1 ସେପ୍ଟେମ୍ବରରୁ ସ୍କୁଲ ଖୋଲିବା ନେଇ ଭାଇରାଲ ହେଉଛି ମିଥ୍ୟା ଖବର ।

Education False Social

କୋରୋନା ସଂକ୍ରମଣ ଦିନ କୁ ଦିନ ବଢ଼ିବାରେ ଲେଗିଛି। ଏହି ସମୟରେ ସରକାର ସ୍କୁଲ-କଲେଜ ଖୋଲିବାକୁ ଚାହୁଁନାହାଁନ୍ତି। ସର୍ଭେରେ କେବଳ 33 ପ୍ରତିଶତ ଅଭିଭାବକ 1 ସେପ୍ଟେମ୍ବରରୁ ବିଦ୍ୟାଳୟ ଖୋଲିବାକୁ ରାଜି ହୋଇଛନ୍ତି। କୋଭିଡ -19 ମହାମାରୀ ହେତୁ ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ରହିଛି।  ଏହି ସମୟରେ ସୋସିଆଲ ମିଡିଆରେ ଏକ  ଖବର ଭାଇରାଲ ହେଉଛି ଯେ, 1 ସେପ୍ଟେମ୍ବରରୁ ସାରା ଦେଶରେ ସ୍କୁଲ ଖୋଲାଯିବ।  କିଛି ଲୋକ ଏହି ଖବରକୁ ସତ୍ୟ ଭାବରେ ଗ୍ରହଣ କରୁଥିବାବେଳେ କେତେକ ଏହାର ସତ୍ୟତାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। 

8 ଅଗଷ୍ଟରେ kranti news ପଜରେ ଏହି ଦାବି ସହ ଏକ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ସେପ୍ଟେମ୍ବର 1 ର ସ୍କୁଲ ଖୋଲିବ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 27ଥର ସେୟାର କରାଯାବି ସହ ଅଧିକ କମେଣ୍ଟ ଏବଂ ଅଧିକ ଲାଇକ ମଧ୍ୟ ମିଳି ସାରିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook Archive

ତେବେ କଣ 1 ସେପ୍ଟେମ୍ବରରୁ ସ୍କୁଲ ଖୋଲିବ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ଦେଖନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଖବରକୁ ନେଇ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଖବର ମିଳିଲା। 11 ଅଗଷ୍ଟରେ PIB ଫ୍ୟାକ୍ଟଚେକ ସ୍ପଷ୍ଟ କରିଛି ଯେ, 1 ସେପ୍ଟେମ୍ବରରେ ସମସ୍ତ ସ୍କୁଲ ଖୋଲୁଥିବା ଦାବିରେ ଭାଇରାଲ ହେଉଥିବା ପୋଷ୍ଟ ମିଥ୍ୟା ଅଟେ। ସରକାରଠାରୁ ଏପରି କୌଣସି ସୂଚନା ପ୍ରକାଶିତ କରାଯାଇ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Twitter Archive

ଏହା ପରେ ଆମକୁ 10 ଅଗଷ୍ଟରେ news 18ରେ ପ୍ରକାଶିତ ହୋଇଥିବା ଏକ ଖବର ପାଇଲୁ। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଅଗଷ୍ଟ 10 ରେ ମାନବ ସମ୍ବଳ ଏବଂ ବିକାଶ ମନ୍ତ୍ରଣାଳୟର ସଂସଦୀୟ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ସ୍କୁଲ  ଏବଂ କଲେଜ ଖୋଲିବା ନେଇ ଆଲୋଚନା ହୋଇଥିଲା। ଏହି ବୈଠକରେ ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ସ୍କୁଲ-କଲେଜ ଖୋଲିବାକୁ କୈଣସି ନିଷ୍ପତ୍ତି ନିଆଯାଇ ନାହିଁ। ମହାମାରୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟମାନଙ୍କୁ ଏକ ସ୍କୁଲ-କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯାଇପାରେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-  news 18 Archive

ଏହା ପରେ ଆମେ Department of School & Mass Education Government of Orissaରେ  ସମ୍ପର୍କ କରିଲୁ।  ସେଠାରେ ଆମକୁ ସ୍ପଷ୍ଟ କରିଲେ ଯେ, ସରକାରଙ୍କ ତରଫରୁ ଏପରି କୌଣସି ନୋଟିସ ବାରି ନେଇ। 1 ସେପ୍ଟେମ୍ବରରୁ ସ୍କୁଲ ଖୋଲିବା ଦାବିରେ ଭାଇରାଲ ହେଉଥିବା ଖବର ମିଥ୍ୟା ଅଟେ। 

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, 1 ସେପ୍ଟେମ୍ବରରେ ସମସ୍ତ ସ୍କୁଲ ଖୋଲୁଥିବ ଦାବିରେ ଭାଇରାଲ ହେଉଥିବା ଖବର ମିଥ୍ୟା ଅଟେ। ସରକାରଙ୍କଠାରୁ ଏପରି କୌଣସି ନୋଟିସ ବାହାରି ନାହିଁ। 

Avatar

Title:1 ସେପ୍ଟେମ୍ବରରୁ ସ୍କୁଲ ଖୋଲିବା ନେଇ ଭାଇରାଲ ହେଉଛି ମିଥ୍ୟା ଖବର ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *