
ବର୍ତ୍ତମାନ କ୍ରିକେଟ୍ ବିଶ୍ଵ କପର ଗୋଟିଏ ମ୍ୟାଚର ଭିଡିଓ ସୋସିଆଲ ମିଡିଆରେ ଭାଇରସଲ ହେବାରେ ଲାଗିଛି। ଷ୍ଟେଡିୟମରେ ଭାରତର ସମର୍ଥକଙ୍କ ମେଳାରେ ଭରିଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଦର୍ଶକ ମାନେ ଖେଳ ଆରମ୍ଭ ହେବା ପୂର୍ବରୁ ହନୁମାନ ଚାଳିଶାର ଜାପ କରୁଛନ୍ତି।
ଦାବି କରା ଯାଉଛି ଯେ ଦର୍ଶକ ମାନଙ୍କର ଷ୍ଟେଡିୟମରେ ହନୁମାନ ଚାଳିଶା ଜାପ କରୁଥିବା ଏହି ଭିଡିଓ ଭାରଫତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍ ସମୟର ଅଟେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ନରେନ୍ଦ୍ର ମୋଦୀ ଷ୍ଟେଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆର ଫାଇନାଲ୍ ମ୍ଯାଚରେ ଦର୍ଶକ ହନୁମାନ ଚାଳିଶା ପାଠ କରୁଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ଗୋଟିଏ ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ଭିଡିଓ ଦେଖିବା ପରେ ଆମକୁ ସେଥିରେ ହନୁମାନ ଚାଳିଶା ଜାପ ହେଉଥିବା ଶୁଣିବାକୁ ମିଳିଲା ନାହିଁ। ଏହି ଭିଡିଓ ସହିତ ଉଲ୍ଲେଖ କରା ଯାଇଛି, “ନରେନ୍ଦ୍ର ମୋଦୀ ଷ୍ଟେଡିୟମରେ ଦର୍ଶନ ରାୱଲ”
ଭାଇରାଲ ଭିଡିଓରେ ଦର୍ଶକଙ୍କ ମଧ୍ୟରେ ଥିବା ଏକ ବଡ଼ ସ୍କ୍ରିନରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ ଉପରୋକ୍ତ ୟୁଟ୍ୟୁବ ଭିଡିଓରେ ମଧ୍ୟ ଦେଖିବାକୁ ମିଳିଛି। ନିମ୍ନରେ ଆପଣ ମାନେ ତୁଳନା ଦେଖି ପାରିବେ।

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ପ୍ରସିଦ୍ଧ ଗାୟକ ଦର୍ଶନ ରାୱଲ ନରେନ୍ଦ୍ର ମୋଦୀ ଷ୍ଟେଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ଯାଚରେ ପ୍ରଦର୍ଶନ କରିଲେ। ଆମେ ଦେଖିବାକୁ ପାଇଲୁ ଯେ ଦର୍ଶନ ରାୱଲ ଏବଂ ତାଙ୍କ ସାଥି ମାନେ ସମାନ ପୋଷାକ ପିନ୍ଧିଛନ୍ତି ଯାହା ନିମ୍ନ ୟୁଟ୍ୟୁବ ଭିଡିଓରେ ଦେଖିବାକୁ ମିଳିଛି।
ଆମକୁ ୟୁଟ୍ୟୁବରେ ଅନ୍ୟ ଏକ ଭିଡିଓ ମିଳିଲା ଯେଉଁଥିରେ ‘ଜଯପୁରରେ ହନୁମାନ ଚାଳିଶା ପାଠ’ ବୋଲି ଉଲ୍ଲେଖ କରା ଯାଇଛି। ଏହି ଭିଡିଓରେ ହନୁମାନ ଚାଳିଶା ପାଠ, ଭାଇରାଲ ଭିଡିଓରେ ଥିବା ହନୁମାନ ଚାଳିଶା ସହିତ ସମ୍ପୂର୍ଣ ଭାବରେ ସମାନ ବୋଲି ଜଣା ପଡିଛି।
ଏଥିରୁ ସ୍ପଷ୍ଟ ହେଉଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ଯାଚର ଏକ ଭିଡିଓରେ ହନୁମାନ ଚାଳିଶା ପାଠକୁ ଏଡିଟ୍ କରି ଯୋଡା ଯାଇଛି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଅସଲି ଭିଡିଓରେ ପ୍ରସିଦ୍ଧ ଗାୟକ ଦର୍ଶନ ରାୱଲ ପ୍ରଦର୍ଶନ କରୁଛନ୍ତି, ଏଥିରେ ହନୁମାନ ଚାଳିଶା ପାଠ ଏଡିଟ୍ କରି ଯୋଡା ଯାଇଛି।

Title:କ’ଣ ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ହେଇଥିବା ଫାଇନାଲ୍ ମ୍ୟାଚ୍ ରେ ଦର୍ଶକ ମାନେ ହନୁମାନ ଚାଳିଶା ଜାପ କରିଥିଲେ? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Altered
