କ’ଣ ଫଟୋରେଥିବା ଆଇପିଏସ୍ ଅଫିସର ଭାଇଭଉଣି ଅଟନ୍ତି ?

False Social

 7 ସେପ୍ଟେମ୍ବରରେ Ama prativa ନାମକ ଏକ ପେଜରେ ଏକ ଫୋଟୋ ପୋଷ୍ଟ କରାଯାଇଛି। ଫୋଟୋରେ ତିନି ଜଣ ପୋଲିସ ଅର୍ଥାତ୍ ଆଇପିଅସ ଅଫିସର ବସିଥିବାର ଦେଖା ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଗୋଟିଏ ପରିବାରର ଦୁଇ ଭାଇ ଏବଂ ଗୋଟିଏ ଭଉଣୀ ହେଉଛନ୍ତି ଆଇପିଏସ୍ ଅଫିସର। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ଏହା ଛଡ଼ା ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଗୋଟିଏ ପରିବାରର ଏହି ତିନି ଭାଇଭଉଣି ଆଇପିଏସ୍ ଅଫିସର ଅଟନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଏହାକୁ ନେଇ କିଛି ଲିଙ୍କ ମିଳିଲା। pooja vashisth ଇନଷ୍ଟାଗ୍ରାମରେ ଭାଇରାଲ ଫୋଟୋ ପାଇଲୁ। ଯାହାକି ଅଗଷ୍ଟ 22ରେ ପୋଷ୍ଟ କରାଯାଇଥିଲା। ପୋଷ୍ଟରେ ଲେଖା ଯାଇଛି ଯେ, (People who make life easier) ଯେଉଁମାନେ ଜୀବନକୁ ସହଜ କରନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଏହି ଇନଷ୍ଟାଗ୍ରାମ ଭାଇରାଲ ଫଟୋରେଥିବା ଝିଅର ଅଟେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- InstagramArchive

ଭାସିଷ୍ଟ ସାଂସଦ କ୍ୟାଡରର ଆଇପିଏସ୍ ଶ୍ରତ କିର୍ତ୍ତୀ ସୋମାଭାନ୍ସି ଏବଂ ପଞ୍ଜାବ କ୍ୟାଡରର ତୁଷାର ଗୁପ୍ତାଙ୍କୁ ଟ୍ୟାଗ୍ କରିଥିଲେ। Tusharg_ips ଗୁପ୍ତା ସର୍ଦ୍ଦାର ଭାଲାଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀରେ ମଧ୍ୟ ସମାନ ଫଟୋଗ୍ରାଫ୍ ଅପଲୋଡ୍ କରିଥିଲେ।

ଏଠାରେ ଲିଙ୍କ ଦେଖନ୍ତୁ- Instagram Archive

Ips govt ପେଜରେ ଆମକୁ ଫୋଟୋରେଥିବା ତିନିଜଣ ଆଇପିଏସ୍ ଅଭିସରଙ୍କ ନାଁ ମିଳିଲା। ଯେଉଁଥିରେ ଆମେ ସ୍ପଷ୍ଟ ହେଲୁ ଯେ, ଫୋଟୋରେଥିବା ତିନିଜଣ ଆଇପିଏସ୍ ଅଫିସର ଗୋଟୋ ବ୍ୟାଚ୍ ର ଅଟନ୍ତି। Pooja vashisth- Haryana, Tushar Gupta- Panjab, Shrut Kirti Somavanshi- Madhya Pradeshରୁ ଅଟନ୍ତି। ତିନି ଜଣ ଅଲଗା ଅଲଗା ରାଜ୍ୟର ଅଟନ୍ତି। ଭାଇରାଲ ଫୋଟୋରେଥିବା ତିନି ଜଣ ଆଇପିସ ଅଫିସର ଭାଇ ଭଉଣି ନାହାନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହା ପରେ ଆମକୁ Pooja vashisth ପେଜରେ ଅନ୍ୟ ଏକ ଲିଙ୍କ ପାଇଲୁ। ଯେଉଁଥିରେ ସେ ଭାଇରାଲ ପୋଷ୍ଟର ଫେକ୍ ଥିବାର ଏକ ଫୋଟୋ ପୋଷ୍ଟ କରିଛନ୍ତି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Pooja vashisth

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟୋରେଥିବା ତିନି ଜଣ ଆଇପିସ୍ ଅଫିସର ଗୋଟିଏ ପରିବାରର ଭାଇ  ଭାଉଣିଥିବା ଦାବିରେ ଭାଇରାଲ ହେଇଥିବା ଫୋଟୋ ମିଥ୍ୟା ଅଟେ। 

Avatar

Title:କ’ଣ ଫଟୋରେଥିବା ଆଇପିଏସ୍ ଅଫିସର ଭାଇଭଉଣି ଅଟନ୍ତି ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *