ଚାଇନାର ସାଂଘାଇ ବ୍ରିଜ ଭିଜୁଆଲକୁ ଏଡ଼ିଟ୍ କରି ଭାଇରାଲ କରାଯାଉଛି।

Altered Social

 ସୋସିଆଲ ମିଡିଆରେ ଚାଇନାର ସାଂଘାଇର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।  ପୁରା ଭିଡିଓ ଏକ ଓଭରଲିପ୍ ଲୁପ୍ ପରି ଦେଖାଯାଉଛି। ପୋଷ୍ଟରେ ଦେଖାଯାଉଛି ଯେ, ଅନେକ ବ୍ରିଜ ଉପର ତଳ  ଗୋଲ ହୋଇ ବୁଲିଥିବାର ଦେଖଆଯାଉଛି। ଏବଂ ଭିଡିଓରେ ଅନେକ ଗାଡ଼ି ଏକା ସାଥିରେ ଚାଲୁଥିବାର ଦେଖାଯାଉଛଇ। ଭିଡିଓରେ ଦାବି କରାଯାଇଛି ଏହି ଭିଡିଓ ସାଂଘାଇ ଚାଇନାର ନାନପୁ ବ୍ରିଜର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ମିଥ୍ୟା ପ୍ରମାଣିତ ହେଲା। 

ଏହି ଭିଡିଓ ଆମକୁ ହ୍ୱାଟ୍ସଅପରେ ସେୟାର କରାଯାଇଛି। ଭିଡିଓରେ ଲେଖାଯାଇଛି- ସାଂଘାଇ ଚାଇନାର ନାନପୁ ବ୍ରିଜର ଅଟେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ। ଏହି ଭିଡିଓ Binara Phonehouse ଫେସବୁକ ପେଜରେ ମଧ୍ୟ ଦେଖଇବାକୁ ମିଳୁଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହି ଭିଡିଓ ଆମକୁ ହ୍ୱାଟ୍ସ ଅପରେ ମଧ୍ୟ ସେୟାର କରାଯାଇଛି। ତେବେ ଭାଇରାଲ ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

 ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡ଼ରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। min.news ପେଜରେ ଭାଇରାଲ ଭିଡିଓ ପରି ଏକ ଭିଡିଓ ପାଇଲୁ। ଯେଉଁଥିରେ ଲେଖାଯାଇଛି ଯେ, @ ଫାୟାରୱାର୍ଡସ୍ଲୋମ୍ 1 ଦ୍ୱାରା ଏହି ଭିଡିଓ ଅପଲୋଡ୍ ହୋଇଥିବା ପାଇଲୁ। ଭିଡିଓରେ, ନାନପୁ ବ୍ରିଜ୍ ର ଆକ୍ସେସ୍ ବ୍ରିଜ୍ ର ଏରିଏଲ୍ ଫୁଟେଜ୍ 10 ସ୍ତରର ରିଙ୍ଗ ଗଠନ ପାଇଁ “କପି , ପେଷ୍ଟ କରି ଭାଇରାଲ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- min.news । Archive

Chun Ming Ng ୟୁଟ୍ୟୁବ ଚ୍ୟାନେଲରେ ଚାଇନା ବ୍ରିଜର ଭିଡିଓ ପାଇଲୁ। ଯେଉଁଥିରେ ପ୍ରକୃତ ବ୍ରିଜର ଦୃଶ୍ୟ ପାଇଲୁ। ଭାଇରାଲ୍ ଭିଡିଓ ତୁଳନାରେ ସାଂଘାଇ ନାନପୁ ବ୍ରିଜ୍ ର ସମାନ ଭିଜୁଆଲ୍ ଅଛି। କିନ୍ତୁ ପ୍ରକୃତ ବ୍ରିଜ୍ ପାଖରେ ଏତେଗୁଡ଼ିଏ ରିଙ୍ଗ୍ ଲେନ୍ ନାହିଁ । ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

https://www.youtube.com/watch?v=-o9mCwjIXw0

ଏହା ପରେ ଆମେ ଭାଇରାଲ ଭିଡିଓକୁ ଅତି ନିକଟରୁ ଦେଖିଲୁ। ଭିଡିଓରେ  ସମାନ କାଡ଼ି କିଛି ସେକେଣ୍ଡ ସମୟ ବିଳମ୍ବ ସହିତ ଅନେକ ଥର ନକଲ କରାଯାଇଥିଲା।  ଭିଡିଓକୁ ପ୍ରସ୍ତୁତ କରିବା ପାଇଁ ମୂଳ ଭିଡିଓକୁ ଅନେକଥର କୋପି କରାଯାଇଛି। ପୁନରାବୃତ୍ତି ଏକାଗ୍ର ଢାଞ୍ଚା ଏବଂ ଏକତ୍ର ଗତି କରୁଥିବା କାରଗୁଡିକ ପ୍ରତି ଧ୍ୟାନ ଦେଲେ ଦେଖାଯାଉଛି ଯେ, ପୁରା ଭିଡିଓ ଏକ ଓଭରଲିପ୍ ଲୁପ୍ ପରି ଦେଖାଯାଉଛି। ଦ୍ୱିତୀୟ ଏବଂ ଚତୁର୍ଥ ରିଙ୍ଗରେ ଥିବା ସବୁଜ ଟ୍ରକ୍ ଏକତ୍ର ଗତିରେ ଏବଂ ସମାନ ଦିଗରେ ଗତି କରୁଥିବାର ଦେଖାଯାଉଛନ୍ତି। 

ଏହା ପରେ ଆମେ ଚାଇନାର ସଙ୍ଘାଇ ବ୍ରିଜ ଗୁଗୁଲରେ ସର୍ଚ୍ଚ କରିଲୁ। ଯେଉଁଥିରେ ବ୍ରିଜର ମୂଳ ଚିତ୍ର ଏବଂ ଭିଡିଓ ଦେଖିବାକୁ ମିଳୁଛି। ଏଠାରେ istockphoto ପେଜରେ ଚାଇନାର ସଙ୍ଘାଇ ବ୍ରିଜର ପ୍ରକୃତ ଦୃଶ୍ୟ ଦେଖନ୍ତୁ।

ଶେଷକଥା

ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଚାଇନା ସଂଘାଇ ବ୍ରିଜ  ଭିଡିଓ ଏଡ଼ିଟ୍ କରାଯାଇ ବିଭ୍ରାନ୍ତ ଦାବିରେ ଭାଇରାଲ କରାଯାଉଛି।

Avatar

Title:ଚାଇନାର ସାଂଘାଇ ବ୍ରିଜ ଭିଜୁଆଲକୁ ଏଡ଼ିଟ୍ କରି ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: Altered

Leave a Reply

Your email address will not be published. Required fields are marked *