
ସୋସିଆଲ ମିଡିଆରେ ବିବିସି ନ୍ୟୁଜର ଟୁଇଟର ଏକ ସ୍କ୍ରିନସଟ ସେୟାର କରାଯାଉଛି ଯେଉଁଥିରେ ବଲିଉଡ ଅଭିନେତା ଶାହରୁଖ ଖାନ ପାକିସ୍ତାନକୁ ତାଙ୍କର ଦ୍ୱିତୀୟ ଘର ବୋଲି କହିଛନ୍ତି ଏବଂ ତାଙ୍କ ଫିଲ୍ମ ‘ପଠାନ’ର ପ୍ରଥମ ଦିନର ଆୟ ପାକିସ୍ତାନୀ ଏନଜିଓକୁ ଦାନ କରାଯିବ ବୋଲି ଘୋଷଣା କରିଛନ୍ତି।
ଏହା ମଧ୍ୟ ଲେଖାଯାଇଛି ଯେ ଜନ୍ ଅବ୍ରହାମ ଏବଂ ଦୀପିକା ପାଦୁକୋନ, ଶାହାରୁଖ ଖାନଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଏବଂ ବଏକଟ ଗ୍ୟାଙ୍ଗକୁ ସେମାନଙ୍କର ଭୟ ନାହିଁ ବୋଲି କହିଛନ୍ତି।

ସମାନ ପୋଷ୍ଟ ଆମକୁ ଅନ୍ୟ ଫେସବୁକ ଏକାଉଣ୍ଟରେ ମଧ୍ୟ ଭାଇରାଲ ହେଇଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରେ କୁହା ଯାଇଛି ଯେ ଏମାନେ ଆମ ଦେଶର ଖାଉଛନ୍ତି କିନ୍ତୁ ସାହାଯ୍ୟ ପାକିସ୍ତାନର କରୁଛନ୍ତି। ବଏକଟ ପଠାନ୍

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ ଯେ କ’ଣ ଶାହରୁଖ ଖାନ ପ୍ରକୃତରେ ପଠାନ୍ ଫିଲ୍ମର ପ୍ରଥମ ଦିନର ଆଯକୁ ପାକିସ୍ତାନର ଏକ ସଂସ୍ଥାକୁ ଦାନ କରିବେ ବୋଲି କହିଛନ୍ତି? କିନ୍ତୁ ଆମେ ଏପରି କୌଣସି ଖବର ପାଇଲୁ ନାହିଁ ଯାହା ଭାଇରାଲ ପୋଷ୍ଟକୁ ନିଶ୍ଚିତ କରିପାରିବ।
ଏହା ପରେ ଆମେ ବିବିସି ହିନ୍ଦୀ ନ୍ୟୂଜର ଟୁଇଟର ହେଣ୍ଡେଲ ସର୍ଚ୍ଚ କରିଲୁ। ଆମକୁ ଏପରି କୌଣସି ଟୁଇଟ ମିଳିଲା ନାହିଁ।
ଆମେ ବିବିସି ନ୍ୟୁଜ୍ ଦ୍ୱାରା ଏକ ଟୁଇଟ ପାଇଲୁ ଯାହା ୧୫ ଡିସେମ୍ବର ରେ ପୋଷ୍ଟ କରାଯାଇଥିଲା | ଏହି ପୋଷ୍ଟଟି ଶାହାରୁଖ ଖାନଙ୍କ ସହ ଜଡିତ ଏକ ଟୁଇଟ୍ ଥିଲା ଯାହା ୭.୫୩ ସମୟରେ କରାଯାଇଥିଲା, କିନ୍ତୁ ଭାଇରାଲ୍ ପୋଷ୍ଟ 7:17 ରେ ପୋଷ୍ଟ କରାଯାଇଛି।
ଟ୍ୱିଟରେ ଏହା ଲେଖାଯାଇଛି, ‘ଶାହାରୁଖ କହିଛନ୍ତି ଯେ ଫିଲ୍ମ ପଠାନର ଗୀତକୁ ନେଇ ବିବାଦ ମଧ୍ୟରେ ସୋସିଆଲ ମିଡିଆର ଦାବି ଗୁଡ଼ିକ ବିନାଶକାରୀ।
ଭାଇରାଲ ହେଉଥିବା ଟୁଇଟକୁ ଗଭୀରତା ସହିତ ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଯେ ସେଥିରେ ‘ଟୁଇଟର ଫର ଓକ ସଟାୟାର’ ଲେଖା ଯାଇଛି।
ବିବିସିର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ୍ର ଏକ ଟ୍ୱିଟ୍ ଏବଂ ପୋଷ୍ଟରେ ସେୟାର ହୋଇଥିବା ସ୍କ୍ରିନସଟ୍ର ବିଶ୍ଳେଷଣରୁ ଏହା ସ୍ପଷ୍ଟ ହୋଇଛି ଯେ ଭାଇରାଲ୍ ଟ୍ୱିଟ୍ ନକଲି ଅଟେ।
ଭାଇରାଲ ପୋଷ୍ଟରେ ଯେଉଁଠାରେ ଟୁଇଟର ଫର ଓକ ସଟାୟାର ଲେଖା ଯାଇଛି କିନ୍ତୁ ବିବିସି ର ଅସଲି ଟୁଇଟରେ ଏପରି କିଛି ଲେଖା ହୋଇନାହିଁ।

ଏହା ପରେ ଆମେ ଓକ ସଟାୟାର ସହିତ ଜଡ଼ିତ ସୋସିଆଲ ମିଡିଆ ଏକାଉଣ୍ଟ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ତାହାର ଫକେବୂ ପେଜ୍ ମିଳିଲା। ପେଜରେ ଦିଆ ଯାଇଥିବା ସୂଚନା ଅନୁଯାୟୀ ଏହା ନକଲି ଟୁଇଟ ସୃଷ୍ଟି କରିଥାଏ। ଏହି ଏକାଉଣ୍ଟରେ ଆମକୁ ଅନ୍ୟ ଅନେକ ନକଲି ଟୁଇଟ ମିଳିଲା।

ଶେଷକଥା:
ତଥ୍ୟ ଯାଞ୍ଚ କରିବା ପରେ, ଆମେ ଜାଣିଲୁ ଯେ ବିବିସି ଏପରି କୌଣସି ଖବର ଟ୍ୱିଟ କରିନାହିଁ। ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମଙ୍କ ନାମରେ ଭାଇରାଲ ହେବା ଦାବି ମଧ୍ୟ ମିଥ୍ୟା ଅଟେ।

Title:ପଠାନ୍ ଫିଲ୍ମ ବିଷୟରେ ‘ବିବିସି ନ୍ୟୁଜ୍’ର ଭାଇରାଲ୍ ଟ୍ୱିଟ୍ ନକଲି। ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
