PM ନରେନ୍ଦ୍ର ମୋଦୀଙ୍କ ବିମାନ ଦାବିରେ ଭାଇରାଲ ଫଟୋ ପ୍ରକୃତରେ ବୋଇଙ୍ଗ -787 ପ୍ରାଇଭେଟ ଜେଟ ଫଟୋ ଅଟେ।

False Social

1 ଅଗଷ୍ଟରେ Ranju Pani ନାମକ ଜଣେ ଫ୍ସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି ଏବଂ ଦାବି କରିଛନ୍ତି ଯେ,ଏହା ହେଉଛି ମୋଦିଙ୍କ ନୂତନ B-777 VVIP ଆଇରସରଫାଟ ଯାହାକି ସେପ୍ଟେମ୍ବରରେ ଆସୁଛି। ଫୋଟୋକେ ଅତି ସୁନ୍ଧର ଭାବେ ସଜା ହୋଇଥିବା ଏକ ଉଡାଯାହାଜ ଦେଖା ଯାଉଛି। 

ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଏହା ହେଉଛି ମୋଦିଙ୍କ ବିଳାସମୟ ନୂତନ B-777 VVIP ଆଇରସରଫାଟ ଯାହାକି ସେପ୍ଟମ୍ବର ରେ ଆସୁଛି, ସେଥିରେ ମୋଦି ବସି ବିଦେଶ ଭ୍ରମଣ ରେ ଯିବେ..
ମାତ୍ର 1200 କୋଟି.. ମୋଦିଙ୍କ ରାଫେଲ ଠାରୁ ଭି ଶସ୍ତା, ଅନ୍ୟପରେ ଦେଶରେ 17 ଲକ୍ଷ କରୋନା, 35000 କରୋନା ଜନିତ ମୃତ୍ୟୁ..
ଆଉ ମନେଥିବ ଆପଣଙ୍କର ଲଷ ଲକ୍ଷ ଶ୍ରମିକ ଟ୍ରେନ ଲାଇନରେ ଚାଲି ଚାଲି ସହରରୁ ନିଜ ଗ୍ରାମକୁ ଆସୁଥିଲେ, ହେଲେ ଟ୍ରେନ ଟିକେଟ ଭି ଦେଲେ ନାହିଁ…

ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 112ଥର ସେୟାର କରାଯିବା ସହ 100ରୁ ଅଧିକଥର ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦଖନ୍ତୁ। 

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Facebook Archive

ତେବେ କଣ ଭାଇରାଲ ଫୋଟୋ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ନୂଆ ବିମାନ B-777 WIP ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ  Sam Chui ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ପାଇଲୁ। ଚ୍ୟାନେଲରେ 17 ନଭେମ୍ବର 2017ରେ ପୋଷ୍ଟ କରାଯାଇଥିବା ଏକ ଭିଡିଓ ପାଇଲୁ। ଯେଉଁଥିରେ ଲେଖା ଯାଇଛି ଯେ, (Inside The World’s Only Private Boeing 787 Dreamliner) ଭାଇରାଲ ଫୋଟୋ ଦୁନିଆର ଏକମାତ୍ର  ବୋଇଙ୍ଗ 787 ଡ୍ରିମଲିନର୍  ପ୍ରାଇଭେଟ ବିମାନର ଅଟେ। ଏଥରୁ ସ୍ପଷ୍ଟ ହେଉଛି ଯେ, ଏହି ବିମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ବୋଦୀଙ୍କ ପାଇ ଆସି ନାହିଁ। ତଳେ ଭିଡିଓ ଦେଖନ୍ତୁ। 

25 ମେ 2020ରେ Businessinsider  ପେଜରେ ପ୍ରକାଶିତ ହୋଇଥିବା ଏକ ଖବର ଅନୁସାରେ ଭାଇରାଲ ଫୋଟୋ Boeing 787 ପ୍ରାଇଭେଜ ଜେଟ ବିମାନ ଭିତରର ଅଟେ। ଏହାକୁ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ଦାବିରେ ଭାଇରାଲ କରାଯାଉଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Businessinsider Archive

1 ଅଗଷ୍ଟରେ PIB fact check ତରଭରୁ ମଧ୍ୟ ତାଙ୍କ ଟ୍ୱିଟର ପେଜରେ ଟ୍ୱିଟ କରି ସ୍ପଷ୍ଟ କରିଛନ୍ତି ଯେ, ଭାଇରାଲ ହେଉଥଇବା ଦାବି ମିଥ୍ୟା ଅଟେ। ଏହା ନରେନ୍ଦ୍ର ମୋଦି ସ୍ୱତନ୍ତ୍ର ବିମାନର ଫୋଟୋ ନୁହେଁ। ତଳେ ଲିଙ୍କ ଦେଖନ୍ତୁ। Hindustantimes  ପ୍ରକାଶିତ ହୋଇଥିବା ଖବର ଅନୁସାରେ ଏହି ବର୍ଷ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଅନ୍ୟ ମୁଖ୍ୟ ଭାରତୀୟ ନେତାଙ୍କ ପାଇଁ ଦୁଇଟି ବୋଇଙ୍ଗ-777 ବିମାନ ଆସିବ। ଏହି ବିମାନ ଦୁଇଟି ପ୍ରଥମେ ଜୁଲାଇରେ ଭାରତ ପହଁଞ୍ଚି ଥାନ୍ତା କିନ୍ତୁ କୋରୋନା ଭାଇରସ ପାଇଁ ଏହା ସେପ୍ଟେମ୍ବରେ ଭାରତ ପହଁଞ୍ଚିବ। 

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- PIB fact check Archive

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱତନ୍ତ୍ର ବିମାନ ଦାବିରେ ଭାଇରାଲ କରାଯାଉଥିବା ଫୋଟୋ ବୋଇଙ୍ଗ -787 ପ୍ରାଇଭେଟ ଜେଟର ଅଟେ।

Avatar

Title:PM ନରେନ୍ଦ୍ର ମୋଦୀଙ୍କ ବିମାନ ଦାବିରେ ଭାଇରାଲ ଫଟୋ ପ୍ରକୃତରେ ବୋଇଙ୍ଗ -787 ପ୍ରାଇଭେଟ ଜେଟ ଫଟୋ ଅଟେ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *