ଅଶୋକ ଗେହଲୋତଙ୍କର ଏଡ଼ିଟେଡ ଭିଡିଓ ମିଥ୍ୟା ଦାବିରେ ଭାଇରାଲ କରାଉଛି। 

Misleading Political

ସୋସିଆଲ ମିଡିଆରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କର ଏକ ଭିଡିଓ ସେୟାର କରି ଦାବି କରାଯାଉଛି ଯେ, ଯେଉଁଥିରେ ସେ କହୁଛନ୍ତି ଯେ, “ ଏଇ ଯଉ ବନ୍ଧ ବନାଯାଇଛି, ସେଠାରେ ଯଉ ବିଦ୍ୟୁତ୍ ବନାଇବ ଏବଂ ପାଣିରୁ ଯେତେବେଳେ ବିଦ୍ୟୁତ୍ ବାହାରି ଯିବ , ପାଣି ଖେତକୁ ଯିବ, ତ ଜତେବେଳେ ପାଣିକୁ ବିଜୁଳି ସରିଯିବ ତାହାଲେ ପାଣି ତୁମ ଖେତ ଜମିରେ କଣ କାମରେ ଆସିବ।  

Bijaya Kumar Sahoo Kumar ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। Ek number pagal aadamiକହ୍ନେୟା ଲାଲଙ୍କ ହତ୍ୟାକାରୀଙ୍କୁ ଛାଡ଼ିବା ପାଇଁ ବହୁ ବିଜେପି ନେତା ବାର…

ଫେସବୁକଆର୍କାଇଭ

ଅନୁସନ୍ଧାନ-

ଅନୁସନ୍ଧାନରେ ଆମେ ଭାଇରାଲ ଭିଡିଓକୁ ଗୁଗଲରେ ସର୍ଚ୍ଚ କରିବା ପରେ ମେ 26 ରେ ଏକ ଭିଡିଓ ପାଇଲୁ। ମେ 26ରେ  କଂଗ୍ରେସ ଦଳ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା। ଭାଇରାଲ ଭିଡିଓକୁ ଦେଖି ସ୍ପଷ୍ଟ ହେଉଛି ଯେ, ଗୋହଲତ ବିଜେପିର ପିତାମାତା ସଂଗଠନ ଜନ ସଂଗଠନ ବିଷୟରେ କହୁଛନ୍ତି।

ସେ କହୁଛନ୍ତି ଯେ, ଯେତେବେଳେ ସେ ଛୋଟ ଥିଲେ, ସେ ଦେଖିଥିଲେ ଯେ ଜନ ସଂଗଠକମାନେ କିପରି ଭାକ୍ରା ଡ୍ୟାମ୍ ବିଷୟରେ ମିଥ୍ୟା ତଥ୍ୟ ପ୍ରଚାର କରୁଛନ୍ତି ଯେ, ଜଳରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରି ଜଳ ନଷ୍ଟ ହୋଇଯିବ। 

 ଏହି ବନ୍ଧକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଉଦ୍ଘାଟନ କରିଥିଲେ। 

ଗେହଲତ କହିଛନ୍ତି, “ମୋର ମନେ ଅଛି ଯେ ପିଲାଦିନେ ଜନସଙ୍ଗ ଥିଲା, ଏହି ଲୋକମାନେ ଭକ୍ରା ଡ୍ୟାମ୍ ନିର୍ମାଣ କରିଥିଲେ। ଏହି ଜନ ସଂଗଠନର ଲୋକମାନେ ବୁଲାବୁଲି କରୁଥିଲେ ଯେ ପଣ୍ଡିତ ନେହେରୁଙ୍କ ମୁଣ୍ଡ ଖରାବ ହୋଇଜାଯାଇଛି, ସେ ଏକ ବନ୍ଧ ନିର୍ମାଣ କରୁଛନ୍ତି, ସେଥିରେ ଏକ ପାୱାର ହାଉସ୍ ନିର୍ମାଣ କରିବେ ଏବଂ ଯେତେବେଳେ ବିଦ୍ୟୁତ୍ ପାଣିରୁ ବାହାରକୁ ଯିବ, ସେତେବେଳେ ଜଳ କ୍ଷେତକୁ ଯିବ, ତାପରେ ପାଣିରେ ବିଦ୍ୟୁତ୍ ସରିଯିବ, ତେବେ ଆପଣଙ୍କ କ୍ଷେତରେ ଜଳର ବ୍ୟବହାର କ’ଣ ହେବ? ଏହି ଲୋକମାନେ ହେଉଛନ୍ତି ଜନ ସଂଗଠନର ଲୋକ। ତେଣୁ ଏହା ସେମାନଙ୍କର ସଂସ୍କୃତି, ଯାହା ମୋଦୀ ଜୀ ଏବଂ ତାଙ୍କ ପାର୍ଟିର ରୂପରେ ତିଆରି ହୋଇଛି।

ଭାଇରାଲ ଭିଡିଓ ଏବଂ ଆମକୁ ମିଳିଥିବା ଭିଡିଓକୁ ବିଶ୍ଳେଷଣ କରିଲୁ। ଯେଉଁଥିରେ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ଏଡ଼ିଟେ଼ଡ୍ ଅଟେ।

ଶେଷକଥା-

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଅଶୋକ ଗେହଲୋତଙ୍କର ଏଡ଼ିଟେଡ ଭିଡିଓ ମିଥ୍ୟା ଦାବିରେ ଭାଇରାଲ କରାଉଛି। 

Avatar

Title:ଅଶୋକ ଗେହଲୋତଙ୍କର ଏଡ଼ିଟେଡ ଭିଡିଓ ମିଥ୍ୟା ଦାବିରେ ଭାଇରାଲ କରାଉଛି।

Fact Check By: Saritadevi Samal 

Result: Misleading

Leave a Reply

Your email address will not be published. Required fields are marked *