ଭେନେଜୁଏଲର ବ୍ୟାଙ୍କ ଲୁଟ ଫୋଟୋକୁ ଇଟାଲୀର କୋରୋନା ସଂକ୍ରମଣରୁ ଅସହାୟ ଲୋକମାନେ ରାସ୍ତାକୁ ଟଙ୍କା ଫିଙ୍ଗିଥିବା ଦାବିରେ ଭାଇରାଲ କରାଯାଉଛି।

Coronavirus False International

ଇଟାଲିରେ କୋରୋନା ସଂକ୍ରମଣର ସ୍ଥିତି ଦିନ କୁ ଦିନ ବିଗିଡ଼ିବାରେ ଲାଗିଛି। ଇଟାଲିକୁ ବିଶ୍ୱର ସ୍ୱାସ୍ଥ୍ୟରେ ପ୍ରଥମ ବୋଲି କୁହା ଯାଏ। କିନ୍ତୁ ଇଟାଲୀରେ କୋରୋନା ସଂକ୍ରମଣରେ ପିଡ଼ିତ ସଂଖ୍ୟା ଦିନ କୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଚାଇନା ପରେ ଇଟାଲୀରେ କୋରୋନା ସଂକ୍ରମଣର ସଂଖ୍ୟା ଅଧିକ ଦେଖିବାକୁ ମିଳିଛି। ଇଟାଲୀ ସରକାର ପୁରା ଦେଶକୁ ଲକଡାଉନରେ ରଖିଛନ୍ତି। ସ୍ଥତି ଖରାପ ଥିବା କାରଣରୁ ଲୋକଙ୍କ ଘରୁ ବାହାରିବା ବପଦ କାଳିନ ହୋଇ ଗଲାଣି। ଏଥିମଧ୍ୟେର ଆମ ଓଡ଼ିଆ ନାମକ ଏକ ପେଜରେ ଦୁଇଟି ଫୋଟୋ ସେୟାର କରାଯାଇଛି। ଦୁଇଟି ଫୋଟୋରେ ରାସ୍ତାରେ ପଇସା ବିଛାଇ ହୋଇ ପଡ଼ିଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଇଟାଲୀରେ କୋରୋନା କାରଣରୁ ଲୋକ ଅସହାୟ ହୋଇ ଗଲେଣି , ଲୋକମାନେ ନିଜ ଘରେ ଥିବା ଟଙ୍କା ଫିଙ୍ଗି ଦେଉଛନ୍ତି, ତାଙ୍କ କହିବା କଥା,ଏହା ତାଙ୍କର କୌଣସି କାମରେ ଲାଗୁ ନାହିଁ। ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 54 ଥର ସେୟାର କରାଯାଇଛି ଏହାସହ ପୋଷ୍ଟକୁ 181 ଲାଇକ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-FacebookArchive

ତେବେ କ’ଣ ଇଟାଲୀରେ ଲୋକମାନେ କୋରୋନା ସଂକ୍ରମଣରୁ ଆସହାୟ ହୋଇ ରାସ୍ତାକୁ ନିଜ ଘରର ପଇସା ଫିଙ୍ଗି ଦେଉଛନ୍ତି? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ପ୍ରଥମ ଫୋଟୋ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ କିଛି ଲିଙ୍କ ମିଳିଲା। ସର୍ଚରେ ଆମକୁ Snopes ନାମକ ପେଜରେ ଭାଇରାଲ ଫୋଟୋ ମିଳିଲା। ଭାଇରାଲ ଫୋଟୋ 5 ଏପ୍ରିଲ 2019ରେ ପୋଷ୍ଟ କରାଯାଇଥିଲା। ଲେଖା ଯାଇଥିବା ଅନୁଚ୍ଛେଦ ଅନୁସାରେ ଭାଇରାଲ ଫୋଟୋ ଇଟାଲୀର ନୁହେଁ ବରଂ ଭେନେଜୁଏଲାର ଖବର ଅନୁସାରେ  ଭେନେଜୁଏଲାର ଏକ ବ୍ୟାଙ୍କରେ ଚୋରମାନେ ଲୁଟ କରିଥିଲେ ଏବଂ ଧରା ପଡ଼ିବାରୁ ଲୋକମାନେ ରାସ୍ତାରେ ଟଙ୍କା ଫିଙ୍ଗି ପଳାଇ ଯାଇଥିଲେ। ଅଥିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। ଭାଇରାଲ ଫୋଟୋ 2019ର ଅଟେ। ଏହା ସହ ଫୋଟୋ ଇଟାଲୀର ନୁହେଁ ବରଂ ଭେନେଜୁଏଲାର ଅଞ୍ଚଳର ଅଟେ।

ଏଠାରେ ଲିଙ୍କ ଦେଖନ୍ତୁ-SnopesArchive

ଦ୍ୱିତିୟ ଫୋଟୋ-

ସର୍ଚରେ ଆମକୁ ଭୋଇରାଲ ହେଉଥିବା ଦ୍ୱିତିୟ ଫୋଟୋ ଏକ Twitter ଆକାଉ୍ଟରେ  ମିଳିଲା। ଦ୍ୱିତଟି ଫୋଟୋ ମଧ୍ୟ ଭେନେଜୁଏଲାର ଅଞ୍ଚଳର ଏଟେ। ପୋଷ୍ଟ ଅନୁସାରେ ବିସେଣ୍ଟେନେରୋ ବ୍ୟାଙ୍କ ଏଜେନ୍ସିରେ ଚୋରି ହୋଇଥିଲା। ଯେତେ ବେଳେ ସରକାର ସମସ୍ତ କରେନ୍ସିକୁ ମୁଲ୍ୟହିନ ଘୋଷଣା କଲେ ,ଲୁଟେରା ମାନେ ନେଇଥିବା ପାଇସାକୁ ରାସ୍ତାରେ ଫିଙ୍ଗି ଦେଇଥିଲେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-TwitterArchive

ଆମେରିକାର ନ୍ୟୁଜ୍ ଚ୍ୟାନେଲ CNN ନ୍ୟୁଜ ସୂଚନା ଅନୁସାରେ ଭେନେଜୁଏଲାରେ ଅନିୟନ୍ତ୍ରିତ ମୁଦ୍ରାସ୍ଫୀତି ହେତୁ ପୁରୁଣା ମୁଦ୍ରା ବଦଳାଯାଇଥିଲା। 

ଏହା ପରେ ଆମକୁ ଭେନେଜୁଏଲା ନ୍ୟୁଜ୍ Maduradas ନାମକ ଏକ ପେଜରେ ମାର୍ଚ୍ଚ 12, 2019ରେ ପ୍ରକାଶିତ ହୋଇଥିବା ଏକ ଖବର ପ୍ରକାଶିତ ହୋଇଥିବାର ମିଳିଲା।ଖବର ଅନୁସାରେ 11ମାର୍ଚ୍ଚ 2019ରେ  କିଛି ଲୁଟେରା ବିସେଣ୍ଟେନେରୋ ବ୍ୟାଙ୍କ ଏଜେନ୍ସିରେ ଡକାୟତି କରିଥିଲେ। ଏହି ଖବରକୁ ଜାତୀୟ ସଭାର ଡେପୁଟି ୱିଲିୟମ୍ସ ଡାଭିଲା ଏବଂ ସାମ୍ବାଦିକ ଲିଓନାର୍ଡୋ ଲିଓନ ସ୍ପଷ୍ଟ  କରିଛନ୍ତି।

ଡକାୟତି ପରେ ଜେବେ ପୁରୁଣା ଅଚଳ ହେବା ଖବର ପ୍ରକାଶିତ ହେଲା  ଲୋକମାନେ ପୁରୁଣା ମୁଦ୍ରାକୁ ରାସ୍ତାରେ ପକାଇ ନିଆଁ ଲଗାଇ ଦେଇଥିଲେ। ଏହାକୁ ଗଣମାଧ୍ୟମରେ ବିରୋଧର ଏକ ଉପାୟ ବୋଲି ମଧ୍ୟ ବର୍ଣ୍ଣନା କରାଯାଇଥିଲା। ଏହି ଘଟଣା ପରେ ବଲିଭିଆର ନ୍ୟାସନାଲ ଗାର୍ଡ, ମରିଡା ରାଜ୍ୟ ପୋଲିସ ଏବଂ ଭେନେଜୁଏଲର ନ୍ୟାସନାଲ ପୋଲିସ ଏଜେନ୍ସି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।  ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-MaduradasArchive

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ହେଇଥିବା  ଫୋଟୋ ଇଟାଲୀର ନୁହେଁ ବରଂ ଭେନେଜୁଏଲର ଅଞ୍ଚଳର ଅଟେ। ଭାଇରାଲ ଫୋଟୋ 12 ମାର୍ଚ୍ଚ  2019ର ଅଟେ। ସୋସିଆଲ ମିଡ଼ିଆରେ ଇଟାଲୀର ଲୋକମାନେ କୋରୋନା ସଂକ୍ରମଣରୁ ଅସହାୟ ହୋଇ ନିଜ ଘରୁ ଟଙ୍କା ଫିଙ୍ଗୁ ଥିବା ଦାବି ମିଥ୍ୟା ଅଟେ। ଭେନେଜୁଏଲର ଅଞ୍ଚଳରେ ଏକ ବ୍ୟଙ୍କ ଲୁଟ ହେବା ପରେ ସେଠାକାର ସରକାର ପୁରୁଣା ପଇସାକୁ ମୁଲ୍ୟହୀନ ଘୋଷଣା କଲା ପରେ ଲୁଟେରା ମାନେ ସମସ୍ତ ପଇସା ରାସ୍ତାରେ ଫିଙ୍ଗି ପଳାଇଥିଲେ। ଏହା ପର ଲୋକମାନେ ମଧ୍ୟ ନିଜ ପାଖେ ଥିବା ମୂଲ୍ୟହିନ  ପାଇସାକୁ ରାସ୍ତାରେ ଫିଙ୍ଗି ଦେଇଥିଲେ। ଭାଇରାଲ ଫୋଟୋର କୋରୋନା ସଂକ୍ରମଣ ସହ କୌଣସି ସମ୍ପର୍କ ନାହିଁ। 

Avatar

Title:ଭେନେଜୁଏଲର ବ୍ୟାଙ୍କ ଲୁଟ ଫୋଟୋକୁ ଇଟାଲୀର କୋରୋନା ସଂକ୍ରମଣରୁ ଅସହାୟ ଲୋକମାନେ ରାସ୍ତାକୁ ଟଙ୍କା ଫିଙ୍ଗିଥିବା ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *