ARMA 3 ଭିଡିଓ ଗେମକୁ ଇସ୍ରାଏଲର ହିଂସା ତାଣ୍ଡବ ଦାବିରେ ଭାଇରାଲ କରାଯାଉଛି।

False International

ଇସ୍ରାଏଲ ଏବଂ ହାମାସ ମଧ୍ୟରେ ତୀବ୍ର ବିବାଦ, ଏବଂ ପରସ୍ପର ବିରୁଦ୍ଧରେ ଲଗାତାର ରକେଟ ଆକ୍ରମଣ ଏବଂ ଏୟାର ଷ୍ଟ୍ରାଇକ୍ ହେଉଥିବାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 4 ମିନିଟର ଏହି ଭିଡିଓରେ ଦାବି କରାଯାଇଛି ଯେ, ଏପଟେ କୋରୋନା ତାଣ୍ଡବ କରୁଥିବା ବେଳେ ସେପଟେ ଇସ୍ରାଇଲରେ ତାଣ୍ଡବ ଚାଲିଛି। ଆମ ଅନୁସନ୍ଧାନରେ ଆମେ ଭାଇରାଲ ଭିଡିଓ ଏକ ଗେମର ଫୁଟେଜ ହୋଇଥିବାର ସ୍ପଷ୍ଟ ହେଲୁ।  

17 ମଇରେ Mahesh babu ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଏପଟେ କୋରୋନା ତାଣ୍ଡବ ଚାଲିଥିବା ବେଳେ ସେପଟେ ଇସ୍ରାଇଲରେ ଗୋଳା ବାରୁଦ ତାଣ୍ଡବ ଚାଲିଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 4 ହାଜାରରୁ ଅଧିକ ଲୋକ ଦେଖିସାରିଛନ୍ତି। ଏହା ଛଡ଼ା ଭାଇରାଲ ଭିଡିଓକୁ ଅନେକ ସେୟାର ଏବଂ ଲାଇକ କମେଣ୍ଟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-FacebookArchive

ତେବେ କଣ ଭାଇରାଲ ଭିଡିଓ ଇସ୍ରାଇଲରେ ହେଉଥିବା ଗୋଳା ବାରୁଦ ଆତଙ୍କର ଅଟେ।  ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

 ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। Compared Combat ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ । ଯାହାକି 25 ଜାନୁଆରି 2021ରେ ପୋଷ୍ଟ କରାଯାଇଥିଲା। ପୋଷ୍ଟରେ ଲେଖାଯାଇଛି(ArmA 3 – Counter-Rocket Artillery Mortar System in Action) ଆର୍ମ 3 – କାର୍ଯ୍ୟରେ କାଉଣ୍ଟର-ରକେଟ୍ ଆର୍ଟିଲିରି ମୋର୍ଟାର୍ ସିଷ୍ଟମ୍। ଭାଇରାଲ ଭିଡିଓ 25 ଜାନୁୟାରୀ ର ହୋଇଥିବାରୁ ଏହାର ବର୍ତ୍ତମାନ ଇସ୍ରାଇଲ ଆକ୍ରମଣ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏହା ପରେ ଆମେ ArmA 3 କି ଶବ୍ଦ ନେଇ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ  ଅନ୍ୟ ଏକ ୟୁଟ୍ୟୁବ  ଭିଡିଓ ମଧ୍ୟ ମିଳିଲା। ଯାହାକି 14 ମଇ 2021ରେ ପୋଷ୍ଟ କରାଯାଇଛି। ଭିଡିଓର କ୍ୟାପ୍ସନରେ ଲେଖାଯାଇଛି- ଏହି ଭିଡିଓ ହେଉଛି ArmA3 ରେ ଏକ ସୃଷ୍ଟି ହୋଇଥିବା ସିମୁଲେସନ୍ ଗେମ ଅଟେ। ଚ୍ୟାନେଲକୁ ସମର୍ଥନ କରନ୍ତୁ। ମୁଁ ଆପଣଙ୍କ ପାଇଁ ଏହି ସିମୁଲେସନ୍ ଭିଡିଓ ତିଆରି କରିବାକୁ ଭଲ ପାଏ ଏବଂ ମୁଁ ଖୁସି ଯେ ଆପଣ ସମସ୍ତେ ସେମାନଙ୍କୁ ବହୁତ ପସନ୍ଦ କରୁଛନ୍ତି।  ଆର୍ମାର ଗ୍ରାଫିକ୍ସ ବହୁତ ଭଲ, ଏହା ପ୍ରାୟ ବାସ୍ତବ ଜୀବନରେ ଦେଖାଯାଏ।  ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ଏକ ଗେମର ଅଂସ ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ArmA 3  କଣ ଜାଣିବା ପାଇଁ ଆମେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏକ ପେଜ ମିଳିଲା। ଯାହାକି ଆର୍ମ 3 ଗେମ ପ୍ରସ୍ତୁତ କରିବାର ଏକ ପେଜ ଅଟେ। ଏହି ପେଜରେ ପ୍ରସ୍ତୁତ କରାଯାଉଥିବା ଗେମ ପ୍ରକୃତ ଯୁଦ୍ଧ ପରି ଦେଖାଯାଏ। ଏଠାରେ ତଳେ ଭିଡିଓ ଦେଖନ୍ତୁ, ଯେଉଁଥିରେ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ଏକ ଗେମର ଅଂଶ ଅଟେ।  ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। 

ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (IDF) ହାମାସ୍ ରକେଟ୍ ଆକ୍ରମଣ ବିରୋଧରେ ଆଇରନ୍ ଡୋମ୍ ବାୟୁ ପ୍ରତିରକ୍ଷା ପ୍ରଣାଳୀ ବ୍ୟବହାର କରୁଥିବା ନିଶ୍ଚିତ କରିଛି।  ମୂଳ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା IDF ଦ୍ୱାରା ଫେସବୁକ୍ ପୋଷ୍ଟ କରିଛି। ନିମ୍ନରେ ଏହାର ଭିଡିଓ ଦେଖନ୍ତୁ। 

ଶେଷକଥା

ଅନୁସନ୍ଧାନରୁ ସ୍ପଷ୍ଟ ହେଉଛି ଯେ, ଇସ୍ରାଏଲରେ ହିଂସା ତାଣ୍ଡବକୁ ନେଇ ଭାଇରାଲ ହେଉଥିବା ଭିଡିଓ ଏକ ଗେମ(ଖେଳ)ର ଅଂଶ ଅଟେ। 

Avatar

Title:ARMA 3 ଭିଡିଓ ଗେମକୁ ଇସ୍ରାଏଲର ହିଂସା ତାଣ୍ଡବ ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *