶକଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ? 

Altered Political

ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଲୋକସଭା ସାଂସଦ ଗୌତମ ଗମ୍ଭୀର ଦର୍ଶକଙ୍କ ଉପରେ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଦର୍ଶକମାନେ ତାଙ୍କୁ ଟ୍ରୋଲ କରୁଥିଲେ, ଯାହା ଗମ୍ଭୀରଙ୍କୁ ବିରକ୍ତ କରିଥିଲା। ଏହା ବିବାଦ ସୃଷ୍ଟି କରିଥିଲା। ଗମ୍ଭୀର କହିଛନ୍ତି ଯେ ଦର୍ଶକମାନେ ଭାରତ ବିରୋଧୀ ନାରା ଦେଉଥିଲେ ଏବଂ ତାଙ୍କ ଦେଶ ପ୍ରତି ଅସମ୍ମାନକୁ ସେ ସାହି ପାରିନଥିଲେ।

ଏହି ଘଟଣାର ଗୋଟିଏ ଭିଡିଓ ପୋଷ୍ଟ କରା ଯାଉଛି ଯେଉଁଥିରେ ଦର୍ଶକମାନେ ଭାରତ ବିରୋଧୀ ‘ଭାରତ ତେରେ ତୁକଡେ ହୋଙ୍ଗେ’ ନାରା ଦେଉଥିଲେ। ସେହି ସମୟରେ ଗମ୍ଭୀର ଦର୍ଶକଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଜଣେ ଫେସବୁକ ୟୁଜର ଲେଖିଛନ୍ତି, “ଭାରତ କୁ କିଏ ଆଖି ଦେଖେଇବ ଆଉ ଗୌତମ ଗମ୍ଭୀର ପରି ଦେଶ ଭକ୍ତ ଚୁପ୍ ରହିବେ ଏହା କେବେ ସମ୍ଭବ ନୁହଁ।”

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଅସଲି ଭିଡିଓକୁ ଏଡିଟ୍ କରି ଭାରତ ବିରୋଧୀ ନାରା ଶବ୍ଦ ଗୁଡିକ ଯୋଡା ଯାଇଛି। 

Facebook | Archive

ସମାନ ଭିଡିଓ X (ଟୁଇଟର) ରେ ମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। 

https://twitter.com/Sidha_memer/status/1698733837612978456

ଆମ ଅନୁଅନ୍ଧାନ: 

ଉପରୋକ୍ତ ଟୁଇଟର ଭିଡିଓରେ ଆମକୁ @xTripti ଏକାଉଣ୍ଟ ନାମ ଦେଖିବାକୁ ମିଳିଲା। ଟୁଇଟରରେ ଯାଇ ସେହି ଏକାଉଣ୍ଟ ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ତାହା ଡ଼ିଲିଟ୍ କରା ଯାଇଛି। 

ତେବେ ଏହି ଭିଡିଓ ଭାଇରାଲ ହେବା ପରେ ସେ ଏକ ପୋଷ୍ଟରେ ସ୍ପଷ୍ଟ କରିଛନ୍ତି ଯେ ସେ ଏହି ଭିଡିଓକୁ ମଜାଳିଆ ଏବଂ ଇମ୍ପ୍ରେସ କରିବା ପାଇଁ ପ୍ରସ୍ତୁତ କରିଛନ୍ତି। ତାଙ୍କ ପୋଷ୍ଟର ସ୍କ୍ରିନସଟ ସୋସିଆଲ ମିଡିଆରେ ଏବେ ବି ଉପଲବ୍ଧ ଅଛି। 

ଭାରତ ତେରେ ତୁକଡେ ହୋଙ୍ଗେ ଶବ୍ଦ ବ୍ୟବହାର କରି ଆମେ ୟୁଟ୍ୟୁବରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ 15 ଫେବ୍ରୁଆରି ୨୦୧୬ ରେ ଆଜ୍ ତକ୍ ର ୟୁଟ୍ୟୁବ ଚ୍ୟାନାଲରେ ଗୋଟିଏ ଭିଡିଓ ମିଳିଲା। ଭିଡିଓ ସହିତ ଦିଆ ଯାଇଥିବା ସୂଚନାରେ କୁହା ଯାଇଛି ଯେ ‘ଏବିଭିପି ଗୋଟିଏ ନୂଆ ଭିଡିଓ ପ୍ରସାରିତ କରିଛି ଯେଉଁଥିରେ JNU ର ଛାତ୍ର ମାନେ ଦେଶ ବିରୋଧୀ ନାରା ଦେଉଛନ୍ତି।’ ନିମ୍ନରେ ଆପଣ ମାନେ ଏହି ଭିଡିଓ ଦେଖି ପାରିବେ। 

ଏହି ଭିଡିଓର ୩୩ ସେକେଣ୍ଡ ସମୟ ପର ଠାରୁ ଆପଣ ମାନେ ‘ଭାରତ ତେରେ ତୁକଡେ ହୋଙ୍ଗେ’ ନାରା ଶୁଣି ପାରିବେ। ଏହି ଭିଡିଓରୁ ଦେଶ ବିରୋଧୀ ନାରା କୁ ଭାଇରାଲ ଭିଡିଓରେ ଏଡିଟ୍ କରି ଯୋଡା ଯାଇଛି। ନିମ୍ନରେ ଥିବା କ୍ଲିପ୍ ଦ୍ଵାରା ଆପଣ ମାନଙ୍କୁ ସ୍ପଷ୍ଟ ହୋଇଯିବ। 

ମୂଳ ଭିଡିଓକୁ ଏଡିଟ୍ କରିବା ପାଇଁ ଉପଭୋକ୍ତା ଏହି 7 ବର୍ଷ ପୁରୁଣା କ୍ଲିପ୍ ରୁ ଅଡିଓ ନେଇଥିଲେ | ମୂଳ ଭିଡିଓରେ ଦର୍ଶକମାନେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନାମ ଜପ କରୁଥିବା ଶୁଣିବାକୁ ମିଳୁଛି। ଦର୍ଶକମାନେ ତାଙ୍କ ନିର୍ଦ୍ଦେଶିତ ‘କୋହଲି’ ଜପ କରିବା ଆରମ୍ଭ କରିବାବେଳେ ଆମେ ଗୌତମ ଗମ୍ଭୀରଙ୍କୁ ଷ୍ଟାଡିୟମରୁ ବାହାରକୁ ଯାଉଥିବା ଦେଖିପାରିବା।  ଗମ୍ଭୀର ଏହି ଜପଗୁଡିକର ଜବାବ ଦେଇ ଏକ ଅଶ୍ଳୀଳ ଅଙ୍ଗଭଙ୍ଗୀ କରି ତା’ପରେ ଚାଲିଯାଇଥିଲେ। ଭାଇରାଲ ଭିଡିଓ ଏବଂ ମୂଳ ଭିଡିଓ ମଧ୍ୟରେ ଏକ ତୁଳନା ନିମ୍ନରେ ଦର୍ଶାଯାଇଛି। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓକୁ ଏଡିଟ୍ କରା ଯାଇଛି। JNU ର ୭ ବର୍ଷ ପୁରୁଣା ଗୋଟିଏ ଭିଡିଓରୁ ଅଡିଓ ନେଇ ମୂଳ ଭିଡିଓରେ ଯୋଡି ତାହାକୁ ସେୟାର କରା ଯାଉଛି। ମୂଳ ଭିଡିଓରେ ଦେଶ ବିରୋଧୀ ନାରା ଦିଆ ଯାଉ ନାହିଁ।

Avatar

Title:କ’ଣ ପୂର୍ବତନ କ୍ରିକେଟ୍ ଖେଳାଳି ଏବଂ ବିଜେପି ସାଂସଦ ଗୌତମ ଗମ୍ଭୀର ‘ଭାରତ ତେରେ ତୁକଡେ ହୋଙ୍ଗେ’ ନାରା ଦେଉଥିବା ଦର୍ଶକଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ?

Written By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *