
ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜିର ଗୋଡ଼ ଭାଙ୍ଗିଲା ପରେ ,ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି। ମମତା ବାନର୍ଜି ଭଲହୋଇ ହୋସ୍ପିଟାଲରୁ ଫେରିବା ପରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ସେ ୱିଲ ଚେୟାରରୁ ଉଠି ଚାଲୁଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ନିର୍ବାଚନ ପ୍ରଚାର ସରିଲା ପରେ ମମତା ଦିଦି ହ୍ୱିଲ ଚେୟାରୁ ଉଠିଗଲେ। ଅଭିନୟ କରି ଭୋଟ ନେଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
15 ମାର୍ଚ୍ଚରେ Susanta Sahoo ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଆଜିର ନିର୍ବାଚନି ପ୍ରଚାର ସରିଲା, ତେଣୁ ହ୍ୱିଲ ଚେୟାରରୁ ଦିଦି ଉଠୁଗଲେ। ଅଭିନୟରେ ପପୁଠୁ ବି ବଳିଗଲେ ଦିଦି ଆମର। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 12ଥର ସେୟାର କରାଯିବା ସହ ପୋଷ୍ଟକୁ 118 ଲାଇକ ଏବଂ ଅନେକ କମେଣ୍ଟ ମିଳିଛି। Odisha with BJP, saraswati pattnaik ପେଜରେ ମଧ୍ୟ ଭାଇରାଲ ଫଟୋ ପୋଷ୍ଟ କରାଯାଇଛି। ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ନିର୍ବାଚନ ପ୍ରଚାର ସରିଲା ପରେ ଦିଦି ହ୍ୱିଲ ଚେୟାରରୁ ଉଠି ଚାଲିବାର ଏହି ଫଟୋ ସତ୍ୟ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 12 ମାର୍ଚ୍ଚ 2021ରେ ABP NEWS ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶିତ ହୋଇଥିବା ଭିଡିଓ ପାଇଲୁ। ଯେଉଁଥିରେ ମମତା ବାନର୍ଜିକୁ ସିଧା ହୋସ୍ପିଟାଲରୁ ହ୍ୱିଲ ଚେୟାରରେ କାରରେ ବସାଇ ଦିଆଯିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଭିଡିଓରେ କେଉଁଠାରେ ମଧ୍ୟ ମମତା ବାନର୍ଜି ହ୍ୱିଲ ଚ୍ୟାରରୁ ଉଠି ଚାଲୁଥିବାର ଦେଖାଯାଉ ନାହାନ୍ତି। ଅଧିକ ସୂଚନା ପାଇଁ ତଳେ ପୋଷ୍ଟ ଦେଖନ୍ତୁ।
ପରେ ଆମେ ଭାଇରାଲ ଫଟୋରେଥିବା ମମତା ବାନର୍ଜିଙ୍କ ଚାଲୁଥିବା ଫଟୋକୁ ଗୁଗୁଲରେ ସର୍ଚ୍ଚ କର୍ଲିୁ। ସର୍ଚ୍ଚରେ ଆମକୁ citytoday ପେଜରେ ଭାଇରାଲ ଫଟୋରେ କରାଯାଇଥିବା ଏଡିଟ୍ ଫଟୋ ପାଇଲୁ। ଯେଉଁଥିରୁ ସ୍ପଷ୍ଟ ଜଣା ପଡ଼ୁଛି ଯେ, ଭାଇରାଲ ଫଟୋକୁ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ଆମକୁ ମିଳିଥିବା ଫଟୋର ବିଶ୍ଲେଷଣ ଦେଖନ୍ତୁ।
ଶେଶକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ମମତା ବାନର୍ଜିଙ୍କ ଫଟୋକୁ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Title:ମମତା ବାନର୍ଜିଙ୍କ ଫଟୋକୁ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False