ସୋନିଆ ଗାନ୍ଧୀଙ୍କ ଏଡିଟେଡ୍ ଫଟୋକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

False Social

ସୋସିଆଲ ମିଡିଆରେ ସୋନିଆ ଗାନ୍ଧୀଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସୋନିଆ ଗାନ୍ଧୀଙ୍କ ବୁକ୍ ସେଲଫରେ ଏକ ବହିକୁ ଦର୍ଶାଯାଇଛି।  ବହିରେ ଭାରତକୁ କିପରି ଖ୍ରୀଷ୍ଟିଆନ ରାଷ୍ଟ୍ରରେ ପରିଣତ କରାଯିବ’ ତାହା ଲେଖା ଅଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

1 ଜୁନରେ Krishna jaykrishna ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଭଲ ଭାବେ ଦେଖନ୍ତୁ ଆଉ ୟାକୁ ଚମଚା ସବୁ ନିଜର ମା ବନେଇକି ରଖିଛି। ଫଟୋରେ ଥିବା ପୁସ୍ତକରେ ଲେଖାଯାଇଛି- ଭାରତକୁ କିପରି ଖ୍ରୀଷ୍ଟିଆନ ରାଷ୍ଟ୍ରରେ ପରିଣତ କରାଯିବ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 63ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-FacebookArchive

ତେବେ କଣ ସୋନିଆ ଗାନ୍ଧୀ ତାଙ୍କ ବୁକ ସେଲଫରେ ଭାରତକୁ କିପରି ଖ୍ରୀଷ୍ଟିଆନ ରାଷ୍ଟ୍ରରେ ପରିଣତ କରାଯିବ ପୁସ୍ତକ ରଖିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ –

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଭାଇରାଲ ଫଟୋ ଆମକୁ hindustantimes ପେଜରେ ମିଳିଲା। ଯାହାକି 2020ରେ ପୋଷ୍ଟ କରାଯାଇଛି। କିନ୍ତୁ ଆମକୁ ମିଳିଥିବା ଫଟୋରେ ଭାଇରାଲ ଫଟୋରେଥିବା ପୁସ୍ତକ ନାହିଁ। ଯାହାକୁ ଏଡିଟ୍ କରାଯାଇ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। ଏହା ଛଡ଼ା ଭାଇରାଲ ଫଟୋ mint, outlookindia ପେଜରେ ମଧ୍ୟ ଭାଇରାଲ ଫୋଟେ ଦେଖିପାରିବେ। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- hindustantimesArchive

ଏହା ପରେ ଆମେ ଭାଇରାଲ ଫଟୋ ଏବଂ ଆମକୁ ମିଳିଥିବା ଫଟୋର ବିଷ୍ଳେଶଣ କରାଯାଇଛି। ତଳେ ବିଷ୍ଳେଶଣ ଫଟୋକୁ ଦେଖି ସ୍ପଷ୍ଟ କରାଯାଇଛି ଯେ, ମୂଳ ଫଟୋକୁ ଏଡ଼ିଟ୍ କରାଯାଇ ମିଥ୍ୟା ଦାବିରେ ଭାଇରାଲ କରାଯଆଉଛି। ତଳେଲିଙ୍କ ଦେଖନ୍ତୁ।

27 ଅକ୍ଟୋବର 2020ରେ Rahul gandhi ପୋଷ୍ଟ କରିଥିବା ଭିଡିଓରେ ଭାଇରାଲ ଫଟୋ ଦେଖିପାରିବେ। ଯେଉଁଥିରୁ ସ୍ପଷ୍ଟ ହେଉଛି, ଭାଇରାଲ ଫଟୋକୁ ଏଡ଼ିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ବୁକ୍ ସେଲଫରେଥିବା ପୁସ୍ତକର କଭର ବଦଳାଇ ଭାରତକୁ କିପରି ଖ୍ରୀଷ୍ଟିଆନ ରାଷ୍ଟ୍ରରେ ପରିଣତ କରାଯିବ ପୁସ୍ତକ ଲେଖି ଭାଇରାଲ କରାଯାଉଛି। ଏଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା

ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ,  ସୋନିଆ ଗାନ୍ଧୀଙ୍କ ଭାଇରାଲ ଫଟୋକୁ ଏଡିଟୁ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Avatar

Title:ସୋନିଆ ଗାନ୍ଧୀଙ୍କ ଏଡିଟେଡ୍ ଫଟୋକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *