Archives

ଅଭିନେତା ପଙ୍କଜ ତ୍ରିପାଠୀ ବିଜେପି ବିରୋଧରେ ପ୍ରଚାର କରିନାହାଁନ୍ତି, ଭିଡିଓକୁ ଏଡିଟ୍ କରା ଯାଇଛି।

ଦିଲ୍ଲି ବିଧାନସଭା ନିର୍ବାଚନ ପୁର୍ବରୁ ଅଭିନେତା ପଙ୍କଜ ତ୍ରିପାଠିଙ୍କ ଗୋଟିଏ ଭିଡିଓ ସୋସାଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ବିଜେପି ବିରୁଦ୍ଧରେ ପ୍ରଚାର କରୁଥିବା ନଜର ଆସିଛନ୍ତି। ୩୨ ସେକେଣ୍ଡର ଭିଡିଓରେ ସେ ଲୋକଙ୍କୁ ବିଜିପିକୁ ଭୋଟ୍  ନ ଦେବା ପାଇଁ ଅନୁରୋଧ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ଏଡିଟେଡ୍ ଭିଡିଓ ଅଟେ। ଅସଲି ଭିଡିଓରେ ପଙ୍କଜ ତ୍ରିପାଠି ଅନ୍ଲାଇନ୍ ୟୁପିଆଇ ଜାଲିୟାତି […]

Continue Reading

ବାଂଲାଦେଶରେ ମୁସଲମାନମାନେ ହିନ୍ଦୁଙ୍କ କ୍ଷେତରେ ଲାଗି ଥିବା ଫସଲରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଦାବି ମିଥ୍ୟା ଅଟେ।

କ୍ଷେତରେ ଜଳିଯାଇଥିବା ଫସଲ ଦେଖିବା ପରେ ଜଣେ ବ୍ୟକ୍ତିଙ୍କର କାନ୍ଦିବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରା ଯାଉଛି ଯେ ବାଂଲାଦେଶର ମୁସଲମାନମାନେ ପେଟ୍ରୋଲ ଢାଳି ହିନ୍ଦୁଙ୍କର କ୍ଷେତରେ ବଢିଥିବା ଫସଲକୁ ଜାଳି ଦେଇଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓରେ ଦେଖା ଯାଉଥିବା ପୀଡ଼ିତ ଚାଷୀ ହିନ୍ଦୁ ନୁହଁନ୍ତି, ସେ ଜଣେ ମୁସ୍ଲିମ ଲୋକ। ଭିଡିଓ ସେୟାର କରି ଜଣେ […]

Continue Reading

ବାଂଲାଦେଶର ଜଣେ ବୃଦ୍ଧ ମୁସ୍ଲିମ ବ୍ୟକ୍ତି ୧୨ ବର୍ଷ ହିନ୍ଦୁ ଝିଅକୁ ବିବାହ କରିଥିବା ଭାଇରାଲ ଭିଡିଓ ଏକ ନାଟକୀୟ ଭିଡିଓ ଅଟେ। 

ପ୍ରାୟ ୭୨ ସେକେଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କହିଛନ୍ତି ଯେ ସେ ୧୨ ବର୍ଷର ଝିଅକୁ ବିବାହ କରିଛନ୍ତି କାରଣ ତାଙ୍କର କୌଣସି ପିତାମାତା କିମ୍ବା କୌଣସି ସମ୍ପର୍କୀୟ ନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ନିଜ ପୁଅ ଏବଂ ବୋହୁ ତାଙ୍କର ଆବଶ୍ୟକତାର ଯତ୍ନ ନେଉନାହାଁନ୍ତି ଏବଂ ସେ ଦାବି କରିଛନ୍ତି ଯେ ତାଙ୍କର ପୂର୍ବ ପତ୍ନୀ ୫ ବର୍ଷ ପୂର୍ବେ ଦେହାନ୍ତ କରିଛନ୍ତି। […]

Continue Reading

ବାପା-ଝିଅର ବିବାହର ନାଟକୀୟ ଭିଡିଓକୁ ଅସଲି ଘଟଣା ଦାବି ସହିତ ସେୟାର କରା ଯାଉଛି।

ଜଣେ ବୟଷ୍କ ଲୋକଙ୍କ ନିକଟରେ ସିନ୍ଦୁର ଏବଂ ଲାଲ ସାଢି ପିନ୍ଧିଥିବା ମହିଳାଙ୍କ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ରେ ସେ ବୟଷ୍କ ଲୋକ କହୁଛନ୍ତି ଯେ ତାଙ୍କ ନିକଟରେ ଛିଡା଼ ହୋଇଥିବା ମହିଳା ହେଉଛନ୍ତି ତାଙ୍କ ଝିଅ ଏବଂ ସେ ମହିଳା‌ କହୁଛନ୍ତି ଯେ ସେ ତାଙ୍କ ପିତାଙ୍କ ସହିତ ବିବାହ କରିଛନ୍ତି। ହିନ୍ଦୁ ରୀତିନୀତି ଏବଂ ପରମ୍ପରା ଅନୁସାରେ ଏକ ମନ୍ଦିରରେ ବିବାହ ସମ୍ପନ୍ନ ହୋଇଥିଲା। ଉତ୍ସବ ପରେ, […]

Continue Reading

ହାଥରସରେ ଦଳାଚକଟାର ପୁରୁଣା ଘଟଣାକୁ ବାଂଲାଦେଶରେ ହିନ୍ଦୁ ମହିଳାଙ୍କ ଉପରେ ହେଉଥିବା ହିଂସା ଦାବି ସହିତ ସେୟାର କରା ଯାଉଛି।

ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ହିଂସା ଖବର ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଡାକ୍ତରଖାନାରେ ଅନେକ ମହିଳାଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ଭାଇରାଲ ପୋଷ୍ଟ ସହିତ ଦାବି କରାଯାଉଛି ଯେ ଏହି ଭାଇରାଲ ଭିଡିଓ ବାଂଲାଦେଶରୁ ଆସିଛି ଯେଉଁଠାରେ ମୁସଲମାନମାନେ ହିନ୍ଦୁ ମହିଳାଙ୍କୁ ଅତି ନିର୍ମମ ଭାବରେ ବଳାତ୍କାର କରିଛନ୍ତି ଏବଂ ପରେ ସେମାନଙ୍କୁ ହତ୍ୟା କରି ତାଙ୍କ ମୃତ ଶରୀର ଫୋପାଡ଼ି ଦେଇଛନ୍ତି। […]

Continue Reading

ପଞ୍ଜାବର ଜଲନ୍ଧରରେ ଗୋରୁ ଉପରେ ଆକ୍ରମଣର ଭିଡିଓକୁ ବାଂଲାଦେଶର ଘଟଣା କହି ମିଥ୍ୟା ସାମ୍ପ୍ରଦାୟିକ ଦାବି ସହିତ ସେୟାର ଯାଉଛି।

ଗତ କିଛି ମାସ ହେବ ପଡୋଶୀ ଦେଶ ବାଂଲାଦେଶରେ ଅଶାନ୍ତି ଦେଖାଦେଇଛି। ହିଂସା ଏବଂ ଅରାଜକତାର ପରିବେଶ ଏପର୍ଯ୍ୟନ୍ତ ଜାରି ରହିଛି। ସାମ୍ପ୍ରତିକ ବିକାଶ ସମୟରେ ବାଂଲାଦେଶରେ ଅନ୍ତର୍ଭୁକ୍ତ ସନାତନ ମୁଖପାତ୍ର ଚିନ୍ମୟ ଦାସଙ୍କୁ ଗିରଫ କରାଯାଇଥିଲା। ଏଥି ସହିତ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୁଦ୍ଧରେ ଶୋଷଣର ବୃଦ୍ଧି ମାମଲା ମଧ୍ୟ ସାମ୍ନାକୁ ଆସୁଛି।  ଏହି ପ୍ରସଙ୍ଗ ମଧ୍ୟରେ, ଏକ ହୃଦୟ ବିଦାରକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ କିଛି ଲୋକ ଗାଇ କୁ ଅତି ନିର୍ମମ […]

Continue Reading

କ’ଣ ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ସମୟରେ ବାଲଟ୍ ପେପର ବ୍ୟବହାର କରିବା ସମର୍ଥନ କରୁଛନ୍ତି? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ କହୁଛନ୍ତି, “ନିର୍ବାଚନ ସମୟରେ ଅଧିକାଂଶ ଶିକ୍ଷିତ ଦେଶ ମଧ୍ୟ ବାଲଟ୍ ପେପରରେ ନାମ ପଢ଼ନ୍ତି ଏବଂ ଭୋଟ ଦିଅନ୍ତି, ଏପରିକି ଆମେରିକାରେ ମଧ୍ୟ।” ଏହି ଭିଡିଓକୁ ଏପରି ସେୟାର କରା ଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଦିନେ ଇଭିଏମ୍ ବିରୋଧରେ ଥିଲେ କିନ୍ତୁ ଏବେ ନିର୍ବାଚନ ଜିତିବା ପାଇଁ ସେ ଏହି ମେସିନ୍ ବ୍ୟବହାର ଜାରି ରଖିବାକୁ ଚାହୁଁଛନ୍ତି। […]

Continue Reading

ବାଂଲାଦେଶରେ ଦୁଇଟି ମୁସ୍ଲିମ ସମ୍ପ୍ରଦାୟ ଦଳ ମଧ୍ୟରେ ହେଉଥିବା ସଂଘର୍ଷର ଭିଡିଓକୁ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କର ଏକ ବିଶାଳ ଭିଡ଼ ବାଡ଼ି ଧରି ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରୁଛନ୍ତି ଏବଂ ଆକ୍ରମଣ କରିବା ପାଇଁ ମଧ୍ୟ ଯାଉଛନ୍ତି ବୋଲି ଜଣ ପଡ଼ୁଛି। ଦାବି କର ଯାଉଛି ଯେ ଏହା ବାଂଲାଦେଶର ଘଟଣା ଯେଉଁଠାରେ ମୁସ୍ଲିମ ମାନେ ହିନ୍ଦୁଙ୍କ ଉପରେ ଆକ୍ରମଣ କରିବା ପାଇଁ ଯାଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବାଂଲାଦେଶରେ ଦୁଇଟି ମୁସ୍ଲିମ ସମ୍ପ୍ରଦାୟ […]

Continue Reading

ମହାରାଷ୍ଟ୍ରର ବାବ୍ରି ମସଜିଦ ପ୍ରଦର୍ଶନୀ ଭିଡିଓ କୁ ବାଂଲାଦେଶର କହି ମିଥ୍ୟା ଦାବିରେ ଭାଇରାଲ  କରାଯାଉଛି।

ବାଂଲାଦେଶରେ ହିନ୍ଦୁଙ୍କ ବିରୁଦ୍ଧରେ ହେଉଥିବା ଯନ୍ତ୍ରଣା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ପ୍ରସଙ୍ଗରେ ବର୍ତ୍ତମାନ ଗୋଟିଏ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ରାସ୍ତା ମଝିରେ ସ୍କ୍ରିନରେ ବାବରୀ ମସଜିଦର ଇତିହାସ ପ୍ରଦର୍ଶନ ହେଉଛି।  ଦାବି କରା ଯାଉଛି ଯେ ଏହି ଭିଡିଓ ବାଂଲାଦେଶର ଏକ ସହରରେ ପ୍ରଦର୍ଶନ କରା ଯାଇଛି ଏବଂ ସେଠିକାର ମୁସ୍ଲିମ ମାନଙ୍କୁ ହିନ୍ଦୁ ବାସିନ୍ଦାଙ୍କ ବିରୁଦ୍ଧରେ ଉତ୍ତେଜିତ କରା ଯାଉଛି।  କିନ୍ତୁ ଫ୍ୟାକ୍ଟ […]

Continue Reading

ଦେବେନ୍ଦ୍ର ଫଡନାଭିସ୍ ଏବଂ ଏକନାଥ ସିନ୍ଧେ ବାବୁରି ମସ୍ଜିଦ ଭାଙ୍ଗିଲା ସମୟରେ କରସେବକ ଭାବରେ ଏକାଠି କାମ କରିଥିଲେ କି?

ବିଜେପି ହାରାଷ୍ଟ୍ର ନିର୍ବାଚନ ଜିତିବା ଦେବେନ୍ଦ୍ର ଫଡନାଭିସ୍ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇ ଶପଥ ଗ୍ରହଣ କରିଛନ୍ତି ଏବଂ ଏକନାଥ ସିନ୍ଧେ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଏକ ପୁରୁଣା ଫୋଟୋ ସେୟାର କରି ଦାବି କରା ଯାଉଛି ଯେ ଦେବେନ୍ଦ୍ର ଫଡନାଭିସ୍ ଏବଂ ଏକନାଥ ସିନ୍ଧେ ବାବୁରି ମସ୍ଜିଦ ଭାଙ୍ଗିଲା ସମୟରେ କରସେବକ ଭାବରେ ଏକାଠି କାମ କରିଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

ସାଉଦି ଆରବିଆରେ ରାସ୍ତା ଜଳମଗ୍ନ ହେଇଥିବା ଭିଡିଓକୁ ଚେନ୍ନାଇର ବନ୍ୟା ପରିସ୍ଥିତି ଦାବି ସହିତ ସେୟାର କରା ଯାଉଛି। 

ଫେଙ୍ଗାଲ ବାତ୍ୟାର ପ୍ରଭାବ ତାମିଲନାଡୁ, କର୍ଣ୍ଣାଟକ ଏବଂ ପୁଡୁଚେରୀରେ ଦେଖିବାକୁ ମିଳିଥିଲା। ଲଗାତାର ପ୍ରବଳ ବର୍ଷା ସହିତ ବନ୍ୟା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଜଳମଗ୍ନ ରାସ୍ତାର ଭିଡିଓ ସେୟାର କରି ଦାବି କରା ଯାଉଛି ଯେ ଏହା ଚେନ୍ନାଇର ଦୃଶ୍ୟ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ସାଉଦି ଆରବିଆରେ ରାସ୍ତା ଜଳମଗ୍ନ ହେଇଥିବା ଭିଡିଓକୁ ଚେନ୍ନାଇର ବନ୍ୟା ପରିସ୍ଥିତି ଦାବି ସହିତ ସେୟାର […]

Continue Reading

ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟ ୱାକଫ ବୋର୍ଡ ରଦ୍ଦ କରିଛନ୍ତି କି? ଜାଣନ୍ତୁ ସତ୍ୟତା

ଆନ୍ଧ୍ର ସରକାର ୱାକଫ୍ ବୋର୍ଡ ରଦ୍ଦ କରିଥିବା ଦାବି ସହିତ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଷ୍ଟ ସେଯାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଆନ୍ଧ୍ରପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି : ୱାକଫ ବୋର୍ଡ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟ ୱାକଫ ବୋର୍ଡକୁ ରଦ୍ଦ କରିନାହାଁନ୍ତି। ବର୍ତ୍ତମାନ ଯେଉଁ ୱାକଫ୍ ବୋର୍ଡ ଅଛି […]

Continue Reading

କ’ଣ ଗୋଟିଏ ସଭାରେ ରାହୁଲ ଗାନ୍ଧୀ ଭଗବାନ ରାମଙ୍କର ପ୍ରତିମୂର୍ତି ନେବା ପାଇଁ ଅସ୍ଵୀକାର କରିଛନ୍ତି? ଜାଣନ୍ତୁ ସତ୍ୟତା। 

ରାହୁଲ ଗାନ୍ଧୀଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାହୁଲ ଗାନ୍ଧୀ କିଛି ନେତାଙ୍କ ସହିତ ମଞ୍ଚ ଉପରେ ଚିଡ଼ା ହୋଇଥିବା ସମୟରେ କିଛି ଲୋକେ ତାଙ୍କୁ ଫୁଲମାଳ ଏବଂ ଅନ୍ୟାନ୍ୟ ଉପହାର ଦେଉଛନ୍ତି।  ସେହି ସମୟରେ ସେଠାରେ ଜଣେ ବ୍ୟକ୍ତି ଗୋଟିଏ ଭଗବାନଙ୍କର ପ୍ରତିମୂର୍ତି ଧରି ଛିଡା ହୋଇଛନ୍ତି। ଭାଇରାଲ ଭିଡିଓରେ ଜଣା ପଡୁଛି ଯେ ରାହୁଲ ଗାନ୍ଧୀ ଭଗବାନଙ୍କ ପ୍ରତିମୂର୍ତି ନେବାରେ ଅସ୍ଵୀକାର କରୁଛନ୍ତି ଏବଂ […]

Continue Reading

ପଶ୍ଚିମବଙ୍ଗରେ କାଲୀ ମନ୍ଦିରରେ ବିସର୍ଜନ ପ୍ରସ୍ତୁତିର ଭିଡିଓକୁ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ନିର୍ଯାତନା ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଗୋଟିଏ ମନ୍ଦିରରେ କାଳୀ ମାତାଙ୍କ ମୂର୍ତ୍ତି ନଷ୍ଟ କରା ଯାଉଥିବାର ଦେଖାଯାଇଛି। ଭିଡିଓ ସହିତ ଦାବି କରାଯାଉଛି ଯେ ଏହି ଭିଡିଓ ବାଂଲାଦେଶରୁ ଆସିଛି ଯେଉଁଠାରେ ବାଂଲାଦେଶୀ ମୁସଲମାନମାନେ କାଳୀ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗରେ ଏହି ଭିଡିଓ ସେୟାର କରାଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହି ଭିଡିଓ ପଶ୍ଚିମବଙ୍ଗର ଅଟେ […]

Continue Reading

ପଶ୍ଚିମବଙ୍ଗରେ ଜଣେ ଇସ୍କନ୍ ପୂଜାରୀ ମୁସଲମାନ ମାନଙ୍କୁ ଖାଦ୍ୟ ପରିବେଷଣ କରୁଥିବା ପୁରୁଣା ଫୋଟୋକୁ ସମ୍ପ୍ରତ୍ତି ସମୟରେ ବାଂଲାଦେଶରେ ସାମ୍ପ୍ରଦାୟିକ ମାମଲା ପ୍ରସଙ୍ଗରେ ସେୟାର କରା ଯାଉଛି।

ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ନେଇ ଚାଲିଥିବା ଅଶାନ୍ତି ମଧ୍ୟରେ ବାଂଲାଦେଶରେ ଆଉ ଦୁଇଜଣ ହିନ୍ଦୁ ପୁରୋହିତଙ୍କୁ ଗିରଫ କରାଯାଇଛି ବୋଲି ଇସ୍କନ୍ କୋଲକାତା ମୁଖପାତ୍ର ରାଧରମନ୍ ଦାସ ଶନିବାର ଦାବି କରିଛନ୍ତି। ବାଂଲାଦେଶ ଏବଂ ଭାରତରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପୂର୍ବତନ ଇସ୍କନ୍ ସଦସ୍ୟ ଚିନ୍ମୟ କୃଷ୍ଣ ଦାସଙ୍କ ମୁକ୍ତି ପାଇଁ ଲୋକମାନେ ଆହ୍ଵାନ ଦେଇଛନ୍ତି। ଏହି ପ୍ରସଙ୍ଗରେ ଜଣେ ଇସ୍କନ୍ ପୁରୋହିତ କିଛି ମୁସ୍ଲିମ ବ୍ୟକ୍ତିଙ୍କୁ ଖାଦ୍ୟ ପରିବେଷଣ କରୁଥିବା ଫୋଟୋ […]

Continue Reading

ବାଂଲାଦେଶର ତିନୋଟି ଭିନ୍ନ କଲେଜର ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷକୁ ବିଭ୍ରାନ୍ତିକର ସାମ୍ପ୍ରଦାୟିକ ଦାବି ସହିତ ସେୟାର କରା ଯାଉଛି।

ବର୍ତ୍ତମାନ କିଛି ଲୋକଙ୍କ ମଧ୍ୟରେ ସଂଘର୍ଷର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହା ବାଂଲାଦେଶର ଘଟଣା ଅଟେ ଯେଉଁଠାରେ ହିନ୍ଦୁ ମାନଙ୍କ ଉପରେ ଏପରି ନିର୍ଯାତନା ହେଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ବାଂଲାଦେଶର ତିନୋଟି ଭିନ୍ନ କଲେଜର ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷକୁ ବିଭ୍ରାନ୍ତିକର ସାମ୍ପ୍ରଦାୟିକ ଦାବି ସହିତ ସେୟାର କରା ଯାଉଛି। କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଭିଡିଓ […]

Continue Reading

ଦିଲ୍ଲୀରେ ଟ୍ରାଫିକ ପୋଲିସ ଉପରେ ଆକ୍ରମଣର ପୁରୁଣା ଭିଡିଓକୁ ମୁମ୍ବାଇର ଘଟଣା ଦାବି ସହିତ ସେୟାର କରା ଯାଉଛି।

ରାସ୍ତାରେ ପୋଲିସ୍ କର୍ମଚାରୀଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ କରୁଥିବା ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସ୍କଲ୍ କ୍ୟାପ୍ ପିନ୍ଧିଥିବା କିଛି ଲୋକ ଟ୍ରାଫିକ ପୋଲିସ ଉପରେ ଆକ୍ରମଣ କରୁଥିବା ଦେଖାଯାଇଛି। ଦାବି କରା ଯାଇଛି ଯେ ମୁମ୍ବାଇରେ ଟ୍ରାଫିକ୍ ପୋଲିସ ମୁସ୍ଲିମଙ୍କ ବିରୁଦ୍ଧରେ ଚାଲାଣ କରିଥିବା ହେତୁ ଏହି ଘଟଣା ଘଟିଥିଲା।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଦିଲ୍ଲୀରେ ଟ୍ରାଫିକ ପୋଲିସ ଉପରେ […]

Continue Reading

ଲୋକସଭା ବାଚସ୍ପତ୍ତି ଓମ ବିର୍ଲାଙ୍କ ଝିଅ ଅଞ୍ଜଲି ବିର୍ଲା ଜଣେ ମୁସ୍ଲିମଙ୍କୁ ବିବାହ କରିଥିବା ମିଥ୍ୟା ଦାବି ସୋସିଆଲ ମିଡିଆରେ ଭାଇରାଲ। 

୧୨ ନଭେମ୍ବର ରେ ଲୋକସଭା ବାଚସ୍ପତ୍ତି ଓମ ବିର୍ଲାଙ୍କ ଝିଅ ଅଞ୍ଜଲି ବିର୍ଲାଙ୍କର ବିବାହ ହୋଇଥିଲା। ଏହି ବିବାହ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ଯେ ଅଞ୍ଜଲି ବିର୍ଲା ଜଣେ ମୁସ୍ଲିମଙ୍କୁ ବିବାହ କରିଛନ୍ତି। କ’ଣ ଦାବି କରା ଯାଉଛି ପୋଷ୍ଟରେ?  ଅଞ୍ଜଲି ବିର୍ଲାଙ୍କର ବିବାହର ଗୋଟିଏ ଫୋଟୋ ସେୟାର କରି ସୋସିଆଲ ମିଡିଆ ୟୁଜର ଲେଖୁଛନ୍ତି, “ଶୁଣିଲି ଓମ ବିର୍ଲା ଙ୍କ ଝିଅ ଅଞ୍ଜଳି ଜଣେ ମୁସଲମାନ ପୁଅ ଅନିଶ ରାଜାନି କୁ ବିବାହ […]

Continue Reading

ସିଦ୍ଧି ବିନାୟକ ମନ୍ଦିର ଉପରେ ୱକଫ୍ ବୋର୍ଡ ଦାବି କରୁଥିବା ଖବର ମିଥ୍ୟା ଅଟେ। ଜାଣନ୍ତୁ ସତ୍ୟତା।

ୱକଫ୍ ବୋର୍ଡ ହିନ୍ଦୁଙ୍କ ଜମି, ହିନ୍ଦୁ ଧର୍ମ ସ୍ଥଳ ଏବଂ ହିନ୍ଦୁଙ୍କର ତୀର୍ଥ ସ୍ଥାନ ଉପରେ ନିଜ ଦାବି କରୁଥିବା ଖବର ଅନେକ ଥର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗ ରେ ୱକଫ୍ ବୋର୍ଡ ସିଦ୍ଧି ବିନାୟକ ମନ୍ଦିର ଉପରେ ନିଜ ଦାବି କରୁଥିବା ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ପୋଷ୍ଟରେ ଦାବି କରି କୁହା ଯାଇଛି ଯେ, “ସିଦ୍ଧି […]

Continue Reading

କ’ଣ ଏଲୋନ୍ ମସ୍କ ପ୍ରକୃତରେ ଏକ ଫୋନ୍ ଲଞ୍ଚ କରିବାକୁ ଯାଉଛନ୍ତି ଯାହା ଚାର୍ଜିଂ ଏବଂ ଇଣ୍ଟରନେଟ୍ ଆବଶ୍ୟକ କରେ ନାହିଁ? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ଏଲୋନ୍ ମସ୍କ ଟେସ୍ଲା କମ୍ପାନୀର ଏକ ମୋବାଇଲ୍ ଲଞ୍ଚ କରିବାକୁ ଯାଉଛନ୍ତି ଯେଉଁଥିରେ ଗ୍ରାହକଙ୍କୁ ଇଣ୍ଟର୍ନେଟ ଏବଂ ଚାର୍ଜିଂ ଆବଶ୍ୟକ ହେବ ନାହିଁ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିୟଥ୍ୟା ବୋଲି ପାଇଲା। ଏଲୋନ୍ ମସ୍କ କୌଣସି ଫୋନ୍ ଲଞ୍ଚ କରିବା ଦାବି କରି ନାହାଁନ୍ତି ଯାହା ଚାର୍ଜିଂ ଏବଂ ଇଣ୍ଟରନେଟ୍ ଆବଶ୍ୟକ କରିବ ନାହିଁ।  କ’ଣ […]

Continue Reading

ଉଦ୍ଧାର କାର୍ଯ୍ୟର ମକ୍ ଡ୍ରିଲ୍ ଭିଡିଓକୁ ନିକଟରେ ବୀକାନେର ରେ ଟ୍ରେନ୍ ଦୁର୍ଘଟଣା ହୋଇଥିବା ଦାବି ସହିତ ସେୟାର କରା ଯାଉଛି।

କିଛି NDFR କର୍ମଚାରୀଙ୍କ ଷ୍ଟ୍ରେଚରରେ ଲୋକଙ୍କୁ ନେଇ ଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏକ ଟ୍ରେନର ଗୋଟିଏ କୋଚ୍ ଭିନ୍ନ ଟ୍ରେନର ଅନ୍ୟ କୋଚ୍ ଉପରେ ଚଢିଥିବା ଦେଖିବାକୁ ମିଳିଛି। ଭିଡିଓରେ ଏପରି ଜଣା ପଡୁଛିଯେ ଦୁଇଟି ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ଏହି ଘଟଣା ବିକାନେରରେ ଘଟିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଉଦ୍ଧାର କାର୍ଯ୍ୟର […]

Continue Reading

କ’ଣ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ମନୋନୀତ ହୋଇଛି? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନ୍ନିତ ହେଇଛି। ଭିଡିଓ ରେ ଆସଲେ ତୋହେ କହୁଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ନୋବେଲ ଶାନ୍ତି ପୁରସ୍କାର ପାଇଁ ସବୁଠାରୁ ବଡ ପ୍ରତିଯୋଗୀ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇନାହିଁ। ଆସଲେ ତୋହେଙ୍କର […]

Continue Reading

ତାମିଲନାଡୁର ମହା ପୁଷ୍କରମ ପାଇଁ କାଭେରୀ ନଦୀ ଜଳର ଭିଡିଓ ମିଥ୍ୟା ଦାବି ସହିତ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗୋଟିଏ ସ୍ଥାନରେ ପାଣି ମାଡ଼ି ଆସୁଥିବା ଦେଖିବାକୁ ମିଳିଛି। ଏହା ସହିତ ଦାବି କରା ଯାଉଛି ଯେ ଏହା ଏକ ଚମତ୍କାରୀ ନଦୀ ଯାହାକି ପିତୃ ପକ୍ଷର ଅମାବାସ୍ୟା ଦିନ ଠାରୁ ପ୍ରଭାବିତ ହୋଇଥାଏ ଏବଂ ଦୀପାବଳି ଅମାବାସ୍ୟା ଦିନ ବିଲୀନ ହୋଇଥାଏ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା କାବେରୀ ନଦୀର ପାଣି ଯାହା ତାମିଲନାଡୁର ମାୟିଲାଦୁଥୁରାଇରେ ମହା ପୁଷ୍କରମ୍ […]

Continue Reading

VIMSAR ମେଡିକାଲ କଲେଜର ହଷ୍ଟେଲ ଛାତ୍ରମାନଙ୍କ ଦ୍ୱାରା ଆତସବାଜିର ପୁରୁଣା ଭିଡିଓକୁ ସାମ୍ପ୍ରଦାୟିକ ମାମଲା ଦାବି ସହିତ ସେୟାର କରା ଯାଉଛି।

ଦୀପାବଳି ପରଠାରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଛାତ୍ର ମାନେ ହାତରେ ରକେଟ୍ ଚାଡ଼ୁଥିବା ଦେଖିବାକୁ ମିଳିଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଓଡ଼ିଶାରେ ମୁସଲମାନ ଦୀପାବଳିରେ ହିନ୍ଦୁଙ୍କ ଉପରେ ଆକ୍ରମଣ କରିଥିବା ପରେ ସ୍ଥାନୀୟ ହିନ୍ଦୁ ଲୋକମାନେ ତାଙ୍କ ଉପରେ ଏପରି ଆକ୍ରମଣ କରିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୧୮ ମସିହାର ଏକ ପୁରୁଣା ଭିଡିଓ ଅଟେ ଏବଂ […]

Continue Reading

ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଭାଷଣରେ ଲୋକଙ୍କ ଭିଡ଼ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମର ନାରା ଦେଇନଥିଲେ।

ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଆବଶ୍ୟକୀୟ ୨୭୦ ଭୋଟ୍ ହାସଲ କରିଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସ୍ ୨୨୪ ପାଇଛନ୍ତି। ବିଗତ ୨୦ ବର୍ଷରେ ସେ ରିପବ୍ଲିକ୍ ପାର୍ଟିର ଦ୍ଵିତୀୟ ନେତା ଯେ ଯିଏ ଦ୍ୱିତୀୟ ଅବଧି ପାଇଁ ରାଷ୍ଟ୍ରପତି ହୋଛନ୍ତି। ଏହା ପୂର୍ବରୁ ରିପବ୍ଲିକ୍ ପାର୍ଟିର ଜର୍ଜ ବୁଶ୍ ୨୦୦୧ ରୁ ୨୦୦୯ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିଲେ। ଏହି ପ୍ରସଙ୍ଗରେ ନିର୍ବାଚନରେ ​​ବିଜୟ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ […]

Continue Reading

ସାଉଦୀ ଆରବିଆର ଏକ ପୁରୁଣା ଭିଡିଓକୁ ନିକଟର ଦୀପାବଳି ପର୍ବ ପାଳନ ଦାବି ସହିତ ସେୟାର କରା ଯାଉଛି।

ଦୀପାବଳି ଅବସରରେ ସୋସିଆଲ ମିଡିଆରେ ବିଭିନ୍ନ ସୁନ୍ଦର ଆତସବାଜିର ଭିଡିଓ ଏବଂ ଫଟୋ ସେୟାର ହେଇଛି। ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ସୁନ୍ଦର ଆତସବାଜିର ଭିଡିଓ ଭାଇରାଲ ହେବା ସହ ଏହାକୁ ସାଉଦିରେ ଦୀପାବଳି ଉତ୍ସବ ପାଳନ ହେଉଥିବା ବୋଲି ଦାବି କରାଯାଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହା ସାଉଦୀ ଆରବିଆର ଏକ ପୁରୁଣା ଭିଡିଓ ଯାହାକୁ ସେଠାରେ ନିକଟରେ ଦୀପାବଳି ପର୍ବ ପାଳନ ଦାବି ସହିତ ସେୟାର […]

Continue Reading

ହାଇଦ୍ରାବାଦର ଏକ ବାଣ ଦୋକାନରେ ନିଆ ଲାଗିଥିବା ଘଟଣାକୁ ଦିଲ୍ଲୀର ଘଟଣା ଦାବି ସହିତ ସେୟାର କରା ଯାଉଛି। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବାଣ ଦୋକାନରେ ନିଆ ଲାଗିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ବାଣ ଦୋକାନ ଭିତରେ ଲୋକଙ୍କ ଭିଡ଼ ଥିବା ସମୟରେ ହଠାତ୍ ସେଠାରେ ଠେଲା-ପେଲା ହୋଇଥିଲା। କିଛି ସମୟ ମଧ୍ୟରେ ଦୋକାନରେ ନିଆ ଲାଗି ବାଣ ଜଳି ଯାଇଥିଲା। ଦାବି କର ଯାଉଛି ଯେ ଏହା ଦିଲ୍ଲୀର ଘଟଣା ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହା ହାଇଦ୍ରାବାଦର ଏକ […]

Continue Reading

ମକ୍କା କାବାରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ସାଉଦି ବାସିନ୍ଦାଙ୍କର ଭିଡିଓ ମିଥ୍ୟା ଦାବି ସହିତ ଭାଇରାଲ ହେଉଛି।

ମକ୍କା ମଦିନାରେ ଜଣେ ବ୍ୟକ୍ତି ବୋତଲରୁ କିଛି ତରଳ ପଦାର୍ଥ ଫିଙ୍ଗୁଠିବାର ଭିଡିଓ ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେହି ବ୍ୟକ୍ତି ବୋତଲରୁ ପଦାର୍ଥ ଫିଙ୍ଗିବା ପରେ ସେଠାରେ ଉପସ୍ଥିତ ଅନ୍ୟ ଲୋକମାନେ ତାକୁ ଘେରି ଧରିଥିଲେ। ସୋସିଆଲ ମିଡିଆ ୟୁଜର ମାନେ ଦାବି କରୁଛନ୍ତି ଯେ ମକ୍କାର ତୀର୍ଥ ସ୍ଥାନରେ ଜଣେ ଗଙ୍ଗାଜଳ ଛିଞ୍ଚନ କରିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ମକ୍କାରେ ତରଳ ପଦାର୍ଥ ଫିଗିଥିବା […]

Continue Reading

କ’ଣ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଫେସବୁକ ଏକାଉଣ୍ଟର କଭର ଫୋଟୋରେ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିଛନ୍ତି?

ବର୍ତ୍ତମାନ ସୋସିଆଲ ମିଡିଆରେ ଓଡ଼ିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଫେସବୁକ ଏକାଉଣ୍ଟର ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରେ ତାଙ୍କର ଫେସବୁକ କଭର ଫୋଟୋ ସେୟାର କରା ଯାଇଛି ଯେଉଁଥିରେ ସେ ନବୀନ ପଟ୍ଟନାୟକଙ୍କର ପ୍ରଶଂସା କରିଛନ୍ତି। ଫୋଟୋରେ ଲେଖା ଯାଇଛି, “କାମ ନବୀନଙ୍କର ନେମପ୍ଲେଟ ଆମର।” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଫୋଟୋ ଏଡିଟେଡ୍ ଅଟେ। ମୂଳ ଫୋଟୋକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା […]

Continue Reading

ସାଇପ୍ରସ୍ ଦେଶର ଏକ ଘଟଣାକୁ ନିକଟରେ ଆସିଥିବା ଦାନା ବାତ୍ୟାର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

ନିକଟରେ ବାତ୍ୟା ଦାନା ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ନିଜର ପ୍ରକୋପ ପକାଇଥିଲା। ଅନେକ ଉପକୂଳ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପରେ ମଧ୍ୟ ବାତ୍ୟାରେ ଜଣେ ମୃତ ହେଇଥିବା ସୂଚନା ମିଳିଛି। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସମୁଦ୍ରରୁ ଜଳପ୍ରପାତ ସ୍ଥଳ ଭାଗ ଛୁଇଁ ଥିବା ଦେଖିବାକୁ ମିଳିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ସାଇପ୍ରସ୍ ଦେଶର ଏକ ଘଟଣାକୁ ନିକଟରେ ଆସିଥିବା […]

Continue Reading

ମହାରାଷ୍ଟ୍ରର ନାଶିକ ରେ ଆଜାନଙ୍କ ସମୟରେ ଭଜନ-କୀର୍ତ୍ତନ ଉପରେ ସମ୍ପ୍ରତ୍ତି ସମୟରେ ପ୍ରତିବନ୍ଧକ ଲଗା ଯାଇଛି କି?

ଜଣେ ପୋଲିସ ଅଧିକାରୀଙ୍କ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି ଯେଉଁଥିରେ ସେ କହୁଛନ୍ତି ଯେ ସକାଳ ୫ ଟାରେ, ଅପରାହ୍ନରେ ୩.୧୫, ସନ୍ଧ୍ୟାରେ ୫.୧୫ ଏବଂ ୬.୩୦ ଏବଂ ରାତିରେ ୮.୩୦, ଏହିପରି ପାଞ୍ଚଟି ଆଜାନ୍ ସମୟ ୧୫ ମିନିଟ୍ ପୂର୍ବରୁ ଏବଂ ୧୫ ମିନିଟ୍ ପରେ ଏବଂ ପ୍ରଦର୍ଶନ କରିବାର ହିନ୍ଦୁଙ୍କୁ ଅଧିକାର ନାହିଁ। ମସଜିଦର ୧୦୦ ମିଟର ବ୍ୟାସାର୍ଦ୍ଧରେ ଯେକୌଣସି ଭଜନ, କୀର୍ତ୍ତନ କିମ୍ବା ହନୁମାନ ଚଲିସା ପାଠ କରିବା ଅନୁମତି ନାହିଁ।  […]

Continue Reading

୨୦୨୧ ମସିହାର ତାଉକ୍ତାଏ ବାତ୍ୟା ସମୟର ଭିଡିଓକୁ ଦାନା ବାତ୍ୟା ନାମରେ ସେୟାର କରା ଯାଉଛି।

୨୫ ତାରିଖ ବାତ୍ୟା ଦାନା ଓଡ଼ିଶାର ଭିତରକନିକା ଏବଂ ଧାମରାରେ ନିଜ ପ୍ରକୋପ ପକାଇଥିଲା। ଏହାର ପ୍ରଭାବ ପଶ୍ଚିମବଙ୍ଗରେ ମଧ୍ୟ ଦେଖିବାକୁ ମିଳିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦାନା ବାତ୍ୟାରେ ପଶ୍ଚିମବଙ୍ଗରେ ଜଣେ ବ୍ୟକ୍ତିଙ୍କର ମୃତ୍ଯୁ ହୋଇଥିବା ବେଳେ ଓଡ଼ିଶାରେ କାହାରି ମୃତ୍ଯୁ ହେଇନଥିବା ଜଣା ପଡିଛି। ତୀବ୍ର ହାୱା ଏବଂ ବର୍ଷା ରାଜ୍ୟର ଅନେକ ସ୍ଥାନରେ ବର୍ତ୍ତମାନ ମଧ୍ୟ ଦେଖିବାକୁ ମିଳୁଛି। ଏହି ପ୍ରସଙ୍ଗରେ ସମୁଦ୍ର ଉପକୂଳରେ ଉଚ୍ଚା ଢେଉର ଏକ ଭିଡିଓ ସୋସିଆଲ ମିଡିଆରେ […]

Continue Reading

ବାହରାଇଚରେ ବେଆଇନ କୋଠା ଗୁଡ଼ିକ ଭଙ୍ଗା ହେବା ପୁରୁଣା ଘଟଣାକୁ ସମ୍ପ୍ରତ୍ତି ସମୟର ଦଙ୍ଗା ସହିତ ଯୋଡ଼ି ମିଥ୍ୟା ଫରଚା କରା ଯାଉଛି

୧୩ ଅକ୍ଟୋବରରେ ବାହରାଇଚ୍ ହିଂସାରେ ରାମ ଗୋପାଳ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ଏହି ଘଟଣା ସମ୍ପର୍କରେ ଅନେକ ପୋଷ୍ଟ ଦେଖିବାକୁ ମିଳିଛି। ଆମେ ଏପରି ଏକ ପୋଷ୍ଟ ସାମନାକୁ ଆସିଛୁ ଯେଉଁଥିରେ ଧ୍ଵଂସ ଅବସ୍ଥାରେ ପଡିଥିବା କୋଠା ଗୁଡିକର ଭିଡିଓ ସେୟାର କରା ଯାଇଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ବାହରାଇଚ୍ ହିଂସାର ଅଭିଯୁକ୍ତମାନଙ୍କ ଘରକୁ ଯୋଗୀ ସରକାର ବୁଲଡୋଜର ଚଢାଇ ଭାଙ୍ଗିଛନ୍ତି। କିନ୍ତୁ ଫ୍ୟାକ୍ଟ […]

Continue Reading

କ’ଣ ବିଜେପି ସମର୍ଥକ ମାନେ କାନାରା ବ୍ୟାଙ୍କ୍ ସାମନାରେ କାନାଡା ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରୁଛନ୍ତି?

ନିକଟରେ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ଉତ୍ତେଜନା ପୁଣି ଠାରେ ସୃଷ୍ଟି ହୋଇଛି। ଭାରତ କାନାଡାର ୬ ଜଣ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିବା ବେଳେ କାନାଡା ମଧ୍ୟ ଭାରତର ୬ ଜଣ କୂଟନୀତିଜ୍ଞଙ୍କୁ ଶିଖ୍ ବିଚ୍ଛିନ୍ନତାବାଦୀ ନେତା ହତ୍ୟା ମାମଲା ଦେଖାଇ ତାଙ୍କୁ ବହିଷ୍କାର କରିଛି। ଏହି ପ୍ରସଙ୍ଗରେ କାନାରା ବ୍ୟାଙ୍କ ସମ୍ମୁଖରେ ଠିଆ ହୋଇଥିବା ଏବଂ ବିଜେପି ପତାକା ଧରିଥିବା କିଛି ଲୋକଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସେମାନଙ୍କୁ ପରିହାସ କରୁଛନ୍ତି ଯେ […]

Continue Reading

ନିଷ୍ପତ୍ତି ନେବା ଉପରେ ଏହି ଭାଇରାଲ୍ କୋଟ୍ ରତନ ଟାଟାଙ୍କ ଦ୍ୱାରା କରାଯାଇ ନାହିଁ |

୯ ଅକ୍ଟୋବର ରେ ଭାରତର ବହୁ ମାନ୍ୟତା ପ୍ରାପ୍ତ ଶିଳ୍ପପତି ତଥା ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ଦୁଖଦ ମୃତ୍ୟୁ ପରେ ସୋସିଆଲ ମିଡିଆରେ ତାଙ୍କ , ଭିଡିଓ, ଫୋଟୋଓ ଏବଂ ବିବୃତ୍ତି ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରୁ ଆମେ ଲକ୍ଷ୍ୟ କରିଛୁ ଯେ ଟାଟାଙ୍କ ଦ୍ୱାରା କରାଯାଇଥିବା ଏକ ବିବୃତ୍ତି ଭାଇରାଲ ହେବାରେ ଲାଗିଛି। ଅନେକ ଉପଭୋକ୍ତା ତାଙ୍କ ନିଷ୍ପତ୍ତି ଗ୍ରହଣ କାଇବା କଥା ନେଇ ତାଙ୍କୁ ପ୍ରଶଂସା କରୁଛନ୍ତି। ଗୋଟିଏ ପୋଷ୍ଟରେ […]

Continue Reading

କ’ଣ କୁର୍କୁରେ ରେ ଘୁଷୁରି ଚର୍ବି ମିଶାଯାଏ? ଜାଣନ୍ତୁ ସତ୍ୟତା। 

ସୋସିଆଲ ମିଡିଆରେ ବର୍ତ୍ତମାନ କୁର୍କୁରେ ଚିପ୍ସ କୁ ନେଇ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ କୁର୍କୁରେ ଚିପ୍ସ ଉତ୍ପାଦନ ସମୟରେ ସେଥିରେ ଘୁଷୁରି ଚର୍ବି ମିଶାଯାଉଛି ଯାହା ଦ୍ଵାରା ଲୋକ ମାନେ କର୍କଟ ରୋଗର ଶିକାର ହେଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। କୁର୍କୁରେରେ ଘୁଷୁରି ଚର୍ବି କିମ୍ବା କୌଣସି ପଶୁର ଅଂଶ ମିଶା ଯାଉନାହିଁ। କୁର୍କୁରେ ଏକ ନିରାମିଷ ଚିପ୍ସ।  କ’ଣ ଦାବି […]

Continue Reading

କ’ଣ ଲୁପ୍ପୋ କେକ୍ ରେ ପକ୍ଷାଘାତ ବଟିକା ମିଶାଇ ବିକ୍ରି କରା ଯାଉଛି? ଜାଣନ୍ତୁ ସତ୍ୟତା

କେକ୍ ପ୍ୟାକେଟ୍ ଭିତରେ ଦୁଇଟି ଛୋଟ ଟାବଲେଟ୍ ମିଳିଥିବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ, ଜଣେ ବ୍ୟକ୍ତି କେକ୍ ର ଏକ ପ୍ୟାକେଟ୍ ଖୋଲିଥିବାର ଦେଖାଯାଇଛି ଏବଂ ତା’ପରେ ଏହାକୁ ଭାଙ୍ଗିବା ପରେ ସେଥିରୁ ଦୁଇଟି ଧଳା ରଙ୍ଗର ଟାବଲେଟ୍ ବାହାରିବା ଦେଖିବାକୁ ମିଳିଛି। ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଛୋଟ ପିଲାମାନଙ୍କୁ ପକ୍ଷାଘାତ କରିବା ପାଇଁ ଏହି ଟାବଲେଟଗୁଡିକ କେକ୍ରେ ଭର୍ତ୍ତି କରାଯାଇଥିଲା। ଭିଡିଓ ସେୟାର କରି ଜଣେ ସୋସିଆଲ […]

Continue Reading

ଗୁଜରାତର ଖେଡା ସହରରେ ଗର୍ବା ଉତ୍ସବ ବେଳେ ପଥର ଫିଙ୍ଗା ଅଭିଯୁକ୍ତଙ୍କୁ ପୋଲିସ ମାରୁଥିବା ଭିଡିଓ ୨୦୨୨ ମସିହାର ଅଟେ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପୋଲିସ ମାନେ କିଛି ଯୁବକଙ୍କୁ ରାସ୍ତା ମଝିରେ ଏକ ଖୁଣ୍ଟରେ ବାନ୍ଧି ବାଡ଼ିରେ ମାରୁଛନ୍ତି। ସେ ଯୁବକ ମାନେ ପୋଲିସକୁ କ୍ଷମା ମାଗୁଥିବା ମଧ୍ୟ ଶୁଣିବାକୁ ମିଳିଛି। ଦାବି କରା ଯାଉଛି ଯେ ଗୁଜରାତର ଖେଡ଼ା ସହରରେ ମହିଳା ମାନେ ଗର୍ବା ନୃତ୍ୟ କରୁଥିବା ବେଳେ ମୁସ୍ଲିମ ସମ୍ପ୍ରଦାୟର କିଛି ଯୁବକ ତାଙ୍କ ଉପରେ ପଥର ଫିଙ୍ଗିଥିଲେ। ଏହି ଘଟଣାରେ ଅନେକ ହିନ୍ଦୁ ମହିଳା […]

Continue Reading

ଶ୍ରୀରାମ ମନ୍ଦିର ଜନ୍ମଭୂମି ଟ୍ରଷ୍ଟ ର ଅଧ୍ୟକ୍ଷ ମହନ୍ତ ନିତ୍ୟ ଗୋପାଳଦାସ ଙ୍କ ନିଧନ ନେଇ ଭାଇରାଲ ସୋସିଆଲ ମିଡିଆ ପୋଷ୍ଟ ମିଥ୍ୟା ଅଟେ।

ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗୋଟିଏ ହସ୍ପିଟାଲ୍ ଗ୍ରସ୍ତର ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ବ୍ୟକ୍ତିଙ୍କ ସାମନାରେ ନତମସ୍ତକ ହୋଇ ତାଙ୍କୁ ପ୍ରଣାମ କରୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ସେହି ବ୍ୟକ୍ତି ହେଉଛନ୍ତି ଶ୍ରୀରାମ ମନ୍ଦିର ଟ୍ରଷ୍ଟ ର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳଦାସ। ତାଙ୍କ ନିଧନ ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି […]

Continue Reading

୨୦୨୩ ର ପୁରୁଣା ଭିଡିଓକୁ ରତନ ଟାଟାଙ୍କ ବିୟୋଗର କିଛି ଦିନ ପୂର୍ବ ଭିଡିଓ ଦାବି ସହିତ ସେଯାର କରା ଯାଉଛି।

ବର୍ତ୍ତମାନ ସାରା ଦେଶ ରତନ ଟାଟାଙ୍କ ବିୟୋଗରେ ଶୋକ ପାଳନ କରୁଛି। ବିଗତ କିଛି ଦିନରୁ ଅସୁସ୍ଥ ଥିବାରୁ ତାଙ୍କ ଚିକିତ୍ସା ଚାଲିଥିଲା କିନ୍ତୁ ୯ ଅକ୍ଟୋବର ରେ ସେ ଏହି ଦୁନିଆ ଛାଡି଼ ଚାଲି ଯାଇଛନ୍ତି। ଏହି ସମୟରେ ରତନ ଟାଟାଙ୍କ ଗୋଟିଏ ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହା ତାଙ୍କର ଦେହାନ୍ତର କିଛି ସମୟ ପୁର୍ବର ଭିଡିଓ ଅଟେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିଊ […]

Continue Reading

କର୍ଣ୍ଣାଟକରେ ମୁସ୍ଲିମ ମାଛ ପେଟରେ କିଡନି ଖରାପ କରିବା ବଟିକା ପୁରାଇ ବିକୁଥିବା ଦାବି ମିଥ୍ୟା ଅଟେ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ପୋଲିସ ମାଛ ଦୋକାନରେ ଛାପା ମାରୁଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓ ସହିତ ଦାବି କରା ଯାଉଛି ଯେ କରନାଟକାରେ କେତେକ ମୁସଲମାନ ମତ୍ସ୍ୟ ବିକ୍ରେତା ମାଛରେ କିଡନୀ-କ୍ଷତିକାରକ ବଟିକା ପୁରାଇ ବିକ୍ରି କରୁଥିଲେ। ପୋଲିସ ଏହା ଜାଣିବା ମାତ୍ରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା କେରଳର ଘଟଣା ଅଟେ। […]

Continue Reading

୨୦୨୧ ମସିହାରେ ଲେବାନନରେ ହେଇଥିବା ଆର୍ଥିକ ସଙ୍କଟ ସମୟର ଫୋଟୋକୁ ବିଭ୍ରାନ୍ତକାରୀ ଦାବି ସହିତ ଭାଇରାଲ କରା ଯାଇଛି

ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ଯୁଧ୍ୟ ଆରମ୍ଭ ହେବା ପରେ ଲୋକଙ୍କ ଏକ ଭିଡ଼ର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କର ଯାଉଛି ଯେ ଯୁଧ୍ୟର ଭୟରେ ଲେବାନନ୍ ଲୋକମାନେ ଦେଶରୁ ପଳାୟନ କରିବା ଆରମ୍ଭ କରିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଯଦିଓ ଏହି ଫୋଟୋ ଲେବାନନ୍ ଦେଶର ଅଟେ, ଏହାର ବର୍ତ୍ତମାନ ଇସ୍ରାଏଲ ସହିତ ଯୁଧ୍ୟ ସହିତ କୌଣସି ସମ୍ପର୍କ ନାହିଁ। ୨୦୨୧ ମସିହାରେ […]

Continue Reading

ଡଙ୍ଗା ଦୁର୍ଘଟଣାର ଏହି ଭିଡିଓ କଙ୍ଗୋ ଦେଶର ଅଟେ ଗୋଆର ନୁହେଁ। ଭାଇରାଲ ଦାବି ମିଥ୍ୟା ଅଟେ।

ବର୍ତ୍ତମାନ ସୋସିଆଲ ମିଡିଆ ଡଙ୍ଗା ଦୁର୍ଘଟଣାର ଏକ ଭିଡିଓ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ସମୁଦ୍ରରେ ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ଗୋଟିଏ ଡଙ୍ଗା ପାଣିରେ ଓଲଟି ଯାଇଥିଲା। ଲୋକ ମାନେ ନିଜ ପ୍ରାଣ ବଞ୍ଚାଇବା ପାଇଁ ଦଙ୍ଗାରୁ ଡିଆଁ ମାରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ଡଙ୍ଗା ଦୁର୍ଘଟଣା ଭିଡିଓ ଗୋଆର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଦୁର୍ଘଟଣାଗ୍ରସ୍ତ […]

Continue Reading

୨୦୨୩ ମସିହାର ପୁରୁଣା ଭିଡିଓକୁ ଇସ୍ରାଏଲି ସୈନିକ ମାନେ ହସନ ନସରଲ୍ଲାହ ମୃତ୍ୟୁ ପରେ ଖୁସି ମନାଉଥିବା ଦାବି ସହିତ ସେୟାର କରା ଯାଉଛି।

କିଛି ଦିନ ପୂର୍ବରୁ ଇସ୍ରାଏଲି ଆକ୍ରମଣରେ ହେଯବୋଲ୍ଲାହ ମୁଖ୍ୟା ହସନ ନସରଲ୍ଲାହ ର ଦେହାନ୍ତ ହୋଇଥିବା ଖବର ସାମନାକୁ ଆସିଛି। ଏହା ପରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଇସ୍ରାଏଲି ସୈନିକ ମାନେ ଖୁସିରେ ନାଚୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ହସନ ନସରଲ୍ଲାହଙ୍କର ମୃତ୍ୟୁ ପରେ ଇସ୍ରାଏଲି ସୈନିକ ମାନେ ଖୁସି ମନାଉଥିବା ଦୃଶ୍ୟ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। […]

Continue Reading

ପୋପ୍ ଫ୍ରାନସିସଙ୍କ ତିମୋର ଲେଷ୍ଟେ ଗସ୍ତର ଭିଡିଓକୁ ଇମତିଆଜ ଜଲିଲଙ୍କ ରାଲି ନାମରେ ଭାଇରାଲ କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କର ଏକ ବିଶାଳ ଭିଡ଼ ରାସ୍ତାରେ ରେଲି କରୁଥିବା ଦେଖିବାକୁ ମିଳିଛି। ୟୁଜର୍ସ ମାନେ ଦାବି କରୁଛନ୍ତି ଯେ ଏହା ପୂର୍ବତନ ସାଂସଦ ଇମତିଆଜ ଜଲିଲଙ୍କର ଏକ ରେଲିର ଦୃଶ୍ୟ ଅଟେ ଯେଉଁଥିରେ କୋଟି-କୋଟି ସଂଖ୍ୟାରେ ମୁସ୍ଲିମ ମାନେ ଯୋଗଦାନ ଦେଇଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଇଥଯ ବୋଲି ପାଇଲା। ଏହା ମୁମ୍ବାଇରେ ଇମତିଆଜ ଜଲିଲଙ୍କର ରେଲିର ଭିଡିଓ ନୁହେଁ। ଏହା […]

Continue Reading

ସେଣ୍ଟ୍ରାଲ୍ ଆମେରିକାର ଗୁଆଟେମାଲା ଦେଶର ଖରାପ ରାସ୍ତାର ଭିଡିଓକୁ ଭାରତର ବୋଲି ଦାବି କରାଯାଉଛି

ଏକ ରାସ୍ତା ମଧ୍ୟରୁ ପଣି ବାହାରୁ ଥିବା ଭିଡିଓ ସୋସିଆଲ ଇଡ୍ୟରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଭାରତର ବୋଲି ଦାବି କରା ଯାଉଛି। ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ସ୍ପେସ୍ ଟେକ୍ନୋଲୋଜି ବିଷୟରେ ପ୍ରଶ୍ନ କରା ଯାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ସେଣ୍ଟ୍ରାଲ୍ ଆମେରିକାର ଗୁଆଟେମାଲା ଦେଶର ଘଟଣା ଅଟେ ଯାହାକୁ ଭାରତର କହି ସେୟାର କରା ଯାଉଛି।  କ’ଣ ଦାବି କରା […]

Continue Reading

ଚାଇନାର ଏକ ପୁରୁଣା ଫୋଟୋକୁ AIIMS ଡାକ୍ତର ସୀତାରାମ ୟୁଚୁରିଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ଦାବି ସହିତ ସେୟାର କରା ଯାଉଛି।

ସିପିଏମ୍ ସଚିବ ସୀତାରାମ ୟେଚୁରୀଙ୍କ ୧୨ ସେପ୍ଟେମ୍ବର ରେ ନୂଆଦିଲ୍ଲୀର AIIMS ହସ୍ପିଟାଲରେ ଦେହାନ୍ତ ହୋଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କ ଶରୀରକୁ ତାଙ୍କ ଇଚ୍ଛା ଅନୁଯାୟୀ ଡାକ୍ତରୀ ଅନୁସନ୍ଧାନ ପାଇଁ AIIMS ଡାକ୍ତରଖାନାକୁ ଦାନ କରାଯାଇଥିଲା। ଏହି ସମୟରେ, ସୀତାରାମ ୟେଚୁରୀଙ୍କ ଶରୀର ଦାନର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋରେ AIIMS କର୍ମଚାରୀ ମାନେ ନତମସ୍ତକ ହୋଇ ତାଙ୍କ ମୃତ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

ପାକିସ୍ତାନ ଅବସ୍ଥିତ ଏକ କମ୍ପାନୀ ତିରୁପତି ମନ୍ଦିରକୁ ଘିଅ ଯୋଗାଣ କରୁଥିଲା।

ସୋସିଆଲ ମିଡିଆରେ ତିରୁପତି ମନ୍ଦିର ପ୍ରସାଦ ବିବାଦ ସହ ଯୋଡିଥିବା କମ୍ପାନୀର କର୍ମଚାରୀଙ୍କ ନାମର ଏକ ସ୍କ୍ରିନସଟ ଭାଇରାଲ ହେଉଛି। ସ୍କ୍ରିନସଟ ସେୟାର କରି ଦାବି କରା ଯାଉଛି ଯେ ତିରୁପତି ମନ୍ଦିର ପାଇଁ ପ୍ରସାଦ ତିଆରି କରିବାକୁ ଏହି କମ୍ପାନୀର ଚୁକ୍ତି କରା ଯାଇଥିଲା। ସ୍କ୍ରିନସଟରେ A.R.Foods (Pvt) ଲିମିଟେଡର କିଛି କର୍ମଚାରୀଙ୍କ ନାମ ଦର୍ଶାଯାଇଛି ଯାହା ପାକିସ୍ତାନର କମ୍ପାନୀ ବୋଲି କୁହା ଯାଉଛି।  ଦାବି କରା ଯାଉଛି ଯେ ତିରୁପତି ବାଲାଜୀ ମନ୍ଦିରକୁ ଘିଅ […]

Continue Reading

ଚନ୍ଦ୍ରବାବୁ ନାଏଡ଼ୁ ବିଜେପି ମିଳିତ ମଞ୍ଚରୁ ପ୍ରତ୍ୟାହାର ଘୋଷଣା କରିଥିବା ଦାବି ମିଥ୍ୟା

୨୦୨୪ ଲୋକସଭା ନିର୍ବାଚନରେ ବିଜେପି, ଚନ୍ଦ୍ରବାବୁ ନାଏଡ଼ୁଙ୍କର ଟିଡ଼ିପି ଏବଂ ନିତୀଶ କୁମାରନକ୍ର ଜେଡ଼ିୟୁ ଦଳ ସହିତ ସରକାର ଗଠନ କରିଥିଲା। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି ଯେ ଚନ୍ଦ୍ରବାବୁ ନାଏଡ଼ୁ ବିଜେପି ମିଳିତ ମଞ୍ଚରୁ ପ୍ରତ୍ୟାହାର ଘୋଷଣା କରିଛନ୍ତି। ଏଖି ଖବର ଏବିପି ନ୍ୟୁଜ୍ ଦ୍ଵାରା ପ୍ରକାଶିତ ହେଇଛି ବୋଲି ଦାବି କରା ଯାଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ୨୦୧୮ ମସିହାର ପୁରୁଣା […]

Continue Reading

ହଙ୍ଗକଙ୍ଗର ଏକ ପୁରୁଣା ଫୋଟୋକୁ ନିକଟରେ ଲେବାନନ୍ ର ପେଜର ବିସ୍ଫୋରଣ ଘଟଣା ଦାବି ସହିତ ସେୟାର କରା ଯାଉଛି

ନିକଟରେ ଲେବାନନରେ ଦୁଇଟି ପୃଥକ ଘଟଣାରେ ହଜାର ହଜାର ପେଜର୍ ଏବଂ ରେଡିଓ ଉପକରଣ ବିସ୍ଫୋରଣ ହୋଇଛି ଯେଉଁଥିରେ ହଜାର ହଜାର ଲୋକ ଆହତ ହୋଇ ୩୦ ରୁ ଅଧିକ ପ୍ରାଣ ହରାଇଛନ୍ତି। ଏହି ପ୍ରସଙ୍ଗରେ, ବିସ୍ଫୋରଣ ହୋଇଥିବା କମୋଡର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ଲେବାନନରେ ଘଟିଥିବା ବିସ୍ଫୋରଣ ଘଟଣା ସହିତ ଯୋଡାଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଫାଇଲ। ହଙ୍ଗକଙ୍ଗର ଏକ କମୋଡ ବିସ୍ଫୋରଣର ପୁରୁଣା […]

Continue Reading

କଂଗ୍ରେସ ମୁସଲମାନମାନଙ୍କର ଏକ ଦଳ ବୋଲି ରାହୁଲ ଗାନ୍ଧୀ ପ୍ରକୃତରେ ଏକ ବିବୃତ୍ତି ଦେଇଛନ୍ତି କି?

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଉଛି ଯେ ରାହୁଲ ଗାନ୍ଧୀ କହିଛନ୍ତି ଯେ ତାଙ୍କ ପୂର୍ବପୁରୁଷ ମାନେ ମୁସଲମାନ ଏବଂ କଂଗ୍ରେସ ମଧ୍ୟ ମୁସଲମାନ ମାନଙ୍କର ଏକ ଦଳ। କଂଗ୍ରେସ ମୁସଲମାନ ମାନଙ୍କର ଦଳ ବୋଲି ରାହୁଲ ଗାନ୍ଧୀ ନିଜେ ସ୍ଵୀକାର କରିଛନ୍ତି ବୋଲି ଦାବି କରା ଯାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ରାହୁଲ ଗାନ୍ଧୀ କେବେ କହି ନାହାଁନ୍ତି ଯେ […]

Continue Reading

ପୂର୍ବତନ ସିପିଆଇ (ଏମ) ସଚିବ ସ୍ଵର୍ଗତ ସୀତାରାମ ୟେଚୁରୀ ଜଣେ ଖ୍ରୀଷ୍ଟିଆନ ଥିଲେ କି?

ପଶ୍ଚିମବଙ୍ଗ ରାଜ୍ୟସଭା ସାଂସଦ ଏବଂ CPI(M) ପାର୍ଟି ସଚିବ ସୀତାରାମ ୟେଚୁରୀଙ୍କର ୧୨ ସେପ୍ଟେମ୍ବର ୨୦୨୪ ରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହୋଇଥିଲା। ଏହି ଫୋଟୋରେ ଏକ ବ୍ୟାନର ଦେଖାଯାଇଛି ଯେଉଁଥିରେ ଲେଖା ହୋଇଛି, “କମରେଡ୍ ସୀତାରାମ ୟେଚୁରୀ ଅମର ରହେ”, ଯାହା ସାମ୍ନାରେ ଏକ କଫିନ୍ ଅଛି ଏବଂ ଅନେକ ଲୋକ ଛିଡା ହୋଇଛନ୍ତି। ଦାବି କରାଯାଇଛି ଯେ ସୀତାରାମ ୟେଚୁରୀ ଜଣେ ଖ୍ରୀଷ୍ଟିଆନ ଥିଲେ […]

Continue Reading

ଷ୍ଟାଚ୍ୟୁ ଅଫ୍ ୟୁନିଟି ରେ ଫାଟ ପଡ଼ିନୀ। ୨୦୧୮ ମସିହାର ପୁରୁଣା ଫୋଟୋକୁ ସେୟାର କରା ଯାଉଛି

ଗୁଜୁରାଟର ନର୍ମଦା ନଦୀ କୂଳରେ ନିର୍ମିତ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ଛବିରେ ମୂର୍ତ୍ତିର ପାଦ ନିକଟରେ କିଛି ଫାଟ ଦେଖାଯାଉଛି। ଏହାକୁ ସେୟାର କରି ଦାବି କରାଯାଉଛି ଯେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଛି। ତେଣୁ ମୂର୍ତ୍ତି ଯେକୌଣସି ସମୟରେ ଭୁଶୁଡ଼ି ପାରେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୧୮ ମସିହାର ପୁରୁଣା ଫୋଟୋ […]

Continue Reading

କ’ଣ ଅର୍ଥର ଅଭାବ କାରଣରୁ ୧୯୪୮ ମସିହାର ଭାରତ ଫୁଟବଲ୍ ଦଳ ବିନା ଜୋତା ଫୁଟବଲ୍ ଖେଳି ଥିଲେ?

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ କିଛି ଫୁଟବଲ୍ ଖେଳାଳି ବିନା ଜୋତା ପିନ୍ଧି ମଇଦାନରେ ଖେଳିବା ପାଇଁ ଆସିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟ ସହିତ ଦାବି କରା ଯାଇଅଛି ଯେ ଅର୍ଥ ଅଭାବ ଥିବା କାରଣରୁ ସରକାର ଭାରତ ଫୁଟବଲ୍ ଦଳ ଖେଳାଳିକୁ ଜୋତା ଯୋଗାଇବାରେ ଅସକ୍ଷମ ହେଇଥିଲା। ଫ୍ୟାକ୍ଟ କ୍ରିଷେଣ୍ଡୋ ଭାରାଳ ଦାବିକୁ ମିଥ୍ୟା ବୋଲି ପାଇଲା। ସେ ସମୟରେ ଭାରତ ଦଳ ଅଧିକାଂଶ ଫୁଟବଲ୍ ଖେଳାଳି ମାନେ […]

Continue Reading

କୋଲକାତା ଦୁଷ୍କର୍ମ ଏବଂ ହତ୍ୟା ଅଭିଯୁକ୍ତଙ୍କ ଓକିଲ କପିଲ ସିବଲ୍ ହେଇଥିବା ଦାବି ବିଭ୍ରାନ୍ତକାରୀ ଅଟେ।

କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖାଦେଇଛି। ଏହି ସମୟରେ ସୋସିଆଲ ମିଡିଆରେ ଏକ ବାର୍ତ୍ତା ଭାଇରାଲ ହେବାରେ ଲାଗିଛି ଯାହା ସେୟାର କରାଯାଉଛି ଏବଂ ଦାବି କରାଯାଇଛି ଯେ କପିଲ ସିବଲ କୋଲକାତା ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ପାଇଁ କେସ୍ ଲଢୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା।  କ’ଣ […]

Continue Reading

ଦରମା ନଦେଇଥବାରୁ ମହାରାଷ୍ଟ୍ରର ସୋଲାର ପ୍ୟାନାଲ୍ ଭଙ୍ଗାରୁଜା ପୁରୁଣା ଭିଡିଓକୁ ରାଜସ୍ଥାନର ଘଟଣା କହି ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାହିଛି ଯେଉଁଥିରେ କିଛି ଲୋକମାନେ ହାତୁଡ଼ାରେ ସୋଲାର ପ୍ୟାନେଲ୍ ଭଙ୍ଗାରୁଜା କରୁଥିବା ଦେଖିବାକୁ ମିଳିଛି। ଏଥିରେ କିଛି ମହିଳା ମାନେ ମଧ୍ୟ ଯୋଗଦାନ ଦେଇଛନ୍ତି। ଦାବି କରା ଯାଉଛି ଯେ ଏହା ରାଜସ୍ଥାନର ଘଟଣା। ସୋଲାର ପ୍ୟାନେଲ୍ କାରଣରୁ ସୂର୍ଯ୍ୟ ଦେବତାଙ୍କୁ ଅସୁବିଧା ହେଉଛି ବୋଲି ଜଣେ ବାବା କହିବା ପରେ ସ୍ଥାନୀୟ ଲୋକମାନେ ଏପରି ଭଙ୍ଗାରୁଜା ଆରମ୍ଭ କରିଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

ଆଇସି ୮୧୪ ସିରିଜ୍ ରେ ଅପହରଣକାରୀଙ୍କ ନାମ ପରିବର୍ତ୍ତନ ବିଷୟରେ ଦାବି ବିଭ୍ରାନ୍ତିକର।

୨୯ ଅଗଷ୍ଟ ରେ ନେଟଫ୍ଲିକ୍ସ ରେ ଆଇସି ୮୧୪: ଦି କାନ୍ଧାର ହାଇଜେକ୍ ଚଳଚିତ୍ର ରିଲିଜ୍ ହେଇଛି। ଅନୁଭବ ସିନ୍ହା ଦ୍ୱାରା ନିର୍ଦେଶନ ଏହି ଚଳଚିତ୍ର ୧୯୯୯ ର ଏକ ବାସ୍ତବିକ ଘଟଣା ଉପରେ ଆଧାରିତ। ରିଲିଜ୍ ହେବା ପରେ ଏହି ସିରିଜ୍ ବିବାଦ ରେ ଘେରି ଗଲା ଜେତେବେଳେ ସେଥିରେ ହାଇଜେକରଙ୍କ ନାମ ପାଇଁ ହିନ୍ଦୁ ନାମ ବ୍ୟବହାର କରା ଯାଇଥିଲା। ସୋସିଆଲ ମିଡିଆ ବ୍ୟବହାରକାରି ମାନେ ଦାବି କରୁଛନ୍ତି ଯେ ଅନୁଭବ ସିନ୍ହା ମୁସ୍ଲିମ […]

Continue Reading

କେରଳର ଶିବାନନ୍ଦ ଆଶ୍ରମର ଫୋଟୋକୁ ନ୍ୟୁଜିଲାଣ୍ଡରେ ଭାରତୀୟ ସଂସ୍କୃତି ଅନୁସାରେ ଭୋଜନ କରୁଥିବା ଦାବି ସହିତ ସେୟାର କରା ଯାଉଛି

ତଳେ ବସି କଦଳୀପତ୍ର ରେ ଭୋଜନ କରୁଥିବା ଲୋକଙ୍କର ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କର ଯାଉଛି ଯେ ନ୍ୟୁଜିଲାଣ୍ଡ ପରି ଦେଶରେ ଲୋକମାନେ ଭାରତ ସଂସ୍କୃତିକୁ ଆପଣେଇଲା ବେଳେ ଆମେ ନିଜ ସଂସ୍କୃତି ଭୁଲି ଚାଲିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋ ନ୍ୟୁଜିଲାଣ୍ଡର ନୁହେଁ, ଏହା କେରଳର ତିରୁଭନନ୍ତପୁରମ ସହର ନିକଟରେ ଥିବା ଗୋଟିଏ ଯୋଗ ଆଶ୍ରମର ଫୋଟୋ ଅଟେ। […]

Continue Reading

ଗୁଜରାଟର ଏକ ସ୍ଥାନରେ ବୁଲୁଥିବା ସିଂହର ଭିଡିଓକୁ ଭୁବନେଶ୍ବରର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ରାତ୍ରି ସମୟରେ ଗୋଟିଏ ପେଟ୍ରୋଲ ପମ୍ପରେ ସିଂହ ବୁଲୁଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଖିବାକୁ ମିଳିଛି ଯେ ସିଂହ ଟି ପେଟ୍ରୋଲ ପମ୍ପ ପରିସର ଭିତରେ ବୁଲି ଚାଲିଯାଠିବା ସମୟରେ ଜେନ ବ୍ୟକ୍ତି ଏହି ଦୃଶ୍ୟକୁ ଶୁଟ୍ କରିଥିଲେ। ଦାବି କରା ଯାଉଛି ଯେ ଏହା ଭୁବନେଶ୍ବରର ଏକ ସ୍ଥାନର ଘଟଣା ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଭୁବନେଶ୍ବରର ମେଣ୍ଢାଶାଳର ଦୃଶ୍ୟ ନୁହେଁ […]

Continue Reading

ରାସ୍ତା ଯାଞ୍ଚ କରୁଥିବା ଯମଙ୍କର ଭିଡିଓ କର୍ଣ୍ଣାଟକାର ଅଟେ, ଗୁଜରାଟର ନୁହେଁ।

ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ଯମରାଜଙ୍କ ପୋଷାକରେ ଏବଂ ଚିତ୍ରଗୁପ୍ତଙ୍କ ପୋଷାକରେ ଅନ୍ୟ ଜଣେ ବ୍ୟକ୍ତି ଜଟିଳ ରାସ୍ତା ଯାଞ୍ଚ କରୁଛନ୍ତି। ଏହି ଭିଡିଓରେ ଅନ୍ୟ ଅନେକ ଲୋକ ଭୂତ ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି। ଭିଡିଓ ସେୟାର କରି ଦାବି ହେଉଛି ଯେ ଏହି ଭିଡିଓ ଗୁଜରାଟର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ଫାଇଲ ଯେ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ […]

Continue Reading

ଜାତୀୟ ରାଜପଥରେ ବସି ଡାହାଡୁଥିବା ବାଘର ଏହି ଭିଡିଓ କର୍ଣ୍ଣାଟକା ରାଜ୍ୟର ଅଟେ।

ରାଜପଥରେ ବସି ଦାହାଡୁଥିବା ଏକ ବାଘର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାତ୍ରି ସମୟରେ ବାଘ ରାଜପଥରେ ଦାହାଡୁଥିବା ବେଳେ ଲୋକେ ଭୟଭୀତ ହୋଇ ସେ ସ୍ଥାନରୁ ଦଉଡ଼ି ପଳାଉଛନ୍ତି। ଦାବି କରା ଯାଉଛି ଯେ ଏହି ଘଟଣା ଭଦ୍ରକ-ବାଲେଶ୍ଵର ରାଜପଥର ଏକ ସ୍ଥାନରେ ଘଟିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଭଦ୍ରକ-ବାଲେଶ୍ଵର ରାଜପଥ ଘଟଣା ନୁହେଁ। ଏହା କର୍ଣ୍ଣାଟକା […]

Continue Reading

ପାକିସ୍ତାନରେ କିଛି ଲୋକେ ରେଳବାଇ ଟ୍ରାକ୍ ନଷ୍ଟ କରୁଥିବାର ପୁରୁଣା ଭିଡିଓକୁ ଭାରତର ଘଟଣା ଦାବି ସହିତ ଭାଇରାଲ କର ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କୁର୍ତା ପିନ୍ଧିଥିବା କିଛି ପିଲା ମାନେ ରେଳ ଟ୍ରାକର ନଟ୍ ଖୋଲୁଛନ୍ତି। ତାଙ୍କ ମଧ୍ୟରୁ ଜଣେ ନଟ୍ ଖୋଳୁଥିବା ବେଳେ ଅନ୍ୟ ଦୁଇ ଜଣ ସେହି ନଟ୍ ଏକତ୍ର କରୁଛନ୍ତି। ଏହି ଭିଡିଓକୁ ଏପରି ସେୟାର କରା ଯାଉଛି ଯେ ଏହା ଭାରତର ଏକ ଘଟଣା ଅଟେ। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଏହାକୁ ଭାରତର ଏକ ଦୃଶ୍ୟ ଏବଂ ନଟ୍ ଖୋଳୁଥିବା ପିଲା ମାନଙ୍କୁ […]

Continue Reading

ଆର.ଜି କର ମେଡିକାଲ୍ କଲେଜ୍ ପ୍ରିନ୍ସିପାଲ ସହିତ କେକ୍ କାଟୁଥିବା ବ୍ୟକ୍ତି କୋଲକାତା ଦୁଷ୍କର୍ମ ଅଭିଯୁକ୍ତ ନୁହଁନ୍ତି। 

ସୋସିଆଲ ମିଡିଆରେ ଏକ ଚିତ୍ର ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ ଜନ୍ମଦିନ ପାଳନ କରୁଥିବା ଦେଖାଯାଉଛି। ଭାଇରାଲ ପୋଷ୍ଟ ସହିତ ଦାବି କରା ଯାଉଛିଯେ ଫୋଟୋରେ କେକ୍ କାଟୁଥିବା ବ୍ୟକ୍ତି ହେଉଛନ୍ତି ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ବଳାତ୍କାର ଓ ହତ୍ୟା ମାମଲା ଅଭିଯୁକ୍ତ ସଞ୍ଜୟ ରୟ। ସେ ତାଙ୍କ ଜନ୍ମଦିନ ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ “ସନ୍ଦୀପ ଘୋଷ” ଙ୍କ କାର୍ଯ୍ୟାଳୟରେ ପାଳନ କରିଥିଲେ। କିନ୍ତୁ ଫ୍ୟାକ୍ଟ […]

Continue Reading

ବାଂଲାଦେଶର ମୁସଲମାନ ମାନେ ହିନ୍ଦୁଙ୍କ ଉପରେ ଆକ୍ରମଣ କରୁଥିବାର ଏହା ଏକ ଭିଡିଓ କି? ଜାଣନ୍ତୁ ସତ୍ୟତା

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବରେ ଲାଗିଛି ଯେଉଁଥିରେ ପୋଖରୀରେ ପହଂରୁଥିବା ଜଣେ ବ୍ୟକ୍ତିଙ୍କ ଉପରେ କିଛି ଲୋକେ ପଥର ଫିଙ୍ଗି ଆକ୍ରମଣ କରୁଛନ୍ତି। ଦାବି କରା ଯାଉଛି ଯେ ଏହା ବାଂଲାଦେଶର ଘଟଣା ଏବଂ ସେଠିକାର ମୁସଲମାନ ବାସିନ୍ଦା ମାନେ ଜଣେ ହିନ୍ଦୁଙ୍କ ଉପରେ ଆକ୍ରମଣ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପୋଖରୀରେ ପହଂରୁଥିବା ବ୍ୟକ୍ତି ବାଂଲାଦେଶର ଅଖାଉରା ସହରର ମେୟର। ଏହି ଭିଡିଓରେ ହିନ୍ଦୁ ମାନଙ୍କର […]

Continue Reading

ଫିଲିପିନ୍ସରେ ଖ୍ରୀଷ୍ଟିଆନ ଧାର୍ମିକ ଶୋଭାଯାତ୍ରାକୁ ବାଂଲାଦେଶରେ ହିନ୍ଦୁ ମାନଙ୍କର ବିରୋଧ ପ୍ରଦର୍ଶନ ଦାବି ସହିତ ସେୟାର କରା ଯାଉଛି। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କର ବିଶାଳ ଭିଡ଼ ଗୋଟିଏ ଫାଟକ ଭିତରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର କରିଥିବା ଉପଭୋକ୍ତାମାନେ ଦାବି କରିଛନ୍ତି ଯେ ଏହି ଭିଡ଼ରେ ଥିବା ଲୋକମାନେ ବାଂଲାଦେଶର ହିନ୍ଦୁ ଅଟନ୍ତି, ଯେଉଁମାନେ ସେମାନଙ୍କ ବିରୁଦ୍ଧରେ ହେଉଥିବା ଅତ୍ୟାଚାର ବିରୋଧରେ ଏକଜୁଟ ହୋଇ ବିରୋଧ କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଫିଲିପିନ୍ସ ଦେଶରେ ଖ୍ରୀଷ୍ଟିଆନ […]

Continue Reading

ଜଣେ ଅଙ୍ଗଦାନ କରିଥିବା ମୃତ ବ୍ୟକ୍ତିଙ୍କୁ ସମ୍ମାନ ଦେଉଥିବା ହସ୍ପିଟାଲ କର୍ମଚାରିଙ୍କର ପୁରୁଣା ଭିଡିଓକୁ କୋଲକାତା ଦୁଷ୍କର୍ମ ମାମଲା ସହିତ ଯୋଡି ମିଥ୍ୟା ପ୍ରଚାର କରା ଯାଉଛି। 

ସୋସିଆଲ ମିଡିଆରେ ଡାକ୍ତରଖାନାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ କିଛି ଲୋକ ଏକ ଷ୍ଟ୍ରେଚର ଟାଣୁଥିବାର ନଜର ଆସିଛନ୍ତି। ଭିଡିଓ ସେୟାର କରିବାବେଳେ ଦାବି କରାଯାଉଛି ଯେ ଡାକ୍ତରଖାନାର ଡାକ୍ତର ଏବଂ ଅନ୍ୟ କର୍ମଚାରୀମାନେ ସମ୍ମାନଜନକ ଭାବେ କୋଲକାତାର ଆରଜି କର ମେଡିକାଲ କଲେଜର ବଳାତ୍କାର ପୀଡିତାଙ୍କ ମୃତଦେହକୁ ସମ୍ମାନ ଦେଉଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହି ଭିଡିଓ କୋଲକାତା ଦୂଷକର୍ମ ପୀଡ଼ିତାଙ୍କର […]

Continue Reading

ଭିଡିଓରେ ଥିବା ମହିଳା କୋଲକାତା ଦୁଷ୍କର୍ମ ପୀଡ଼ିତା ନୁହଁନ୍ତି। ଜଣେ ମେକପ୍ ଆର୍ଟିଷ୍ଟଙ୍କ ଭିଡିଓକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି। 

କୋଲକାତାର ଆର.ଜି କର କଲେଜ୍ ଏବଂ ହସ୍ପିଟାଲ ରେ ଜଣେ ଯୁବତୀ ଡାକ୍ତରଙ୍କର ସହିତ ଦୁଷ୍କର୍ମ ହେବା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଯନ୍ତ୍ରଣାରେ ଥିବା ଦେଖିବାକୁ ମିଳିଛି। ଭିଡିଓରେ ଥିବା ମହିଳାଙ୍କ ମୁହଁ ଏବଂ ଗଳାରେ ଆଘାତ ଚିହ୍ନ ରହିଛି। ଦାବି କରା ଯାଉଛି ଯେ ଏହା କୋଲକାତା ଦୁଷ୍କର୍ମ ପୀଡ଼ିତାଙ୍କର ମୃତ୍ୟୁ ପୂର୍ବର ଭିଡିଓ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

ରାହୁଲ ଗାନ୍ଧୀଙ୍କ ସାମନାରେ ହାତ ଯୋଡ଼ି ଠିଆ ହୋଇଥିବା ଉଦ୍ଧବ ଠାକରେଙ୍କର ଫୋଟୋ ଏଡିଟ୍ କରା ଯାଇଛି। 

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଚିତ୍ର ସୋସିଆଲ ମିଡିଆରେ ଶୀଘ୍ର ସେୟାର କରାଯାଉଛି, ଯେଉଁଥିରେ ସେ ଲୋକସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀଙ୍କ ସମ୍ମୁଖରେ ପ୍ରଣାମ କରୁଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଜୀବ ଦିନେ କହିଥିଲେ ଯେ ତାଙ୍କୁ ଚଉକି ଦରକାର ନାହିଁ, ସେ ରାହୁଲ ଗାନ୍ଧୀଙ୍କ ଆଗରେ ମୁଣ୍ଡ ନୁଆଁ ଚିଡ଼ା ହୋଇଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଫୋଟୋ ଏଡିଟ୍ […]

Continue Reading

୨୦୧୮ ମସିହାରେ ଭାରତ-ବାଂଲାଦେଶ ସୀମାରେ ଆୟୋଜିତ ଏକ ମେଳାର ଭିଡିଓକୁ ସମ୍ପ୍ରତ୍ତି ସମୟରେ ବାଂଲାଦେଶୀ ମାନେ ଭରତକୁ ପଶିବାକୁ ଚେଷ୍ଟା କରୁଥିବା ଦାବି ସହିତ ଭାଇରାଲ କରା ଯାଉଛି। 

ବାଂଲାଦେଶରେ ଅଶାନ୍ତି ମଧ୍ୟରେ ହିଂସା ଓ ଲୁଟ୍ ହେବାର ଖବର ସାମନାକୁ ଆସିଛି। ସେଠାରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି। ସମ୍ପ୍ରତି ଘଟଣାକୁ ଦୃଷ୍ଟିରେ ରଖି ସେଠାରେ ରହୁଥିବା ଅନେକ ଲୋକେ ସୀମା ପାର କରି ଭାରତକୁ ପଶିବାକୁ ଚେଷ୍ଟା କରୁଛନ୍ତି।  ଏହି ପ୍ରସଙ୍ଗରେ, ସୀମା ରେ ଉଭୟ ପାର୍ଶ୍ୱରେ ଲୋକଙ୍କ ଭିଡ଼ ଜମା ହୋଇଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସମ୍ପ୍ରତି ଘଟଣା ଭାବରେ ଏହାକୁ ବିଭିନ୍ନ ସାମାଜିକ ପ୍ଲାଟଫର୍ମରେ ସେୟାର […]

Continue Reading

ବାଂଲାଦେଶରେ ଛାତ୍ର ଳିଗ୍ ନେତାଙ୍କ ଉପରେ ହେଉଥିବା ନିର୍ଯାତନାକୁ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ଦାବି ସହିତ ଭାଇରାଲ କରା ଯାଉଛି।

ବାଂଲାଦେଶରେ ୫ ଅଗଷ୍ଟ ୨୦୨୪ ରେ ଶେଖ୍ ହସିନାଙ୍କ ସରକାର ପତନ ପରେ ହିଂସା ସୃଷ୍ଟି ହୋଇଥିଲା ଯେଉଁଥିରେ ପ୍ରାୟ ୨୩୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ମଧ୍ୟରେ ଦୁଇଜଣ ମହିଳା କାନ୍ଦୁଥିବାର ଏକ ଭିଡିଓରେ ଭାଇରାଲ ହେଉଛି ଯେଉଁଥିରେ ଅନ୍ୟ ମହିଳାମାନେ ସେମାନଙ୍କୁ ବାନ୍ଧି ରଖିଛନ୍ତି। ଏହି ପୋଷ୍ଟ ସେୟାର କରୁଥିବା ଉପଭୋକ୍ତାମାନେ ଦାବି କରିଛନ୍ତି ଯେ ଏହା ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ନିର୍ଯାତନାକୁ ଦର୍ଶାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ […]

Continue Reading

ଛାତ୍ର ଲିଗ୍ ରାଲିର ପୁରୁଣା ଭିଡିଓକୁ ବାଂଲାଦେଶରେ ହିନ୍ଦୁମାନେ ବିରୋଧ ପ୍ରଦର୍ଶନ କରୁଥିବା ଦାବି ସହିତ ଭାଇରାଲ ହେଉଛି।

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଚାଲିଥିବା ଆକ୍ରମଣ ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରି ବାଂଲାଦେଶର ହିନ୍ଦୁମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକରି ବୋଲି ପାଇଲା। ଏହା ୨୦୨୩ ମସିହାର ଏକ ଘଟଣା ଅଟେ ଯେଉଁଥିରେ ଶେଖ୍ ହସିନାଙ୍କର ଆୱାମି ଳିଗର ଛାତ୍ର ଳିଗ୍ ଦଳ ସଦସ୍ୟ ମାନେ ଏକ ଶୋଭାଯାତ୍ରା […]

Continue Reading

ଗାଜା ଯୁଧ୍ୟ ସମୟର ଏକ ଶିଶୁର ଭିଡିଓକୁ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ନିର୍ଯାତନା ଦାବି ସହିତ ଭାଇରାଲ କରା ଯାଉଛି। 

ସରକାରୀ ଚାକିରି ପାଇଁ କୋଟା ବ୍ୟବସ୍ଥା ବିରୁଦ୍ଧରେ ବିରୋଧ ପ୍ରଦର୍ଶନ ପରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡି ପଳାୟନ କରିଥିଲେ। ଏହି ପ୍ରସଙ୍ଗରେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ବଡ଼ ଆକ୍ରମଣ ହୋଇଛି ବୋଲି ଅଭିଯୋଗ କରୁଥିବା ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପ୍ରସଙ୍ଗରେ ଏକ ଶିଶୁ ଧୁଳିରେ ଆବୃତ ହୋଇ ବସିଥିବା ଏକ ଭିଡିଓ ଦେଖିବାକୁ ପାଇଲୁ। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି […]

Continue Reading

କ’ଣ ଏହି ଭିଡିଓରେ ବାଂଲାଦେଶୀମାନେ ସେଠିକାର ଗୋଟିଏ ହିନ୍ଦୁ ହଷ୍ଟେଲ୍ ଉପରେ ଆକ୍ରମଣ କରୁଛନ୍ତି? ଜାଣନ୍ତୁ ସତ୍ୟତା।

ଗୋଟିଏ ବିଲଡିଙ୍ଗରେ ଆକ୍ରମଣ ହେଉଥିବା ବେଳେ କିଛି ଲୋକମାନେ ପାଇପ୍ ବ୍ୟବହାର କରି ଉଦ୍ଧାର ପାଇବା ଚେଷ୍ଟା କରୁଥିବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ପାଇପ୍ ରୁ ଓହ୍ଲାଇବା ବେଳେ କେତେକ ସେଥିରୁ ଖସି ପଡ଼ିଛନ୍ତି। ଦାବି କରା ଯାଉଛି ଯେ ବାଂଲାଦେଶରେ ଚାଲୁଥିବା ହିଂସା ସମୟରେ ସେଠିକାର ଲୋକମାନେ ଏକ ହିନ୍ଦୁ ହଷ୍ଟେଲ୍ ଉପରେ ଆକ୍ରମଣ କରିଥିଲେ ଏବଂ ଏହି ଭିଡିଓ ତାହାର ଏକ […]

Continue Reading

ବାଂଲାଦେଶର ଆୱାମି ଳିଗ୍ ପାର୍ଟିର ନେତା ଉପରେ ଆକ୍ରମଣର ଭିଡିଓକୁ ବିଭ୍ରାନ୍ତକାରୀ ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ କରା ଯାଉଛି। 

ବାଂଲାଦେଶରେ ହିଂସା ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଜଣେ ମୃତ ବ୍ୟକ୍ତିଙ୍କୁ ଏକ ପ୍ରତିମୂର୍ତ୍ତିରେ ଝୁଲାଇ ଅତି ନିର୍ମମ ଭାବରେ ମାଡ ଦିଆଯାଉଥିବା ଦେଖାଯାଇଛି। ଦାବି କରାଯାଇଛି ଯେ ସମ୍ପ୍ରତ୍ତି ସ୍ଥିତିରେ ବାଂଲାଦେଶରେ ହିନ୍ଦୁ ମାନଙ୍କୁ ମୁସଲମାନମାନେ ନିର୍ଯାତନା ଦେଉଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ହିନ୍ଦୁଙ୍କ ଉପରେ ହେଉଥିବା ନିର୍ଯାତନାର ନୁହେଁ। ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ବାଂଲାଦେଶର ଆୱାମି ଳିଗ୍ […]

Continue Reading

ବାଂଲାଦେଶରେ ରେଷ୍ଟୁରାଣ୍ଟରେ ନିଆଁ ଲଗାଇବାର ଭିଡିଓ ଏହାକୁ ମନ୍ଦିର ବୋଲି ମିଥ୍ୟା ଦାବି ସହିତ ଭାଇରାଲ ହେଉଛି।

ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଅଗଷ୍ଟ ୫ ରେ ଦେଶ ଛାଡି ପଳାଇବା ପରେ ବାଂଲାଦେଶରେ ବିଶୃଙ୍ଖଳା ଓ ହିଂସା ବ୍ୟାପିଗଲା। ଏହି ସମୟରେ ଏକ କୋଠାରେ ନିଆଁ ଲାଗିବାର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ ବାଂଲାଦେଶରେ ଚାଲିଥିବା ହିଂସା ମଧ୍ୟରେ ଏକ ହିନ୍ଦୁ ମନ୍ଦିର ଜଳିଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ନିଆଁ […]

Continue Reading

ଗୋଟିଏ ନାଟକ ପ୍ରଦର୍ଶନ ଭିଡିଓକୁ ବାଂଲାଦେଶରେ ହିନ୍ଦୁ ମହିଳା ମାନଙ୍କ ଉପରେ ହେଉଥିବା ନିର୍ଯାତନା ଦାବି ସହିତ ଭାଇରାଲ କରା ଯାଉଛି। 

ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପଳାୟନ ପରେ ବାଂଲାଦେଶରେ ହିଂସା ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳାଙ୍କ ହାତ, ଗୋଡ଼ ଏବଂ ପାଟି ବନ୍ଧା ଯାଇଛି। ଦାବି କରା ଯାଉଛି ଯେ ବାଂଲାଦେଶରେ ହିଂସା ସମୟରେ ହିନ୍ଦୁ ମହିଳାଙ୍କ ଉପରେ ନିର୍ଯାତନା କରା ଯାଉଛି।  କିନ୍ତୁ ଫ୍ଯାକ୍ତ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ପୋଷ୍ଟରେ? ଭିଡିଓ ସେୟାର […]

Continue Reading

ପ୍ୟାରିସ ଅଲମ୍ପିକ୍ସରେ ନୀରଜ ଚୋପଡ଼ା ଜାଭେଲିନ୍ ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଦାବି ମିଥ୍ୟା ଅଟେ। 

ପ୍ୟାରିସ ଅଲମ୍ପିକ୍ସ ୨୦୨୪ ରେ ଭାରତ ୪ ଟି ବ୍ରୋଞ୍ଜ ପଦକ ଜିତ୍ୟ ସାରିଛି। ଜାଭେଲିନ୍ ରେ ନୀରଜ ଚୋପଡ଼ା ସ୍ଵର୍ଣ୍ଣ ପଦକ ଜିତନ୍ତୁ ବୋଲି ସାରା ଦେଶକୁ ଆଶା ଅଛି। ଏହି ପ୍ରସଙ୍ଗରେ ଏକ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଉଛି ଯେ ପ୍ୟାରିସ ଅଲମ୍ପିକ୍ସ ୨୦୨୪ ରେ ନୀରଜ ଚୋପଡ଼ା ଭରତ ପାଇଁ ପ୍ରଥମ ସ୍ଵର୍ଣ୍ଣ ପଦକ ଜିତ୍ୟ ଦେଶର ଗୌରବ ବଢାଇଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

ବାଂଲାଦେଶୀ ବିକ୍ଷୋଭକାରୀ ମାନେ କ୍ରିକେଟର ଲିଟନ୍ ଦାସଙ୍କ ଘରେ ନିଆଁ ଲଗାଇ ଦେଇଥିବା ଦାବି ବିଭ୍ରାନ୍ତକାରୀ ଅଟେ। 

ବାଂଲାଦେଶର ଅବସ୍ଥା ଆହୁରି ଖରାପ ହେବା ପରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ତାଙ୍କ ପଦରୁ ଇସ୍ତଫା ଦେଇ ଦେଶ ଛାଡି ପଳାଇଛନ୍ତି। ଅଶାନ୍ତି ମଧ୍ୟରେ ସୋସିଆଲ ମିଡିଆରେ ନିଆଁ ଲାଗିଯାଇଥିବା ଘରର ଫୋଟୋ ଭାଇରାଲ ହେବାରେ ଲାଗିଛି। ସେଠାରେ କିଛି ଲୋକମାନେ ମଧ୍ୟ ଚିଡ଼ା ହୋଇଛନ୍ତି।  ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଏହି ଘର ବାଂଲାଦେଶୀ କ୍ରିକେଟର ଲିଟନ୍ ଦାସଙ୍କର ଅଟେ। ଉପଭୋକ୍ତାମାନେ ବାଂଲାଦେଶରେ ରହୁଥିବା ହିନ୍ଦୁମାନଙ୍କ ସୁରକ୍ଷା ପ୍ରସଙ୍ଗରେ ଗୁରୁତ୍ୱ ଦେଇଥିବାରୁ ଏହି ଦାବି ଧ୍ୟାନ […]

Continue Reading

ଶ୍ରୀଲଙ୍କାର ଏକ ପୁରୁଣା ଫୋଟୋକୁ ବାଂଲାଦେଶୀ ପ୍ରଦର୍ଶନକାରୀ ମାନେ ଶେଖ୍ ହସିନାଙ୍କ ବାସଭବନରେ ସୋଇଥିବା ଦାବି ସହିତ ଭାଇରାଲ କରା ଯାଉଛି।

କଡ଼ା ବିରୋଧ ପ୍ରଦର୍ଶନ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଇସ୍ତଫା ଦେଇ ଦେଶ ଛାଡ଼ିଥିବା ଖବର ସାମନାକୁ ଆସିଛି। ର୍ୟୁଟର୍ସ ଋଅର୍ଟ ଅନୁଯାୟୀ, ୧୦୦ ରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ଘଟିଥିବା ପରେ ବାଂଲାଦେଶୀ ଛାତ୍ର କାର୍ଯ୍ୟକର୍ତ୍ତା ମାନେ ରାଜଧାନୀ ଢାକା ଅଭିମୁଖ ଯାତ୍ରା କରିବାକୁ ଆହ୍ଵାନ ଦେଇଥିଲା।  ପ୍ରଦର୍ଶନକାରୀମାନେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କର ବାସଭବନରେ ମଧ୍ୟ ଆକ୍ରମଣ କରିଥିଲେ। ଢାକାରେ ବର୍ତ୍ତମାନର ଅନିଶ୍ଚିତତା ଦେଖାଉଥିବା ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। […]

Continue Reading

HACCP ଲୋଗୋ ଥିବା ବାଲାଜି କମ୍ପାନୀ ଦ୍ଵାରା ନିର୍ମିତ ଏକ ଉତ୍ପାଦନ କୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଓଡ଼ିଶାରେ ଉତ୍ପାଦିତ ବାଲାଜି କମ୍ପାନୀର ଗୋଟିଏ ଉତ୍ପାଦନର ଫୋଟୋ ଅଛି ଯେଉଁଥିରେ HACCP ର ଲୋଗୋ ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ବାଲାଜି କମ୍ପାନୀ ନିଜ ଉତ୍ପାଦନରେ ହଲାଲ ସାର୍ଟିଫିକେଟ୍ ଲୋଗୋ ସହିତ ମାର୍କେଟ୍ ରେ ଉତ୍ପାଦନ ଗୁଡ଼ିକ ବିକୁଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। HACCP ଲୋଗୋ ହଲାଲ ସାର୍ଟିଫାଏଡ୍ ଉତ୍ପାଦନର ପ୍ରମାଣ ନୁହେଁ। […]

Continue Reading

ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପରେ ଓମଫେଡ କ୍ଷୀର ନିଜର ପ୍ୟାକେଟ୍ ରଙ୍ଗ ବଦଳେଇଛି କି? 

ଓଡ଼ିଶାରେ ପ୍ରଥମ ଥର ବିଜେପି ଶକରକାର ଗଠନ ହେବା ପରେ ରାଜ୍ୟରେ ଅନେକ ପରିବର୍ତ୍ତନ ଆସିଛି। ଲକ୍ଷ୍ମୀ ବସ୍ ଯୋଜନା ଯାହା ନବୀନ ସରକାର ଆରମ୍ଭ କରିଥିଲା, ସେହି ବସ୍ ଗୁଡ଼ୀକର ରଙ୍ଗରେ ପରିବର୍ତ୍ତନ ହେଇଛି। ସବୁଜ ରଙ୍ଗ ବସ୍ ଗୁଡ଼ିକୁ ବିଜେପି ସରକାର ରଙ୍ଗ ବଦଳାଇ ଗେରୁଆ କରିଛି ବୋଲି ଖବର ସାମନା କୁ ଆସିଛି ଏପରି ଏକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରା ଯାଇଛି ଯେ ରାଜ୍ୟରେ ବିଜେପି ସରକାର ଆସିବା ପରେ […]

Continue Reading

କ’ଣ ଆଳୁ ଦର ବୃଦ୍ଧି ହେବା ପରେ ରାଜ୍ୟରେ ଜଣେ ପାରିବା ଦୋକାନୀ ବିଜେପି ସରକାରଙ୍କୁ ନିନ୍ଦା କରିଛନ୍ତି? ଭାଇରାଲ ଫୋଟୋକୁ ଏଡିଟ୍ କରା ଯାଇଛି। 

ନିକଟରେ ରାଜ୍ୟରେ ଆଳୁ ଦର ବୃଦ୍ଧି ପାଇଛି। ଆଳୁ ଯାହା ସାମାନ୍ୟ ଲୋକଙ୍କର ଏକ ପ୍ରାଥମିକ ଆହାର ବୋଲି ଜଣା ଯାଏ, ତାହାର ଦରରେ ବୃଦ୍ଧି ହେବା ପରେ ସୋସିଆଲ ମିଡିଆରେ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି।  ଏହା ମଧ୍ୟରେ ଆଳୁ, ପିଆଜ, ଅଦା ଏବଂ ରସୁଣ ଦୋକାନର ଏକ ଫୋଟୋ ଭାଇରାଲ ହେଉଛି। ଏହି ଦୋକାନରେ ଗୋଟିଏ କଳା ବୋର୍ଡରେ ଲେଖା ଯାଇଛି, “ଆଳୁ ୪୪ ଟଙ୍କା। ଦୁଇଥର ପଦ୍ମ, ଦୁଇ ଗୁଣା ବିକାଶ” ଏହି […]

Continue Reading

ଆଶୀର୍ବାଦ ଅଟ୍ଟା ପ୍ଯାକେଟରେ ହଲାଲ ଲୋଗୋ ଥିବା ଫୋଟୋ ଭ୍ରମାତ୍ମକ ଦାବି ସହିତ ଭାଇରାଲ ହେଉଛି। 

ହଲାଲ ଲୋଗୋ ଥିବା “ଆଶିରବାଦ୍ ଅଟ୍ଟାର ଏକ ପ୍ୟାକେଟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଇଛି ଯେ ଏହି ହଲାଲ ସାର୍ଟିଫିକେଟ୍ ଆଶିର୍ବାଦ୍ ଅଟ୍ଟା ଭାରତରେ ବିକ୍ରି ହେଉଛି। ଏହି ଫୋଟୋ ଉପରେ ଉପଭୋକ୍ତା ମାନେ ପ୍ରଶ୍ନ କରୁଛନ୍ତି ଯେ କେଉଁ ସରକାରୀ ସଂସ୍ଥା ଅତ୍ତାରେ ହଲାଲ ଲୋଗୋ ଲଗାଇବାର ଅନୁମତି ଦେଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଭ୍ରମାତ୍ମକ ବୋଲି ଫାଇଲ। ହଲାଲ ଲୋଗୋ ସହିତ ଆଶୀର୍ବାଦ ଅଟ୍ଟାର ପ୍ଯାକେଟ ଗୁଡ଼ିକ […]

Continue Reading

ଶଙ୍କରାଚାର୍ଯ୍ୟ ଅଭିମୁଖେଶ୍ୱରାନନ୍ଦ ପ୍ରକୃତରେ ଦର୍ଘା ପରିଦର୍ଶନ କରିଥିଲେ କି? ଜାଣନ୍ତୁ ସତ୍ୟତା। 

ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ଅଭିମୁଖେଶ୍ୱରାନନ୍ଦ ସରସ୍ୱତୀଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚିତ୍ରରେ ସେ ଏକ ସମାଧିରେ ଫୁଲ ଅର୍ପଣ କରୁଥିବା ଦେଖିବାକୁ ମିଳିଛି। ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଏକଦା ରାମ ମନ୍ଦିର ଯିବାକୁ ମନା କରିଥିବା ଶଙ୍କରାଚାର୍ଯ୍ୟ ବର୍ତ୍ତମାନ ଏକ ଦର୍ଘା ପରିଦର୍ଶନ କରିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଛି। ଏହା ଦିଲ୍ଲୀରେ ଅବସ୍ଥିତ ରାମଦେବ ପିରଙ୍କ ସମାଧିରେ ଫୁଲ ଅର୍ପଣ କରୁଥିବା ସମୟର ଫୋଟୋ।  […]

Continue Reading

କଙ୍ଗନା ରାନାୱତଏବଂ ଶଶୀ ଥରୁରଙ୍କର ପୁରୁଣା ସେଲ୍ଫିକୁ ୨୦୨୪ ଲୋକସଭା ନିର୍ବାଚନ ପର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି। 

୨୦୨୪ ନିର୍ବାଚନରେ ​​ବିଜେପି ଏବଂ ଏନଡିଏ ମିଳିତ ଦଳ ବିଜୟୀ ହୋଇ ସରକାର ଗଠନ କରିଛନ୍ତି। ହିମାଚଳ ପ୍ରଦେଶର ମାଣ୍ଡିରୁ ବିଜେପି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସେଲିବ୍ରିଟି କଙ୍ଗନା ରାନାୱତ ଏହି ନିର୍ବାଚନମଣ୍ଡଳୀରୁ ଜିତିଛନ୍ତି। ନିର୍ବାଚନ ପରେ କଙ୍ଗନା ରାନାୱତ ଏବଂ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦୁହେଁ ଖୁସିରେ ଏକ ଇଭେଣ୍ଟରେ ସେଲଫି ନେଉଥିବାର ଦେଖାଯାଇଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଫୋଟୋ କୁ ୨୦୨୪ […]

Continue Reading

ସୋନିଆ ଗାନ୍ଧୀଙ୍କର ସିଗାରେଟ ଟାଣୁଥିବା ଭାଇରାଲ ଫୋଟୋ ଡିଜିଟାଳି ଏଡିଟ୍ କରା ଯାଇଛି। 

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କର ସିଗାରେଟ ଟାଣୁଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଫୋଟୋକୁ ଏଡିଟ୍ କରା ଯାଇଛି।  ଫୋଟୋ ସେୟାର କରି ଜଣେ ଫକେବୂମ ଉପଭୋକ୍ତା ପରିହାସ କରି ଲେଖିଛନ୍ତି, “ଯେଉଁମାନେ ଚିହ୍ନିବେ ସେମାନଙ୍କୁ ଖଟା ଖଟ ଟକା ଟକ ସ୍କିମ୍ ରେ ୮୫୦୦ ଟଙ୍କା ମିଳିବ।” Facebook | Archive ଆମ ଅନୁସନ୍ଧାନ:  ଭାଇରାଲ୍ ଫୋଟୋକୁ ଅତି ନିକଟରୁ […]

Continue Reading

ରାଜ୍ୟରେ ବିଜେପି ସରକାର ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ନାମ ବଦଳାଇ ଥିବା ଦାବି ବିଭ୍ରାନ୍ତକାରୀ ଅଟେ। 

ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ରାଜ୍ୟରେ ବିଜେପି ସରକାର ଆସିଲା ପରେ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ନାମ ବଦଳାଇ ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ ରଖିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନର ନାମ ବଦଳାଇବାର କୌଣସି ନିଷ୍ପତ୍ତି ନିଆ ଯାଇ ନାହିଁ।  ଜଣେ ସୋସିଆଲ […]

Continue Reading

ଭାଇରାଲ ଫୋଟୋ ନିକଟରେ ହାଥରସରେ ଗୋଟିଏ ସତସଙ୍ଗରେ ହୋଇଥିବା ଦଳାଚକଟା ଘଟଣା ନୁହେଁ। ପୁରୁଣା ଫୋଟୋକୁ ବିଭ୍ରାନ୍ତକାରୀ ଦାବି ସହିତ ଭାଇରାଲ କରା ଯାଉଛି।

ନିକଟରେ ହାଥରସରେ ଭୋଲେ ବାବାଙ୍କ ସତସଙ୍ଗରେ ଦଳାଚକଟା ସ୍ଥିତି ହୋଇଥିଲା ଯେଉଁଥିରେ ପ୍ରାୟ ୧୨୧ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ସାମନାକୁ ଆସିଥିଲା। ଏହି ପ୍ରସଙ୍ଗରେ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଫୋଟୋରେ ଦେଖିବାକୁ ମିଳିଛି ଯେ ଲୋକଙ୍କ ଭିଡ଼ ମଧ୍ୟରେ ପୋଲିସ ଏବଂ କିଛି ଲୋକମାନେ ଜଣେ ମହିଳାଙ୍କୁ ଷ୍ଟ୍ରେଚରରେ ନେଇ ଯାଉଛନ୍ତି। ଦାବି କରା ଯାଉଛି ଯେ ଏହି ଫୋଟୋ ନିକଟରେ ହାଥରସରେ ହୋଇଥିବା ଦଳାଚକଟା ସମୟର ଅଟେ ଏବଂ […]

Continue Reading

ମହିଳାଙ୍କ ସହ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଧରାପଡିଥିବା ବ୍ୟକ୍ତି ଜଣେ ‘ହିନ୍ଦୁ ସାଧୁ’ ନୁହଁନ୍ତି, ସେ ଶ୍ରୀଲଙ୍କାର ଜଣେ ସାଧୁ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଅର୍ଦ୍ଧ ନଗ୍ନ ବ୍ୟକ୍ତିଙ୍କୁ କିଛି ଲୋକ ମାଡ ମାରୁଛନ୍ତି। ସେହି ବ୍ୟକ୍ତିଙ୍କ ସହିତ ଦୁଇଜଣ ମହିଳା ମଧ୍ୟ ଅଛନ୍ତି। ମାଡ ମାରୁଥିବା ଲୋକମାନେ ମଧ୍ୟ ମହିଳାଙ୍କୁ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଛି। ଏହାକୁ ସେୟାର କରି ଦାବି କରାଯାଇଛି ଯେ ଭିଡିଓରେ ମହିଳାଙ୍କ ସହ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଧରାପଡିଥିବା ବ୍ୟକ୍ତି ହେଉଛନ୍ତି ‘ହିନ୍ଦୁ ସାଧୁ’।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]

Continue Reading

କ’ଣ ଭିଡିଓରେ ଜଣେ ବିଜେପି ମୁଖପାତ୍ର ନିଜ ପାର୍ଟି ବିରୁଦ୍ଧରେ କହୁଛନ୍ତି ଯେ ବିଜେପି ଏବଂ ଆରଏସଏସ ହିନ୍ଦୁ ନୁହଁନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କର ଏକ ସାମ୍ବାଦିକ ସମ୍ମିଳନୀର ଭିଡିଓ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ବିଜେପି ଏବଂ ଆରଏସଏସ ବିରୁଦ୍ଧରେ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ବ୍ୟକ୍ତି ହେଉଛନ୍ତି ବିଜେପି ମୁଖପାତ୍ର।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ଶେହଜାଦ ପୁନାୱାଲା। ଏହା ୭ ବର୍ଷ ପୁରୁଣା ଭିଡିଓ ଯେତେବେଳେ ସେ କଂଗ୍ରେସ ଦଳରେ ଥିଲେ।  […]

Continue Reading

ରାହୁଲ ଗାନ୍ଧୀଙ୍କ ଭିଡିଓକୁ ଅନୁରାଗ ଠାକୁରଙ୍କ ଭାଷଣ ସହିତ ଏଡିଟ୍ କରି ବିଭ୍ରାନ୍ତକାରୀ ଦାବି ସହ ଭାଇରାଲ କରା ଯାଉଛି।

ବିଜେପି ସାଂସଦ ଅନୁରାଗ ଠାକୁରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ସମ୍ବିଧାନରେ କେତେ ପୃଷ୍ଠା ଅଛି ବୋଲି ପ୍ରଶ୍ନ କରୁଛନ୍ତି। ଭିଡିଓର ଅନ୍ୟ ପଟେ ରାହୁଲ ଗାନ୍ଧୀ ଏବଂ ବିରୋଧୀ ଦଳର ନେତାଙ୍କୁ ଦେଖିବାକୁ ମିଳିଛି। ଭିଡିଓ ସେୟାର କରି ଦାବି କରାଯାଉଛି ଯେ ଯେତେବେଳେ ଅନୁରାଗ ଠାକୁର ରାହୁଲ ଗାନ୍ଧୀଙ୍କୁ ସମ୍ବିଧାନର ପୃଷ୍ଠା ସଂଖ୍ୟା ବିଷୟରେ ପଚାରିଥିଲେ, ସେ ଉତ୍ତର ଦେଇପାରିନଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

ରାସ୍ତା ଧସି ପଡ଼ିଥିବାରୁ ଜଣେ ମହିଳା ତାହାର ଶିକାର ହୋଇଥିବା ଭିଡିଓ ବ୍ରାଜିଲ୍ ଦେଶର ଅଟେ ଅଯୋଧ୍ୟାର ନୁହେଁ। 

ଅଯୋଧ୍ୟାରେ ନବନିର୍ମିତ ରାମପଥର ଅନେକ ସ୍ଥାନରେ ଗାତ ଏବଂ ପାଣି ଜମା ହେବା ପରେ ଉତ୍ତରପ୍ରଦେଶ ସରକାର ନାଗରିକ ଏଜେନ୍ସିର ୬ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ୨୩ ଜୁନ୍ ଏବଂ ୨୫ ଜୁନ୍ ରେ ବର୍ଷା ପରେ ରାମ ପଥରେ ପ୍ରାୟ ୧୫ ଟି ଗାଡ଼ି ଏବଂ ରାସ୍ତାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ପୃଷ୍ଠଭୂମିରେ ଜଣେ ମହିଳା ରାସ୍ତାରେ ଚାଲୁଥିବା ସମୟରେ ହଠାତ୍ ରାସ୍ତା ଧସିଥିଲା ଯାହା ହେତୁ ସେହି ମହିଳା ସେଥିରେ […]

Continue Reading

ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଝିଅ ଅଞ୍ଜଲି ବିର୍ଲା ବିନା UPSC ପରୀକ୍ଷାରେ IAS ଅଧିକାରୀ ନିଯୁକ୍ତି ହୋଇଥିବା ଦାବି ମିଥ୍ୟା ଅଟେ। 

NEET-PG 2024 ପରୀକ୍ଷାରେ ହୋଇଥିବା ବିଶୃଙ୍ଖଳା ସମଗ୍ର ଦେଶରେ ଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି | NEET-PG ପରୀକ୍ଷା କରୁଥିବା ଜାତୀୟ ପରୀକ୍ଷା ଏଜେନ୍ସି (NTA) ବିରୋଧରେ ଅନେକ ଛାତ୍ର ବିରୋଧ କରୁଛନ୍ତି। ଏହି ପୃଷ୍ଠଭୂମି ବିରୋଧରେ ସୋସିଆଲ ମିଡିଆରେ ଏକ ଦାବି ଭାଇରାଲ ହେଉଛି ଯେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ daughter ିଅ ଅଞ୍ଜଲି ବିର୍ଲାଙ୍କୁ କେନ୍ଦ୍ର ଜନସେବା ଆୟୋଗ (ୟୁପିଏସସି) ପରୀକ୍ଷା ନ ଦେଇ ଆଇଏଏସ ଅଧିକାରୀ ଭାବରେ ମନୋନୀତ କରାଯାଇଛି। […]

Continue Reading

ଟି-୨୦ ବିଶ୍ଵକପ୍ ରେ ଆଫଘାନିସ୍ତାନ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ତାଲିବାନ ମାନେ ଖୁଶିରେ ନାଚୁଛନ୍ତି? ଜାଣନ୍ତୁ ସତ୍ୟତା। 

ଟି-୨୦ ବିଶ୍ଵକପ୍ ପ୍ରତିଯୋଗୀତାରେ ଆଫଘାନିସ୍ତାନ ଅଷ୍ଟ୍ରେଲିଆକୁ ପରାସ୍ତ କରି ପ୍ରଥମ ଥର ପାଇଁ ସେମି ଫାଇନାଲ୍ ରେ ପ୍ରବେଶ କରିଥିଲା। ଏହା ଅଷ୍ଟ୍ରେଲିଆ ପାଇଁ ଏକ ବିଶାଳ ଝଟକା ହେଇଥିବା ବେଳେ ଆଫଘାନିସ୍ତାନ ଲୋକଙ୍କ ପାଇଁ ଏକ ଖୁସିର ସମୟ ଥିଲା। ତାଲିବାନ ସରକାର ମଧ୍ୟ ଆଫଘାନିସ୍ତାନ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲା।  ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ କିଛି ଲୋକେ ବନ୍ଧୁକ ଧରି ନାଚୁଛନ୍ତି। ଦାବି କରା […]

Continue Reading

ଆମେରିକାର ଟାଇମ୍ସ ସ୍କୋୟାରରେ ବିରାଟ କୋହଳିଙ୍କର ପ୍ରତିମା ଅସଲି ନୁହେଁ। ଏହାକୁ କମ୍ପ୍ୟୁଟର ଗ୍ରାଫିକ୍ସ (ସିଜିଆଇ) ମାଧ୍ୟମରେ ସୃଷ୍ଟି କରା ଯାଇଛି। 

ସୋସିଆଲ ମିଡିଆରେ ବିରାଟଙ୍କର ଏକ ବିଶାଳ ସୁବର୍ଣ୍ଣ ପ୍ରତିମାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ପ୍ରତିମା ଟି-୨୦ ବିଶ୍ଵକପ୍ ସମୟରେ ଆମେରିକାର ଟାଇମ୍ସ ସ୍କୋୟାରରେ ସ୍ଥାପିତ କରା ଯାଇଛି ଯାହାକୁ ବିରାଟଙ୍କର ସମସ୍ତ ଫ୍ୟାନ୍ ମାନେ ପ୍ରଶଂସା କରିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଆମେରିକାର ଟାଇମ୍ସ ସ୍କୋୟାରରେ ବିରାଟ କୋହଳିଙ୍କର ପ୍ରତିମା ଅସଲି ନୁହେଁ। ଏହାକୁ କମ୍ପ୍ୟୁଟର ଗ୍ରାଫିକ୍ସ (ସିଜିଆଇ) ମାଧ୍ୟମରେ ସୃଷ୍ଟି […]

Continue Reading

ଲୋକଙ୍କୁ ମଇଳା ଗୁପ୍ଚୁପ୍ ଖାଇବାକୁ ଦେବାର ଏହି ଭିଡିଓ ଏକ ସ୍କ୍ରିପ୍ଟ ବା ନାଟକ, ଯାହା ମିଥ୍ୟା ଏବଂ ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ ହେଉଛି।

ଜଣେ ଗୁପ୍ଚୁପ୍ ବିକ୍ରେତାଙ୍କ ଏକ ଚକିତ କରିଦେବା ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଏହି ଗୁପ୍ଚୁପ୍ ବିକ୍ରେତା ଏକ ଅଇଁଠା ଚାମୁଚ ଗ୍ରାହକଙ୍କୁ ଦେବା ପାଣିରେ ଘାନ୍ତୁଛି ଏବଂ କିଛି ସମୟ ପରେ ଗୁପ୍ଚୁପ୍ ପାଣି ହାଣ୍ଡିରେ ନିଜ ହାତ ଧୋଇଥିବା ପାଣି ମିଶ୍ରଣ କରୁଛି।  ଦାବି କରା ଯାଉଛି ଯେ ଭିଡିଓରେ ଥିବା ଗୁପ୍ଚୁପ୍ ବିକ୍ରେତା ଜଣେ ମୁସ୍ଲିମ ଯିଏ ଲୋକଙ୍କୁ ଅପରିଷ୍କାର ଗୁପ୍ଚୁପ୍ ବିକ୍ରି କରୁଛି। ଏହି […]

Continue Reading

ଜବାହରଲାଲ ନେହେରୁ କହିଛନ୍ତି କି ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଦେଇନଥିଲେ? ଯାନନୁ ସତ୍ୟତା।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୂଙ୍କର ଏକ ସାକ୍ଷାତକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ନେହରୂ ନିଜେ ସ୍ଵୀକାର କରିଛନ୍ତି ଯେ ସେ ଦେଶର ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇ ନାହାଁନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓକୁ ଏଡିଟ୍ କରା ଯାଇଛି। ମୂଳ ଭିଡିଓରେ ଜବାହାରଲାଲ ନେହରୂ ମୋହମ୍ମଦ ଅଲି ଜିନ୍ନାହଙ୍କ ବିଷୟରେ କହୁଛନ୍ତି।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  […]

Continue Reading

କ’ଣ ବର୍ଷା ହେତୁ ଅଯୋଧ୍ୟାର ନୂତନ ନିର୍ମାଣ ହୋଇଥିବା ପାଚେରି ଧସି ପଡ଼ିଛି? ଜାଣନ୍ତୁ ସତ୍ୟତା।

ପ୍ରଥମ ମୌସମି ପରେ ନୂତନ ଭାବରେ ନିର୍ମିତ ହୋଇଥିବା ଅଯୋଧ୍ୟା ଧାମ ରେଳ ଷ୍ଟେସନର ପାଚେରି ଧସି ପଡିଥିବା ଦାବି ସହିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୬ ମାସ ପୂର୍ବରୁ ପ୍ରଶାନମନ୍ତ୍ରୀ ମୋଦୀ ଏହି ଷ୍ଟେସନର ଉଦ୍ଘାଟନ କରିଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ରେଳବାଇ ଅଧିକାରୀ ମାନେ ସ୍ପଷ୍ଟ କରିଛନ୍ତି ଯେ ଧସି ପଡ଼ିଥିବା ପାଚେରି ଷ୍ଟେସନର ନୁହେଁ ବରଂ ଏହା ରେଳବାଇ ଜମିର […]

Continue Reading

କ’ଣ ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୁଜରାଟ ରେ ମୁସ୍ଲିମ ମାନେ ନପୁଂସକତା ମେଡିସିନ ମିଶ୍ରଣ ବିରିଆନୀ ହିନ୍ଦୁ ମାନଙ୍କୁ ଦେଉଛନ୍ତି? ଜାଣନ୍ତୁ ସତ୍ୟତା। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ବିରିୟାନୀ ଥାଳି ସହିତ ଚିଡ଼ା ହେଇଥିବାର ଦେଖିବାକୁ ମିଳିଛି। ଏହା ସଥେ କିଛି ବଟିକାର ଫୋଟୋ ମଧ୍ୟ ଅଛି। ଏହି ଫୋଟୋ ପୋଷ୍ଟ କରି ଦାବି କରା ଯାଇଅଛି ଯେ ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୁଜରାଟରେ ହିନ୍ଦୁ ଗ୍ରାହକଙ୍କ ବିରିୟାନୀ ତିଆରି କରିବା ପାଇଁ ମୁସ୍ଲିମ ମାନେ ନପୁଂସକତା ବଟିକାର ବ୍ୟବହାର କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

ଏହା ସରକାରୀ କର୍ମଚାରୀଙ୍କ ଅଯୋଧ୍ୟାରେ ଲୋକଙ୍କ ଘର ଭାଙ୍ଗିବାର ଏକ ଭିଡିଓ କି? ଜାଣନ୍ତୁ ସତ୍ୟତା।

୨୦୨୪ ଲୋକସଭା ନିର୍ବାଚନ ରେ ଫୈଜାବାଦ ଆସନରେ ବିଜେପିର ପରାଜୟ ପରେ ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ, ଲୋକଙ୍କ ଘର ଭଙ୍ଗା ଯାଉଥିବା ସମୟରେ ଜଣେ ମହିଳା ନିଜ କୋଳରେ ଶିଶୁ ସହିତ କାନ୍ଦୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର କରି ଦାବି କରାଯାଉଛି ଯେ, “ଏହି ଭିଡିଓ ଅଯୋଧ୍ୟାର ଅଟେ, ଯେଉଁଠାରେ ବିଜେପିର ପରାଜୟ ପରେ ଲୋକଙ୍କ ଘର ଭାଙ୍ଗି ଦିଆ ଯାଉଛି।” କିନ୍ତୁ ଫ୍ୟାକ୍ଟ […]

Continue Reading