ଭାରତର ବୃଦ୍ଧ ମୁସ୍ଲିମ ବ୍ୟକ୍ତି ସହ ତାଙ୍କର ସନ୍ତାନ ମାନେ ? ଜାଣନ୍ତୁ ସତ୍ୟତା।

False Social

ସୋସିଆଲ ମିଡିଆରେ ମୁସ୍ଲିମ ମାନଙ୍କ ପାଇଁ ଭାରତ ଜନ ସଂଖ୍ୟା ବଡ଼ିବା ଦାବିରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଇଛି ଯେ, କିଛି ବର୍ଷ ପରେ ଭାରତରେ ମୁସଲମାନମାନଙ୍କର ଜନସଂଖ୍ୟା ହିନ୍ଦୁମାନଙ୍କ ଅପେକ୍ଷା ଅଧିକ ହେବ ଏବଂ ସେମାନେ ଅଧିକ ଶକ୍ତିଶାଳୀ ହେବେ। ପୋଷ୍ଟରେ ଏକ ଚିତ୍ର ଅଛି ଯେଉଁଥିରେ ଜଣେ ବୃଦ୍ଧ ମୁସଲମାନ ବ୍ୟକ୍ତିଙ୍କୁ ଅନେକ ପିଲା ଘେରି ରହିଥିବାର ନଜର ଆସୁଛନ୍ତି।  ଫଟୋରେ ବୃଦ୍ଧ ବ୍ୟକ୍ତିର ଏତେ ସାରା  ପିଲା ବୋଲି ଦାବି କରାଯଆଇଛି।  କୁହାଯାଉଛି ଯେ 18 ବର୍ଷ ପରେ ମୁସଲମାନମାନେ ସେମାନଙ୍କ ଜନସଂଖ୍ୟା ଆଧାରରେ ଦେଶ ଉପରେ ପ୍ରାଧାନ୍ୟ ବିସ୍ତାର କରିବେ। ଭାଇରାଲ ଫଟୋ ଭାରତର ବୋଲି ଦାବି କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ବୋଲି ସ୍ପଷ୍ଟ ହୋଇଛି। 

12 ଜୁନରେ ନିଷ୍ଠା ରଞ୍ଜନ ଦାଶ ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, 18 ବର୍ଷ ପରୋ ଆପଣଙ୍କର 4 ପୁଅ କିନ୍ତୁ ଅବଦୁଲର 50 ପୁଅ ଜନ୍ମ ନେଇଥିବେ। ଏବଂ ସେମାନେ ଭାରତ ଦେଶରେ ରାଜ କରିବେ। ଅବଦୁଲ ସରକାର ବନାଇବ ଏବଂ ଆପଣଙ୍କ ପୁଅ ଡାକ୍ତର, ଇଂଜିନିୟର, ଆଇଏସ. ସୈନ, ମେଜର କର୍ଣ୍ଣଲର ଜୋତା ସଫା କରିବ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଭାଇରାଲ ଫଟୋରେ ମୁସ୍ଲିମ ବ୍ୟକ୍ତିର ସନ୍ତାନମାନଙ୍କ ସହ ଫଟୋ ଭାତର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 17 ଜୁନ 2014ରେ The Straits Times ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ, ଫଟୋରେ ଦେଖାଯାଇଥିବା ବୃଦ୍ଧ ବ୍ୟକ୍ତିଙ୍କ ନାମ ହେଉଛି ଗୁଲଜାର ଖାନ, ତାଙ୍କର 36 ସନ୍ତାନ ଅଛନ୍ତି। ଗୁଲଜାର ପାକିସ୍ତାନର ଉତ୍ତର ୱାଜିରିସ୍ତାନରେ ରହୁଥିଲେ କିନ୍ତୁ 2014 ରେ ସେନା କାର୍ଯ୍ୟାନୁଷ୍ଠାନ ହେତୁ ତାଙ୍କୁ 100 ଜଣ ପରିବାରଙ୍କ ସହ ସେହି ସ୍ଥାନ ଛାଡ଼ିବାକୁ ପଡିଥିଲା। ଗୁଲଜାର ତିନୋଟି ବିବାହ କରିଥିଲେ ଏବଂ ଚତୁର୍ଥ କରିବାକୁ ଚାହୁଁଛନ୍ତି। ଏହାର ଖବର gulfnews ପେଜରେ ମଧ୍ୟ ପ୍ରକାଶିତ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- The Straits Timesgulfnews 

ଏହା ପରେ ଆମେର ସ୍ପଷ୍ଟି କରଣ ପାଇଁ ଅଧିକ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ 24 News Hd ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ପାଇଲୁ। ଯେଉଁଥିରେ ଗୁଲଜାର ଖାନ ଏବଂ ତାଙ୍କ 3 ପତ୍ନୀ ଏବଂ 36 ଛୁଆଙ୍କ ସମ୍ପର୍କରେ କୁହା ଯାଇଛି। ଭିଡିଓରେ ଗୁଲଜାର ଖାନ କହିଛନ୍ତି , ମୁଁ ଚାହୁଁଛି ମୋ ପିଲାମାନଙ୍କୁ ସରକାର ଫ୍ରିରେ ପାଠ ପଢ଼ାନ୍ତୁ। ମୋ ପିଲାମାନେ ପାକିସ୍ତାନ ପାଇଁ ତାଙ୍କ ଜିବନ ମଧ୍ୟ ଦେବେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହି ପରି Firkee ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ପାଇଲୁ। ଯାହାକି ଅମର ଉଜାଲା ଏକ ଖବର ପ୍ରକାଶିତ କରିଛି, ସୂଚନା ଅନୁସାରେ 57 ବର୍ଷର ଗୁଲଜାର ଖାନ ପାକିସ୍ତାନର ବନ୍ନୁ ଅଞ୍ଚଳରେ ତାଙ୍କ ପରିବାର ସହ ରୁହନ୍ତି। ସେ ପରିବାରର ମୁଖ୍ୟ ଅଟନ୍ତି। ପରିବାରରେ 36 ପିଲା ଏବଂ ତିନି ପତ୍ନୀ ସହିତ, ଆଉ ଜଣେ ପିଲା ଦୁନିଆରେ ଆସିବା ପାଇଁ ପ୍ରସ୍ତୁତ ଅଛି।  ଏହା ଛଡ଼ା ଗୁଲଜାରଙ୍କ ସାନଭାଇ ମଧ୍ୟ ବଡ ଭାଇଙ୍କୁ ଅନୁସରଣ କରୁଛନ୍ତି। ଗୁଲଜାରଙ୍କ ବଡ଼ ଭାଇ ମସ୍ତାନ ଖାନ ୱାଜିରଙ୍କୁ 70 ବର୍ଷ ବୟସ ଏବଂ ତାଙ୍କର ତିନୋଟି ପତ୍ନୀ ଏବଂ 22ଟି ପିଲା। 

ଏହା ଛଡ଼ା ଜନ ମହମ୍ମଦଙ୍କ ବ୍ୟକ୍ତି ଏବଂ ତାଙ୍କ ପରିବାର ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର କ୍ୱେଟାରେରହନ୍ତି, ତାଙ୍କର 3 ପତ୍ନୀ ଏବଂ 38 ସନ୍ତାନ ଅଛନ୍ତି କିନ୍ତୁ ସେମାନେ ଚାହୁଁଛନ୍ତି ଯେ ସେମାନଙ୍କ ପିଲାଙ୍କ ସଂଖ୍ୟା 100 ରେ ପହଞ୍ଚୁ ଏବଂ ଏଥିପାଇଁ ଚତୁର୍ଥ ବିବାହ ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ନିକଟରେ ପାକିସ୍ତାନରେ ଜନସଂଖ୍ୟା ଗଣନା କରାଯାଇଥିଲା ଯେଉଁଥିରେ ପ୍ରକାଶ ପାଇଥିଲା ଯେ ପାକିସ୍ତାନ ସଂଖ୍ୟାରେ ବୃଦ୍ଧି ଘଟିଛି, 1998 ରେ ଜନସଂଖ୍ୟା 135 ନିୟୁତ ଥିଲା, ଯାହା ବର୍ତ୍ତମାନ 200 ନିୟୁତ ଅତିକ୍ରମ କରିଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

13 ଜୁନ 2018ରେ livemint ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ, ଯଦିଓ ଭାରତରେ ମୁସଲମାନ ଜନସଂଖ୍ୟା ଏହାର ଶିଖରରେ ପହଞ୍ଚିଗଲେ ମଧ୍ୟ ପ୍ରତି ପାଞ୍ଚ ଜଣ ଭାରତୀୟଙ୍କ ମଧ୍ୟରୁ କେବଳ ଚାରିଜଣ ହିନ୍ଦୁ ରହିବେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରି ଲିଙ୍କ ଦେଖନ୍ତୁ-livemintArchive

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ମୁସ୍ଲିମ ବ୍ୟକ୍ତି ସହ ତାଙ୍କର ଅଧିକ ସନ୍ତାନ ସହ ଭାଇରାଲ ହେଉଥିବା ଫଟୋ ଭାରତର ନୁହେଁ ବରଂ ପାକିସ୍ତାନର ଅଟେ।

Avatar

Title:ଭାରତର ବୃଦ୍ଧ ମୁସ୍ଲିମ ବ୍ୟକ୍ତି ସହ ତାଙ୍କର ସନ୍ତାନ ମାନେ ? ଜାଣନ୍ତୁ ସତ୍ୟତା।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *