କ’ଣ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇଙ୍କୁ ଲୋକେ ଚପଲରେ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

False Political

୧୦ ମଇ ରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହୋଇଥିଲା ଯାହାର ଫଳାଫଳ ୧୩ ମଇରେ ବାହାରି ସାରିଛି। ନିର୍ବାଚନରେ କଂଗ୍ରେସ ଦଳ ସଂଖ୍ୟାଗରିଷ୍ଠତା ସହିତ ଜିଟିଛି। କିନ୍ତୁ ୧୦ ମଇରେ ନିର୍ବାଚନ ସମୟରେ ଆମକୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓରେ ଆମେ ଦେଖି ପାରିବା ଯେ ଏକ ବିଶାଳ ଭିଡ ମଧ୍ୟରେ କର୍ଣ୍ଣାଟକ ପୂର୍ବଟନ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ସଂଘର୍ଷ କରୁଛନ୍ତି। ଭିଡିଓରେ ଏପରି ଜଣା ପଡୁଛି ଯେ ଲୋକେ ତାଙ୍କୁ ଘେରି ରହିଥିବା ସମୟରେ ସେ ନିଜ ମୁହଁ ଢାଙ୍କି ଚାଲି ଯିବାକୁ ଉଦ୍ଦୟମ କରୁଛନ୍ତି। 

ଦାବି କରା ଯାଉଛି ଯେ କର୍ଣ୍ଣାଟକ ଲୋକେ ବାସଭାରାଜ ବୋମ୍ମାଇଙ୍କ ଉପରେ ରାଗି ଚପଲରେ ଆକ୍ରମଣ କରିଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ପୁରୁଣା ଭିଡିଓ ଯାହାର କର୍ଣ୍ଣାଟକ ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ। ଏହା ମଧ୍ୟ ଏକ ମିଥ୍ୟା ଦାବିଯେ ବୋମ୍ମାଇଙ୍କୁ ଜନସାଧାରଣ ଲୋକେ ଆକ୍ରମଣ କରିଥିଲେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବୋମାଇଙ୍କୁ ଜୋତା,ଚପଲ ପାହାର! ଯିଏ‌ ଯେମିତି ପାରିଲା ସେକିଲା ଗୋଦି ମିଡ଼ିଆ ଏହି ଲଜ୍ଜାଜନକ ଖବର ପ୍ରସାରଣରୁ ନିବୃତ ରହିଛି

Facebook | Archive

ଅନ୍ୟ ଏକ ଫେସବୁକ ପୋଷ୍ଟରେ ଦାବି କରା ଯାଇଛି ଯେ ନିର୍ବାଚନ ସମୟରେ ଏକ ଗ୍ରାମ୍ ଅଞ୍ଚଳରେ ବୋମ୍ମାଇ ବୁଲୁଥିବା ସମୟରେ ସେଠିକାର ଜନସାଧାରଣ ଲୋକେ ତାଙ୍କୁ ଏବଂ ତାଙ୍କ ପାର୍ଟି କର୍ମକର୍ତ୍ତାଙ୍କ ଉପରେ ଆକ୍ରମଣ କରିଛନ୍ତି। 

ଆମ ଅନୁସନ୍ଧାନ: 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ଗଣମାଧ୍ୟମରେ କୌଣସି ରିପୋର୍ଟ ପ୍ରକାଶ ପାଇଥିବା ମିଳିଲା ନାହିଁ ଯେଉଁଥିରେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବାସଭାରାଜଙ୍କ ଉପରେ ଆକ୍ରମଣ ହୋଇଥିଲା। 

ଆମକୁ ପବ୍ଲିକ୍ ଟିଭି ନାମକ ୟୁଟ୍ୟୁବ ଚ୍ୟାନାଲରେ ଜାନୁଆରୀ ୨୦୧୮ ରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, କର୍ଣ୍ଣାଟକର ହାବେରୀ ଜିଲ୍ଲାରେ ବିଜେପି କାର୍ଯ୍ୟକର୍ତ୍ତା ଗୋଟିଏ ବିରୋଧ ପ୍ରଦର୍ଶନରେ ପୋଲିସ ଉପରେ ଗୋବର ଏବଂ ଟମାଟ ଫିଙ୍ଗି ଆକ୍ରମଣ କରିଥିଲେ। ଏହି ଆନ୍ଦୋଳନର ଯାଞ୍ଚ କରିବା ପାଇଁ ଜିଲ୍ଲା ଏସପି ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ବାସଭାରଜ ବୋମ୍ମାଇ ମଧ୍ୟ ଏହି ବିରୋଧରେ ନିଜ ଯୋଗଦାନ ଦେଇଥିଲେ। 

