ଉନ୍ନାଓ ଅପରାଧି କୁଲଦିପ ସିଂ ସେଙ୍ଗରକୁ ଜାମିନ ମିଳିବା ଦାବି ମିଥ୍ୟା ଅଟେ।

ବିଜେପି ନେତା କୁଲଦିପ ସଂ ସେଙ୍ଗରକୁ  ଉନ୍ନାଓ ବଳାତ୍କାର ଅପରାଧରେ ଆଜିବନ କାରାଦଣ୍ଡ ଦିଆ ଯାଇଥିଲା। କିନ୍ତୁ ଏବେ ସୋସିଆଲ ମିଡ଼ିଆରେ ଏକ ଖବର ଭାଇରାଲ ହେଉଛି ଯେ, ହାଇକୋର୍ଟ ତାଙ୍କୁ ଜାମିନ ଦେଇ ଦେଇଛି। ଏହା ଖବରକୁ ନେଇ ସୋସିଆଲ ମିଡ଼ିଆରେ ଲୋକଙ୍କ ରାଗ ଏବଂ ଚର୍ଚ୍ଚା ବଢ଼ବାରେ ଲାଗିଛି। 25 ମେ ରେ Aktar Khan Fc ନାମକ ଜଣେ ଫେସବୁକ ୟୁଜର ବିଜେପି ନେତା କୁଲଦିପ ସଂ ସେଙ୍ଗରଙ୍କ କୁଷପୁତଳିକା ଦାହର ଫୋଟୋ […]

Continue Reading

କ’ଣ ଆମେରକା ଟିକ୍ ଟୋକ ଆପପ୍ ସମ୍ପୁର୍ଣ୍ଣ ବ୍ୟାନ କରିଦେଲା ?

ଗତ କିଛି ଦିନ ହେଲା ଟିକ୍ ଟକ୍ ବବାଦରେ ଘେରି ସହିଛି। ଏହି ଆପ ବିଶ୍ୱର ଅଧିକ ବ୍ୟବହାର କରାଯାଉଥିବା ଆପପ୍ ଅଟେ। ଏହା ସହ ଏହି ଆପରେ ଅମାନ୍ୟକର ଭିଡ଼ିଓ ପୋଷ୍ଟ କରାଯାଉଛି। 18 ବର୍ଷରୁ କମ ବୟଷର ପିଲାମାନେ ମଧ୍ୟ ଏହି ଆପପ ବ୍ୟବହାର କରିବାରୁ ତାଙ୍କ ଉପରେ ଖରାପ ପ୍ରଭବ ପଡୁଛି। ଏଥି ସହ ଟିକ୍ ଟକ ଆପ ଚାଇନାର ହୋଇଥାବରୁ ଲୋକେ େହାକୁ ଏଧିକ ବିରୋଧ କରିବାରେ ଲାଗିଛନ୍ତି। ଏହାକୁ ନେଇ […]

Continue Reading

2019 ଫୋଟୋକୁ ଅମ୍ପାନ ବାତ୍ୟାରେ ରାସ୍ତା ଉଡ଼ିଯିବା ଦାବିରେ ଭାଇରାଲ ହେଉଛି।

20 ମେ ରେ ଓଡ଼ଶା ସମେତ ପଶ୍ଚିମବଙ୍ଗରେ ଭୟଙ୍କର ବାତ୍ୟା ଅମ୍ପାନ୍ ହୋଇଥିଲା। ଏଥିରେ ଅନେକ କ୍ଷୟକ୍ଷଚି ହେବା ସହ ଲୋକଙ୍କର ଘର ମଧ୍ୟ ନଷ୍ଟ ହୋଇଛି। ବାତ୍ୟା ସମ୍ଭନ୍ଧିୟ ଅନେକ ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଉଛି। ଏଥି ମଧ୍ୟରେ ଏକ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ ରାସ୍ତା ପିଚୁ ଉଡ଼ି ଯାଇଥିବାର ଦେଖା ଯାଉଛି। Bindash Odia ନାମକ ଏକ ପୋଜରେ ଏହି ଫୋଟୋ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦାବି କରାଯଇଛି ଯେ, ବାତ୍ୟା […]

Continue Reading

ଇଫତାର ପାର୍ଟୀରେ ଜଣେ ହିନ୍ଦୁ ପୁରୋହିତଙ୍କ ପୁରୁଣା ଫୋଟୋକୁ ବିଭ୍ରାନ୍ତିକର ଦାବିରେ ଭାଇରାଲ କରାଯାଉଛି।

ଏହା ଲକଡାଉନରେ ମୁସ୍ଲିମମାନଙ୍କ ପର୍ବ ରୋଜା ଚାଲିଛି। ଏହାକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ଫୋଟୋ ଭାଇରାଲ ହେଉଛି। ଏଥି ମଧ୍ୟରେ 23 ମେ ରେ ରାଷ୍ଟ୍ରବାଦୀ ପ୍ରଣୟ ଆର୍ଯ୍ୟ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଜଣେ ସାଧୁଙ୍କ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ, ସ୍ୱାଧବୀ ପ୍ରଜ୍ଞାଙ୍କ ବିରୁଦ୍ଧରେ ଭୋପାଳ ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ଚରିତ୍ର ହୀନ ଦିଗ୍ଗବିଜୟ ସିଂ ପାଇଁ ନିର୍ବାଚନ ପ୍ରଚାର କରୁଥିଲା ଆଜି ଉତ୍ତରପ୍ରଦେଶରେ ମୌଲବୀ […]

Continue Reading

2016ର ପୁରୁଣା ଫୋଟୋକୁ ପଶ୍ଚିମବଙ୍ଗ ଅମ୍ପାନ୍ ବାତ୍ୟାରେ ବାଘର ମୃତ୍ୟୁ ହେବା ଦାବିରେ ଭାଇରାଲ କରାଯାଉଛି।

ଅମ୍ପାନ୍ ବାତ୍ୟାରେ ଓଡ଼ିଶା ସହ ପଶ୍ଟିମବଙ୍ଗରେ ମଧ୍ୟ ଅଧିକ ମାତ୍ରାରେ କ୍ଷୟ କ୍ଷତି କରିଛି। ଏହି କ୍ଷୟ କ୍ଷତିର ଫୋଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 22 ମେ ରେ Bindas odia ନାମକ ଏକ ଫେସବୁକ ପେଜରେ ପଶ୍ଟିମବଙ୍ଗରେ ଅମ୍ପାନ କାରଣରୁ ବାଘମାନଙ୍କ ମୃତ୍ୟୁ ହୋଇଥବାର ଫୋଟୋ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ବାତ୍ୟା ଅମ୍ପାନ ରେ ପଶ୍ଟିମ ବଙ୍ଗ ଜଙ୍ଗଲରେ ଏଣେତେଣେ ବାଘ ମରି ପଡ଼ି ରହିଛନ୍ତି। ଆମ […]

Continue Reading

କ‘ଣ ଓଡ଼ିଶାରେ ଅମ୍ପନ୍ ବାତ୍ୟା ରେ ଏକ ବିଜୁଳି ଖୁଣ୍ଟ ଖସିବାରୁ ଏହି ମହିଳାର ମୃତ୍ୟୁ ହୋଇଛି?

ଓଡ଼ିଶା ସରକାର କୋରୋନା ସହ ଲଢ଼ିବା ସହିତ ଏବେ ଅମ୍ପାନ ନାମକ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ଏବଂ ଲୋକମାନଙ୍କ ସମସ୍ୟା ଉପରେ ମଧ୍ୟ ଧ୍ୟାନ ଦେବ। ଏହା ପ୍ରଥମ ଥର ପାଇଁ ନୁହେଁ , 3 ମେ 2019ରେ ଆସିଥିବା ଫନୀରେ ବହୁଳ ମାତ୍ରାରେ ହୋଇଥିବା କ୍ଷୟ କ୍ଷତିରୁ ମଧ୍ୟ ଓଡ଼ିଶା ସରକାର ରାଜ୍ୟକୁ ବାହାର କରିଥିଲେ। 20 ମେ 2020 ଅର୍ଥାତ୍ ଏହି ବର୍ଷ ଅନ୍ୟ ଏକ ବାତ୍ୟା ଅମ୍ପନ୍ ଆସି କିଛି ମାତ୍ରାରେ […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ଟିଭିରେ ପାକିସ୍ତାନ କୋରୋନା ସହ ଲଢ଼ିବା ପାଇଁ ସାହାଯ୍ୟ ମାଗୁଥିବା ଖବର ଦେଖି ତାଳି ମାରୁଛନ୍ତି ? ଜାଣନ୍ତୁ ସତ୍ୟ।

କୋରୋନା କାରଣରୁ ଦେଶରେ ଲକଡାଉନ ସ୍ଥିତି ବନିଛି। ଦେଶ ବାହାରେଥିବା ଲୋକେ ପଇସା ଦେଇ ଫ୍ଲାଇଟରେ ନିଜ ନିଜ ଘରେ ପହଁଚିଲେ କିନ୍ତୁ ଏହାର ଏକ ବଡ଼ ପ୍ରଭାବ ଗରିବ ଶ୍ରେଣିର ଲୋକମାନଙ୍କୁ ଭୋଗିବାକୁ ପଢ଼ୁଛି। ଗାଡ଼ି ମଟର ନ ଚାଲୁଥିବାରୁ ଗରିବ ଶ୍ରେଣିର ଲୋକେ ଚାଲିଚାଲି ନିଜ ଘରକୁ ଆସୁଥଇବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି। ଏହା ଛଡ଼ା କେଉଂ ଦେଶ କୋରୋନା ଭାଇରସ ସହ କିପରି ଲଢ଼ୁଛି ସେ ନେଇଁ ମଧ୍ୟ ଖବର […]

Continue Reading

କ’ଣ 890 ବାରକୋଡ୍ ଦ୍ୱାରା ଜାଣିପାରିବେ କେଉଁ ଜିନିଷ ‘ମେଡ୍ ଇନ୍ ଇଣ୍ଡିଆ’ ଅଟେ ?

ଚାଇନାରୁ କୋରୋନା ମାହାମାରି ପୁରା ବିଶ୍ୱରେ ବ୍ୟାପିଥିବାରୁ ଚାଇନା ଏବେ ସମସ୍ତଙ୍କ ନଜରରେ ଆଛି। ଚାଇନାରୁ ଆସୁଥିବା ମାଲ ଏବଂ ଅନ୍ୟାନ୍ୟ ଜିନିସ କୁ ନ କିଣିବା ପାଇଁ ଦାବି କରାଯାଉଛି। ଏଥି ମଧ୍ୟରେ ବିଦେଶରୁ ଆସୁଥିବା ଜିନିସ ଏବଂ ଭାରତର ଜିନିସ କେଉଁଟା ତାହା ଜାଣିବା ପାଇଁ ସୋସିଆଲ ମିଡ଼ିଆରେ ଦୁଇଟି ବାର କୋଡ ଘୁରି ବୁଲୁଛି। ଯେଉଁଥିରେ କୁହା ଯାଉଛି ଯେ,890  ବାର କୋଡ଼ ଯେଉଁ ଜିନିଷରେ ଥିବ ତାହା ଭାରତର ଏବଂ 690 […]

Continue Reading

2013 ଫୋଟୋକୁ ଲକଡାଉନ ସମୟରେ ସୁପରଷ୍ଟାର ଜୋନ ଅବ୍ରାହମ 5 କୋଟି ଗାଡ଼ି ନେଇ ଏକ ଗାଁରେ ବୁଲୁଥିବା ଦାବିରେ ଭାଇରାଲ କରାଯାଉଛି।

କୋରୋନା ପାଇଁ ଲକଡାଉନଥିବା ସମୟରେ ସୋସିଆଲ ମିଡ଼ିଆରେ ଅନେଖ ଖବର ଭାଇରାଲ ହେଉଛି। ଏଥିମଧ୍ୟରେ 12 ମେ ରେ Odia patrika ନାମକ  ପେଜରେ ସୁପରଷ୍ଟାର ଜନ ଅବ୍ରାହମଙ୍କୁ ନେଇ ଏକ ଖବର ପ୍ରକାଶିତ କରାଯାଇଛି। ଖବରରେ ଦାବି କରାଯାଇଛି ଯେ, ଲକଡାଉନ ସମୟରେ ସୁପରଷ୍ଟାର ଜନ ଅବ୍ରାହମ ନିଜ ୫କୋଟି ଲମ୍ବରଗିନୀ ଗାଡି ଚଲାଇ ତାଙ୍କ ଗାଁକୁ ଯାଇଛନ୍ତି। ତାଙ୍କ ଗାଁରେ ଲୋକମାନେ ତାଙ୍କ ଗାଡ଼ିକୁ ଦେଖିବା ପାଇଁ ଭିଡ଼ ଲଗାଇଛନ୍ତି।  ଖବରରେ ଲେଖା ଯାଇଛି […]

Continue Reading

ପ୍ରିୟଙ୍କା ଗାନ୍ଧୀ ପ୍ରବାସୀ ଶ୍ରମିକମାନଙ୍କୁ ବସ୍ ଭଡା ଦେଇଥିବାରୁ କ ‘ଣ ଯୋଗୀ ଆଦିତ୍ୟନାଥ ଏହି ଟ୍ରେନ୍ ପରି ଲମ୍ବିଥିବା ବସଗୁଡ଼ିକୁ ରାଜ୍ୟରେ ପ୍ରବେଶର ଅନୁମତି ଦେଉନାହାନ୍ତି?

ପ୍ରବାଶି ଶ୍ରମିକମାନଙ୍କୁ ନିଜ ନିଜ ରାଜ୍ୟରେ ଆଣିବା ପାଇଁ ଦେଶର ରାଜ୍ୟ ସରକାର ଜଥା ସମ୍ଭବ ପ୍ରୟାସ କରୁଛନ୍ତି। ପ୍ରବାଶି ଶ୍ରମିକମାନଙ୍କୁ ରାଜ୍ୟକୁ ଆଣିବା ପାଇଁ ବସ ଏବଂ ଟ୍ରେନ ବ୍ୟବସ୍ଥା କରାଯାଇଛି। ଲକଡାଉନ ସରକାର ଏବଂ ପ୍ରବାଶି ଶ୍ରମିକ ଦୁହିଙ୍କର ଚିନ୍ତା ବଢ଼ାଇବାରେ ଲାଗିଛି। ଏଥି ମଧ୍ୟରେ ଏକ ଫୋଟୋ ସହ ଖବର ଭାଇରାଲ ହେଉଛି ଯେ, ପ୍ରବାଶି ଶ୍ରମିକ ବସରେ  ଉତ୍ତରପ୍ରଦେଶ ସିମା ରେଖାରେ ପହଁଚିବା ପରହେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥ […]

Continue Reading

ରାଞ୍ଚିରେ ଇଫ୍ତାର ପାର୍ଟୀ ଆୟୋଜନ ଦାବିରେ ଭାଇରାଲ କରାଯାଉଥିବା ଫୋଟୋ 2017 ମସିହାର ଅଟେ।

କୋରୋନା ପାଇଁ ଯେଉଁଠି ସରକରା ଲକଡାଉନକୁ ଅତି କଠୋର ସହ ପାଳନ କରିବା ପାଇଁ ନିର୍ଦେଷ ଦେଉଛି। ଏଥିମଧ୍ୟରେ ଲେକମାନେ ଏହି ଲକଡାଉନ ନିୟମ ନ ମାନି ସରକାର ପାଇଁ ଚିନ୍ତା ବଢ଼ାଇବାରେ ଲାଗିଛନ୍ତି। ଏପରି ଏକ ଖବର ରାଞ୍ଚିରୁ ଆସୁଛି। ରାଞ୍ଚିରେ ଲକଡାଉନ ସତ୍ୱେ ଇଫତାର ଭୋଜିର ଆୟୋଜନ କରା ଯାଇଛି। ଇଫତାର ପାର୍ଟି ରୋକିବାକୁ ସେଠାରେ ପୋଲିସ ପହଞ୍ଚିଥିବା ବେଳେ ପୋଲିସ ଉପରେ ପଥର ମାଡ ହୋଇଛି ।  ଏହି ଖବରର The independenceରେ […]

Continue Reading

କ’ଣ ଗୋଟିଏ ପ୍ଲାଷ୍ଟିକ ଚାଦରରେ ଘେରି ରହିଥିବା କାରଣରୁ ଜନ୍ମ ନେଇଥିବା ଏହି ଶିଶୁ ଏପରି ଦିଶୁଚି? ଏହା ଘଟଣା କେଉଁ ସ୍ଥାନର ଘଟିଛି? ଜାଣନ୍ତୁ ସତ୍ୟ।

ଏପରି ତ ଆଜିକାଲି ଅନେକ ଆଶ୍ଚଯ୍ୟକର ଘଟଣା ଦେଖିବାକୁ ମିଳିଥାଏ | ପିଲାଟି ଏକ ପ୍ଲାଷ୍ଟିକ ର ଚାଦର ରେ ଘେରି ରହିଥିଲା I କାରଣ ଏକ ପ୍ଲାଷ୍ଟିକ ପରି ତତ୍ୱ ପିଲାଟି ର ଶରୀର ରେ ଲାଗି ରହିଥିଲା | ଡାକ୍ତର ଙ୍କ କହିବା ଅନୁସାରେ ଏହି ପ୍ଲାଷ୍ଟିକ ମା ଗର୍ଭ ରେ ହିଁ ପିଲାର ବିକାଶ ସମୟ ରେ ପିଲା ଦେହ ରେ ଲାଗିରହିଛି I ଏବଂ ଏହି ଘଟଣା ସମ୍ପର୍କ ରେ କାହାରିକୁ […]

Continue Reading

2008ର ଫୋଟୋକୁ ବର୍ତ୍ତମାନ ପାକିସ୍ତାନ ସେନାଙ୍କ ହାଲତ ବଲୁଚିସ୍ତାନରେ ଏହି ପରି କହି ଭାଇରାଲ କରାଯାଉଛି।

କୋରୋନା ଭାଇରସରେ ସମଗ୍ର ବିଶ୍ୱ ଲଢ଼ୁଥିବା ବେଳେ , ଦେଶ ଦେଶ ମଧ୍ୟରେ ମଧ୍ୟ ଶିତଳ ଯୁଦ୍ଧ ଦେଖିବାକୁ ମିଳୁଛି। ପାକିସ୍ତାନ ନୂଆ ମିସାଇଲ ପ୍ରସ୍ତୁତ ଖବର ହେଉ ଅଥବା ଚାଇନାର ଆମେରିକା ସାମୂଦ୍ରିକ ଜାହାଜ ଉପରେ ହେଉ। ସୋସିଆଲ ମିଡ଼ିଆରେ ଖବର ଭାଇରାଲ ହେବାରେ ଲାଗିଛି। 9 ମେ ରେ Hrishikesh Mishra ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ କିଛି ଆଘାତ ସୈନ୍ୟଙ୍କର ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଫୋଟୋରେ କିଛି […]

Continue Reading

କୁକୁଡ଼ା ଛୁଆ ବୁଲୁଥିବା ଭାଇରାଲ ଭିଡ଼ିଓ ଆସାମର ନୁହେଁ ବରଂ ପାକିସ୍ତାନ,କରାଚିର ଅଟେ। ଭିଡ଼ିଓର କୋରୋନା ସହ କୌଣସି ସମ୍ପର୍କ ନାହିଁ।

ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁଥିରେ ହଜାର ସଂଖ୍ୟାର କୁକୁଡ଼ା ଛୁଆ ବୁଲୁଥିବାର ଦେଖା ଯାଉଛିନ୍ତି। ଭିଡ଼ିଓରେ ଦାବି କରାଯାଇଛି ଯେ, କରୋନା ପାଇଁ ଆସାମରେ ହଜାର ସଂଖ୍ୟାର ଅଣ୍ଡା ଫିଙ୍ଗି ଦେଇଥିଲେ। କିନ୍ତୁ ଭଗବାନଙ୍କ ଦୟାରୁ ଆସାମରେ ଆପେ ଆପେ କୁକୁଡ଼ା ଛୁଆ ହଜାର ସଂଖ୍ୟାରେ ଜନ୍ମ ନେଇଛନ୍ତି। ଏହି ପୋଷ୍ଟଟି ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। କୋରୋନା ଆତଙ୍କରେ କୁକୁଡ଼ା ଅଣ୍ଡାକୁ ଫିଙ୍ଗି ଦିଆ ଯାଇଥିଲେ। ତଳେ ଭିଡ଼ିଓ ଦେଖନ୍ତୁ। ତେବେ […]

Continue Reading

ଗୁଜୁରାଟର ସୁରତରେ ପ୍ରବାଶି ଓଡ଼ିଆ ପ୍ରଦର୍ଶନ କରି ପୋଲିସ ଉପରେ ପଥର ପାକାଉଥିବା ଦାବିରେ ଭାଇରାଲ ହେଉଥିବା ଫୋଟୋ ପ୍ରକୃତରେ ମୁମ୍ବାଇର ପ୍ରଦର୍ଶନର ଅଟେ ।

କୋରୋନା ପାଇଁ ରାଜ୍ୟ ସରକାର ଓଡ଼ିଶା ବାହାରେ ଥିବା ଶ୍ରମିକମାନଙ୍କୁ ରାଜ୍ୟକୁ ଆଣିବା ପାଇଁ ବିଭିନ୍ନ ସକ୍ଷମ ପ୍ରସ୍ତୁତି କରିଛନ୍ତି। ଏଥି ମଧ୍ୟରେ କିଛି ଶ୍ରମିକ ବାହାର ରାଜ୍ୟରେ ଆନ୍ଦୋଳନରେ ବସି ଜାଇଛନ୍ତି। କିଛି ଶ୍ରମିକ ରାଜ୍ୟକୁ ଆସି ଗଲେଣି ତ କିଛି ଅନ୍ୟ ରାଜ୍ୟରେ ଫସି ରହିଛନ୍ତି। ଗୁଜୁରାଟର ଶିଳ୍ପ ନଗରୀ ସୁରତରୁ ପୁଣିଥରେ ପ୍ରବାସୀ ଶ୍ରମିକମାନେ ହିଂସାକାଣ୍ଡ ଆରମ୍ଭ କରି ଜେଲେଣି। 9 ମେ ରେ    Knews ପେଜରେ ଏକ ଫୋଟୋ ସହ […]

Continue Reading

ଏହି ଝିଅଟି ଯେତେବେଳେ IAS ଟପ୍ପର ହେଲା ସେତେବେଳେ ତାଙ୍କ ପିତାଙ୍କୁ ରୁକ୍ସାରେ ବସାଇ ସହର ବୁଲିଥିଲେ କି? ଜାଣନ୍ତୁ ଭାଇରଲା ଫୋଟୋର ସତ୍ୟତା।

ସୋସିଆଲ ମିଡିଆରେ ଏକ ଚିତ୍ର ବହୁତ ସେୟାର କରାଯାଉଛ। ଏଥିରେ ଜଣେ ଝିଅ ହାତରେ ରିକ୍ସା ଟାଣୁଥିବାର ଦେଖାଯାଉଛୁ। ଜଣେ ବୃଦ୍ଧ ବ୍ୟକ୍ତି ରିକ୍ସାରେ ବସିଛନ୍ତି। ଚିତ୍ର ସହିତ ବାର୍ତ୍ତା ଏପରି ଯେ ଯେକେହି ଏହାକୁ ପଢ଼ନ୍ତି ତାଙ୍କ ହୃଦୟକୁ ସ୍ପର୍ଶ କରେ। ପୋଷ୍ଟରେ ଲେଖାଅଛି ଯେ,ଜଣେ ଆଇଏଏସ୍ ଟପ୍ପର ଝିଅ ତାଙ୍କ ପିତାଙ୍କୁ ରିକ୍ସାରେ ବସାଇ ବଜାର ବୁଲାଉଛନ୍ତି। ଏହି ପୋଷ୍ଟକୁ Bobal odisha ନାମକ ଫେସବୁକ୍ ପେଜରେ ସେୟାର କରାଯାଇଛି। ଅଧିକାଂଶ ଲୋକ ଏହି […]

Continue Reading

2020 ବଞ୍ଚିବାର ଏକ ବର୍ଷ, ଲାଭ ଏବଂ କ୍ଷତି ବିଷୟରେ ଚିନ୍ତା କର ନାହିଁ ଭଳି ରତନ ଟାଟା କୌଣସି ମତ ଦେଇ ନାହାଁନ୍ତି।

ଟାଟା ଗ୍ରୁପ୍ ଚେୟାରମ୍ୟାନ୍ ରତନ ଟାଟାଙ୍କ ନାମରେ ଏକ ଖବର ଭାଇରାଲ ହେଉଛି।   ରତନ ଟାଟା ନ୍ୟୁଜ ପେଜକୁ ତାଙ୍କ ମତ ଦେଇଛନ୍ତି ଯେ,, “2020 ବଞ୍ଚିବାର ଏକ ବର୍ଷ, ଲାଭ ଏବଂ କ୍ଷତି ବିଷୟରେ ଚିନ୍ତା କର ନାହିଁ”। Umesh Garg ନାମକ ଜଣେ ଫେସବୁକ ୟୁଜର ଲେଖିଛନ୍ତି ଯେ, 2020 ବଞ୍ଚିବାର ଏକ ବର୍ଷ, ଲାଭ ଏବଂ କ୍ଷତି ବିଷୟରେ ଚିନ୍ତା କର ନାହିଁ: ରତନ ଟାଟା ଜାମସେଦପୁର | ବ୍ୟବସାୟ ପ୍ରଫେସନାଲମାନଙ୍କ […]

Continue Reading

ରତନ ଟାଟା 18 ବର୍ଷିୟ ଏହି ଯୁବକର କମ୍ପାନୀରେ 50% ଅଂଶଧନ କିଣି ନାହାଁନ୍ତି।

ମେ 8 ତାରିଖରେ ସମ୍ବାଦ ପେଜରେ ରତନ ଟାଟାଙ୍କ ନାମରେ ଏକ ଖବର ପ୍ରକାଶିତ ହୋଇଛି। ଯେଉଁଥିରେ ଦାବି କରାଯାଇଛି ଯେ, 17 ବର୍ଷ ଅର୍ଜୁନ ଦେଶପାଣ୍ଡେ ନାମକ ଜଣେ ଯୁବକର କମ୍ପାନିରେ 50% ଅଂଶଧନ କିଣିଛନ୍ତି। ଖବରରେ ଲେଖା ଯାଇଛି ଯେ, ଟାଟା ଦେଶର ନବରତ୍ନ କମ୍ପାନୀଗୁଡିକ ମଧ୍ୟରେ ଅଛି ଏବଂ ଟାଟା ଗୃପ ର ମୁଖ୍ୟ ରତନ ଟାଟା 18 ବର୍ଷ ପୁରୁଣା ଡ୍ରଗ୍ ବିକ୍ରୟକାରୀ କମ୍ପାନୀ ଜେନେରିକ୍ ବେସ୍ ଆଧାର ଦେଶପାଣ୍ଡେଙ୍କ ଅଂଶଧନ […]

Continue Reading

ବାରବାଙ୍ଗୀର ମକଡ୍ରିଲ ଭିଡିଓକୁ ଦିଲ୍ଲୀରୁ ଫେରାର ହୋଇଥିବା କରୋନା ରୋଗିକୁ ଧରିବା ଦାବିରେ ଭାଇରାଲ କରାଯାଉଛି।

କୋରୋନା ଭାଇରସ ଆତଙ୍କ ଦେଶରୁ ସରିବାର ନାମ ନେଉ ନାହିଁ। ଏଥି ମଧ୍ୟରେ ଭିନ୍ନ ଭିନ୍ନ ଦାବି ସହିତ କରୋନାଭାଇରସ୍ ବିଷୟରେ ବିଭିନ୍ନ ଭିଡିଓ ଏବଂ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ସୋସିଆଲ ମିଡିଆରେ ଏକ ଏଭଳି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ  ଦାବି କରାଯାଉଛି ଯେ,  ଦିଲ୍ଲିରୁ କାର ଯୋଗେ  ଫେରାର ହେଉଥିବା କୋରୋନା ରୋଗୀକୁ ପୋଲିସ ରାସ୍ତାରେ ଧରିଲା।  ଭାଇରାଲ ଭିଡିଓରେ,କାରରୁ ବାହାରୁଥିବା ବ୍ୟକ୍ତି ଏକ କରୋନା ଭାଇରସ୍ ସଂକ୍ରମିତ ବୋଲି ଦାବି […]

Continue Reading

ତିନି ମାସ ପୁରୁଣା ଭିଡ଼ିଓକୁ ଭାରତରେ ଲକଡାଉନ୍ ସମୟରେ ପକ୍ଷୀମାନେ ସୁସ୍ଥ ଆକାଶରେ ଘୁରିବୁଲୁଥିବା ଦାବିରେ ଭାଇରାଲ କରାଯାଉଛି।

କୋରୋନାକୁ ନେଇ ସମଗ୍ର ବିଶ୍ୱ ଲକଡାଉନରେ ଥିବା ସମୟରେ ପଶୁ ପକ୍ଷୀ ନିର୍ଭୟରେ ବୁଲୁଥିବାର ଅନେତ ଭିଡ଼ିଓ ଏବଂ ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହା ଭିଡ଼ିଓ ଏବଂ ଫୋଟୋ ଲୋକଙ୍କୁ ଖୁସି ମଧ୍ୟ କରୁଛି। ତେବେ ଏଥି ମଧ୍ୟରେ Satyajit Sahoo ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ଆକାଶରେ ଅସଂଖ୍ୟ ପକ୍ଷୀ ବୁଲୁଥିବାର ଦେଖା ଯାଉଛନ୍ତି। ସଂଖ୍ୟା ବହୁଳରେ ପକ୍ଷୀମାନେ ଆକାଶରେ ଘୁରି ବୁଲୁଛନ୍ତି। […]

Continue Reading

ସଫୁରା ଜାରଗର ଅବିବାହିତ ହୋଇ ଗର୍ଭଧାରଣ କରିଥିବା ଦାବି ମିଥ୍ୟା ଅଟେ।

ସାହିନବାଗରେ ଏନଆରସି ଏବଂ ସିଏକୁ ନେଇ ଅନେକ ବିରୋଧ ପ୍ରଦର୍ଶନ କରାଯାଇଛି। ବିରୋଧ ପ୍ରଦର୍ଶନରେ ଅନେକ ଲୋକଙ୍କୁ ଗିରଫ କରାଯାଇଛି। ଏଥି ମଧ୍ୟରେ ସୁଫରା ଜରଗର ନାମକ ଜଣେ ମହିଳାଙ୍କୁ ବୋରୋଧ ପ୍ରଦର୍ଶନରୁ ଗିରଫ କରାଯାଇଥିଲା। ତେବେ ତାଙ୍କୁ ନେଇ ସୋସିଆଲ ମିଡ଼ିଆରେ ଏକ ଖବର ଏବେ ଭାଇରାଲ ହେଉଛି। ସୋସିଆଲ ମିଡ଼ିଆରେ ଦାବି କରାଯାଉଛି ଯେ, ସଫୁରା ଜାରଗର  ବିନା ବିବାହରେ ଦୁଇମାସ ହେଲା ପ୍ରେଗନେଣ୍ଟ ଅଛନ୍ତି।  4 ମଇରେ ବିଜେପି କୋଣାର୍କ ପୁରି ନାମକ […]

Continue Reading

ଆକର୍ବେଲ୍ଟଜ୍ କଣ୍ଢେଇ ଫୋଟୋକୁ ଆଫ୍ରିକାରେ ଲକଡାଉନ ସମୟରେ ବିଚିତ୍ର ଜୀବ ଦେଖା ଜିବା ଦାବିରେ ଭାଇରାଲ କରାଯାଉଛୁ।

ବିଶ୍ୱରୁ କୋରୋନା ଭୟ କମୁ ନାହିଁ। ଅଦେକ ଦେଶ ଲକଡାଉନରେ ଅଛନ୍ତି। ଏଥି ମଧ୍ୟରେ କିଛି ଜିବଜନ୍ତୁ ରାସ୍ତାରେ ବୁଲୁଥିବାର ଦେଖା ଯାଉଛନ୍ତି ତ କେଉଁଠି ବିଚିତ୍ର ଜନ୍ତୁ ଦେଖା ଯାଉଛନ୍ତି। ସୋସିଆଲ ମିଡ଼ିଆରେ ଏପରି କିଛି ଖବର ପାଇଲେ କିଛି ସମୟ ମଧ୍ୟରେ ତହା ଭାଇରାଲ  ହୋଇଯାଉଛି। 5 ଏପ୍ରିଲରେ ମଧ୍ୟ ଏପରି ଏକ ପୋଷ୍ଟ My ଓଡ଼ିଶା ପେଜରେ ଦେଖିବାକୁ ମିଳିଛି। ପୋଷ୍ଟରେ ଏକ ବିଚିତ୍ର ଜିବର କିଛି ଫୋଟୋ ଦିଆ ଯାଇଛି। ଜିବର […]

Continue Reading

ଦୁଇମାସ ପୁରୁଣା ଭିଡ଼ିଓକୁ ରିଷି କପୁରଙ୍କ ମୃତ୍ୟୁ ପୂର୍ବ ଦିନ ଭିଡ଼ିଓ ଦାବିରେ ଭାଇରାଲ କରାଯାଉଛି।

କୋରୋନା ଭାଇରସର ଭୟାବହତା ମଧ୍ୟରେ ଭାରତ 24 ଘଣ୍ଟା ମଧ୍ୟରେ ଦୁଇଟି ବଲିଉଡ ଷ୍ଟାର ହରାଇଲା। ଦେଶର ଦୁଇ ସୁପରଷ୍ଟାର ଇରଫାନ ଖାନ ଏବଂ  ରିଷି କପୁରଙ୍କ ମୃତ୍ୟୁ ଖବର ନେଇ ଦେଶବାସୀ ଶୋକ ପ୍ରକାଶ କରୁଛନ୍ତି। ଦୁଇ ବର୍ଷରୁ ଅଧିକ ସମୟ ଧରି କର୍କଟ ରୋଗ ସହ ସଂଗ୍ରାମ କରୁଥିବା ରିଷି କପୁରଙ୍କର ଏପ୍ରିଲ୍ 30, 2020 ରେ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ […]

Continue Reading

ଲକଡାଉନରେ ରାସ୍ତା ପାର କରୁଥିବା ଦାବିରେ ଭାଇରାଲ ଭିଡ଼ିଓ 2015 ଅରେଥାତ୍ ପାଞ୍ଚ ବର୍ଷ ପୁରୁଣା ଅଟେ।

କୋରୋନା ସଂକ୍ରମଣର ପ୍ରଭାବ ଭାରତରେ ଆଜିକୁ ଦୁଇ ମାସ ହୋଇଗଲାନି। କୋରୋନା ସଂକ୍ରମଣ ପାଇଁ ସମଗ୍ର ଦେଶ ଲକଡାଉନରେ ଅଛି। ରାସ୍ତାରେ ଲୋକ କିମ୍ବା ଗାଡ଼ି ମଟର ନାହିଁ କହିଲେ ଚଳେ। ସରକାର ଲୋକଙ୍କୁ ଘରୁ ନ ବାହାରିବା ପାଇଁ କଡ଼ାକଡ଼ି ନିୟମ ବନାଇଛି। କିନ୍ତୁ ଏଥି ମଧ୍ୟରେ ରାସ୍ତାରେ ଲୋକଙ୍କ ଯାତାୟତ କମଥିବାରୁ ବନ୍ୟ ଜନ୍ତୁ ଆରାମରେ ଚଲାବୁଲା କରୁଥିବାର ଭିଡ଼ିଓ ଏବଂ ଫୋଟୋ ଭାଇରାଲ ହେଉଛି। 2 ମଇରେ NNS odisha ନ୍ୟୁଜ ପେଜରେ […]

Continue Reading

ଅଜୋଧ୍ୟାରେ ସାଧୁର ମୃତ୍ୟୁକୁ ଭୁଲ ଦାବିରେ ଭାଇରାଲ କରାଯାଉଛି।

କୋରୋନା ପାଇଁ ଦେଶରେ ଭୟାବହ ସ୍ଥିତି ସୃଷ୍ଟି ହେଇଥିବା ସମୟରେ ଅଯୋଧ୍ୟାରୁ ହୃଦୟ ଥରାଇ ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । 30 ଏପ୍ରିଲରେ KNews ରେ ଏହି ନ୍ୟୁଜ ପ୍ରକାଶିତ କରାଯାଇଛି। ନ୍ୟୁଜରେ ଦାବି କରାଯାଇଛି ଯେ, ଜଣେ 80 ବର୍ଷର ସାଧୁଙ୍କୁ ଲକଡାଉନରେ ଖାଇବାକୁ ନ ମିଳିବାରୁ ବୃଦ୍ଧ ଜଣକର ମୃତ୍ୟୁ ହୋଇଥିଲା। ଏହା ଛଡ଼ା ଦାବି କରାଯାଇଛି ଯେ, ପୋଲିସ କର୍ମିମାନେ ବୃଦ୍ଧର ଶବକୁ ନଦୀରେ ଫିଙ୍ଗି ଦେଇଥିଲେ।  ପୋଷ୍ଟରେ […]

Continue Reading

ବର୍ଷା ହେଉଥିବା ଭାଇରାଲ ଭିଡ଼ିଓ ଛତିଶଗଡ଼ର ନୁହେଁ ନେପାଲର ଅଟେ।

କିଛି ଦିନ ହେବ ଭାରତରେ ପାଣିପାଗରେ ଅନେକ ପରିବର୍ତ୍ତନ ଆସିଛି। ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି ଏବଂ ଅନେକ ରାଜ୍ୟରେ ଘୂର୍ଣ୍ଣିବଳୟ ସହିତ କୁଆପଥର ମାଡ ହୋଇଥିବାର ଖବର ସାମ୍ନାକୁ ଆସିଛି। କୁଆପଥର ବର୍ଷା ପାଇଁ ଫସଲ ବହୁତ କ୍ଷତି ହୋଇଛି।  ଏହି ସମୟରେ ସୋସିଆଲ ମିଡିଆରେ କୁଆପଥର ମାଡ଼ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରାଯାଉଛି ଯେ, ଏହି ଭିଡିଓ ଛତିଶଗଡର ରାଜ୍ୟର ଅଟେ। ଏହା ସହ ଦାବି କରାଯାଇଛି ଯେ, […]

Continue Reading

କୋରୋନା କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତ ସରକାରି କର୍ମଚାରିଙ୍କ ଭତ୍ତା ସହ ଏଲ୍‌ଟିସି, ଲିଭ୍‌ ଏନ୍‌କ୍ୟାଶମେଣ୍ଟ , ମେଡିକାଲ୍‌ ବିଲ୍‌ ଭତ୍ତା ନ ଦେବାପରି କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

କୋରୋନା ଭାଇରସ୍ ପାଇଁ ଦେଶରେ ଆର୍ଥକ ସ୍ଥିତି ଖରାପ ହେବାରେ ଲାଗିଛି। ଏଥିଲାଗି କେନ୍ଦ୍ର ସରକାର ସରକାରି କର୍ମିଚାରିଙ୍କ ଭତ୍ତା ଏବଂ ମାସିକ ଗୋଟେ ଦିନର ଦରମା କାଟିବା ନେଇଁ ପ୍ରସ୍ତାବ ଦେଇଛନ୍ତି। ତେବେ ଏହା ପାଇଁ ଦେଶରେ ମଧ୍ୟମ ବର୍ଗର ସରକାରି କର୍ମଚାରିଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ଏଥିମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ, ସରକାର ଭତ୍ତା କାଟିବା ସହ କର୍ମଚାରିଙ୍କର ଏଲଟିସି, ଲିଭ୍ ଏନକ୍ୟାସମେଣ୍ଟ, ମେଡ଼ିକାଲ ବିଲ ଭତ୍ତା କାଟିବା ଖବର […]

Continue Reading

ପଞ୍ଜାବରେ ସାଧୁ ଉପରେ ହୋଇଥିବା ଆକ୍ରମଣ ଚୋରି ଏବଂ ଲୁଟ୍ର ମାମଲାକୁ ସାମ୍ପ୍ରଦାୟିକ ରୂପ ଦିଆ ଯାଉଛଇ।

ମହାରାଷ୍ଟ୍ର ପାଲଘରରେ ଦୁଇ ସାଧୁ ସହ ତାଙ୍କ ଡ୍ରାଇଭରର ହତ୍ୟା ମାମଲା ପରେ ଏବେ ଅନ୍ୟ ଏକ ସାଧୁ ଉପରେ ଆକ୍ରମଣର ଖବର ସାମ୍ନାକୁ ଆସିଛି। ପଞ୍ଜାବରେ ଜଣେ ସାଧୁ ଉପରେ କିଛି ଲୋକ ଆକ୍ରମଣ କରିଥିବାର ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ କରାଯାଉଛି। ସୋସିଆଲ ମିଡ଼ିଆରେ ଘଟଣାକୁ ସାମ୍ପ୍ରଦାୟିକ ରୂପ ଦିଆ ଯାଉଛି। 25 ଏପ୍ରିଲରେ Biswajit sethi ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ପଞ୍ଜାବ ସାଧୁ ବାବାଙ୍କର ଏକ ଭିଡ଼ିଓ ପୋଷ୍ଟ […]

Continue Reading

ବିହାର ହାଜିପୁର ଜେଲ ମକ୍ ଡ୍ରିଲରେ ପୋଲିସ କର୍ମି ଅସୁସ୍ଥ ହେବାର ଅଭିନୟକୁ କୋରୋନା ରୋଗୀ ଦାବିରେ ଭାଇରାଲ କରାଯାଉଛି।

କୋରୋନା ସଂକ୍ରମଣ ପାଇଁ ସାରା ବିଶ୍ୱ ଚିନ୍ତାରେ ଅଛି। କୋରୋନା ସଂକ୍ରମଣ ରୋକିବା ପାଇଁ ସରକାର ଲକଡାଉନ କରିଛନ୍ତି। ଏହା ସହ ଲୋକଙ୍କୁ ସଚେତନ କରିବା ପାଇଁ ପଦକ୍ଷପ ମଧ୍ୟ ନେଉଛନ୍ତି। ଏଥି ମଧ୍ୟରେ 24 ଏପ୍ରିଲରେ ଦିଲ୍ଲୀପ ପାଟକୁରା ନିର୍ବାଚନ ମଣ୍ଡଳି ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଜଣେ କନେଷ୍ଟବଳ କର୍ମଚାରି ଦୌଡ଼ି ଦୌଡ଼ି ଆସୁଛନ୍ତି ଏବଂ ଛିଙ୍କିବା ଆରମ୍ଭ କରି ଦେଉଛନ୍ତି। ଦାବି କରାଯାଇଛି […]

Continue Reading

ଓଡ଼ିଆ ହାସ୍ୟ କଳାକାର ପ୍ରଜ୍ଞା ଖଟୁଆଙ୍କ ମିଥ୍ୟା ମୃତ୍ୟୁ ଖବର ପ୍ରଚାର ହେଉଛି।

ଗତ କିଛି ଦିନ ତଳେ ଓଡ଼ିଶାର ଜଣେ କମେଡ଼ିଆନ ଅର୍ଥାତ୍ ହାସ୍ୟ କଳାକାର ସୌମ୍ୟ ରଞ୍ଜନଙ୍କର କ୍ୟାନ୍ସର ରୋଗରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ସେ ମିଷ୍ଟର ନୋନସେନ୍ସ ନାମକ ଏକ ଟିଭି ସୋରେ ହାସ୍ୟ କଳାକାର ଭାବେ କାମ କରିଥିଲେ। ଏଥି ମଧ୍ୟରେ ଅନ୍ୟ ଏକ ଓଡ଼ିଶାର ଜଣା ଶୁଣା ହାସ୍ୟ କଳାକାର ପ୍ରଜ୍ଞା ଖଟୁଆଙ୍କର ମୃତ୍ୟୁ ଖବର ସୋସିଆଲ ମିଡ଼ିଆ ଏବଂ ହ୍ୱାଟ୍ସ ଆପରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ  ହାସ୍ୟ କଳାକାର […]

Continue Reading

କ’ଣ ଭାଇରାଲ ଫୋଟୋରେଥିବା ମାଁ କୋରୋନା ରୋଗର ଶେଷ ଷ୍ଟେଜ୍ ରେ ତା ଛୁଆକୁ ଧରି ସୋଇଛି?

କୋରୋନା ଭାଇରସରେ ବିଶ୍ୱର ସାରା ଲୋକ ଆତଙ୍କରେ ଅଛନ୍ତି। ଏଥି ମଧ୍ୟରେ ସୋସିଆଲ ମିଡ଼ିଆରେ କିଛି ଅଲଗା ଅଲଗା ଦାବିରେ ଫୋଟୋ ଭାଇରାଲ ହେଉଛି। 20 ଏପ୍ରିଲରେ ଆମ ଓଡ଼ିଶା ନାମକ ପେଜରେ ଏକ ଫୋଟୋ ପୋଷ୍ଟ କରାଯାଇଛି । ପୋଷ୍ଟରେ ଏକ ମାଁ ତା ଛୁଆକୁ ଧରି ସୋଇଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, କୋରୋନାରେ ଶେଷ ଷ୍ଟେଜିରେଥିବା ମାଆ ପୁଅକୁ ଧରିକି ସୋଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 576ଥର ସେୟାର […]

Continue Reading

ମେଘା ଶର୍ମା ନାମକ ଗୃହିଣିଙ୍କ ମୃତ୍ୟୁକୁ ଡା. ମେଘା ବ୍ୟାସ କୋରୋନା ରୋଗରେ ମୃତ୍ୟୁ ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ମହିଳାର ଫୋଟୋ ଭାଇରାଲ ହେଉଛି।  ଭାଇରାଲ ଫୋରେ ଥିବା ମହିଳା ପୁଣେର ଡାକ୍ତର ମେଘା ବ୍ୟାସ ଅଟନ୍ତି ଏବଂ ତାଙ୍କର କରୋନା ସଂକ୍ରମଣରୁ ମୃତ୍ୟୁ ହୋଇଥିବା ଦାବି କରାଯାଇଛି। 24 ଏପ୍ରିଲରେ ଆମ ଓଡ଼ିଶା ନାମକ ପେଜରେ ଏହା ପୋଷ୍ଟ କରାଯାଇ ଲେଖା ଯାଇଛି ଯେ,  କରୋନା ରୋଗୀଙ୍କ ସେବା କରିବା ସମୟରେ ଡାକ୍ତର ମେଘା ବ୍ୟାସ କରୋନାରେ ସଂକ୍ରମିତ ହୋଇ ତାଙ୍କର ମୃତ୍ୟୁ ହୋଇଛି।  ତାଙ୍କୁ ପୋଷ୍ଟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ […]

Continue Reading

ମହାରାଷ୍ଟ୍ରରେ ପିଲା ଚୋର ଗୁଜବ ପାଇଁ ହୋଇଥିବା ଦୁଇ ସାଧୁଙ୍କ ହତ୍ୟା ଘଟଣାକୁ ସାମ୍ପ୍ରଦାୟିକ ରୂପ ଦିଆ ଯାଇଛି।

କୋରୋନା ଭାଇରସ ପାଇଁ ଦେଶରେ ଜେଉଁଠି ଲକଡାଉନ ହୋଇଛି ଏଥି ମଧ୍ୟରେ ଦୁଇ ଜଣ ସାଧୁଙ୍କୁ ହତ୍ୟା କରିବାର ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 19 ଏପ୍ରିଲରେ ମହାରାଷ୍ଟ୍ରରେ ଦୁଇ ସାଧୁଙ୍କୁ କିଛି ଲୋକ ହତ୍ୟା କରିବାର ଖବର ସାମ୍ନାକୁ ଆସିଛି। ଏହି ହତ୍ୟା କାଣ୍ଡକୁ ହିନ୍ଦୁ ମୁସ୍ଲିମ  ସାମ୍ପ୍ରଦାୟିକ ରୂପ ଦିଆ ଯାଉଛି। 19 ଏପ୍ରିଲରେ ଆମ ଓଡ଼ିଶା ନାମକ ପେଜରେ ଦୁଇ ସାଧୁଙ୍କ ଏହି ହତ୍ୟା ଖବର ପୋଷ୍ଟ କରି ଦାବି କରାଯାଇଛି […]

Continue Reading

2012 ଭାରତ ମାନଚିତ୍ର ଫୋଟୋକୁ ଆମେରିକାର CEO କୋରୋନା ସଂକ୍ରମଣ ପାଇଁ ବନାଇଥିବା ଦାବିରେ ଭାଇରାଲ କରାଯାଉଛି।

ଭାରତର 130 କୋଟି ଜନସଂଖ୍ୟା ଏବେ କୋରୋନା ଭାଇରସ୍ ସଂକ୍ରମଣ ସହ ଲଢୁଛନ୍ତି। ଭାରତ ଭଳି ଜନ ବହୂଳ ଦେଶରେ ଲକଡାଉନ୍ କରି କୋରୋନା ବିରୋଧରେ ଲଢିବା ବିଶ୍ୱରେ ଏକ ବଡ ଉଦାହରଣ ସୃଷ୍ଟି କରିଛି। ଏଥି ମଧ୍ୟରେ ସୋସିଆଲ୍ ମିଡ଼ିଆରେ ଏକ ପୋଷ୍ଟ ଭାଇରାଲ୍ କରାଯାଉଛି ଯେ, ଆମେରିକା ସିଈଓ ଭାରତର ଏକ ମାନଚିତ୍ର ଗଠନ କରିଛନ୍ତି। ଯେଉଁଥିରେ ସେ ଦର୍ଷେଇଛନ୍ତି ଯେ, ଭାରତର ସମସ୍ତ ରାଜ୍ୟ ବିଶ୍ୱର 20ଟି ଦେଶର ଜନଗଣନା ସହ ସମାନ […]

Continue Reading

ଭାଇରାଲ ଫୋଟୋରେଥିବା ନର୍ସର କୋରୋନା ସଂକ୍ରମଣରେ ମୃତ୍ୟୁ ହୋଇ ନାହିଁ।

ମାହାରାଷ୍ଟରର ପୁନେ ହସ୍ପିଟାଲରେ କୋରୋନା ସଂକ୍ରମଣରେ କିଛି ନର୍ସ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଜୋରଦାର ଭାଇରାଲ ହେଉଛି। 22 ଏପ୍ରିଲରେ Jajpur Market Khabar ନାମକ ଏକ ପେଜରେ ଏକ ନର୍ସର ଫୋଟୋ ପୋଷ୍ଟ କରାଯାଇ ଦାବି କରାଯାଇଛି ଯେ, ଫୋଟୋରେ ଥିବା  କୋମଲ ମିଶ୍ରା ନାମକ ଝିଅଟି ମହାରାଷ୍ଟ୍ର ସ୍ଥିତ ପୁନେର ଏକ ହୋସ୍ପିଟାଲରେ ନର୍ସ ଥେଲେ। କୋରୋନା ରୋଗୀଙ୍କ ଚିକିତ୍ସା କରୁ କରୁ କୋରୋନା ରୋଗରେ […]

Continue Reading

2017 ଫୋଟୋକୁ ଲକଡାଉନରେ ଛୁଆଟି ସାହାଯ୍ୟ ପାଇ ଖୁସିରେ ଘରକୁ ଫେରୁଥିବା ଦାବିରେ ଭାଇରାଲ କରାଯାଉଛି।

କୋରୋନାରେ ଲକଡାଉନ କାରଣରୁ ଗରିବ ଲୋକମାନେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି। ସୋସିଆଲ ମିଡ଼ିଆରେ ଏହକୁ ନେଇ ଏକ କଥା ମଧ୍ୟ କୁହା ଯାଇଛି ଯେ, ଧନୀ ଲୋକ କୋରୋନା ସଂକ୍ରମଣ ଧରି ଦେଶକୁ ଆସିଲେ କିନ୍ତୁ ଏହାର କଷ୍ଟ ଗରିବଲୋକଙ୍କୁ ଭୋଗିବାକୁ ପଡୁଛି। ଏଥି ମଧ୍ୟରେ ନିଜ ନିଜ ଘରକୁ ଫେରୁଥିବା ଗରିବ ଲୋକଙ୍କ ଫୋଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 10 ଏପ୍ରିଲରେ Jagannath Smal ନାମକ ଜଣେ ଫେସବୁକ ୟୁଜର […]

Continue Reading

2015 ଏବଂ 2018 ପୁରୁଣା ଫୋଟୋକୁ ମାଁ କୋରୋନା ସଂକ୍ରମଣ ପିଡ଼ିତଥିବାରୁ ଛୁଆ କାନ୍ଦୁଥିବା ଦାବିରେ ଭାଇରାଲ କରାଯାଉଛି।

କୋରୋନା ଭାଇରସ ସଂକ୍ରମଣରେ ଅନେକ ଦେଶ ଆସିସାରିଛନ୍ତି। ସୋସିଆଲ ମିଡ଼ିଆରେ ଏହାକୁ ନେଇ ଅନେକ ଖବର ମଧ୍ୟ ଭାଇରାଲ ଦେଉଛି। ଏଥିମଧ୍ୟରେ 19 ଏପ୍ରିଲରେ Bijaya Agarwall ନାମକ ଜଣେ ବ୍ୟକ୍ତି ସୂନ୍ଦର ଓଡ଼ିଶା ପରିବାର ପେଜରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଫୋଟୋରେ ଥିବା ଛୁଆ ତା ମାଁକୁ କୋରୋନା ହୋଇଥିବାର ଦାବି କରାଯାଇଛି ଏବଂ ଛୁଆଟି ତା ମାଁର ସ୍ୱାସ୍ଥ୍ୟ ପାଇଁ ଭଗବାନକୁ ପ୍ରାଥନା କରିବା ପାଇଁ କହୁଛି। ପୋଷ୍ଟର ଅନ୍ୟ […]

Continue Reading

ମାଲେସିଆ ଡାକ୍ତରଙ୍କ ଫୋଟୋକୁ ଇଣ୍ଡୋନେସିଆରେ କୋରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଡଃ ହାଦିଓଙ୍କ ନାମରେ ଭାଇରାଲ କରାଯାଉଛି।

କୋରୋନା ଭାଇରସ ପାଇଁ ବିଶ୍ୱର ଡାକ୍ତରମାନେ ତାଙ୍କ ପରିବାରଠରୁ ଦୁରରେ ରହୁଛନ୍ତି। ଏହା ଏକ କଠିନ ଦାୟକ ସମୟ ଅଟେ। ଲକମାନଙ୍କୁ ଘରେ ରହିବା ପାଇଁ ବାରବାର ସରକାର ନିର୍ଦ୍ଦେଶ ଦେଲେ ମଧ୍ୟ ଲୋକମାନେ ମାନୁନଥିବାର ଖବର ବାରମ୍ବାର ସାମ୍ନାକୁ ଆସୁଛି। 26 ମାର୍ଚରେ Mu Odia ନାମକ ପେଜରେ ଏକ ଫୋଟୋ ପୋଷ୍ଟ କରିଥିଲେ। ପୋଷ୍ଟ କରାଯାଇଥିବା ଫୋଟୋରେ ଜଣେ ବ୍ୟକ୍ତି ମୁହଁରେ ମାସ୍କ ଲଗାଇ ଘର ବାହାରେ ଠିଆ ହୋଇ ତା ଦୁଇ ଛୁଆକୁ […]

Continue Reading

କ’ଣ ଭାଇରାଲ ଫୋଟୋରେଥିବା ଫୁଲ ନାଗ ପୁଷ୍ପ ହିମାଳୟରେ 36 ବର୍ଷରେ ଥରେ ଫୁଟେ ଏବଂ ସୂର୍ଯ୍ୟୋଦୟ ମାତ୍ରେ ଝଡ଼ି ପଡ଼େ? ଜାଣନ୍ତୁ ସତ୍ୟ।

6 ଏପ୍ରିଲରେ Santosh Bisoi ନାମକ ଜଣେ ଫେସବୁକ ୟୁଜର  Yay Naveen ନାମକ ପଜରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଏକ ଫୁଲର ଫୋଟୋ ଦିଆ ଯାଇ ଦାବି କରାଯାଇଛି ଯେ, ଭାଇରାଲ ଫୋଟୋର ନାମ ନାଗ ପୁଷ୍ପ ଅଟେ। ଏହା 36 ବର୍ଷରେ ଥରେ  ହିମାଳୟରେ ଫୁଟିଥାଏ ଏବଂ ସୂର୍ଯ୍ୟୋଦୟ ମାତ୍ରେ ଝଡ଼ି ଯାଏ। ପୋଷ୍ଟରେ ଏହି ଫୋଟୋକୁ ଅଧିରକରୁ ଅଧିକ ସେୟାର କରିବା ପାଇଁ ଅନୁରୋଧ କରାଯାଇଛି। ଆମ ଅନୁସନ୍ଧାନ ପୂର୍ବରୁ […]

Continue Reading

କ’ଣ ରତନ ଟାଟା କୋରୋନା ଭାଇରସ୍ ପାଇଁ ଭାରତ ଅର୍ଥନୀତିର ବିପୁଳ ପତନକୁ ନେଇ କୌଣସି ମତ ଦେଇଛନ୍ତି କି?

କୋରୋନା ଭାଇରସ୍ ପାଇଁ ଦେଶର ଅର୍ଥନିତି ଦିନ କୁ ଦିନ ବିଗିଡ଼ିବାରେ ଲାଗିଛି। ଏଥିମଧ୍ୟରେ ସୋସିଆଲ ମିଡ଼ିଆରେ ରତନ ଟାଟାଙ୍କ ନାମରେ ଏକ ପୋଷ୍ଟ ଭାଇରାଲ ହେଉଛି। ପୋଷ୍ଟରେ ରତନ ଟାଟା ଦେଶେର କୋରୋନା ଭାଇରସ କାରଣରୁ ଭାରତ ଅର୍ଥନୀତିକୁ ନେଇ ତାଙ୍କ ମତ ପ୍ରକାଶ କରିଥିବାର ଦାବି କରାଯାଉଛି। Arun kumar Mishra ନାମକ ଜଣେ ଫେସବୁକ ୟୁଜର ଏହା ପୋଷ୍ଟ କରିଛନ୍ତି। ପୋଷ୍ଟରେ ରତନ ଟାଟା କହିଛନ୍ତି ଯେ, ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ, […]

Continue Reading

କୋରୋନା ରୋଗୀଙ୍କ ସାମ୍ନାରେ ଡାକ୍ତରଙ୍କ ନାଚୁଥିବା ଭିଡିଓ ପାକିସ୍ତାନର ଅଟେ।

କୋରୋନା ପାଇଁ ହସ୍ପିଟାଲରେ ଦିନ କୁ ଦିନ ରୋଗୀ ସଂଖ୍ୟା ବଢିବାରେ ଲାଗିଛି। କୋରୋନା ସହ ଲଢେଇରେ ଡାକ୍ତର, ପୋଲିସ ଏବଂ ସଫା କରୁଥିବା କର୍ମୀଙ୍କୁ ଆଗ ଧାଡ଼ୀର ସୈନ୍ୟ ବୋଲି ଆକ୍ଷା ଦିଆ ଯାଇଛି। ଏଥି ମଧ୍ୟରେ ସୋସିଆଲ୍ ମିଡ଼ିଆରେ କିଛି ଡାକ୍ତର କୋରୋନା ରୋଗୀଙ୍କ ସାମ୍ନାରେ ନାଚୁଥିବାର ତ ପୋଲିସ୍ କର୍ମୀଙ୍କ ଗୀତ ଗାଇ କୋରୋନା ସହ ଲଢିବା ପାଇଁ ଲୋକଙ୍କ ମନୋବଳ ବଢାଉଥିବାର  ଭିଡ଼ିଓ ସାମ୍ନାକୁ ଆସୁଛି। 12 ଏପ୍ରିଲରେ Times odia […]

Continue Reading

କ’ଣ ଭାଇରାଲ ଫୋଟୋରେଥିବା ବ୍ୟକ୍ତି କୋରୋନାକୁ ବେଖାତିର କରି ଲୋକଙ୍କୁ ସମୂହ ନମାଜ ପାଠ ପାଇଁ ଉତ୍ସାହିତ କରି ନିଜେ କୋରୋନା ରୋଗରେ ପିଡ଼ିତ ଅଛନ୍ତି? ଜାଣନ୍ତୁ ସତ୍ୟ।

କୋରୋନା ଭାଇରସକୁ ଦେଇ ବିଶ୍ୱରେ ଆତଙ୍କର ବାତାବରଣ ବଢ଼ିଚାଲିଥିବା ସମୟରେ କିଛି ଲୋକ ଲକଡାଉନ ଏବଂ କୋରୋନା ସଂକ୍ରମଣକୁ ଗମ୍ଭୀର ଭାବେ ନେଉ ନହାନ୍ତି। ଭାରତ ,ଆମେରିକା ,ଇଟାଲୀ ସମେତ ପାକିସ୍ତାନରେ ମଧ୍ୟ  କୋରୋନା ଭାଇରସ୍ ସହ ଲଢ଼ିବା ପାଇଁ ଲକଡାଉନ କରା ଯାଉଇଛି। କିନ୍ତୁ ଏଥି ମଧ୍ୟରେ କିଛ୍ ମୁସ୍ଲିମମାନେ ଲକଡାଉନର ନିୟମ ନ ମାନି ନମାଜ ପଢ଼ିବା ପାଇଁ ଏକତ୍ର ହେଉଛନ୍ତି। 26 ମାର୍ଚ୍ଚରେ କମଲ ବ୍ରହ୍ମା ନାମକ ଜଣେ ଫେସବୁକ ୟୁଜର ତାଙ୍କ […]

Continue Reading

ଡାକ୍ତର ବନ୍ଦନା ତିବାରିଙ୍କର ମୃତ୍ୟୁ କୋରୋନା ସଂକ୍ରମଣରୁ ନୁହେଁ ବରଂ ବ୍ରେନ ହାମ୍ରେଜ କାରଣରୁ ମୃତ୍ୟୁ ହୋଇଛି।

କୋରୋନା ପାଇଁ ବିଶ୍ୱରେ ଆତଙ୍କ ଦିନ କୁ ଦିନ ବଢ଼ିବାରେ ଲାଗିଛି। କୋରୋନା ସଂକ୍ରମଣରେ ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁନି। କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଏହି ରୋଗରେ ପିଡ଼ିତ ହେଉଛନ୍ତି। ଗଚ କିଛି ଦିନ ତଳି ରିୟାଜ ଉସମାନ ନାମକ ଜଣେ ପାକିସ୍ତାନି ଡାକ୍ତରଙ୍କର କୋରୋନା ଭାଇରସରେ ମୃତ୍ୟୁ ହୋଇଥିଲା।ଏବେ ଏପରି ଅନ୍ୟ ଅକ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯେ,  ବନ୍ଦନା ତିବାରି ନାମକ ଜଣେ ଡାକ୍ତର କୋରୋନା […]

Continue Reading

ଗୁଜୁରାଟର ମାନସିକ ରୋଗୀର ଭିଡିଓକୁ କରୋନା ରୋଗୀ ଭାବରେ ଭାଇରାଲ ହେଉଛି।

ସୋସିଆଲ ମିଡ଼ିଆରେ କୋରୋନାକୁ ନେଇ କେତେକ ଭିଡ଼ିଓ ଏବଂ ତଥ୍ୟ ଭାଇରାଲ କରାଯାଉଛି। ଭାଇରାଲ ଭିଡିଓ ଦ୍ୱାରା ଲୋକ ଅଧିକରୁ ଅଧିକ ଡରିବାରେ ଲାଗିଛନ୍ତି। କିଛି ଦିନ ପୂର୍ବରୁ Kumar Rajeebନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି।  ଭିଡିଓରେ ଧଳା ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ରାସ୍ତା କଡ଼ରେ ପଡ଼ିଥିବାର ଦଖା ଯାଉଛି। ଏହି ଭିଡିଓ ଯୁବକ ଜଣକ ଷ୍ଟ୍ରେଚର ଉପରେ […]

Continue Reading

ମୌଲାନା ଶେଖ ଖଲିଲ-ଉର-ରହମାନ ସାଜଜାଦ ନୋମାନିଙ୍କ ଫୋଟୋକୁ ମର୍କାଜ ମୁଖ୍ୟ ମୌଲାନା ସାଦଙ୍କ ନାମରେ ଭାଇରାଲ କରାଯାଉଛି।

କୋରୋନା ସଂକ୍ରମଣ ପାଇଁ ପୁରା ଦେଶ ଲକଡାଉନ ପିରସ୍ଥିତିରେ ଥିବା ସମୟେ ନିଜାମୁଦ୍ଦିନ  ଜମାତ୍‌‌ରେ ମୁସ୍ଲିମ ଲୋକଙ୍କୁ ଏକାଠି କରିବା ଅଭିଯୋଗରେ ମୌଲାନା ମହମ୍ମଦ ସାଦଙ୍କୁ ଗିରଫ କରିବା ପାଇଁ ତାଙ୍କୁ ଛୋଜା ଚାଲିଛି। ଘଟଣା ପରେ ମୌଲାନା ମହମ୍ମଦ ସାଦ ପୋଲିସ ଠାରୁ ଡରି ଲୁଚି ଯାଇଛନ୍ତି। କିନ୍ତୁ ତାଙ୍କର ଦୁଇଟି ଅଡ଼ିଓ ସାମ୍ନାକୁ ଆସିଛି। ଯାହା ପରେ ସୋସିଆଲ ମିଡ଼ିଆ ଏବଂ ନ୍ୟୁଜ ଚ୍ୟାନେଲରେ ଖବର ପ୍ରକାଶିତ ହେଉଛି। ମର୍କାଜ ମୁଖ୍ୟ ମୌଲାନା ମହମ୍ମଦ […]

Continue Reading

ଜାକିର ଅର୍ଥାତ୍ ସୁଫି ଭିଡିଓକୁ ମୁସ୍ଲିମମାନେ ଜାଣିଶୁଣି ଛିଙ୍କି କୋରୋନା ସଂକ୍ରମଣକୁ ଅଧିକ କ୍ରିୟାଶୀଳ କରିବା ଦାବିରେ ଭାଇରାଲ କରାଯାଉଛି।

କୋରୋନାକୁ ନେଇ ନିଜାମୁଦ୍ଦିନ ମସଜିଦ ରେ 2000 ମୁସ୍ଲିମ  ନମାଜ ପଢ଼ିଲାପରେ ଦେଶରେ କୋରୋନାକୁ ନେଇ ଆତଙ୍କ ବଢ଼ିବାରେ ଲାଗିଛି। କୋରୋନା ପାଇଁ ସରକରା ଟିଭି ଏବଂ ଅନ୍ୟାନ୍ୟ ମାଧ୍ୟମରେ ସମାଜିକ ଦୁରତା ବନାଇ ରଖିବା ପାଇଁ ଲୋକଙ୍କୁ ଅନୁରୋଧ କରିବା ସତ୍ୱେ କିଛି ଲୋକ ଏହି ନିୟମକୁ ମାନୁ ନାହାନ୍ତି।  ଏହା ଦ୍ୱାରା ଦେଶରେ କୋରୋନାର ଆତଙ୍କ ବଢ଼ିବାରେ ଲାଗିଛି। ନିଜାମୁଦ୍ଦିନ ମସଜିଦରୁ ମୁସ୍ଲିମମାନଙ୍କୁ କାଢ଼ିବା ପରେ ମୁସ୍ଲିମମାନେ କେଉଁଠ୍ରେ ଅଛନ୍ତି ଏବଂ କୋରୋନାରେ ସଂକ୍ରମଣ […]

Continue Reading

ଚାରି ବର୍ଷ ପୁରୁଣା ଭିଡିଓକୁ ଲକ୍‌ଡାଉନ୍ ସମୟରେ ପୁରୀ ଚନ୍ଦ୍ରଭାଗା ସମୁଦ୍ର ବେଳାଭୂମିରେ ହରିଣ ବୁଲୁଥିବା ଦାବିରେ ଭାଇରାଲ କରାଯାଉଛି।

କୋରୋନା ଭାଇରସ ଆତଙ୍କରେ ପୁରା ଦେଶ ଲକଡାଉନ ହୋଇ ରହିଛନ୍ତି। ରାସ୍ତା ଘାଟ ସବୁଠି ପୋଲିସ କର୍ମି ଏବଂ ଅନ୍ୟାନ୍ୟ କିଛି କର୍ମିଙ୍କୁ ଛାଡ଼ି କେହି ଦେଖା ଯାଉ ନାହାନ୍ତି। ଦୋକାନ ବଜାର ସହ ସମସ୍ତ ଅଫିସ ମଧ୍ୟ ବନ୍ଦ ରହିଛି। ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ହେବା ପରେ ରାସ୍ତାରେ ଜୀବଜନ୍ତୁ ଏବଂ ପକ୍ଷୀ ବିନା ଡରରେ ବୁଲୁଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 3 ଏପ୍ରିଲରେ Parthsarathi jena ନାମକ ଜଣେ ଫେସବୁକ […]

Continue Reading

ମୁମ୍ୱାଇ ଭିଡ଼ିଓକୁ ଦିଲ୍ଲୀରେ ଧରା ପଡ଼ିଥିବା ମୁସ୍ଲିମ କୋରୋନା ପିଡ଼ିତ ପୁଲିସ କର୍ମି ଉପରେ ଛେପ ପକାଇବା ଦାବିରେ ଭାଇରାଲ କରାଯାଉଛି।

ନିଜାମୁଦ୍ଦିନ ମସଜିଦରୁ ମୁସ୍ଲିମ ଲୋକମାନେ ଫେରିବା ପାରେ ଦେଶରେ କୋରୋନା ସଂକ୍ରମଣର ଆତଙ୍କ ବଢ଼ି ଯାଇଛି। ଦେଶର ଅଲଗା ଅଲଗା ଜାଗାରୁ ପୋଲିସ ନିଜାମୁଦ୍ଦିନ ଯାଇଥିବା ମୁସ୍ଲିମମାନଙ୍କୁ ଖୋଜି ତାଙ୍କର କୋରୋନା ସଂକ୍ରମଣର ପରିକ୍ଷା କରାଉଛି। ସେଥି ମଧ୍ୟରୁ କିଛି ମୁସ୍ଲିମ କୋରୋନା ସଂକ୍ରମଣରେ ଚିହ୍ନଟ ହୋଇଥିବା ସୂଚନା ମିଳୁଛି। ଏଥି ମଧ୍ୟରେ 3 ଏପ୍ରିଲରେ ଦିଲ୍ଲୀପ ପାଟକୁରା ନିର୍ବାଚନ ମଣ୍ଡଳି ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭାଇରାଲ […]

Continue Reading

କ’ଣ ଶାହାରୁଖ ଖାନ ପାକିସ୍ତାନକୁ 45 କୋଟି ଟଙ୍କା ସହାୟତା କରିଥିଲେ? କ’ଣ ଶାହାରୁଖ ଖାନ ଭାରତରେ ବିପଦ ସମୟରେ କେବେ ସହାୟତା ରାଶି ପ୍ରଦାନ କରି ନାହାନ୍ତି? ଜାଣନ୍ତୁ ସତ୍ୟ।

କୋରୋନା ଭାଇରସ ସହ ଲଢ଼ିବା ପାଇଁ ବଡ଼ ବଡ଼ ସେଲିବ୍ରିଟି, ନେତା ଅଭିନେତା ମାନେ ପ୍ରଧାନମନ୍ତ୍ରୀ କୋରୋନା ସହାୟାତା ଫଣ୍ଡକୁ ସହାୟତା ରାଷି ପ୍ରଦାନ କରୁଛନ୍ତି। ଅକ୍ଷୟ କୁମାର 25 କୋଟି, ଟାଟା କମ୍ପାନି 500 କୋଟି ଏବଂ ଅନ୍ୟାନ୍ୟ ଜଣାଶୁଣା ଲୋକମାନେ  କୋରୋନା ସହାୟତା ଫଣ୍ଡରେ ସହାୟତା ରାଷି ପ୍ରଦାନ କରିଛନ୍ତି। ଦେଶ କୌଣସି ମହାମାରୀ ଅଥବା କୌଣସି ବିପଦରେ ଥିଲେ ନେତା ଏବଂ ଅଭିନେତା ମାନେ ନିଜ ମନ ଇଚ୍ଛାରେ ସହାୟତା ରାଶି ପ୍ରଦାନ […]

Continue Reading

କ’ଣ ରଗମ ପାଣିରେ ଲୁଣ ଏବଂ ଭିନେଗାର ପକାଇ ଗରର କରିଲେ କୋରୋନା ସଂକ୍ରମଣରୁ ମୁକ୍ତି ମିଳିବ?

କୋରୋନା ମାହାମାରିର ଏ ପ୍ରର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ। ଘରୋଇ ଉପଚାରରେ କୋରୋନା ଭାଇରସକୁ ଠିକ କରିବା ପାଇଁ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଲାଗିରହିଛି। ଭାରତରେ କୋରୋନା ସଂକ୍ରମଣର ରୋଗି ଦିନ କୁ ଦିନ ବଢ଼ିବାରେ ଲାଗିଛନ୍ତି। ଓଡ଼ିଶାରେ 1 ଏପ୍ରିଲ ପର୍ଯ୍ୟନ୍ତ 4 ଟି କୋରୋନା ସଂକ୍ରମଣ ରୋଗି ଚିହ୍ନଟ କରାଯାଇଛି। ଏହା ଛଡ଼ା ଇଟାଲୀ ଏବଂ ଆମେରିକାରେ କୋରୋନା ସଂକ୍ରମଣର ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏଥି ମଧ୍ୟରେ Dilip […]

Continue Reading

ଭେନେଜୁଏଲର ବ୍ୟାଙ୍କ ଲୁଟ ଫୋଟୋକୁ ଇଟାଲୀର କୋରୋନା ସଂକ୍ରମଣରୁ ଅସହାୟ ଲୋକମାନେ ରାସ୍ତାକୁ ଟଙ୍କା ଫିଙ୍ଗିଥିବା ଦାବିରେ ଭାଇରାଲ କରାଯାଉଛି।

ଇଟାଲିରେ କୋରୋନା ସଂକ୍ରମଣର ସ୍ଥିତି ଦିନ କୁ ଦିନ ବିଗିଡ଼ିବାରେ ଲାଗିଛି। ଇଟାଲିକୁ ବିଶ୍ୱର ସ୍ୱାସ୍ଥ୍ୟରେ ପ୍ରଥମ ବୋଲି କୁହା ଯାଏ। କିନ୍ତୁ ଇଟାଲୀରେ କୋରୋନା ସଂକ୍ରମଣରେ ପିଡ଼ିତ ସଂଖ୍ୟା ଦିନ କୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଚାଇନା ପରେ ଇଟାଲୀରେ କୋରୋନା ସଂକ୍ରମଣର ସଂଖ୍ୟା ଅଧିକ ଦେଖିବାକୁ ମିଳିଛି। ଇଟାଲୀ ସରକାର ପୁରା ଦେଶକୁ ଲକଡାଉନରେ ରଖିଛନ୍ତି। ସ୍ଥତି ଖରାପ ଥିବା କାରଣରୁ ଲୋକଙ୍କ ଘରୁ ବାହାରିବା ବପଦ କାଳିନ ହୋଇ […]

Continue Reading

2015 ପୁରୁଣା ଫୋଟୋକୁ, ଲକଡାଉନ ଘୋଷଣା ପରେ ଆନନ୍ଦ ବିହାରରେ ଲୋକଙ୍କ ଭିଡ଼ ହେଉଥିବା ଦାବିରେ ଭାଇରାଲ କରାଯାଉଛି।

କୋରୋନା ଭାଇରସ ପାଇଁ ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦେଶରେ ଲକଡଉନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିୟମର ପାଳନ କରିବା ପାଇଁ ଦେଶବାଶିଙ୍କୁ ନିର୍ଦେଶ ଦେଇଛନ୍ତି। କିନ୍ତୁ କିଛି କିଛି ସ୍ଥାନରେ ଲୋକମାନେ ଏହି ନିୟମକ ନମାନି କୋରୋନା ସଂକ୍ରମଣକୁ ବଢ଼ିବା ପାଇଁ ସୁଜେଗ ଦେଉଛନ୍ତି। ସୋସିଆଲ ମିଡ଼ିଆରେ ନିୟମ ଭାଙ୍ଗୁଥିବା ସମସ୍ତ ଖବର ବାଇରାଲ ହେଉଛି। ତେବେ 28 ମାର୍ଚ୍ଚରେ Bhagya Dhar Jitendra ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ […]

Continue Reading

କୋରୋନା ରୋଗରେ ପିଡ଼ିତ ଡାକ୍ତର ମୁବାଶିର ଅହମ୍ମଦଙ୍କ ଭିଡିଓକୁ ସ୍ୱର୍ଗୀୟ ପାକିସ୍ତାନୀ ଡାକ୍ତର ଉମାସା ରିୟାଜରଙ୍କ ନାମରେ ଭାଇରାଲ କରାଯାଉଛି।

କୋରୋନା ଭାଇରସରେ ଲୋକଙ୍କ ମୃତ୍ୟୁ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି। ଏଥିମଧ୍ୟରେ ପାକିସ୍ତାନର ଜଣେ ଡାକ୍ତର ଉମାସା ରିୟାଜଙ୍କ କୋରୋନା ଭାଇରସରେ ମୃତ୍ୟୁ ହୋଇଛି। ଏଥି ପାଇଁ ସୋସିଆଲ ମିଡ଼ିଆରେ ଡାକ୍ତରଙ୍କ ଶ୍ରଦ୍ଧାଞ୍ଜଳିରେ ଲୋକମାନେ ପୋଷ୍ଟ କରୁଛନ୍ତି। Dilip mohanti ନାମକ ଜଣେ ଫେସବୁକ ୟୁଜର ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଜଣେ କୋରୋନା ରୋଗି କୋରୋନା କେତେ ମାହାମାରି ଅଟେ ସେ ବିଷୟରେ କହୁଛନ୍ତି। ଭିଡିଓରେ ପିଡ଼ିତଙ୍କ ସ୍ଥିତି ଗଂଭିର ଥିବାର […]

Continue Reading

ଅକ୍ଷୟ କୁମାର କୋରୋନା ଫଣ୍ଡକୁ 1 କୋଟି 80 ଲକ୍ଷ ନୁହେଁ ବରଂ 25 କୋଟି ସହାୟତା ରାଷି ପ୍ରଦାନ କରିଛନ୍ତି।

କୋରୋନା ଭାଇରସ ସହ ଲଢ଼ିବା ପାଇଁ 21 ଦିନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଲକ ଡାଉନ ଘଷଣା କରିଛନ୍ତି। ଏଥି ପାଇଁ  ସମସ୍ତ ସରକାରୀ ଏବଂ ବେସରକାରି କାର୍ଯ୍ୟାଳୟ ବନ୍ଦ ହେବା ସହା ସମସ୍ତ ସପିଙ୍ଗମଲ , ସିନେମାହଲ ଦୋକାନ ବଜାର ମଧ୍ୟ ବନ୍ଧ ରହିଛି। ଲକଡାଉନ କାରଣରୁ ଲୋକଙ୍କ ବ୍ୟବସ୍ୟା ଠପ ହୋଇ ଯାଇଛି। ଡେଲିମଜୁରିଆଙ୍କ ପାଖରେ କାମ ନହିଁ କି ପଇସା ନାହିଁ। ଏଥିପାଇଁ କେନ୍ଦ୍ରସରକାର ଡେଲି ମଜୁରିଆଙ୍କୁ ସସ୍ତାରେ ଖାଇବା ଏବଂ ପଇସା […]

Continue Reading

ଭାଇରାଲ ଫୋଟୋରେ ଥିବା ଡାକ୍ତର ରିୟାଜ୍ ଉସ୍ମାନଙ୍କର କୋରୋନା ଭାଇରସରେ ମୃତ୍ୟୁ ହୋଇ ନାହିଁ।

ଚିନ ପରେ ଏବେ ଇଟାଲୀରେ କୋରୋନା ଭାଇରସ ଦୃତଗତୀରେ ବଢ଼ିବାରେ ଲାଗିଛି। ଭାରତରେ କୋରୋନା ଭାଇରସ ପିଡ଼ିତଙ୍କ ସଂଖ୍ୟା 700 ଉପରକୁ ପହଞ୍ଚି ସାରିଲାନି। ଏହା ଛଡ଼ା ମୃତକଙ୍କ ସଂଖ୍ୟା 17 ଛୁଇଁ ସାରିଛି। ଏହାକୁ ନେଇ ଭାରତରେ ଲୋକୋଙ୍କ ମଧ୍ୟରେ ଆତଙ୍କ ବଢ଼ିବାରେ ଲାଗିଛି। ଏଥି ମଧ୍ୟରେ ସୋସିଆଲ ମିଡ଼ିଆରେ ଅନେକ ଗୁଜବ ମଧ୍ୟ ଭାଇରଲ ହେଉଛି। ଜାହାକି ଲୋକଙ୍କ ମଧ୍ୟରେ ସଜାଗ ସୃଷ୍ଟି ନ କରି ଭୟ ସୃଷ୍ଟି କରୁଛି। 27 ମାର୍ଚ୍ଚରେ ସୋସିଆଲ […]

Continue Reading

କ୍ରୋଏସିଆର ରାଜଧାନୀ ଜାଗ୍ରେବରେ ଭୟଙ୍କର ଭୂମିକମ୍ପ- କ୍ଷୟକ୍ଷତି ହୋଇଥିବା ହସ୍ପିଟାଲରୁ ରୋଗୀମାନଙ୍କୁ ବାହରକୁ ଆଣିବାର ଦୃଶ୍ୟକୁ ଇଟାଲୀର କୋରୋନା ଭାଇରସ ସଂକ୍ରମଣର ଫୋଟୋ କହି ଭାଇରାଲ କରାଯାଇଛି।

କୋରୋନା ଭାଇରସ ବିଶ୍ୱରେ ଏକ ମହାମାରି ରୂପ ନେଇ ସାରିଛି। ଚିନ ପରେ ଏବେ ଇଟାଲୀରେ କୋରୋନା ଭାଇରସ ବ୍ୟାପି ସାରିଛି। ଏଥିପାଇଁ ଭାରତରେ ମଧ୍ୟ ଆତଙ୍କର ବାତାବରଣ ଦେଖୀବାକୁ ମିଳୁଛି। ଭାରତରେ ପ୍ରଥମେ କୋରୋନା ଭାଇରସକୁ ରୋକିବା ପାଇଁ 31 ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ , ଅଫିସ ଏବଂ ଅନ୍ୟାନ୍ୟ ସପିଙ୍ଗ ମଲ ବନ୍ଧ କରାଯାଇଥିଲା। କିନ୍ତୁ ସ୍ଥିତି ବିଗିବା ପର ଠାରୁ 24 ମାର୍ଚ୍ଚରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମି […]

Continue Reading

କୋରୋନା ଭାଇରସ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ କ’ଣ ରୁଷ ରାସ୍ତାରେ ସିଂହ ଛାଡ଼ିଚି? ଭାଇରାଲ ଫୋଟୋ କ’ଣ ରୁଷର ଅଟେ? ଜାଣନ୍ତୁ ସତ୍ୟ।

 କୋରୋନାଭାଇରସ୍ ମହାମାରୀ ସାରା ବିଶ୍ୱରେ ବ୍ୟାପିଛି। ଏପର୍ଯ୍ୟନ୍ତ 3 ଲକ୍ଷ 39 ହଜାର 39 ଟି ମାମଲା ସାମନାକୁ ଆସୀ ସାରିଛି। 14 ହଜାର 698 ଲୋକଙ୍କ ମୃତ୍ୟୁ ହୋଇ ସାରିଛି। ଏହି ସମୟରେ 99 ହଜାର 14 ଜଣ ଲୋକ ଏହି ରୋଗରେ ସଂକ୍ରମିତ ହେବା ପରେ ଆରୋଗ୍ୟ ଲାଭ କରିଛନ୍ତି। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ କରୋନାଭାଇରସ୍ ବିଷୟରେ ଅନେକ ଭୁଲ ଧାରଣା ମଧ୍ୟ ପ୍ରସାରିତ ହେଉଛି। ସୋସିଆଲ ମିଡିଆରେ ଏପରି ଏକ ଦାବି […]

Continue Reading

2014 ମସିହାର ଜର୍ମାନୀ ଫୋଟୋକୁ ଇଟାଲୀରେ କୋରୋନା ଭାଇରସରେ ଲୋକଙ୍କ ମୃତ୍ୟୁ ହୋଇଥିବାର କହୀ ଭାଇରାଲ କରାଯାଉଛି।

ବିଶ୍ୱରେ କୋରୋନା ଭରସାକୁ ନେଇ ଆତଙ୍କ ଲାଗୀ ରହୀଛୀ. ସୋସିଆଲ ମିଡିଆରେ କୋରୋନା କୁ ନେଇ ଅନେକ ତର୍କ ବିତର୍କ ଏବଂ ଚର୍ଚା ଲାଗିଛି। କୋରୋନା ଭାଇରସ ରେ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନ କୁ ଦିନ ବଢ଼ୀବାରେ ଲାଗିଛୀ. ଚାଇନା ପରେ ଅନ୍ୟ ଦେଶ ଏହି କୋରୋନା ଭାଇରସ ସମ୍ପର୍କରେ ଆସି ଗଲେନୀ। ଏବେ ପର୍ଯ୍ୟନ୍ତ କୋରୋନା ଭାଇରସର କୌଣସି ସଠିକ ଔଷଧ ଆସି ନାହିଁ। ସୋସିଆଲ ମିଡ଼ିଆରେ ଏହି ସମୟରେ କିଛି ଗୁଜବ ମଧ୍ୟ […]

Continue Reading

କ’ଣ କୋରୋନା ଭାଇରସ ପାଇଁ ମାଟ୍ରିକ୍ ପରୀକ୍ଷା ଦେଇଥିବା ସବୁ ପରୀକ୍ଷାର୍ଥିଙ୍କୁ ପାସ୍ କରାଯିବ? କ’ଣ 2 ଜୁନ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି? ଜାଣନ୍ତୁ ସତ୍ୟ।

କୋରୋନା କୁ ନେଇ ଭାରତରେ ଆତଙ୍କ ବଢ଼ିବାରେ ଲାଗିଛି ।  ଓଡ଼ିଶା ରାଜ୍ୟରେ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି। ରାଜ୍ୟ ସରକାର ଏଥି ପାଇଁ ସ୍କୁଲ, କଲେଜ, ସପିଙ୍ଗ ମୋଲ, ଫିଲ୍ମ ହଲ ଭଳି ଭିଡ଼ ଜାଗା ଗୁଡ଼ିକ ବନ୍ଧ କରି ଦିଆ ଯାଇଛି। ଏହା ସହ 31 ମାର୍ଚ ପର୍ଯ୍ୟନ୍ତ ସମସ୍ତ ଭିଡ଼ ଜାଗାରେ ଲୋକଙ୍କ ଜିବା ଆସିବା ବନ୍ଧ କରି ଦିଆ ଯାଇଛି। ଏଥି ମଧ୍ୟରେ Sudhanshu muduli ନାମକ ଜଣେ […]

Continue Reading

କେନ୍ଦ୍ରାପଡ଼ାରେ 8 ଜଣ କୋରୋନା ସନ୍ଦିଗ୍ଧ ଚିହ୍ନଟ ଦାବି ମିଥ୍ୟା ଅଟେ। ଗୁଜବ ପ୍ରଚାର କରିବା ଅଭିଜୋଗରେ ପୋଲିସ 4 ଜଣକୁ ଗିରଫ କରିଛି।

କୋରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚାର ଚାଲିଛି। ଲୋକ ଆତଙ୍କରେ ଅଛନ୍ତି। ଥଣ୍ଡା ,ଜ୍ୱର କିମ୍ବା କାଶ ହେଲେ ଲୋକଙ୍କ ମନରେ କୋରୋନା ଭାଇରସର ଡର ଲାଗି ରହିଛି। ଏମିତିରେ ଓଡ଼ିଶାରେ ଜଣେ କୋରୋନା ଭାଇରସ ସନ୍ଦିଗ୍ଧର ପୋଜେଟିଭ ଆସିଲା ପରେ ରାଜ୍ୟ ବ୍ୟାପି ଲୋକଙ୍କ ମନରେ ଭୟ ଲାଗି ରହିଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏହାକୁ ନେଇ କିଛି ଖବର ଭାଇରଲ ହେଉଛି। ରାଜ୍ୟର ଅଲଗା ଅଲଗା ଜିଲ୍ଲାରୁ କୋରୋନା ସନ୍ଦିଗ୍ଧ ଥିବାର […]

Continue Reading

ଭାଇରାଲ ଫୋଟୋରେ ଅମିତାଭ ବଚ୍ଚନ ତାଙ୍କ ଚାକରର ନୁହଁ ବରଂ ତାଙ୍କ ସଚିବ ଶିତଲ ଜୈନଙ୍କ ଶବ ସତ୍କାର ପାଇଁ ନେଇ ଯାଉଛନ୍ତି।

ଅମିତାବ ବଚ୍ଚନ ନିଜ ଅଭିନୟ ଏବଂ ନିଜ ବଡ଼ପଣ ପାଇଁ ଚର୍ଚ୍ଚାରେ ବନି ରହନ୍ତି।  ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସେ ୧୯୦ଟି ଚଳଚ୍ଚିତ୍ରରେ ଅଭିନୟ କରି ଏକ ଅଭୁଲା କୀର୍ତ୍ତିମାନ୍‌ ସୃଷ୍ଟି କରିପାରିଛନ୍ତି। ଜଞ୍ଜିର, ଦିୱାର, ଶୋଲେ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ସେ ଲୋକପ୍ରିୟ ହୋଇଥିଲେ। ନିଜର ଦୀର୍ଘ ଅଭିନୟ ଜୀବନରେ ସେ ଅନେକ ପୁରସ୍କାର ଓ ସମ୍ମାନ ପ୍ରାପ୍ତ ହୋଇଛନ୍ତି। ତେବେ ତାଙ୍କର ଭଲ ମଣିସପଣିଆର ଏକ ଫୋଟୋ ସାମ୍ନାକୁ […]

Continue Reading

ଚେନ୍ନାଇରେ କାମକରୁଥିବା ଜେଣେ ଅନୁଗୁଳ ଜିଲ୍ଲା ଯୁବକର କୋରୋନା ଭାଇରସରେ ମୃତ୍ୟୁ ହୋଇଥିବା ଖବର ଗୁଜବ ଅଟେ।

କୋରୋନା ଭାଇରସ କୁ ନେଇ ସାରା ବିଶ୍ୱରେ ଆତଙ୍କର ବାତାବରଣ ଘାରି ରହିଛି। କୋରୋନା ଭାଇରସରେ ଲୋକୋଙ୍କ ମୃତ୍ୟୁ ମଧ୍ୟ ହେଉଛି। ଥଣ୍ଡା, ଖାସ କିମ୍ବା ଜ୍ୱର ଥିଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯିବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଲୋକଙ୍କୁ  ସଚେତନ କରାଯାଉଛି। ସୋସିଆଲ ମିଡ଼ିଆରେ ସଚେତନତା ସହ କୋରୋନାକୁ ନେଇ ମୃତ୍ୟୁ ସଂଖ୍ୟା ଏବଂ କୋରୋନାରେ ପିଡ଼ିତଥିବା ଲୋକଙ୍କ ବିଷୟରେ ମଧ୍ୟ ସୂଚନା ମିଳୁଛି। ଏଥି ମଧ୍ୟରେ 17 ମାର୍ଚରେ […]

Continue Reading

ଛତିସଗଡ଼ ଆଇଇଡି ବିସ୍ଫୋରଣରେ ଦୁଇ ଗୋଡ଼ ହରାଇଥିବା ଜବାନର ଫୋଟୋକୁ ପୁଲବାମା ବିସ୍ଫୋରଣର କହି ଭାଇରାଲ କରାଯାଉଛି।

14 ଫେବୃଆରି 2019କୁ କିଏ ବା ଭୁଲି ପାରିବ। 14 ଫେବୃଆରି 2020 ରେ ପୁଲୱାମା ଘଟଣାକୁ ଏକ ବର୍ଷ ପୁରିଲା। ଏଥିପାଇଁ ଦେଶରେ ଲୋକଙ୍କ ମଧ୍ୟରେ ଏକ କଳା ଦିନ ହୋଇ ବସି ଯାଇଛି। କେହି ପୁଲବାମାରେ ଶହିଦ ହୋଇଥିବା ବିର ଜବାନଙ୍କୁ ମନେ ପକାଉଛନ୍ତି ତ କେହି ତାଙ୍କ ସ୍ମୃତିରେ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏଥି ମଧ୍ୟରେ ସୋସିଆଲ ମଡ଼ିଆରେ ପୁଲବାମା ଘଟଣାରୁ ବ଼ଞ୍ଚିଥିବା ବିର ଜବାନ ମାନଙ୍କ ଫୋଟୋ ସେୟାର କରି ତାଙ୍କୁ […]

Continue Reading

ଭାଇରାଲ ଫୋଟୋରେଥିବା ମହିଳା କ’ଣ କୋରୋନା ଭାଇରସରେ ପିଡ଼ିତ ଅଛନ୍ତି? ଜାଣନ୍ତୁ ସତ୍ୟ।

ବିଶ୍ୱ ବ୍ୟାପି କୋରୋନା ଭାଇରସର ଆତଙ୍କ ଲାଗି ରହିଛି। କୋରୋନା ଭାଇସରରେ 3000ରୁ ଉର୍ଦ୍ଧଲୋକଙ୍କ ମୃତ୍ୟୁ ହୋଇସାରିଛି। ଏହା ସହ ଲୋକଙ୍କ ମନରେ ଦିନକୁ ଦିନ ଆତଙ୍କ ବଢ଼ିବାରେ ଲାଗିଛି। ସୋସିଆଲ ମିଡ଼ିଆରେ କୋରୋନା ଭାଇରସକୁ ନେଇ ଚର୍ଚ୍ଚା ଜୋରଦାର ଚାଲୁଥିଲା ବେଳେ କିଛି ଫୋଟୋ ମଧ୍ୟ ଭାଇରାଲ ହେଉଛି। 8 ମାର୍ଚ୍ଚ ରେ Satyajit Dash ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି ଏବଂ ଦାବି କରିଛନ୍ତି ଯେ, […]

Continue Reading

କ’ଣ ରବିଶ କୁମାର ଦିଲ୍ଲୀ ହିଂସାରେ ବନ୍ଦୁକ ଧରି ବୁଲୁଥିବା ଶାହାରୁଖ ଯୁବକର ନାମ ଜାଣି ଶୁଣି ହିନ୍ଦୁ ନାମ ଅନୁରାଗ ମିଶ୍ର ଦେଇଥିଲେ? ଜାଣନ୍ତୁ ସତ୍ୟ।

ଦିଲ୍ଲୀ ହି୍ଂସାରେ ସାହାରୁଖି ନାମକ ଜଣେ ଯୁବକ ହାତରେ ବନ୍ଧୁକ ଧରି ପୁଲିସ କୁ ଡରଉଥିବାର ଖବର ସୋସିଆଲ ମିଡିଆରେ ହୁ ହୁ ହୋଇ ଘୁରି ବୁଲିଲା। ନ୍ୟୁଜ ଚ୍ୟାନେଲରୁ ଆରମ୍ଭ କରି ସୋସିଆଲ ମଡିଆରେ ଏହି ଘଟଣା ବିଷୟରେ ଚର୍ଚ୍ଚା ଚାଲିଛି। ଏହା ସହ ଦିଲ୍ଲି ହିଂସା ହଉ ଅଥବା ଶାହୀନ ବାଗ ପ୍ରଦର୍ଶନ ସବୁ ଘଟଣାରେ ଏନଡିଟିଭ ସାମ୍ବାଦିକଙ୍କ ଚର୍ଚା ନ ହଉ ଏପରି ହୋଇ ନାହିଁ। ସୋସିଆଲ ମିଡ଼ିଆରେ ରବିଶ କୁମାରଙ୍କୁ ନେଇ […]

Continue Reading

କରୋନା ଓ ତୁଳସିପତ୍ର ଗୁଜବ- ଓଡ଼ିଶାସାରା ଗୁଜବ ବ୍ୟାପିଛି ଯେ, ପୁରୀ ପଣ୍ଡାକୁ ଜଗନ୍ନାଥ ମହାପ୍ରଭୁ ସ୍ୱପ୍ନରେ କହିଛନ୍ତି 7ଟି ତୁଳସୀ ପତ୍ର ଖାଇଲେ କରୋନା ଭାଇରସ ହେବ ନାହିଁ।

ବିଶ୍ୱରେ କରୋନା ଭାଇରସକୁ ନେଇ ଲୋକ ଆତଙ୍କରେ ଅଛନ୍ତି। ବିଶେଷକରି ଗତ କିଛି ଦିନ ହେବ ରାଜ୍ୟରେ ଏକାଧିକ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବା ପରେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ପାରାଦିପରୁ ଏକ ଦମ୍ପତିଙ୍କୁ କରୋନା ସନ୍ଦିଗ୍ଧ ରୂପେ ଚିହ୍ନଟ କରାଯାଇଥିଲା। ଏହା ପରେ ଲୋକଙ୍କ ମନରେ କରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। ଏହା ଛଡ଼ା ଓଡ଼ିଶାର ଅଲଗା ଅଲଗା ଜାଗାରୁ କରୋନା ଭାଇରସ ସନ୍ଦିଗ୍ଧଙ୍କ ସମ୍ପର୍କରେ […]

Continue Reading

କ’ଣ ସୌମ୍ୟା ଚୌରସିଆଙ୍କ ଘରୁ ଦ୍ୱିତିୟ ଫୋଟୋରେ ଥିବା ପଇସା ଏବଂ ସୁନା ଗହଣା ଜବତ କରାଯାଇଛି? ଜାଣନ୍ୟୁ ସତ୍ୟ।

3 ମାର୍ଚରେ Purna Chandra Mishra ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଦୁଇଟି ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଏକ ମହିଳାର ଫୋଟୋ ଅଛି ଏବଂ ଦ୍ୱିତିୟ ଫୋଟୋରେ ବହୁତ ପଇସା ବଣ୍ଡଲ ସହ ସୁନାର ଅଳଙ୍କାରର ଫୋଟୋ ଥିଲା। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଉପସଚିବ ସୌମା ଚୌରାସିଆ—ଆୟକର ବିଭାଗ ଘର ଚଢ଼ାଉକରି 100 କୋଟିରୁ ଉର୍ଦ୍ଧ ନଗଦଟଙ୍କା,2 କେଜି ରୁ ଅଧିକ ଗହଣା , ଅନେକ ପ୍ଲଟ […]

Continue Reading

ଭାଇରାଲ ଭିଡିଓରେ କ’ଣ ମୁସ୍ଲିମମାନେ ହିନ୍ଦୁ ବ୍ୟକ୍ତିକୁ ମାରୁଛନ୍ତି? ଜାଣନ୍ତୁ ସତ୍ୟତା।

ବର୍ତମାନ ଦେଶରେ ହିନ୍ଦୁ ମୁସ୍ଲିମ ଭାଇଚାକୁ ନେଇ ଏକ ବଡ଼ ପ୍ରଶ୍ନ ବାଚକ ଚିହ୍ନ ଲାଗିଜାଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଜୋରଦାର ଚର୍ଚ୍ଛା ଲାଗି ରହିଛି। ଏଥି ମଧ୍ୟରେ 1 ମାର୍ଟରେ ଦିଲ୍ଲୀପ ପାଟକୁରା ନିର୍ବାଚନ ମଣ୍ଡଳୀ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ଦାବି କରିଛନ୍ତି ଯେ, ଭାଇରାଲ ଭିଡିଓକେ ମୁସ୍ଲିମମାନେ ହିନ୍ଦୁ ଭାଇମାନଙ୍କୁ ଅତ୍ୟାଚାର କରି ମାରୁଛନ୍ତି। ଶିର୍ଷକରେ ଲେଖା ଯାଇଛି ଯେ, […]

Continue Reading

WHO କରୋନା ଭାଇରସରୁ ବଞ୍ଚିବା ପାଇଁ ହୋଲି ରଙ୍ଗ ବ୍ୟବହାର ନ କରିବା ପାଇଁ କୌଣସି ବିଜ୍ଞପ୍ତି ଜାରି କରି ନାହିଁ।

କରୋନା ଭାଇରସ କୁ ନେଇ ବିଶ୍ୱରେ ଆତଙ୍କ ଭରି ରହିଛି। ଏଥି ମଧ୍ୟରେ ଭାରତର ସବୁ ପର୍ବରେ  ଚାଇନାରୁ ଜିନିଷ ଆସି ଥାଏ। ମାର୍ଚ ମାସରେ ହୋଲି ପର୍ବ ବଡ଼ ଧୁମଧାମରେ ମନା ଯିବାର ଆୟୋଜନ ପୁରା ଦେଶରେ ଚେଲିଛି। ବଜାରକୁ ଭଳିକି ଭଳି ରଙ୍ଗ ଆସି ଗଲାନି। ପ୍ରାୟ ରଙ୍ଗ ଏବଂ ପିଚକାରି ଚାଇନାରୁ ଆସିଥାଏ। ତେବେ ଚାଇନାରେ କରୋନା ଭାଇରସ ଆତଙ୍କ ପରଠାରୁ ଲୋକଙ୍କ ମନରେ ମଧ୍ୟ  ଆତଙ୍କ ଭରି ରହିଛି। ଏଥି ମଧ୍ୟରେ […]

Continue Reading

ସାଧାରଣ ଲୋକ ପୋଲିସକୁ ପଥର ମାରୁଥିବା ଭାଇରାଲ ଭିଡିଓ ଅହମ୍ମଦାବାଦର ଅଟେ।

ଦେଶରେ ଚାଲିଥିବା ହିଂସା ଏବଂ ଅସାଂନ୍ତି କେବଳ ନ୍ୟୁଜ ଚ୍ୟାନେଲ ଅଥବା ଖବର କାଗଜ ପର୍ଯ୍ୟନ୍ତ ସିମିତ ନୁହଁ। ହିଂସାର ଏହି ବାତାବରଣ ସୋସିଆଲ ମିଡିଆରେ ମଧ୍ୟ ଲାଗି ରହିଛି। ସୋସିଆଲ ମିଡିଆରେ CAA ବିରୋଧ ପ୍ରଦର୍ଶନରୁ ଆରମ୍ଭ କରି ପୋଲିସ ଉପରେ ଲୋକଙ୍କ ପଥର ମାଡ଼ର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥି ମଧ୍ୟରେ  27 ଫେବୃଆରିରେ Motilal panda  ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ଭିଡିଓ ପୋଷ୍ଟ […]

Continue Reading

କ’ଣ ଭାଇରାଲ ଫୋଟୋରେଥିବା ମୁସ୍ଲିମ ମହିଳା ସ୍ୱାମି ମରିଗଲା ପରେ ତାଙ୍କ ନିଜ ପୁଅକୁ ବିବାହ କରିଛନ୍ତି?

26 ଫେବୃଆରିରେ ଦେବବ୍ରତ ମହାନ୍ତି ପପୁ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଏକ ମୁସ୍ଲିମ ମହିଳା ଏବଂ ଏକ ମୁସ୍ଲିମ ଛୋଟୋ ପିଲା ସାଙ୍ଗରେ ଠିଆ ହୋଇଛନ୍ତି। ପୋଷ୍ଟରେ ମହିଳା ଏବଂ ସାଙ୍ଗରେ ଥିବା ଛୋଟ ପିଲା ବିବାହ ହୋଇଥିବା ଭଳି ଦେଖା ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ସ୍ୱାମିର ମୃତ୍ୟୁ ପରେ ନିଜ ପୁଆ ସହ ବିବାହ କରିଛନ୍ତି ଏହି ମୁସ୍ଲିମ ମହିଳା। ପୋଷ୍ଟର […]

Continue Reading

ହାତରେ ବନ୍ଧୁକ ଧରି ଲୋକଙ୍କୁ ଡରାଉଥିବା ଯୁବକ ନାମ କ’ଣ ଅନୁରାଗ ମିଶ୍ର ଅଟେ? ଜାଣନ୍ତୁ ସତ୍ୟ।

ଦିଲ୍ଲିରେ ହେଉଥିବା ହିଂସାକୁ ଦେଖି ଦେଶରେ ଏବେ ଆତଙ୍କର ସ୍ଥିତି ବନି ଯାଇଛି। ନ୍ୟୁଜ ଅନୁସାରେ ସାହାରୁଖ ନାମକ ଜଣେ ପିଲା ରାସ୍ତାରେ ବନ୍ଧୁକ ଧରି ପୋଲିସ କର୍ମିମାନଙ୍କୁ ତଡ଼ୁଥିଲା। ଏହି ଭୟାବହ ଘଟଣାରେ ଏକ ପୋଲିସ କର୍ମିର ମୃତ୍ୟୁ ମଧ୍ୟ ହୋଇଛି। ଭାଇରାଲ ଖବର ଅନୁସାରେ ହାତରେ ବନ୍ଧୁକଧରି ପୋଲିସକୁ ଗୋଡ଼ଉଥିବା ପିଲା ମୁସ୍ଲିମ ଅଟେ। ତେବେ ପୁଣି ଏକ ଘଟା ସାମ୍ନାକୁ ଆସୁଛି ଯେ, ହାତରେ ବନ୍ଧୁକ ଧରିଥିବା ପିଲା ମୁସ୍ଲିମ ନୁହଁ ବରଂ […]

Continue Reading

ଅରୋଙ୍ଗାବାଦ ଘଟଣାକୁ ଦିଲ୍ଲିର କହି ଭାଇରାଲ କରାଯାଉଛି।

ଦିଲ୍ଲିରେ ହଉଥିବା ଆତଙ୍କକୁ ଦେଖି ଦଶରେ ଶାନ୍ତି ଭାଙ୍ଗ ହୋଇଯାଇଛି। ଦିଲ୍ଲିର ରାସ୍ତାରେ ଲୋକ ପଥର ମାରିବାରୁ କିଛି ଲୋକ ଆଘାତ ହୋଇଛିନ୍ତି। ଏହା ଛଡ଼ା ଏହି ମାଡ଼ଗୋଳରୁ ଏକ ପୋଲିସ କର୍ମିର ମଧ୍ୟ ମୃତ୍ୟୁ ହୋଇଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଏକ ଭିଡିଓରେ କିଛି ଲୋକ ଆସି ଏକ ବସ ଡ୍ରାଇଭର ଉପରେ ଆକ୍ରମଣ କରୁଛନ୍ତି। ବାହାରୁ କିଛି ଲୋକ ଆସି ବସ ଭିତରେ ବଡ଼ି ପୁରାଣ […]

Continue Reading

ରତନ ଟାଟା ଦ୍ୱାରା TATA କମ୍ପାନିରେ JNU ଛାତ୍ରଙ୍କୁ ଚାକିରି ନଦେବା ଘଷଣା ମିଥ୍ୟା ଅଟେ।

ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି । ପୋଷ୍ଟରେ ଦିବା କରାଯାଇଛି , ଜାବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ରମାନେଙ୍କୁ ଟାଟା ଗୃପ କମ୍ପାନିରେ ଚାରିରି ନ ଦେବା ପାଇଁ ଫୈସଲା କରାଯାଇଛି। JNU ବିଶ୍ୱବିଦ୍ୟାଳୟର ଛାତ୍ରମାନେ CAA ବିରୋଧରେ ବିରୋଧ ପ୍ରଦର୍ଶନ ଏବଂ ଅନ୍ୟାନ୍ୟ ପ୍ରଦର୍ଶନ ଲଗାତାର ଚାଲିଛି। ଏଥିମଧ୍ୟରେ 24 ଫେବୃଆରିରେ Sameekhya champati ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଟାଟା ଗୃପ ଅଫ କମ୍ପାନିର ପୂର୍ବ ପ୍ରମୁଖ ରତନ ଟାଟାଙ୍କ […]

Continue Reading

କ’ଣ ଭାରତରୁ ଧାରା 370 ଉଠିଲା ପରେ ଭାରତକୁ ବିରୋଧ କରୁଥିବା ତୁର୍କିର ରାଷ୍ଟ୍ରପତି ସହ ଆମିର ଖାନ ଦେଖା କରିଛନ୍ତି?

21ଫେବୃଆରିରେ Sameekhya Champati ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି ଯେ,  ତୁର୍କୀର ରାଷ୍ଟ୍ରପତି ଏରର୍ଦୋଗନ  ଭାରତରୁ ଧାରା 370 ହଟିଲା ପରେ ୟୁଏନଓରେ ଏହାର ବିରୋଧ କରିଥିଲେ। ଏହା ସହିତ ତୁର୍କୀର ରାଷ୍ଟ୍ରପତି ଖୁଲିକରି ପକାସ୍ତାନର ସମର୍ଥନ କରିଥିଲେ। ଏହା ଛଡ଼ା କିଛି ଦିନ ପୂର୍ବରୁ ମଧ୍ୟ ସେ ଭାରତକୁ ବୁରୋଧ କରୁଥିଲେ। ଏଥି ମଧ୍ୟରେ ବୋଲିଉଡ଼ ଜାଗତର ସୁପର ଷ୍ଟାର ଆମିର ଖାନ ତୁର୍କୀର ରାଷ୍ଟ୍ରପତି ଏବୋର୍ଦେନ  […]

Continue Reading

କ’ଣ ନମାଜ ପଢ଼ିବା ପାଇଁ ମୁସ୍ଲିମ ବର୍ଗର ଲୋକ ଟ୍ରେନ ରୋକି ଦିଅନ୍ତି? ଜାଣନ୍ତୁ ଭାଇରାଲ ଫୋଟୋର ସତ୍ୟତା।

21 ଫେବୃଆରିରେ Sameekhya Champati ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଅଧିକ ସଂଖ୍ୟାରେ ମୁସ୍ଲିମ ଟ୍ରେନ ଟ୍ରାକ ଉପରେ ବସି ନମାଜ ପଢ଼ୁଛନ୍ତି। ମୁସ୍ଲିମ ବର୍ଗର ଲୋକମାନେ ନମାଜ ପଢ଼ୁଥିବା ସମୟରେ ପାଖରେ ଏକ ଟ୍ରେନ ଠିଆ ହୋଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଟ୍ରେନକୁ ଅଟକାଇ ମୁସ୍ଲିମ ବର୍ଗର ଲୋକମାନେ ନମାଜ ପଢ଼ୁଛନ୍ତି। ମୁସ୍ଲିମମାନେ ଏକ ଟ୍ରେନକୁ ଅଟକାଇ ନମାଜ ପଢ଼ିବାରୁ ଟ୍ରେନ ଯାତାୟତରେ ଅନେକ […]

Continue Reading

କ’ଣ ରାମେଶ୍ୱରମ ମନ୍ଦିରର 1212ଟି ସ୍ତମ୍ବ ଗୋଟିଏ ବିନ୍ଦୁରେ ଜାଇ ମିଶୁଛନ୍ତି?

20 ଫେବୃଆରିରେ Sameekhya Champati  ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସ୍ତମ୍ବଗୁଡ଼ାକ ଗୋଟେ ବିନ୍ଦୁରେ ଜାଇ ମିଶୁଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ରାମେଶ୍ୱରମ ମନ୍ଦିରର 1212ଟି ସ୍ତମ୍ବ ଗୋଟିଏ ବିନ୍ଦୁରେ ଜାଇ ମିଶୁଛନ୍ତି। ପୋଷ୍ଟରେ ଲାଖାଯାଇଛି 1740 ମସିହାରେ ବନା ଯାଇଥିବା ଏହି ରାମେଶ୍ୱରମ ମନ୍ଦିରର ସବୁ ସ୍ତମ୍ବକୁ ଗୋଟିଏ ବିନ୍ଦୁରେ ମିଶାଉଥିବା ତଥ୍ୟ ଆଶ୍ଚର୍ଯ୍ୟଜନକ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ […]

Continue Reading

ଭାଇରାଲ ଫୋଟୋ ରବିଶ କୁମାରର ନୁହଁ ବରଂ ଶକୀଲା ବେଗମର ଅଟେ।

CAA ଏବଂ  NRC  ବିରୋଧ ପ୍ରଦର୍ଶନକୁ ନେଇ ଦେଶସାରା ଚର୍ଚ୍ଚାର ବିଷୟ ପାଲଟିଛି। ଏଥିମଧ୍ୟରେ ଶାହୀନ ବଗରେ CAAବିରୋଧ ପ୍ରଦର୍ଶନର ରୂପ କିଛି ଅଲଗା ପ୍ରକାର ପାଲଟିଛି। ସୋସିଆଲ ମିଡିଆରୁ ନେଇ ଟିଭି ଚ୍ୟାନେଲ ପର୍ଯ୍ୟନ୍ତ କେବଳ ଶାହୀନ ବାଗରେ ହେଉଥିବା ବିରୋଧ ପ୍ରଦର୍ଶନ ବିଷୟରେ ଚର୍ଚ୍ଚା ଚାଲିଛି। କିଛି ଜଣାସୁଣା ଲୋକ ଶାହୀନ ବାଗ ବୀରୋଧ ପ୍ରଦର୍ଶନକୁ ସମର୍ଥନ କଲେ ତ କିଛି ଏହାର ବିରୋଧ। ଶାହୀନ ବାଗର ଏହି ବିରୋଧ ପ୍ରଦର୍ଶକୁ NDTV ନ୍ୟୁଜ […]

Continue Reading

କ’ଣ ଗୌ ମୁତ୍ର ସେବନ କରି କୋରୋନା ରୋଗ ଠାରୁ ମୁକ୍ତି ପାଇ ହେବ?

କୋରୋନା ଭାଇରସ ଚୀନରୁ ଆରମ୍ଭ ହୋଇ ବର୍ତମାନ ଅନେକ ଦେଶର ଲୋକ ମାନଙ୍କୁ ଆକ୍ରାନ୍ତ କରୁଅଛି। ଏହି ରୋଗ ନେଇ ଅନେକ ଲୋକ ଅନେକ ପ୍ରକାର ଦାବି କରି ସୋସିଆଲ ମିଡିଆରେ ଛାଡୁଛନ୍ତି। ଏହି ମଧ୍ୟରୁ କେତୋଟି ସତ୍ୟ ଥିବା ସମୟରେ ଅନେକ ମିଥ୍ୟା ଖବର ମଧ୍ୟ ଭାଇରାଲ କରା ଯାଉଅଛି। ଏହି ବିଷୟ ନେଇ ଫେକ୍ଟ କୃସେଣ୍ଡୋ ଓଡ଼ିଆ କିଛି ଫେକ ପୋଷ୍ଟ ଗୁଡିକର ଖଣ୍ଡନ କରି କୋରୋନା ଭାଇରସ ବିଷୟରେ ସତ୍ୟ ଜଣାଇଛି। ଆଜି […]

Continue Reading

କ’ଣ ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ କହିଥିଲେ ଯେ, ମୋଦିଙ୍କ ପାଇଁ ଚିଲମାନେ ବେରୋଜଗାର ଅଛନ୍ତି?ଜାଣନ୍ତୁ ସତ୍ୟତା।

13 ଫେବୃଆରିରେ Kailash Gupta ନମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି।  ପୋଷ୍ଟକରିଥିବା ଭିଡିଓରେ ରାହୁଲ ଗାନ୍ଧି ଚିଲକୁ ଦେଖି ବେରୋଜଗାରୀ ହୋଇଥାବର କଥା କହୁଥିବାର ଦେଖା ଯାଉଛନ୍ତି। ରାହୁଲ ଗାନ୍ଧି ଏକ କାର୍ଯ୍ୟକ୍ରମରେ ଆକାଶକୁ ଅନେଇ ଚିଲକୁ କହୁଛନ୍ତି ଯେ, ମୋଦି ସରକାରଙ୍କ କାରଣରୁ ଆକାଶରେ ଉଡୁଥିବା ଚିଲମାନେ ବେରୋଜଗାର ଅଛନ୍ତି। ରାହୁଲ ଗାନ୍ଧିଙ୍କ ଏହି ଭିଡିଓକୁ ସୋସିଆଲ ମିଡ଼ିଆରେ ଜୋରଦାର କଟାକ୍ଷ୍ୟ କରାଯାଇଛି। ଏହା ସହାତ ଭିଡିଓକୁ […]

Continue Reading

ଭାଇରାଲ ଫୋଟୋରେଥିବା ମହିଳାସହ 1971ରେ ଦୁଷ୍କର୍ମ ହୋଇନଥିଲା ବରଂ ମହିଳା କଲେରା ରୋଗରେ ପଡ଼ତଥିବାରୁ ତା ସ୍ୱାମି ତାକୁ ବୋହିନେଇ ଯାଉଥିଲା।

17 ଫେବୃଆରିରେ Raitar Jhankar ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଏକ ପୁରୁଷ ବ୍ୟକ୍ତି ଏକ ମହିଳାକୁ ହାତରେ ଉଠାଇନେଇ ଯାଉଛି। ମହିଳା ନଗ୍ନ ଅବସ୍ଥାରେ ଅଛି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, ବଙ୍ଗଲାଦେଶର ସ୍ୱାଧୀନତା ସମୟରେ ଭାଇରାଲ ଫୋଟୋରେଥିବା ମହିଳା ସହ ଅନେକଥର ଦୁଷ୍କର୍ମ କରାଯାଇ ଥିଲା। ଏହା ପରେ ମହିଳାର ମୃତ୍ୟୁ ହୋଇଯାଇଥିଲା ଏବଂ ମହିଳାର ସ୍ୱାମି ତାକୁ ବାହୁରେ ଉଠାଇ ନେଇଯାଉଥିଲା। […]

Continue Reading

ଭାଇରାଲ ପୋଷ୍ଟରେଥିବା ଭିଡିଓମାନଙ୍କର କରୋନା ଭାଇସର ସହ କୌଣସି ସମ୍ବନ୍ଧ ନାହିଁ।

କୋରୋନା ଭାଇରସର ଆତଙ୍କ ପୁରା ବିଶ୍ୱରେ   ଚର୍ଚାର ବିଷୟ ବନିଛି। କରୋନା ଭାଇରସର ସଠିକ ଔଷଧ ମଧ୍ୟ ବାହାରି ନାହିଁ। ଏଥି ମଧ୍ୟରେ ଚାଇନାରେ ସଂଖ୍ୟାଧିକ ଲୋକଙ୍କ ମୃତ୍ୟୁର ଖବର ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କେହି କୁହନ୍ତି କରୋନା ଭାଇରାସ ସାପଠାରୁ ଆସିଛି ତ କେହି କୁହନ୍ତି ଏହି ଭାଇରସ ବାଦୁଡ଼ି ଏବଂ ଅନ୍ୟ ଜିବନ୍ତୁଙଠାରୁ ଆସି ଅଛି।  ତେବେ ସୋସିଆଲ ମିଡିଆରେ Jyotiprakash Deo ନାମକ ଜଣେ ଫେଜବୁକ ୟୁଜର 18 […]

Continue Reading

ଭାଇରାଲ ଭିଡିଓରେ ପୋଲିସ କର୍ମିଠାରୁ ମାଡ଼ ଖାଉଥିବା ମହିଳା ମୁସ୍ଲିମ ଅଟେ।

11 ଫେବୃଆରିରେ Er jitu Krushna padhy ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ କିଛି ପୋଲିସ କର୍ମି କିଛି ମହିଳାକୁ ପିଟୁ ଥିବାର ଦେଖା ଯାଉଛନ୍ତି। ଭିଡିଓରେ ଲୋକଙ୍କ ଭିଡ଼ ମଧ୍ୟ ଦେଖା ଯାଉଛି। ଭିଡିଓର କିଛି ସମୟ ମଧ୍ୟରେ ଜଣେ ପୋଲିସ କର୍ମି  ଏକ ମହିଳାକୁ ମଟିରେ କଚାଡ଼ି ଦେବାର ମଧ୍ୟ ଦେଖା ଯାଉଛି। ପୋଲିସ କର୍ମିର ଏପରି ଭୟାବହ ରୂପ ଦେଖି ସ୍ଥାନିୟ ଲୋକ […]

Continue Reading

କ’ଣ ରାହୁଲ ଗାନ୍ଧି 2006ରେ ସୁକନ୍ୟା ନାମକ ଝିଅ ସହ ଦୁଷ୍କର୍ମ କରିଥିଲେ? ପୋଷ୍ଟର ସତ୍ୟତା ଜାଣନ୍ତୁ।

14 ଡିସେମ୍ବରରେ Bikram Bai Rajput ନାମକ ଜଣେ ଫେସବୁକ ୟୁଜର ନିଜ ଫେସବୁକ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। 3 ଡିସେମ୍ବର 2006ରେ   ରାହୁଲ ଗାନ୍ଧୀ ସୁକନ୍ୟା ଦେବି ନାମକ ଏକ ଝିଅ ସହ ଦୁଷ୍କର୍ମ କରିଥିବାର ଦାବି ପୋଷ୍ଟରେ କରାଯାଇଛି। ଏହା ସହିତ ଲେଖା ଯାଇଛି ଯେ, ପୁଲିସ ଥାନାରେ ଏହି ସମ୍ପର୍କରେ ମାମଲା ରୁଜୁ କରିବାରୁ  ସୁକନ୍ୟା ଦେବିଙ୍କର ମା ଏବଂ ବାପାଙ୍କୁ ଅପହରଣ କରିଦିଆ ଯାଇଛି। ତାଙ୍କ ମାଁ ଏବଂ […]

Continue Reading

ଭାରତୀୟ ପତାକା ଜଳୁଥିବା ଫୋଟୋ ପାକିସ୍ତାନର ଅଟେ।

7 ଫେବୃଆରିରେ Ambikaprasad Samal  ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଦୁଇଟି ଫୋଟୋ ପୋଷ୍ଟ କରିଛନ୍ତି।  ପୋଷ୍ଟରେ ଥିବା ଦୁଇଟି ଫୋଟୋରେ ଭାରତର ଜାତିୟ ପତାକାକୁ ଜାଳୁଥିବାର ଦେଖା ଯାଉଛି। ପ୍ରଥମ ଫୋଟୋରେ ନରେନ୍ଦ୍ର ମୋଦି ଏବଂ ଭାରତର ଜାତିୟ ପାତାକା କୁ ଜାଳି ଦିଆ ଯାଉଛି। ଏହା ପରେ ଦ୍ୱିତିୟ ଫୋଟୋରେ କିଛି ଲୋକ ନରେନ୍ଦ୍ର ମୋଦିର ଏକ ବ୍ୟାନରରେ ଛକ ଚିହ୍ନ ଦିଆ ଯାଇଛି ଏବଂ ଆଜରେ ଦୁଇ ଜଣ ବ୍ୟକ୍ତି […]

Continue Reading

କ’ଣ କରୋନା ଭାଇରସରେ ପିଡ଼ିତ 20 ହଜାର ରୋଗୀଙ୍କୁ ହତ୍ୟା କରିବା ପାଇଁ କୋର୍ଟରୁ ଅନୁମତି ଲୋଡ଼ିଲା ତୀନ୍? ଜାଣନ୍ତୁ ସତ୍ୟ।

ଚିନରେ କୋରନା ଭାଇରସକୁ ନେଇ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ସହିତ ପୁରା ବିଶ୍ୱରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଡର ମଧ୍ୟ ଲାଗି ରହିଛି। ଚାଇନାରେ କରୋନା ଭାଇରସରେ ବହୁ ସଂଖ୍ୟାରେ  ଲୋକଙ୍କର ମୃତ୍ୟୁ ହୋଇସାରିଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଖବର ପ୍ରସାରିତ ହେଉଛି ଯେ, କରୋନା ଭାଇରସ୍ ସଂକ୍ରମିତ 20 ହଜାର ରୋଗୀଙ୍କୁ ହତ୍ୟା କରିବା ପାଇଁ ଚୀନ୍ କୋର୍ଟର ଅନୁମତି ଲୋଡିଲା । 9 ଫେବୃଆରିରେ […]

Continue Reading

ରାଜସ୍ଥିନର ଭିଡିଓକୁ ଦିଲ୍ଲୀ ର ଭିଡିଓ କହି ସାମ୍ପ୍ରଦାୟିକ ରୂପ ଦେଇ ଭାଇରାଲ କରାଯାଉଛି।

6 ଫେବୃଆରିରେ Amit kumar Mohanty ନାମକ ଜଣେ ଫେସବୁକ ୟୁଜନ ନିଜ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଏକ ବୃଦ୍ଧ ବ୍ୟକ୍ତିକୁ କିଛି ଲୋକ ମାଡ଼ ମାରୁଥିବାର ଦେଖା ଯାଉଛି। ବୃଦ୍ଧ ବ୍ୟକ୍ତି ଜଣକ ଭାରତ ମାତାକି ଜୟ କହିବାରୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ବୃଦ୍ଧକୁ ଆହୁରି ମାରୁଥିବାର ଦେଖା ଯାଉଛି। ଭିଡିଓଟି 3 ମିନିଟର ଅଟେ। ଫେସବୁକ ପୋଷ୍ଟରେ ଦାବି କରାଯାଇଛି ଯେ, ଦିଲ୍ଲୀ ଜଫରବାଦ ଅ଼ଞ୍ଚଳରେ ଏକ ବୃଦ୍ଧ ବ୍ୟକ୍ତି […]

Continue Reading

ଇଣ୍ଡୋନେସିଆ ଭିଡିଓକୁ ଚାଇନାର କହି ଭାଇରାଲ କରାଯାଉଛି।

30 ଜାନୁଆରିରେ ଇଂ ନିମାଇଁ ପ୍ରସାଦ ମାହାପାତ୍ର ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ Mohamed Amttia ନାମକ ଫେଜବୁକ ୟୁଜର ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଏକ ସୁରକ୍ଷ୍ୟା କର୍ମି ଜଣେ ବ୍ୟକ୍ତିକୁ ନିର୍ଦୟ ରୂପରେ ପିଟି ଚାଲିଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଭିଡିଓଟି ଚାଇନାର ଅଟେ ଏବଂ ଚାଇନା ପୋଲିସ ଅପରାଧିକୁ ଏପରି ନିର୍ଦୟ ଭଳି ପିଟନ୍ତି। ଏହି ପ୍ରକାର ଦଣ୍ଡ ଭାରତରେ ଅପରାଧିମାନଙ୍କୁ ମଧ୍ୟ ଦରକାର। ଆମ […]

Continue Reading

କ’ଣ ଦମ୍ପତି ବୁଢ଼ି ମାଁକୁ 10 ଦିନ ପର୍ଯ୍ୟନ୍ତ ଘରେ ବନ୍ଦ କରି CAA ବିରୋଧ ପ୍ରଦର୍ଶନ ପାଇଁ ଶାହୀନ ବାଗ ଯାଇଥିଲେ। ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟ।

ଦେଶ ସାରା CAA ବିରୋଧ ପ୍ରଦର୍ଶନ ଜୋରଦାର ଚାଲିଛି। ଶାହୀନ ବାଗର ନାଁ ପାଟିରେ ଆସିଲେ CAA ବିରୋଧ ପ୍ରଦର୍ଶନ କଥା ସାମ୍ନାକୁ ଆସେ। ଏଥି ମଧ୍ୟରେ ସାସିଆଲ ମିଡିଆକୁ ନେଇ ଅନେକ  ଗୁଜବ ଘୁରି ବୁଲୁଛି। 3 ଫେବୃଆରିରେ ଇଂ ନିମାଇଁ ପ୍ରସାଦ ମହାପାତ୍ର  ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଏକ ବୃଦ୍ଧ ମହିଳା ଘର ଭିତରେ ବନ୍ଦଥିବାର ଦେଖା ଯାଉଛି । କିଛି ଲୋକ […]

Continue Reading

ଜାଣନ୍ତୁ ରାହୁଲ ଗାନ୍ଧି ଭାଇରାଲ ଭିଡିଓର ସତ୍ୟ।

ସୋସିଆଲ ମିଡିଆରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡ଼ିଓକୁ ଗୋଟେ ସପ୍ତାହ ପୂର୍ବରୁ   Debasish Grahacharya ନାମକ ଜଣେ ଫେସବୁକ ୟୁଜର ମଧ୍ୟ ନିଜ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ପୋଷ୍ଟରେ କଟାକ୍ଷ୍ୟ କରି ଲେଖା ଯାଇଛି ଯେ,ପ୍ରବଳ ନିଶାର ପ୍ରଭାବ। ଭାଇରାଲ ଭିଡିଓରେ ରାହୁଲ ଗାନ୍ଧି ନିଜ ଭାଷଣରେ କହୁଛନ୍ତି ଯେ, ହିନ୍ଦୁସ୍ତାନର ଯୁବା ପିଢ଼ି କେବଳ ହିନ୍ଦୁସ୍ତାନକୁ ନାହିଁ ବରଂ ପୁରା ଦେଶକୁ ବଦଳି ପାରିବ। ରାହୁଲ […]

Continue Reading

ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି VHP ଲିଡର ଆଚାର୍ଯ୍ୟ ଧର୍ମେନ୍ଦ୍ର ଅଟନ୍ତି।

6 ଫେବୃଆରିରେ Nrushinghnath Sahu ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଜଣେ ବୃଦ୍ଧ ବ୍ୟକ୍ତି କାରରେ ବସି CAA ସମର୍ଥନରେ କହୁଛନ୍ତି। ଏହା ସହିତ ଭାରତରେ ମୁସ୍ଲିମଧର୍ମର ଲୋକମାନେ ଭାରତରେ ଖୁସିରେ ଅଛନ୍ତି। ଭାରତରେ ମୁସ୍ଲିମମାନଙ୍କୁ କୌଣସି ପ୍ରକାରର ଅସୁବିଧା ନହେଉଥିବାର କଥା କହୁଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଭିଡିଓରେ କହୁଥିବା ବ୍ୟକ୍ତି ହାଇଦ୍ରାବାଦର ଶାହୀ ନବାବୀ ଖାନଦାନର ପ୍ରକୃତ ବାରିସ ଅଟନ୍ତି। ଏହା ସହିତ […]

Continue Reading

ଅବେଧ ବନ୍ଧୁକ ଚାଲାଣକରୁଥିବା 6 ଅପରାଧିକୁ ଗିରଫ କରିବା ଘଟଣା ଜୁଲାଇ 2019ର ଅଟେ। ଏହା ସହିତ ଦ୍ୱିତିୟ ଫୋଟୋରେ ସୋଫାରେ ରଖା ଯାଇଥିବା ମାଳ ମାଳ ବନ୍ଧୁକ ଉତ୍ତର ପ୍ରଦେଶ ମଦରାଶାର 6 ମୌଲବି ଅପରାଧିଙ୍କଠାରୁ ଜବତ କରାଯାଇ ନାହିଁ।

ଗତ କିଛି ମିସ ହେଲା ଦେଶର ଅଲଗା ଅଲଗା ଜାଗାରେ CAA ବିରୋଧ ପ୍ରଦର୍ଶନ ଜୋର ଧରିଛି। ସୋସିଆଲ ମିଡିଆରେ କୌଣସି ଖବର ଭାଇରାଲ ହେଲେ ତାକୁ CAA ବିରୋଧ ପ୍ରଦର୍ଶନ ସହ ଜଡ଼ିତ କରାଯାଉଛି। ଏଥି ମଧ୍ୟରେ 5  ଫେବୃଆରିରେ Chitaranjan Sahoo ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ 3ଟି ଫୋଟୋ ପୋଷ୍ଟ କରିଛନ୍ତି। ଫୋଟୋରେ କିଛି ପୋଲିସ ଆରୋପିକୁ ଧରିଥିବାର ଦେଖା ଯାଉଛି। ଏହା ପରେ ବାକି ଫୋଟୋରେ ବନ୍ଧୁକ ମାଳ […]

Continue Reading

2015 ମସିହା ଫୋଟୋକୁ ଦିଲ୍ଲୀ ଶାହୀନ ବାଗର କହି ଭାଇରାଲ କରାଯାଉଛି।

ଶାହୀନ ବାଗରେ CAA ବିରୋଧ ପ୍ରଦର୍ଶନ ଏବେ ପର୍ଯ୍ୟନ୍ତ ଥମି ନାହିଁ।  ତେବେ ଏହାକୁ ନେଇ ଦେଶ ସାରା ଚର୍ଚ୍ଚା ଚାଲିଛି। ଶାହୀନ ବାଗ ନାଁ ଆସିଲେ ଲୋକଙ୍କ ମନରେ  CAA  ବିରୋଧ ପ୍ରଦର୍ଶନ ଘଟଣା ସାମ୍ନାକୁ ଆସି ଜାଏ।  ସେହିପରି 4 ଫେବୃଆରିରେ Tapan Praida ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଯୁବକ ବୁର୍ଖା ପିନ୍ଧିଥିବାର ଦୁଇଟି  ଫୋଟୋ ପୋଷ୍ଟ କରିଛନ୍ତି। ଏହା ସହିତ ଦାବି କରିଛନ୍ତି ଯେ, ଶାହୀନ ବାଗ […]

Continue Reading

ଭିଡିଓରେ ଥିବା ମହିଳାମାନେ ଶାହୀନ ବାଗ ଆନ୍ଦୋଳନ ବିରୋଧ ନୁହେଁ ବରଂ ଗୁଜୁରାଟରେ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକାଠି ହୋଇଛନ୍ତି।

ଦେଶ ସାରା CAA ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ସୋସିଆଲ ମିଡିଆରେ ଏହି ବିରୋଧ ପ୍ରଦର୍ଶନର ଭିଡିଓ ଏବଂ ଫୋଟୋ ମଧ୍ୟ ଭାଇରାଲ ହେଉଛି । ଏଥି ମଧ୍ୟରେ 4 ଫେବୃଆରିରେ Nirmal Mohanty ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ, ଶାହୀନ ବାଗ ଏବଂ ଘଣ୍ଟାଘରରେ ପ୍ରଦର୍ଶନ କରୁଥିବା ମୁସ୍ଲିମ ମହିଳାମାନଙ୍କ ବିରୋଧରେ ଠିଆ ହେଲେ କଟ୍ଟର ହିନ୍ଦୁ ରାଜପୁତ ମହିଳାମାନେ। ପୋଷ୍ଟରେ […]

Continue Reading

ଭାଇରାଲ ଭିଡିଓର କୋରୋନା ଭାଇରସର ଫଳାଫଳ ନୁହେଁ।

ଚିନରେ କୋରୋନା ଭାଇରସ ଭୟଙ୍କର ରୂପ ଧରିଛି। ବଡ଼ ସଂଖ୍ୟାରେ ଲୋକ ଏହି ଭାଇରସ ସମ୍ପର୍କରେ ଆସିଛନ୍ତି। ଏହି ଭାଇରସ କାରଣରୁ   ଲୋକଙ୍କର ମୃତ୍ୟୁ ମଧ୍ୟ ହେଇଛି। ଭାଇରସ କେବଳ ଚିନରେ ନୁହେଁ ବରଂ ଚିନର ଆଖପାଖ ଦେଶରେ ମଧ୍ୟ ଭୟଙ୍କର ରୂପରେ ବ୍ୟାପିଚାଲିଛି। ଏଣେ ଏହି ଭାଇରସ କବଳରୁ ରକ୍ଷ୍ୟା ପାଇବା ପାଇଁ ଏ ପର୍ଯ୍ୟନ୍ତୁ କୌଣସି ସଠିକ ଔଷଧ ବାହାର କରାଯାଇ ନାହିଁ। କୋରୋନା ଭାଇରସ ଥଣ୍ଡା ଜରରୁ ଆରମ୍ଭ ହୋଇଥାଏ ଏବଂ […]

Continue Reading

କ’ଣ ଭାରତୀୟ ବାୟୁସେନା 2020 ଗଣତନ୍ତ୍ର ଦିବସରେ ଭାଇରାଲ ଫୋଟୋ ପରି ତ୍ରିଶୁଳ ବନାଇଥିଲା? ଜାଣନ୍ତୁ ସତ୍ୟ।

29 ଜାନୁଆରିରେ Arman Kumar Mohanty ନାମକ ଜଣେ ଫେଜବୁକ ୟୁଜର ମାତୃଭୂମି ଓଡ଼ିଶା ପେଜରେ ଭାରତୀୟ ବାୟୁସେନା 2020 ଗଣତନ୍ତ୍ର ଦିବସରେ ତ୍ରିଶୁଳ ବନାଇଥିବାର ଦାବିରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖା ଯାଇଛି ଯେ ଭାରତିୟ ବାୟୁ ସେନାର କମାଲ, ବନାଇଲେ ଶିବଙ୍କର ତ୍ରିଶୁଳ ।ଏହା ପରେ ହର ହର ମହାଦେବ ମଧ୍ୟ ଲେଖା ଯାଇଥିଲା। ପୋଷ୍ଟ ଅନୁସାରେ ଏହି ଫୋଟୋ 2020 ଗଣତନ୍ତ୍ର ଦିବସର ଅଟେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। […]

Continue Reading

ଛତିସଗଡ଼ର ପୁରୁଣା ଭିଡିଓକୁ ଦିଲ୍ଲୀ ବିଜେପି କର୍ମି 700 ଟଙ୍କା ଦେଇ ଭୋଟ କିଣିବା ଦାବିରେ ଭାଇରାଲ କରାଯାଉଛି।

ଦିଲ୍ଲି ନିର୍ବାଚନକୁ ନେଇ ଦିଲ୍ଲୀରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ମଧ୍ୟ ଜୋର ଧରିଛି।  ଏଥି ମଧ୍ୟରେ ସୋସିଆଲ ମିଡିଆରେ ବିଜେପି କର୍ମି ଲୋକଙ୍କୁ 700 ଟଙ୍କା ଦେଇ ଭୋଟ କିଣିବା ଦାବିରେ ଏକ ଭିଡିଓ ଭାଇରାଲ ହେଉଛି। 30 ଜାନୁଆରିରେ Lupteswar Jani ନାମକ ଜଣେ ଫେସବୁକ ୟେୁଜର ଯୁବ କଂଗ୍ରେସ ସଂଗଠନ (Youth congress Organaisation) ପୋଷ୍ଟ କରିଛନ୍ତି।  ପୋଷ୍ଟରେ ଦାବି କରାଯାଇଛି ଯେ, ବିଜେପି ଦଳର କାରନାମା […]

Continue Reading

ଜାଣନ୍ତୁ ଭାଇରାଲ ଫୋଟୋରେ ଇନ୍ଦିରା ଗାନ୍ଧିଙ୍କ ଶଶୁର ବୋଲି ଦାବି କରାଯାଇଥିବା ବ୍ୟକ୍ତି କିଏ।

5 ଜାନୁଆରିରେ Pradhan Madan ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ, ଲାଲି ଠିକ୍ ମରାଯାଇଥିବା ବ୍ୟକ୍ତି ଇନ୍ଦିରା ଗାନ୍ଧିର ଶଶୁର ଅଟନ୍ତି। ଏହା ଛଡ଼ା ପୋଷ୍ଟରେ ଲେଖା ଯାଇଛି ଯେ, “ଫୋଟୋରେ ଇନ୍ଦିରା ଗାନ୍ଧିଙ୍କର ଶଶୁର ୟୁନିସ ଖାନଙ୍କ ସହ ଫିରୋଜ ଗାନ୍ଧିଏବଂ ଜୱାରଲାଲ ନେହେରୁ ଅଛନ୍ତି। ଏହି ଫୋଟୋ ବଡ଼ କଷ୍ଟରେ ମିଳିଛି।ଏହା ସହିତ ଲେଖା ଯାଇଛି ଯେ, ଏମାନେ ମୁସ୍ଲିମ […]

Continue Reading

କ’ଣ ମହିଳାର ଏହି ଭାଇରାଲ ଫୋଟୋ ଶାହୀନ ବାଗର ଅଟେ? ଜାଣନ୍ତୁ ସତ।

ଦିଲ୍ଲୀ ଶାହୀନ ବାଗରେ CAA ବିରୋଧ ପ୍ରଦର୍ଶନକୁ ନେଇ ସୋସିଆଲ ମିଡିଆରୁ ଆରମ୍ଭ କରି ନ୍ୟୁଜ ଚ୍ୟାନେଲରେ ପର୍ଯ୍ୟନ୍ତ ଏହି ବିରୋଧ ପ୍ରଦର୍ଶନ ବିଷୟରେ ଚର୍ଚ୍ଛା ଚାଲିଛି। ଏଥି ମଧ୍ୟରେ ସୋସିଆଲ ମିଡିଆ ମୁଖ୍ୟତଃ ଫେସବୁକରେ ଶାହୀନ ବାଗ ବିରୋଧ ପ୍ରଦର୍ଶନର ଫୋଟୋ ଭାଇରାଲ ହେଉଛି। 29 ଜାନୁଆରିରେ Susil Satapathy ନାମକ ଜଣେ ଫେଜବୁକ ୟୁଜର ନିଜ ଆକାଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଭାଇରାଲ ଫୋଟୋରେ ମୁସ୍ଲିମ ମହିଳା ଜଣକ ତାଙ୍କ ବୁର୍ଖା ଉଠାଇ […]

Continue Reading

ଜାଣନ୍ତୁ ସୋସିଆଲ ମିଡିଓରେ ଭାଇରାଲ ଦେଉଥିବା ଭିଡିଓର ସତ୍ୟତା।

19 ଜାନୁଆରିରେ  Bjp Yuba Morcha Akhuapal ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଦାବି କରାଯାଇଛି ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧି ଭାଷଣ ଦେଉଛନ୍ତି ଏବଂ ତାଙ୍କ ଚେଲା କାର୍ଯ୍ୟକ୍ରମରେ ଆସିଥିବା ଜନତାଙ୍କୁ ଦକ୍ଷିଣା ଦେଉଛନ୍ତି। ଭାଇରାଲ ଭିଡିଓରେ ରାହଲୁ ଗାନ୍ଧି ଭାଷଣ ଦେଉଥିବାର ଶୁଣାଜାଉଛି। ଭାଇରାଲ ଭିଡିଓକୁ ଶାହୀନ ବାଗ ପ୍ରଦର୍ଶନ ସହ ମଧ୍ୟ ଜଡ଼ିତ କରାଯାଉଛି। ଏହା ଛଡ଼ା ଭିଡିଓରେ ଜଣେ […]

Continue Reading