
ଦିଲ୍ଲିରେ ହଉଥିବା ଆତଙ୍କକୁ ଦେଖି ଦଶରେ ଶାନ୍ତି ଭାଙ୍ଗ ହୋଇଯାଇଛି। ଦିଲ୍ଲିର ରାସ୍ତାରେ ଲୋକ ପଥର ମାରିବାରୁ କିଛି ଲୋକ ଆଘାତ ହୋଇଛିନ୍ତି। ଏହା ଛଡ଼ା ଏହି ମାଡ଼ଗୋଳରୁ ଏକ ପୋଲିସ କର୍ମିର ମଧ୍ୟ ମୃତ୍ୟୁ ହୋଇଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଏକ ଭିଡିଓରେ କିଛି ଲୋକ ଆସି ଏକ ବସ ଡ୍ରାଇଭର ଉପରେ ଆକ୍ରମଣ କରୁଛନ୍ତି। ବାହାରୁ କିଛି ଲୋକ ଆସି ବସ ଭିତରେ ବଡ଼ି ପୁରାଣ ଡ୍ରାଇଭର ଜଣକ ଉପରେ ଆକ୍ରମଣ କରୁଥିବାର ଭିଡିଓରେ ଦେଖା ଯାଇଛନ୍ତି। ଭିଡିଓଟି ଦିଲ୍ଲିର ବୋଲି ଦାବି କରାଯାଇଛି। 26 ଫେବୃଆରିରେ Debasish Grahacharya ନାମକ ଜଣେ ଫେସବୁକ ୟୁଜର ଏହି ଭିଡିଓ ପୋଷ୍ଟ କରିଛନ୍ତି। ଭାଇରାଲ ପୋଷ୍ଟରେ ଲେଖା ଯାଇଛି ଯେ, ଦିଲ୍ଲି ର ଶାନ୍ତିଦୂତଙ୍କ ଦ୍ୱାରା ଏସବୁ ଶାନ୍ତି ପୂର୍ଣ୍ଣ ଭାବେ ଚାଲିଛି। ଆମ ଅନୁସନ୍ଧାନ ପୂରରବରୁ ପୋଷ୍ଟକୁ 17ଥର ସେୟାର କରିଯାଇଛି। ଏହା ଛଡ଼ା ଭିଡିଓକୁ 50 ଲାଇକ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ Archive ଲିଙ୍କ ଦେଖନ୍ତୁ।
ପୋଷ୍ଟର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇଲୁ ।ଏହା ପରେ ଭିଡିଓକୁ ଇମେଜରେ ଭିଙ୍ଗିଲୁ। ସର୍ଚରେ ଆମକୁ ABP NEWS ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ପାଇଲୁ। ଯାହାକି 18 ଫେବୃଆରି 2020 ରେ ପୋଷ୍ଟ କରାଯାଇଥିଲା। ନ୍ୟୁଜ ଅନୁସାରେ କନ୍ନଡ- ଔରଙ୍ଗାବାଦ ଇଲାକା ସ୍ଥିତ ଶିରିପୁର ବସର ଚାଲକ କୁ କନ୍ନଡ ଶହରର 10ରୁ 15 ଲୋକ ମିଶି ପିଟିଥିଲେ। ଝଗଡ଼ା ତେବେ ଆରମ୍ଭ ହେଲା ଯେବେ ବସଟି ପଛରେଥିବା କାରକୁ ଆଗକୁ ଯିବା ପାଇଁ ଜାଗା ଦେଲା ନାହିଁ। ଏହା ସହ ନ୍ୟୁଜରେ କୁହା ଯାଇଛି ଯେ, ଆକ୍ରମଣକାରି ଅପରାଧିଙ୍କ ନାଁରେ କନ୍ନଡ ପୁଲିସ ସ୍ଟେଶନ ମେଁ ଏକ ମାମଲା ରଜୁ କରାଯାଇଛି। ଏହି ଘଟଣାରେ ଦୁଇ ଲୋକଙ୍କୁ ଗିରଫ କରାଯାଇଛି। ତଳେ ପୁରା ଭିଡିଓ ଦେଖନ୍ତୁ।
ଏହା ଛଡ଼ା ଏହି ଘଟଣାର ଏକ ନ୍ୟୁଜ Times of indiaରେ ମଧ୍ୟ ପାଇଲୁ। ଯେଉଁଥିରେ ଲେଖା ଯାଇଛି ଯେ, ଭାଇରାଲ ଭିଡିଓ ଅରୋଙ୍ଗାବାଦର ଅଟେ। ପୋଲିସ ଅପରାଧିଙ୍କୁ ଗିରଫ ମଧ୍ୟ କରିଛି। ଘଟଣା ଅରୋଙ୍ଗବାଦ-ନାସିକ ରୋଡ଼ ପାଖ ହୋଟେଲ ଅମରାପାଲି ଇଲାକାରେ ହୋଇଥିଲା।

ଏଠାରେ ଲିଙ୍କ ଦେଖନ୍ତୁ-Times of india
ଏହା ଛଡ଼ା ଏହି ଘଟଣା ସମ୍ପର୍କରେ Maharastra Time ନ୍ୟୁଜରେ ମଧ୍ୟ ପ୍ରକାଶିତ କରାଯାଇଛି। ଏଥିରୁ ସ୍ପଷ୍ଟ ହେଇଛି ଯେ, ଭାଇରାଲ ଭିଡିୋ ଦିଲ୍ଲିର ନୁହଁ ବରଂ ଓରଙ୍ଗାବାଦର ଅଟେ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ବସ ଡ୍ରାଇଭରକୁ କିଛି ଲୋକ ପିଟୁଥିବା ଭାଇରାଲ ଭିଡିଓରେ ଦିଲ୍ଲିର ନୁହଁ। ଭାଇରାଲ ଭିଡିଓ ଅରୋଙ୍ଗାବାଦର ଅଟେ। ଏକ ବସକୁ ସାଇଡ ନ ଛାଡ଼ିବାରୁ କିଛି ଲୋକ ଆସି ବସ ଡ୍ରାଇଭରକୁ ଆସି ପିଟିଥିଲେ।