ଉପରୋକ୍ତ ଭିଡିଓରେ ଆମେ ବାଭାରାଜଙ୍କୁ ମଧ୍ୟ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଆନ୍ଦୋଳନରେ ଦେଖି ପାରିଲୁ। ନିମ୍ନରେ ଆପଣ ମାନେ ତାହା ଦେଖି ପାରିବେ। 

ଏହି ଘଟଣା ବିଷୟରେ ଗୁଗୁଲରେ ସର୍ଚ୍ଚ କରିବା ପରେ ଆମକୁ ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ମିଳିଲା। ୨୯ ଜାନୁଆରୀ ୨୦୧୮ ର ଏହି ରିପୋର୍ଟ ଅନୁଯାୟୀ, ଏହି ଘଟଣା କର୍ଣ୍ଣାଟକର ହାବେରୀ ଜିଲ୍ଲାରେ ଘଟିଥିଲା। ଫସଳ ବୀମା ବିତରଣରେ ବିଲମ୍ଭ ଏବଂ ବିଭିନ୍ନ ଦାବିର ଅସମ୍ପୂର୍ଣ୍ଣ ହେତୁ ବିଜେପି କାର୍ଯ୍ୟକର୍ତ୍ତା ମାନେ ପୋଲିସ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ଉପରେ ଗୋବର ଏବଂ ଟମାଟ ଫିଙ୍ଗି ଆକ୍ରମଣ କରିଥିଲେ। ବିଜେପି କିଲଲା ଅଧ୍ୟକ୍ଷ ଏବଂ ଦଳ କାର୍ଯ୍ୟକର୍ତ୍ତା ମାନେ ଡେପୁଟି କମିଶନରଙ୍କ କାର୍ଯ୍ୟାଳୟ ସାମନାରେ ଗୋରୁ ନେଇ ରାସ୍ତା ରୋକିଥିଲେ। ଏହି ଘଟଣାରେ ବିଧାୟକ ବାସଭାରାଜଙ୍କୁ ଆଘାତ ମଧ୍ୟ ପହଞ୍ଚିଥିଲା। 

ବାସଭରାଜ ବମ୍ମାଇ ମଧ୍ୟ ଏହି ବିରୋଧର ଫଟୋ ତାଙ୍କ ଅଫିସିଆଲ୍ ଫେସବୁକ୍ ପେଜରେ ସେୟାର କରିଛନ୍ତି, ଯାହାକୁ ଆପଣ ନିମ୍ନରେ ଦେଖିପାରିବେ।

https://www.facebook.com/BasavarajSBommai/posts/pfbid0571btwVBZszKxqoSMmx6fWXHhynLYAuXsv8iQota43MqG3g4Vec5LQ8w9ZpazVKWl

୧୦ ମଇ ରେ ସିଏନଏନ-ନ୍ଯୁଜ ୧୮ ର ଏକ ଲାଇଭ୍ ଭିଡିଓରେ ଆମେ ବୋମ୍ମାଇଙ୍କ ଏକ ସାକ୍ଷାତକାର ମଧ୍ୟ ଦେଖିବାକୁ ପାଇଲୁ। ଏହି ଭିଡିଓର ୯.୪୦ ମିନିଟ ରେ ଆପଣ ମାନେ ବାସଭାରାଜଙ୍କୁ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ଦେଖିବାକୁ ପାଇଲୁ। 

ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ବାସଭାରାଜ ବୋମ୍ମାଇ ନିର୍ବାଚନ ଦିନ ନିଜ କ୍ଷେତ୍ରରେ ଥିଲେ ଏବଂ କେଉଁ ଗ୍ରାମର ପରିଦର୍ଶନରେ ଯାଇନଥିଲେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ୨୦୧୮ ମସିହାର ଅଟେ। ଏହି ଭିଡିଓରେ ଏକ ଆନ୍ଦୋଳନରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ପୋଲିସ ଉପରେ ଗୋବର ଏବଂ ଟମାଟ ଫିଙ୍ଗି ଥିଲେ। ଜନସାଧାରଣ ଲୋକେ ବାସଭାରାଜ ବୋମ୍ମାଇଙ୍କୁ ଚପଲରେ ମାରିଥିବା ଦାବି ମିଥ୍ୟା ଅଟେ।

Avatar

Title:କ’ଣ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇଙ୍କୁ ଲୋକେ ଚପଲରେ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *