ପୁରୁଣା ଭିଡିଓକୁ ବର୍ତ୍ତମାନ ପାକିସ୍ତାନ ବିବାଦ ସହ ଜୋଡ଼ି ଭାଇରାଲ କରାଯାଉଛି।

False International

ପାକିସ୍ତାନରେ ରାଜନିତିକ ମାହୋଲ ଗରମ ହୋଇଛି। ଏଥି ମଧ୍ୟରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ଆସେମ୍ବଲିରେ ଲୋକ ମାର ପିଟି କରୁଥିବାର ଦେଖାଯାଉଛନ୍ତି। ପୋଷ୍ଟ ସହିତ ଦାବି କରାଯାଉଛି ଯେ, ବର୍ତ୍ତମାନ ପାକିସ୍ତାନ ଜାତୀୟ ସଭାରେ ଏକ ବିବାଦ ଦେଖାଦେଇଛି। 

ଭାଇରାଲ ଭିଡିଓ ଜଣେ ଫେସବୁକ ୟୁଜର ପୋଷ୍ଟ କରି ଲେଖିଛନ୍ତି ଯେ, , ବର୍ତ୍ତମାନ ପାକିସ୍ତାନ ଜାତୀୟ ସଭାରେ ଏକ ବିବାଦ ଦେଖାଦେଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଅକ ଏବଂ କମେଣ୍ଟ ମଧ୍ୟ ମିଳିଛି। 

ତେବେ କଣ ଭାଇରାଲ ଭିଡିଓ ବର୍ତ୍ତମାନ ପାକିସ୍ତାନ ଆସେମ୍ବଲି ବିବାଦର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଭିଡିଓର ଉପର ଡାହାଣ କୋଣରେ ‘କାନକ ନ୍ୟୁଜ୍’ର ଲୋଗୋ ଦେଖିପାରିବେ। ଆମେ ଅଲଗା ଅଲଗା କୀ ଶବ୍ଦ ମାଧ୍ୟମରେ ଭିଡିଓକୁ ସର୍ଚ୍ଚ କରିଲୁ। ଭାଇରାଲ ଭିଜୁଆଲ୍ ସହିତ ଏହି ଭିଡିଓ ‘କାନକ ନ୍ୟୁଜ୍’ର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମିଳିଲା। 04 ମାର୍ଚ୍ଚ 2021 ରେ ଅପଲୋଡ୍ ହୋଇଥିବା ୟୁଟ୍ୟୁବ୍ ଭିଡିଓ ଅନୁଯାୟୀ, ପାକିସ୍ତାନର ସିନ୍ଧ ବିଧାନସଭାରେ ନେତାଙ୍କ ମଧ୍ୟରେ କଳହ ଲାଗି ରହିଥିଲା।

ଆମେ ଅଧିକ ସର୍ଚ୍ଚ କରିବରୁ ଆମକୁ ପାକିସ୍ତାନ ୟୂଟ୍ୟୁବର ଭିଡିଓ ମିଳିଲା। ଭିଡିଓ 2 ମାର୍ଚ୍ଚ 2021 ରେ ପାକିସ୍ତାନୀ ଗଣମାଧ୍ୟମରେ ରିପୋର୍ଟ କରାଯାଇଥିଲା। ଏହା ଛଡ଼ା ଏହି ଭିଡିଓ ARY News ୟୂଟ୍ୟୂବ ଚାନେଲରେ ମଧ୍ୟ ପୋଷ୍ଟ କରାଯାଇଛି। ଭିଡିଓର ଟାଇଟଲ୍ ଲେଖାଥିଲା, “ସିନ୍ଧ ବିଧାନସଭା ଇତିହାସର ଅନ୍ଧକାର ଦିନ, ପିଟିପି ମନ୍ତ୍ରୀମାନେ ପିପିପି ଏମପିଏ ସହିତ ଲଢେଇ…”। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

wionewsରେ 2021ରେ ପ୍ରକାଶିତ ଖବର ଅନୁସାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳର ତେହେରିକ-ଇ-ଇନସାଫର ନେତାମାନେ ବିଧାନସଭାରେ କଳହ ସୃଷ୍ଟି କରିଥିଲେ। ସିନ୍ଧ ବିଧାନସଭାରେ ତେହେରିକ-ଇ-ଇନସାଫ (ପିଟିଆଇ) ନେତା ତଥା ବିଦ୍ରୋହୀ ନେତାଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ବାସ୍ତବରେ, ବିଦ୍ରୋହୀ ନେତାମାନେ ସିନେଟ ନିର୍ବାଚନ ସମୟରେ ନିଜର ସ୍ୱାଧୀନ ଇଚ୍ଛାଶକ୍ତିର ଭୋଟ୍ ବିଷୟରେ ଆଲୋଚନା କରିଥିଲେ। କିନ୍ତୁ ଦଳର ନେତାମାନେ ଏହାକୁ ବିରୋଧ କରିଥିଲେ। ଯାହା ପରେ ବିଧାନସଭା ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହେଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଭାଇରାଲ ଭିଡିଓ ବର୍ତ୍ତମାନ ପାକିସ୍ତାନରେ ଚାଲିଥିବା ବିବାଦ ସହ କୌଣସି ସମ୍ପର୍କ ନାହିଁଏ। ଭିଡିଓ 2021ର ଅଟେ।

Avatar

Title:ପୁରୁଣା ଭିଡିଓକୁ ବର୍ତ୍ତମାନ ପାକିସ୍ତାନ ବିବାଦ ସହ ଜୋଡ଼ି ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *