ଗାନ୍ଧୀ ଜୟନ୍ତିରେ ଦିଲ୍ଲୀ ସରକାର ମହାତ୍ମା ଗାନ୍ଧୀଙ୍କ ଜାଗାରେ ଅରବିନ୍ଦ କେଜ୍ରିୱାଲଙ୍କ ଫଟୋ ଲଗାଇଛନ୍ତି?

False Social

2 ଅକ୍ଟୋବରରେ ଗାନ୍ଧୀଜୟନ୍ତିରେ ସୋସିଆଲ ମିଡିଆରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମନେପକାଇ ଅନେକ ପୋଷ୍ଟ ଏବଂ ଭିଡିଓ ସେୟାର କରାଯାଉଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଏକ ଖବର କାବଜ ପାଷ୍ଟର ସେୟାର କରାଯାଉଛି। ପୋଷ୍ଟରେ କେଜରିୱାଲଙ୍କ ଫଟୋ ବଡ଼ଆକାରରେ ଦିଆଯାଇ ଗାନ୍ଧୀ ଜୟନ୍ତି ଲେଖାଯାଇଛି। ଏବଂ ମହାତ୍ମା ଗାନ୍ଧୀଙ୍କ ଫଟୋ ଖବରକାଗଜର ତଳେ ଦିଆଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟ ଏଡ଼ିଟ୍ କରାଯାଇ ମିଥ୍ୟା ଦାବିରେ ଭାଇରାଲ କରାଯାଉଥିବା ସ୍ପଷ୍ଟ ହେଲା। 

Troll Indian Politics ନାମକ ଏକ ପୋଜରେ ଭାଇରାଲ ଫଟୋ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ଏହା ଗାନ୍ଧୀ ଜୟନ୍ତୀ ନା କେଜ୍ରିୱାଲ ଜୟନ୍ତୀ ତାହା ନିଶ୍ଚିତ ହେଉ ନାହିଁ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ତେବେ କଣ ଗାନ୍ଧୀ ଜୟନ୍ତିରେ କେଜରିୱାଲ ସରକାର ମହାତ୍ମା ଗାନ୍ଧୀଙ୍କ ଜାଗାରେ କେଜରିୱାଲଙ୍କ ଫଟୋ ଲଗାଇଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଡ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମଜେ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। epaper.jagran ପେଜରେ ଭାଇରାଲ ଫଟୋର ମୂଳ ପୋଷ୍ଟ ମିଳିଲା। ଯେଉଁଥିରେ ସ୍ପଷ୍ଟ ଦେଖାଯାଉଛି ଯେ, ମୂଳ ଫଟୋକୁ ଏଡ଼ିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- epaper.jagran

ଏହାପରେ ଆମକୁ ମିଳିଥିବା ଫଟୋ ଏବଂ ଭାଇରାଲ ହେଉଥିବା ପୋଷ୍ଟକୁ ଆମେ ବିଶ୍ଳେଷଣ କରିଲୁ। ତଳେ ବିଶ୍ଲେଷଣ ଦେଖନ୍ତୁ।

ଏହା ପରେ ଆମକୁ Aam Aadmi Party Delhi ଟ୍ୱିଟର ଆକାଉଣ୍ଟରେ ଭାଇରାଲ ପୋଷ୍ଟ ଫେକ ହୋଇଥିବା ନେଇ ଟ୍ୱିଟ କରାଯାଇଥିବାର ପୋଇଲୁ। ଟ୍ୱିଟରେ  ଲେଖାଯାଇଛି ଯେ, ଏହା ହେଉଛି ଦିଲ୍ଲୀର ମାନ୍ୟବର ସିଏମଙ୍କର ଏକ ମର୍ଫେଡ୍ ଫଟୋ ଯାହା ଏକ ମନ୍ଦ ଉଦ୍ଦେଶ୍ୟରେ ପ୍ରସାରିତ ହେଉଛି। ପ୍ରକୃତ ଫଟୋ ନିମ୍ନରେ ଦିଆଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଦୈନିକ ଜାଗ୍ରଣର ମୂଳ ଖବରକାଗଜ ବିଜ୍ଞାପନ ପୋଷ୍ଟରେ  ମହାତ୍ମା ଗାନ୍ଧୀଙ୍କ ଫଟୋ ଜାଗାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଫଟୋ ଲଗାଇ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। 

Avatar

Title:ଗାନ୍ଧୀ ଜୟନ୍ତିରେ ଦିଲ୍ଲୀ ସରକାର ମହାତ୍ମା ଗାନ୍ଧୀଙ୍କ ଜାଗାରେ ଅରବିନ୍ଦ କେଜ୍ରିୱାଲଙ୍କ ଫଟୋ ଲଗାଇଛନ୍ତି?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *