
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପୋଲିସ କାର ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିବ। ଏହି ପୋଷ୍ଟ ଦାବି ହେଉଛି ଯେ ଏହା ଓଡ଼ିଶା ଗଜପତିରେ ଭୋଜି ବନ୍ଦ କରିବାକୁ ଯାଇ ପୋଲିସ ଉପରେ ଆକ୍ରମଣ। ବାସ୍ତବରେ ଏହି ଭିଡିଓଟି ଓଡିଶାର ଭଦ୍ରକର ଅଟେ। ଏହି ଭିଡିଓ ଭଦ୍ରାକ୍ ଜିଲ୍ଲାର ତିହାରୀ ବ୍ଲକର ଅଟେ ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପୋଲିସ୍ ଜିପ ଉପରେ ସ୍ଥାନୀୟ ଲୋକମାନେ ଆକ୍ରମଣ କରିଥିଲେ।
22 ମଇରେ Nandighosha Tv ନାମକ ଏକ ନ୍ୟୁଜ ଚ୍ୟାନେଲରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଥିଲା। ଭିଡିଓରେ ପୋଷ୍ଟ କରାଯାଇଛି ଯେ, ଭୋଜି ବନ୍ଦ କରିବାରୁ ପୋଲିସ ଗାଡ଼ିକୁ ପିଟିଲେ ଲୋକ, ଭୋଜି ବନ୍ଦ କରିବାକୁ ଯାଇ ଗଜପତି ପୋଲିସ ହଟହଟା। ଲୋକଙ୍କ ଦ୍ୱାରା ଆକ୍ରମଣର ଶିକାର ହେଲେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 6000ରୁ ଅଧିକ ଲୋକ ଦେଖିସାରିଛନ୍ତି। ଏହା ଛଡ଼ା ପୋଷ୍ଟକୁ 58 ତମେଣ୍ଟ ଏବଂ ଅଧିକ ଲାଇକ ଆସିଛି। ତଳେ ପୋଷ୍ଟର ଆର୍କାଇଭ ଲିଙ୍କ ଦେଖନ୍ତୁ।
ତେବେ କଣ ଗଜପତିରେ ପୋଲିସ ଭୋଜି ବନ୍ଦ କରିବାକୁ ଯଇ ଲୋକଙ୍କ ଦ୍ୱାରା ଆକ୍ରମଣ ହୋଇଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ କି ଶବ୍ଦ ଦ୍ୱାରା ଗୁଗୁଲରେ ସର୍ଚ୍ଚ କରିଲୁ। ଓଡିଆ ଟିଭି ଚ୍ୟାନେଲ Kalinga tv ୟୁଟ୍ୟୁବ ଚ୍ୟାନେଲରେ ଆମେ ଭାଇରାଲ କ୍ଲିପ ପାଇଲୁ। ଖବର ଅନୁଯାୟୀ 13 ଜାନୁଆରୀରେ, ପୋଲିସ ମାଡ଼ରେ ଜଣେ ଯୁବକର ମୃତ୍ୟୁ ହେଲା ପରେ ଭଦ୍ରକର ସ୍ଥାନୀୟ ଲୋକ ପୋଲିସ ଭ୍ୟାନକୁ ଆକ୍ରମଣ କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
Kanak News ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଭାଇରାଲ ଭିଡିଓ ଅପଲୋଡ୍ ହୋଇଥିବାର ପାଇଲୁ। ଯାହିକ 13 ଜାନୁୟାରୀ 2021 ରେ ଅପଲୋଡ୍ ହୋଇଥିଲା। ଏହି ଭିଡିଓର ଖବର ଅନୁଯାୟୀ ଏହି ଘଟଣା ଭଦ୍ରକ ଜିଲ୍ଲାର ଅଟେ। ଭାଇରାଲ ଭିଡିଓର ଗଜପତି ଜିଲ୍ଲା ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
odishatv.inରେ ପ୍ରକାଶିତ ଖବର ଅନୁସାରେ ଯୁବକଙ୍କ ଆତ୍ମହତ୍ୟାକୁ ନେଇ କ୍ରୋଧିତ ହୋଇ ଭଦ୍ରକ ଜିଲ୍ଲାର ଏକ ଗାଁର ବାସିନ୍ଦା 13 ଜାନୁଆରିରେ ପୋଲିସ ଭ୍ୟାନରେ ନିଆଁ ଲଗାଇ ଦେଇଥିଲେ। ତିହିଡ଼ି ପୋଲିସ ସୀମା ଅନ୍ତର୍ଗତ ହାଟୁରୀ ଗାଁର ବାପି ମହାଲିକନମଙ୍କ ଯୁବକଙ୍କ ମୃତ୍ୟୁ ହେତୁ ଗାଁରେ ବ୍ୟାପକ ଅଶାନ୍ତି ଦେଖାଦେଇଥିଲା। ନିକଟସ୍ଥ ପୋଖରୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଧିକ ସୂଚନା ପାଇଁ ଲିଙ୍କରେ କ୍ଲିକ କରନ୍ତୁ। ଅନୁସନ୍ଧାନରୁ ସ୍ପଷ୍ଟ ହେଉଛି, ଭାଇରାଲ ଭିଡିଓ ଜାନୁଆରି ମାସର ଅଟେ। ଏବଂ ଭିଡିଓର ଗଜପତି ଭୋଜି ବନ୍ଦକୁ ନେଇ ହୋଇଥିବା ଆକ୍ରମଣ ସହ କୌଣସି ସମ୍ପର୍କ ନାହିଁ।
ଗଜପତି ଜିଲ୍ଲାରେ ଏପରି କୌଣସି ଘଟଣା ହୋଇଛି ନା ନାହିଁ ତାହା ଜାଣିବା ପାଇଁ ଆମେ ଜଗପତି ଜିଲ୍ଲା gajapati police DSPଙ୍କ ସହ ସମ୍ପର୍କ କରିଲୁ। ସେ, ଆମକୁ ସ୍ପଷ୍ଟ କରାଇଲେ 15 ଦିନ ତଳେ ଛେଳିଗୋଡ଼ ଅଞ୍ଚଳରେ ବାହାଘର ଭୋଜି ଚାଲିଥିଲା। ଜାହାକୁ କୋରୋନା କଟଣା ପାଇଁ ବନ୍ଦ କରାଯାଇଥିଲା। କିନ୍ତୁ ଆକ୍ରମଣର ଏପରି କୌଣସି ଘଟଣା ହୋଇ ନାହିଁ। ଏପରି ଫେସ ଖବର ଭାଇରାଲ ନକରିବା ପାଇଁ ସେ ଅନୁରୋଧ କରିଛନ୍ତି।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଗଜପତି ଜିଲ୍ଲାରେ ବାହାଘର ଭୋଜି ବନ୍ଦ କରିବାକୁ ଯାଇ ପୋଲିସ ଉପରେ ଆକ୍ରମଣ ହୋଇଥିବା ଦାବିରେ ଭାଇରାଲ ହେଉଥିବା ଭିଡିଓ ଜାନୁଆରି ମାସର ଅଟେ। ଭଦ୍ରକ ଜିଲ୍ଲାରେ ଏକ ଯୁବକ ମୃତ ମାମଲାକୁ ନେଇ ସ୍ଥାନିୟ ଲୋକମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ।

Title:ଭଦ୍ରକ ଜିଲ୍ଲା ଯୁବକ ମୃତ୍ୟୁକୁ ନେଇ ପୋଲିସ ଉପରେ ହୋଇଥିବା ଆକ୍ରମଣର ପୁରୁଣା ଭିଡିଓକୁ ‘ଭୋଜି ବନ୍ଦ କରିବାକୁ ଯାଇ ଗଜପତି ପୋଲିସ ଉପରେ ଆକ୍ରମଣ’ ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False
