
ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ରାଜ୍ୟରେ ବିଜେପି ସରକାର ଆସିଲା ପରେ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ନାମ ବଦଳାଇ ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ ରଖିଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନର ନାମ ବଦଳାଇବାର କୌଣସି ନିଷ୍ପତ୍ତି ନିଆ ଯାଇ ନାହିଁ।
ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ବଦଳିଲା କ୍ରୀଡ଼ା ପୁରସ୍କାର ନାଁ। କ୍ରୀଡ଼ା ପୁରସ୍କାର ନାଁ ବଦଳି ହେଲା ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳିଲା କ୍ରୀଡ଼ା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ 21 ଜୁଲାଇ ୨୦୨୪ ରେ ଉତ୍କଳ ସମାଚାର ଲାଇଭ୍ ଫେସବୁକ ପେଜରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଏକ ସାକ୍ଷାତକାରର ଭିଡିଓ ପୋଷ୍ଟ ହେଇଛି। ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ପରିବର୍ତ୍ତନ କରିବା ନେଇ କୌଣସି ନିଷ୍ପତ୍ତି ନିଆ ଯାଇ ନାହିଁ ଏବଂ ଏହା ନେଇ ତାଙ୍କ ପାଖରେ କୌଣସି ସୂଚନା ମଧ୍ୟ ନାହିଁ।
ଡେକାନ୍ ହେରାଲ୍ଡ ପତ୍ରିକା ରିପୋର୍ଟ ଅନୁଯାୟୀ, ବିଜେଡିର ସମାଳୋଚନା ମଧ୍ୟରେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଘୋଷଣା କରିଛନ୍ତି ଯେ ରାଜ୍ୟ ସରକାରର ବିଜୁ ପଟ୍ନାୟକ କ୍ରୀଡା ପୁରସ୍କାରର ନାମ ପରିବର୍ତ୍ତନ କରାଯିବ ନାହିଁ। ଗତ ଶୁକ୍ରବାର କ୍ରୀଡା ଏବଂ ଯୁବ ସେବା ବିଭାଗ ଏହି ବର୍ଷର ପୁରସ୍କାର ପାଇଁ ନିୟମାବଳୀ ଜାରି କରିଥିଲା, ଯାହାରେ ‘ରାଜ୍ୟ କ୍ରୀଡା ସମ୍ମାନ’ ରେ ନାମ ପରିବର୍ତ୍ତନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ବିଜୁ ପଟ୍ନାୟକଙ୍କ ନାମ ପୁରସ୍କାରରୁ ବାହାର କରିବାକୁ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି। ମୋହନ ମାଝି କହିଛନ୍ତି, “ମୋର ସରକାର ମାଟିର ପୁତ୍ରମାନଙ୍କୁ ସମ୍ମାନ କରେ ଏବଂ ତେଣୁ ବିଜୁ ପଟ୍ନାୟକଙ୍କ ନାମରେ ରଖାଯାଇଥିବା କ୍ରୀଡା ପୁରସ୍କାରର ଶିରୋନାମାରେ କୌଣସି ପରିବର୍ତ୍ତନ ହେବ ନାହିଁ“
କଳିଙ୍ଗ ଟିଭି ରିପୋର୍ଟ ଅନୁଯାୟୀ, ମୋହନ ମାଝୀ ଘୋଷଣା କରିଛନ୍ତି ଯେ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନର ନାମରେ କୌଣସି ପରିବର୍ତ୍ତନ ହେବ ନାହିଁ ଏବଂ ଏହା ଭବିଷ୍ୟତରେ ମଧ୍ୟ ଚାଲୁ ରହିବା। ନିମ୍ନରେ ଥିବା ଭିଡିଓରେ ଆପଣ ମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା ସୁଣୀ ପାରିବେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନର ନାମ ବଦଳାଇବାର କୌଣସି ନିଷ୍ପତ୍ତି ନିଆ ଯାଇ ନାହିଁ ଏବଂ ଭବିଷ୍ୟତରେ ମଧ୍ୟ ଏହା ଚାଲୁ ରହିବ।

Title:ରାଜ୍ୟରେ ବିଜେପି ସରକାର ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ନାମ ବଦଳାଇ ଥିବା ଦାବି ବିଭ୍ରାନ୍ତକାରୀ ଅଟେ।
Fact Check By: Siddharth SahuResult: Misleading
