
ସୋସିଆଲ ମିଡିଆରେ ଏକ ଭିଡିଓ ଅଧିକ ରୁ ଅଧିକ ସେୟାର ହେବାରେ ଲାଗିଛି, ଯେଉଁଥିରେ ଦର୍ଶାଯାଇଛି ଯେ ଏଥିରେ ଭାରତୀୟ କୃଷକ ଆନ୍ଦୋଳନକାରୀମାନେ ଭାରତୀୟ ଜାତୀୟ ପତାକା ଉପରେ ଠିଆ ହୋଇ ଏହାର ଅପମାନ କରୁଛନ୍ତି। ଭିଡିଓରେ ଶୁଣିବାକୁ ମିଳୁଛି ଯେ, ଲୋକମାନେ ‘ଖାଲିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
27 ଜାନୁଆରିରେ Utkal tv odia ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଭାରତୀୟ କୃଷକ ଆନ୍ଦୋଳନକାରୀମାନେ ଭାରତୀୟ ଜାତୀୟ ପତାକା ଉପରେ ଠିଆ ହୋଇ ଏହାର ଅପମାନ କରୁଛନ୍ତି।। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଏମାନେ ଭାରତୀୟ ଚାଷୀ ନା ଆତଙ୍କବାଦୀ ? #Delhi #DelhiProtest #terrorists #socialmedia #Facebook #viralvideo #india. ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ଭିଡିଓରେ ଭାରତୀୟ କୃଷକ ଆନ୍ଦୋଳନକାରୀମାନେ ଭାରତୀୟ ଜାତୀୟ ପତାକା ଉପରେ ଠିଆ ହୋଇ ଏହାର ଅପମାନ କରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 27 ଜାନୁଆରିରେ Sandeep Chatterjee ନାମକ ଜଣେ ଟ୍ୱିଟର ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ପୋଷ୍ଟ ଅପଲାଡ କରିଥିଲେ। ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି ଯେ, ଭିଡିଓରେଥିବା ବ୍ୟକ୍ତିର ନାମ Amanvir Singh (ଅମନବିର ସିଂହ) ଅଟେ। ଏବଂ ଏହି ଭିଡିଓ ଭାରତର ନୁହେଁ ଏହା ୟୁଏସ କାଲିଫୋର୍ନିଆର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Archive
Sandeep Chatterjee ଅମନବିର ସିଂହଙ୍କ ଟିକଟକ ଆକାଉଣ୍ଟ ମଧ୍ୟ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ ତାଙ୍କ ଭାଇରାଲ ଭିଡିଓ ଏବଂ ତାଙ୍କ ଆକାଉଣ୍ଟ ସେୟାର କରିଛନ୍ତି। ଯେଉଁଥିରେ ଭାଇରାଲ ଭିଡିଓରେ ଦେଖାଯାଉଥିବା ବ୍ୟକ୍ତିର ଅନ୍ୟ ଏକ ଭିଡିଓ ମଧ୍ୟ ପୋଷ୍ଟ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Archive
ଏହା ପରେ ଆମେ ଟ୍ୱିଟରରେ ପୋଷ୍ଟ କରାଯାଇଥିବା ଜାଗାକୁ 7609 Wilbur Way, Sacramento, CA, US 95828 ଗୁଗୁଲରେମାରି ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ Google ଲୋକେସନ ମିଳିଲା। ଯାହାକି ଭାଇରାଲ ଭିଡିଓରେ ଦେଖାଯାଉଥିବା ସ୍ଥାନ ସହ ସମାନ । ତଳେ ଲିଙ୍କ ଦେଖନ୍ତୁ।
ପରେ ଆମକୁ ମିଳିଥିବା ଭିଡିଓ ଏବଂ ଭାଇରାଲ ଭିଡିଓକୁ ବିଶ୍ଲେଷଣ କରିଲୁ। ତଳେ ବିଶ୍ଳେଷଣ ଦେଖନ୍ତୁ।
urlebirdରେ ଆମେ ଭାଇରାଲ ଭିଡିଓରେଥିବା ବ୍ୟକ୍ତିର ଏକ ଭିଡିଓ ମଧ୍ୟ ପାଇଲୁ। ଯେଉଁଥିରେ ସେ କହୁଥିବାର ଦେଖାଯାଉଛନ୍ତି ଯେ, 25 ଜାନୁଆରିରେରେ 7609 Wilbur Way, Sacramento, CA, US 95828 ଠାରେ ଭାରତୀୟ ପତାକା ଜଳାଇବା ଏବଂ ପ୍ରଦର୍ଶନ କରିବା ପାଇଁ ସୂଚନା ଦେଇଛନ୍ତି। ତଳେ ପୋଷ୍ଟର Archive ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓରେ ଭାରତୀୟ କୃଷକ ଆନ୍ଦୋଳନକାରୀମାନେ ଜାତୀୟ ପତକାକୁ ଅପମାନ କରୁଥିବା ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓ ଭାରତର ନୁହେଁ ବରଂ କାଲିଫୋର୍ନିଆର ଅଟେ।

Title:କାଲିଫୋର୍ନିଆ ଭିଡିଓକୁ ଭାରତୀୟ କୃଷି ଆନ୍ଦୋଳନକାରୀଙ୍କ ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False